ରମାକାନ୍ତଙ୍କ ଚିକିତ୍ସାରେ ଅର୍ଥ ବାଧକ

ଫୁଲବାଣୀ ଅଫିସ,୩ା୧: କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ବରଡାଖୋଲ ଗ୍ରାମର ରମାକାନ୍ତ କହଁର(୩୫) ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ପାଖରେ ଥିବା ଅର୍ଥ ସରିଯିବା ପରେ ଜମିବାଡି ବିକ୍ରି ହୋଇ ସାରିଲାଣି ା ତଥାପି ଚିକିତ୍ସା ହୋଇପାରୁନି। ସମ୍ପୂର୍ଣ୍ଣ ଚିକିତ୍ସା ଲାଗି ଆହୁରି ଅର୍ଥ ଦରକାର ବୋଲି ଡାକ୍ତର କହୁଛନ୍ତି। ଅର୍ଥ ନ ଥିବାରୁ ରମାକାନ୍ତ ଏବଂ ତାଙ୍କ ପରିବାର ଅସହାୟ ହୋଇ ପଡିଛନ୍ତି। ସରକାରୀ ଏବଂ ବେସରକାରୀସ୍ତରରେ ତାଙ୍କୁ ସହାୟତା ଦେବା ପାଇଁ ସେ ନିବେଦନ କରିଛନ୍ତି।
ଗତ ଅକ୍ଟୋବରରେ ରମାକାନ୍ତ ଭୁବନେଶ୍ୱର ପାହାଳ ଛକ ପାଖରେ ଥିବା ଏକ ବରଫ କମ୍ପାନୀରେ କାମ କରିବାକୁ ଯାଇଥିଲେ ା ସେଠାରେ ୫ଦିନ କାମ କରିବା ପରେ ପାଣିରେ ଅଧିକ ସମୟ କାମ କରି ତାଙ୍କ ଗୋଡରେ ଘା ହୋଇଥିଲା ା ମେଡ଼ିସିନ୍‌ ଖାଇବା ପରେ ଭଲ ନ ହେବାରୁ ସେ ଘରକୁ ଫେରିଆସି ବ୍ରାହ୍ମଣପାଦ ମେଡିକାଲକୁ ଯାଇଥିଲେ ା ଅବସ୍ଥା ଦେଖି ଡାକ୍ତର ତାଙ୍କୁ ଫୁଲବାଣୀକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ା ସେଠାରେ ୧୫ ଦିନ ଚିକିତ୍ସିତ ହେବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସି ନ ଥିଲା ା ଫଳରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ରେଫର କରାଯାଇଥିଲା ା ସେଠାରେ ଚିକିତ୍ସିତ ହେଉଥିବା ସମୟରେ ରମାକାନ୍ତଙ୍କର ୩ଟି ଆଙ୍ଗୁଠି କଟା ଯାଇଥିଲା ା ଘା’ ନ ଶୁଖିବାରୁ ପରିବାର ଲୋକେ ତାଙ୍କୁ ଗୋଟିଏ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ ା ଟଙ୍କା ସରିଯିବାରୁ ଡାକ୍ତର ସେମାନଙ୍କୁ ବାହାର କରିଦେଲେ ା ଟଙ୍କା ଯୋଗାଡ଼ କରି ଡ୍ରେସିଂ ପାଇଁ ଏଠାକୁ ଆସିବାକୁ କହିଥିଲେ ା କିଛି ଦିନ ପରେ ଡ୍ରେସିଂ ପାଇଁ ଯିବାରୁ ଡାକ୍ତର କହିଲେ ଏବେ ଭଲ ଅଛି ା ତେଣୁ ରମାକାନ୍ତ ଘରକୁ ଆସିଥିଲେ। ଟଙ୍କା ନ ଥିବାରୁ ଆଉ ଡ୍ରେସିଂ ପାଇଁ ଯାଇପାରୁନାହାନ୍ତି। ଏପଟେ ଗୋଡ ନଷ୍ଟ ହେବାକୁ ବସଲାଣି। ଏବେ ଡାକ୍ତର ବିଶାଖାପାଟଣା ଯାଇ ଚିକିତ୍ସା ହେବାକୁ କହୁଛନ୍ତି। ଜମି ବାଡ଼ି, ଘରେ ସୁନା ରୁପା ଯାହାଥିଲା ସବୁ ବିକ୍ରି ସରିଲାଣି ା ସରକାରୀ ଏବଂ ବେସରକାରୀ ସହୟତା ମିଳିଲେ ମୋ ସ୍ବାମୀ ଭଲ ହୋଇପାରିବେ ବୋଲି ରମାକାନ୍ତଙ୍କ ସ୍ତ୍ରୀ ଗାୟତ୍ରୀ ପ୍ରକାଶ କରିଛନ୍ତି। ରମାକାନ୍ତଙ୍କର ୨ଟି ଝିଅ ଏବଂ ଗୋଟିଏ ପୁଅ ସମେତ ପରିବାରରେ ୬ ଜଣ ଅଛନ୍ତି। ସମସ୍ତେ ରକାକାନ୍ତଙ୍କ ଉପରେ ନିର୍ଭରଶୀଳ ା ଏବେ ଚିକିତ୍ସା ସହ ପରିବାର କିପରି ଚଳିବ ସେଇ ଚିନ୍ତାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ: ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ ଶ୍ରେଣୀଗୃହ

କେସିଙ୍ଗା,୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ୨୪.୭.୧୯୮୩ରେ ସ୍ଥାପିତ ହୋଇଛି। ଏହି ବିଦ୍ୟାଳୟରେ ତତ୍କାଳୀନ…

ହଠାତ ଲାଲ ହେଲା ଭେନେଜୁଏଲାର ଆକାଶ, Video ଦେଖି ଚମକି ପଡ଼ିଲେ ଭୂକମ୍ପରୁ ଉଠିଥିବା ଲୋକେ

କାରାକାସ୍‌,୨।୭: ଭେନେଜୁଏଲାର ରାଜଧାନୀ କାରାକାସରେ ସମ୍ପ୍ରତି ଦେଖାଯାଇଥିବା ଏକ ଦୃଶ୍ୟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଭୂମିକମ୍ପର ଧ୍ୱଂସଲୀଳାରେ ପୂର୍ବରୁ ସ୍ତବ୍ଧ ଥିବା ସହର ଉପରର ସମଗ୍ର ଆକାଶ…

ନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର? ଉପନିର୍ବାଚନ ଘୋଷଣା ପରେ ଜୋର ଧରିଛି ଚର୍ଚ୍ଚା

ପାଟନା,୨।୭: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଛି। ଏହି ଆସନ ପାଇଁ ଭୋଟ ଜୁଲାଇ ୩୦ ରେ ହେବ ଏବଂ ଭୋଟ ଗଣତି…

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri