ଟ୍ରକ୍‌ ଧକ୍କାରେ ୩ ଯୁବକ ଗୁରୁତର ନେଇ ଉତ୍ତେଜନା

ବାସୁଦେବପୁର, ୩।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ବନ୍ଧସାହି ଛକଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଟ୍ରକ୍‌ ଧକ୍କାରେ ୩ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବାଂଶଡ଼ା ଥାନା ଅଧୀନ ବଳଭଦ୍ରପ୍ରସାଦ ଗ୍ରାମର ଚଗୁଲୁ ନାୟକ, କଇଥଖୋଲାର ସୁକୁରା ଦାସ ଓ ଶରତ ମଣ୍ଡଳ। ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ୩ଜଣ ଏକ ବାଇକ୍‌ରେ ଧାମରା ଆଡୁ ବାସୁଦେବପୁର ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ କିଛି ସମୟ ପାଇଁ ରାସ୍ତାରୋକୋ କରିଥିଲେ। ବାସୁଦେବପୁର ଓ ଚୁଡ଼ାମଣି ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଚୁଡ଼ାମଣି ସାମୁଦ୍ରିକ ଥାନା ପୋଲିସ ଟ୍ରକକୁ ଅଟକ ରଖିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର, ରବିବାର ଅନୁଗୋଳ ଜିଲା ଶଟ୍‌ଡାଉନ୍‌

ଅନୁଗୋଳ ଅଫିସ୍‌, ୩।୭: ଅନୁଗୋଳ ଜିଲାରେ ଶୁକ୍ରବାର ୨୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ପରେ କଠୋର ହୋଇଛି ପ୍ରଶାସନ। କରୋନା ସଂକ୍ରମଣ ବୃଦ୍ଧି ରୋକିବାକୁ...

ପ୍ରତି ଜିଲାରେ ହେବ ଲୋକକଳା ସ୍ବୟଂସହାୟକ ଗୋଷ୍ଠୀ

ଛତ୍ରପୁର,୧୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୋମବାର ୱେବନାର ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି ଜ଼ିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର...

ଲୋହୁରା, କାମ୍ବାଗୁଡା ସାହିକୁ ନଦୀଜଳ ଭରସା

ଫିରିଙ୍ଗିଆ, ୮ା୬ – କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ପଞ୍ଚାୟତ ଲୋହୁରା ସାହି, କାମ୍ବାଗୁଡା ସାହିର ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି।...

ମହାପ୍ରଭୁଙ୍କୁ ୨.୫ କୋଟିର ଅଳଙ୍କାର

ପୁରୀ ଅଫିସ,୧୭।୨: ବସନ୍ତପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ମଙ୍ଗଳବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଜନୈକ ଭକ୍ତ ୮କିଲୋରୁ ଊର୍ଦ୍ଧ୍ୱ ଓଜନର ସୁନା ଓ ରୁପା...

ପୋଲିସର କାର୍ଯ୍ୟକୁ ନେଇ ସନ୍ଦେହରେ ସାହିବାସୀ:ଯୁବକଙ୍କ ସହ ୨ ଏସ୍‌ଆଇ ରାତି ସାରା ଅଟକ

ପରଜଙ୍ଗ,୧୩ା୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଖାଲପାଳ ଡାଇ ସାହିରେ ଚୋରି ବଢୁଥିବାବେଳେ ପୋଲିସର କାର୍ଯ୍ୟକଳାପକୁ ନେଇ ସନ୍ଦେହରେ ପଡିଛନ୍ତି ଲୋକେ। ରବିବାର...

ପ୍ରବାସୀ ଶ୍ରମିକଙ୍କୁ ମିଳୁନି କ୍ବାରାଣ୍ଟାଇନ ସେଣ୍ଟର, ରାସ୍ତା ଉପରେ ବିତୁଛି ଜୀବନ

ବରଗଡ଼ ଅଫିସ୍‌, ୬ା୫-ଝାରଖଣ୍ଡରୁ ଅତାବିରାକୁ ଆସିଥିବା ଏକ ପ୍ରବାସୀ ଶ୍ରମିକ ପରିବାରକୁ ହଟହଟା ହେବାକୁ ପଡ଼ିଛି। ରହିବା ପାଇଁ ଜାଗା ମିଳୁ ନଥିବା ଯୋଗୁ ସେମାନଙ୍କୁ...

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି,୨।୧୨(ଡି.ଏନ୍‌.ଏ): ସୋମବାରଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି। ଏଥି ନିମନ୍ତେ ଜିଲାର ବିଭିନ୍ନ...

୨ ଦିନ ହେଲା ଗଞ୍ଜାମରେ ଟିକାକରଣ ବନ୍ଦ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାରେ ଦୁଇ ଦିନ ଧରି ଟିକାକାରଣ ବନ୍ଦ ରହିଛି ।...

Advertisement
Archives

Model This Week