ଗଞ୍ଜାମରେ ଚିହ୍ନଟ ହୋଇପାରୁନାହାନ୍ତି କିନ୍ନର

ଛତ୍ରପୁର,୩ା୧(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗଙ୍କ ନିମନ୍ତେ ସହାୟତା ଯୋଜନାରେ ଲୋକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସହୟତା ମିଳିଥାଏ। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୧୩ ଗୋଟି ଯୋଜନା ରହିଛିି। ଯେପରି ବିଭିନ୍ନ ପ୍ରକାରର ପେନସନ ଯୋଜନା, ବାଣିଶ୍ରୀ ବତ୍ତି, ଦୃଷ୍ଟିହିନଙ୍କ ନିମନ୍ତେ ଲାପ୍‌ଟପ୍‌, ଡିଆରଆଇ ଲୋନ୍‌, ମିଶନ କ୍ଷମତା, ବସ୍‌ ପାସ, ବରିଷ୍ଠ ନାଗରିକଙ୍କ ପାଇଁ ତ୍ରୀର୍ଥ ଯାତ୍ରା ଯୋଜନା, ସ୍ବତନ୍ତ୍ର ବିଦ୍ୟାଳୟ, ବୃଦ୍ଧାଶ୍ରମ, ବୟୋଜ୍ୟୋଷ୍ଠ ସମ୍ମାନ ଯୋଜନା, କିନ୍ନର ଯୋଜନା, ବିବାହ ପ୍ରୋତ୍ସାହନ, ଭିନ୍ନକ୍ଷମ ହିତାଧିକାରୀଙ୍କ ବୃତ୍ତି ଆଦି ରହିଛି। ଏହିସବୁ ଯୋଜନାର ଠିକ୍‌ ସଚେତନତା କରାଯାଉନଥିବାରୁ ପ୍ରକୃତ ହିତାଧିକାରୀମାନେ ଚିହ୍ନଟ ହୋଇପାରୁ ନ ଥିବା ଜଣାପଡିଛି। କିନ୍ନର ଯୋଜନା ରହିଥିଲେ ବି ଗଞ୍ଜାମ ଜିଲାରେ ଥିବା କିନ୍ନରମାନେ କ’ଣ ସବୁ ସୁବିଧା ସେମାନଙ୍କ ପାଇଁ ରହିଛି ତାହା ସେମାନେ ଜାଣନ୍ତି ନାହିଁ ବୋଲି ଛତ୍ରପୁରରେ ଥିବା କିଛି କିନ୍ନରମାନେ ଅଭିଯୋଗ କରିଛନ୍ତି। ଏପରିକି ବହୁ କିନ୍ନର ରହିଥିଲେ ବି ଏଯାବତ ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ ମଧ୍ୟ ହୋଇପାରୁ ନାହାନ୍ତି କି ସେମାନଙ୍କୁ ପରିଚୟ ପତ୍ର ମିଳିପାରୁନାହିଁ। ଜିଲାରେ ଏଯାବତ ୨୫୭ କିନ୍ନର ଚିହ୍ନଟ ହୋଇଥିବା ଜିଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି । ୨୫୭ ମଧ୍ୟରୁ ବ୍ରହ୍ମପୁର ରେ ୬୨ ରହିଥିବା କହିଥିଲେ। କିନ୍ନର ମାନେ ସ୍ବୟଂ ସହାୟକ ଗୋଷ୍ଠୀ ସଂଘ କରି ସେମାନଙ୍କୁ ୫୦ ହଜାର ଟଙ୍କାର ଋଣ ପ୍ରଦାନ କରାଯାଇ ସେମାନେ କିପରି ସ୍ବାବଲମ୍ବୀ ହୋଇପାରିବେ ତାହାକୁ ଗୁରୁତ୍ୱ ଦିଆଯାଉଛି । ଏହା ସହ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇ ଖାଦ୍ୟ ନିରାପତ୍ତା ଯୋଜନାରେ ଅନ୍ତର୍ଭୂକ୍ତ କରାଯାଉଛି। କିନ୍ନର ଚିହ୍ନଟ ପରେ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି ବୋଲି କହିଥିଲେ। ଜିଲାରେ ୫ ଟି କିନ୍ନରମାନେ ସ୍ବୟଂ ସହାୟକ ଗୋଷ୍ଠୀ କରି ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ବୋଲି କହିଥିଲେ। କିନ୍ତୁ ଏଯାବତ ଆହୁରି ଅନେକ କିନ୍ନର ରହିଛନ୍ତି ଯାହାକି ସେମାନେ ଚିହ୍ନଟ ହୋଇପାରୁନାହାନ୍ତି ବୋଲି କିନ୍ନରମାନେ କହିଛନ୍ତି । ଜିଲା ସାମାଜିକ ସୁରକ୍ଷା ବିଭାଗର ଅବହେଳା ଯୋଗ ବହୁ କିନ୍ନର ଚିହ୍ନଟ ନହେବା ସହ ଯେଉଁ ମାନେ ଅଛନ୍ତି ସରକାରଙ୍କ କଣ ସବୁ ସୁବିଧା ରହିଛି ସେମାନେ ଜାଣନ୍ତି ନାହିଁ। ଠିକ ସଚେତନତା ଅଭାବରୁ ଏହିସବୁ ଅସୁବିଧା ହେଉଛି ବୋଲି ଛତ୍ରପୁରର କିନ୍ନରମାନେ କହିଛନ୍ତି । ଜିଲାରେ କ୍ୟାମ୍ପ କରି କିନ୍ନର ମାନଙ୍କୁ ଚିହ୍ନଟ କରିବା ସହ କଣ ସବୁ ସୁବିଧା ରହିଛି ସେନେଇ ଏକ ସଚେତନତା କରିବାକୁ ଦାବୀ ଉଠିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri