ପକ୍ଷାଘାତ ପରେ ମୋନାଲିସାଙ୍କୁ ତଡ଼ିଦେଲେ ସ୍ବାମୀ

ଛତ୍ରପୁର,୩ ।୧(ଡି.ଏନ.ଏ.): ଅସହାୟ ମୋନାଲିସା ଏବେ ଏକାକୀ। ପକ୍ଷଘାତ ରୋଗ ପରେ ସ୍ବାମୀ ତାଙ୍କୁ ତଡିଦେଲେ। ଏପରିକି ୨ବର୍ଷ ବୟସର ଝିଅକୁ ମଧ୍ୟ ମା’ ପାଖରୁ ଦୂରେଇ ରଖିଛନ୍ତି। ଏହି ବିପଦ ସମୟରେ ସ୍ବାମୀ ପଚାରୁ ନ ଥିବାରୁ ମୋନାଲିସା ନ୍ୟାୟ ଅପେକ୍ଷାରେ ଅଛନ୍ତି । ଏ ନେଇ ସୋମବାର ଗଞ୍ଜାମ ଜିଲାପାଳ ଅଭିଯୋଗ ଶୁଣାଣିରେ କିପରି ମୋନାଲିସାଙ୍କୁ ନ୍ୟାୟ ମିଳିବ ଏବଂ ଦିଗପହଣ୍ଡି ଥାନାରେ ଦିଆଯାଇଥିବା ଅଭିଯୋଗ ରିଓପନ ହେବା ନେଇ ଅଭିଯୋଗ ଶୁଣାଣିରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଛତ୍ରପୁର ବଡଷ୍ଟେଶନ ରୋଡରେ ରହୁଥିବା ତାରାକାନ୍ତ ରଥଙ୍କ ଝିଅ ମୋନାଲିସା ଓ ସ୍ତ୍ରୀ ଦୁହେଁ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କ ଅନୁପସ୍ଥିତିରେ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି.ର୍କିତ୍ତୀ ଭାସନଙ୍କୁ ଭେଟି ଘଟଣା ସମ୍ପର୍କରେ କହିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ହିନ୍ଦୁ ବୈଦିକ ରିତିନୀତିରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ତାରାକାନ୍ତ ରଥଙ୍କ ଏକମାତ୍ର ଝିଅ ମୋନାଲିସା ସହ ଦିଗପହଣ୍ଡି ଥାନା ଅଧିନ ଭୀଷ୍ମଗିରିର ରମାବଲ୍ଲଭ ବକ୍ସିଙ୍କ ପୁଅ ଶକ୍ତି ଶଙ୍କର ବକ୍ସି ସହ ୨୦୧୩ ଜାନୁୟାରୀ ୨୩ ତାରିଖରେ ବିବାହ ହୋଇଥିଲା। ସ୍ବାମୀ ଓ ସ୍ତ୍ରୀ ଉଭୟ ଦୁଇ ଜଣ ଉଚ୍ଚଶିକ୍ଷିତ ଥିବାରୁ ଚେନ୍ନାଇରେ କାମ କରୁଥିଲେ। ସବୁ ଠିକ ଚାଲିଥିଲା। କୈାଣସି କାରଣବଶତଃ ଦୁଇଥର ଗର୍ଭନଷ୍ଟ ହୋଇଯାଇଥିଲା। ପରେ ସେମାନେ ବାଙ୍ଗାଲୋର ଗଲାପରେ ସେଠାରେ ରହିବା ସମୟରେ ଗର୍ଭବତୀ ହୋଇଥିଲେ ମୋନାଲିସା। କିନ୍ତୁ ଡାକ୍ତର ତାଙ୍କୁ ବେଡରେଷ୍ଟ କରିବା ପାଇଁ କହିଥିଲେ। ସେହି ସମୟରେ ଶାଶୁଘର ଲୋକ ମୋନାଲିସାଙ୍କୁ ନିର୍ଯାାତନ ଦେବା ଆରମ୍ଭ କରିଦେଇଥିଲେ । ପରେ ୨୦୨୦ ଜୁଲାଇ ୨୪ରେ ଝିଅ ଜନ୍ମ ହେଲା । କିନ୍ତୁ ତାଙ୍କ ମୋବାଇଲ ନେଇଯାଇଥିବାରୁ ବାପା ମା’ଙ୍କ ସହ ମୋନାଲିସାଙ୍କର ଯୋଗାଯୋଗ ହୋଇପାରୁ ନ ଥିଲା । ପରେ ଏହି ସବୁ ବିଷୟ ମୋନାଲିସା ଲୁଚି ଛପି ସମସ୍ତ ବିଷୟରେ ଫୋନ ଦ୍ୱାରା ବାପା ଓ ମା’ଙ୍କୁ ଜଣାଇଥିଲେ। ପରେ ସେମାନେ ବାଙ୍ଗାଲୋର ଆସିଥିଲେ । ଏହାପରେ ମୋନାଲିସା ପକ୍ଷଘାତର ଶିକାର ହୋଇଥିଲେ । ବାଧ୍ୟ ହୋଇ ବାପା ଓ ମା’ ମୋନାଲିସାଙ୍କୁ ଛତ୍ରପୁର ଆଣିଥିଲେ । କିନ୍ତୁ ମୋନାଲିସାଙ୍କ କୁନି ଝିଅକୁ ସେମାନେ ଛାଡିନଥିଲେ । ପରେ ସମସ୍ତ ଘଟଣାକୁ ନେଇ ଦିଗପହଣ୍ଡି ଥାନା ରେ ଏକ ଏତଲା ଦେଇଥିଲେ ବି ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ମୋନାଲିସାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ପକ୍ଷଘାତ ଦୁଃଖ ସମୟରେ ସ୍ବାମୀ ବାଙ୍ଗାଲୋର ଥାଇ ମଧ୍ୟ କୋର୍ଟ ମାଧ୍ୟମରେ ଛାଡପତ୍ର ନୋଟିସ ଦେଇଥିବା କହିଥିଲେ । କିନ୍ତୁ ମୋନାଲିସା ଛାଡପତ୍ର ଦେବାକୁ ନାରାଜ। ଝିଅ ଓ ସ୍ବାମୀଙ୍କ ପାଖରେ ରହିବାକୁ ଇଚ୍ଛା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri