ଆଜି ଚିଲିକାରେ ପକ୍ଷୀଗଣନା

ବାଲୁଗଁା,୪ା୧(ଡି.ଏନ୍‌.ଏ.): ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଆନୁକୂଲ୍ୟରେ ବୁଧବାର ସମଗ୍ର ଚିଲିକାରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ମଙ୍ଗଳବାର ଚନ୍ଦ୍ରାପୁଟସ୍ଥିତ ସିଡିଏ ଗବେଷଣାକେନ୍ଦ୍ର ଗୃହରେ ଗଣନାକାରୀଙ୍କୁ ତାଲିମ ଦିଆଯାଇଛି। ବମ୍ବେ ନ୍ୟାଚୁରାଲ୍‌ ହିଷ୍ଟ୍ରିି ଅଫ୍‌ ସୋସାଇଟିର ଡେପୁଟି ଡାଇରେକ୍ଟର ଡ. ପି. ସାଥିଆ ସାଲଭମ୍‌, ବ୍ରହ୍ମପୁର ଆରସିସିଏଫ୍‌ ପ୍ରଶାନ୍ତ କୁମାର ମିଶ୍ର, ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଦାୟିତ୍ୱରେ ଥିବା ପୁରୀ ଡିଏଫ୍‌ଓ ପି. ରାମସ୍ବାମୀ, ଏସିଏଫ୍‌ ଶରତ କୁମାର ମିଶ୍ର ଏବଂ ସିଡିଏର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖୁସ୍‌ବନ୍ତ ସିଂ ପ୍ରମୁଖ ପକ୍ଷୀଗଣନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ୨୧ଟି ଟିମ୍‌ ଗଣନା କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ମୋଟ ୧୦୫ଜଣ ତାଲିମ ଶିବିରରେ ପ୍ରଶିକ୍ଷଣ ନେଇଥିଲେ। ଏଥିରେ ଓ୍ବାଇଲ୍ଡ ଓଡ଼ିଶା, ବମ୍ବେ ନ୍ୟାଚୁରାଲ୍‌ ହଷ୍ଟ୍ରିରି ଅଫ୍‌ ସୋସାଇଟି, ଓୟୁଏଟି, ସିଡିଏ କର୍ମଚାରୀ, ୱାଇଲ୍ଡ ଓଡ଼ିଶା, ଭେଟେନାରୀ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର, ଛାତ୍ରୀଛାତ୍ର ଓ ବହୁ ଅଭିଜ୍ଞ ବିଶାରଦ ସାମିଲ ହୋଇଥିଲେ। ପ୍ରତ୍ୟେକ ଗଣନାକାରୀ ଦଳକୁ ଗୋଟିଏ ଲେଖାଏ ଡଙ୍ଗା ଯୋଗାଇ ଦିଆଯାଇଥିବା ବେଳେ ପ୍ରତି ଟିମ୍‌ରେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ୪-୫ଜଣ ସହଯୋଗୀ ରହିବେ। ଗଣନା ପାଇଁ ପ୍ରତ୍ୟେକ ଦଳକୁ ଓ୍ବାକିଟକି, ବାଇନାକୁଲାର, ଜିପିଏସ୍‌ ଓ ଡିଏଚ୍‌ଏଫ୍‌ ଆଦି ଯନ୍ତ୍ର ଯୋଗାଇ ଦିଆଯାଇଛି। ବାଲୁଗଁା ରେଞ୍ଜରେ ୬ଟି ଟିମ୍‌ ନିୟୋଜିତ ହୋଇଥିବା ବେଳେ ସାତପଡ଼ା ୪, ରମ୍ଭା ୨, ଚିଲିକା ୧ ଓ ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୮ଗୋଟି ଟିମ୍‌ ପକ୍ଷୀଗଣନା ପାଇଁ ସ୍ଥିର ହୋଇଛି ା ତାଲିମ ପରେ ଗଣନାକାରୀ ଟିମ୍‌ ନିଜ ନିଜ କ୍ୟାମ୍ପରେ ଯାଇ ଅବସ୍ଥାନ କରିଛନ୍ତି। ବୁଧବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କାର୍ଯ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ଦୁଇଟି ପଦ୍ଧତିରେ ପକ୍ଷୀଗଣନା ହୋଇଥାଏ ା ପ୍ରଥମ ପଦ୍ଧତି ହେଲା ଏକକ ପଦ୍ଧତି। ଏଥିରେ ଚିଲିକା ମଧ୍ୟରେ ଯେଉଁଠି ସ୍ବଳ୍ପସଂଖ୍ୟକ ପକ୍ଷୀ ଦୃଷ୍ଟିଗୋଚର ହୋଇଥାଆନ୍ତି ସେଠାରେ ୧, ୨, ୩ କ୍ରମ ଅନୁଯାୟୀ ପକ୍ଷୀ ସଂଖ୍ୟା ଏବଂ ପ୍ରଜାତି ଗଣନା ହୁଏ ା ଦ୍ୱିତୀୟ ପଦ୍ଧତି ହେଲା ବ୍ଲକ୍‌ ପଦ୍ଧତି ା ଏହି ପଦ୍ଧତିରେ ଯେଉଁଠି ପକ୍ଷୀଙ୍କୁ ଗଣି ହୁଏନାହିଁ ଏବଂ ଅସଂଖ୍ୟ ସଂଖ୍ୟାରେ ସମାଗମ ଥାଆନ୍ତି, ସେଠାରେ ବାଇନାକୁଲାର ପରିଧି ମଧ୍ୟରେ ଦୃଷ୍ଟି ଗୋଚର ହେଉଥିବା ପକ୍ଷୀଙ୍କୁ ନେଇ ଗୋଟିଏ ଗୋଟିଏ ବ୍ଲକ୍‌ ତିଆରି କରାଯାଏ। ଏହିପରି ଏକାଧିକ ବ୍ଲକ୍‌ କରି ଜିପିଏସ୍‌ ମାଧ୍ୟମରେ ପକ୍ଷୀଙ୍କ ପ୍ରଜାତି ଏବଂ ସଂଖ୍ୟା ସମଷ୍ଟୀକରଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନର ବ୍ରାଣ୍ଡ ପ୍ରମୋସନ ପାଇଁ ବୈଭବ ସୂର୍ଯ୍ୟବଂଶୀ ନିଅନ୍ତି କେତେ ଟଙ୍କା? ପରିମାଣ ଶୁଣଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୯: ୧୫ ବର୍ଷୀୟ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ବୈଭବ ନିଜ ପାଇଁ ଏକ…

ବୁଧଙ୍କ ବଡ଼ ଗୋଚର: ୩ ରାଶିଙ୍କ ଫିଟିବ ଧନଲାଭର ଯୋଗ, ଚାକିରିରେ ବଡ଼ ପ୍ରମୋଶନ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ସ୍ଥିତିରେ ହେଉଥିବା ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ବିଶ୍ୱାସ ରହିଛି ଯେ ବୁଧ ଗ୍ରହ ହେଉଛନ୍ତି ବୁଦ୍ଧି,…

ପାଟ୍ରୋଲିଂ ବେଳେ ମଦବେପାରୀଙ୍କୁ ଧରିଲା ପୋଲିସ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଏଏସ୍‌ଆଇ ଏନ. ତ୍ରିପତୀ ରେଡ୍ଡୀ, କନଷ୍ଟେବଳ ଏସ୍‌.କେ ରାଜେଶ ଉଦ୍ଦିନ, ବଳରାମ ପାତ୍ର ପ୍ରମୁଖ ସଦଳବଳ…

ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର…

୧୨ ବର୍ଷ ପରେ ଜୀବିତ ମିଳିଲେ ଶକୁନ୍ତଳା! ଯାହାଙ୍କ ମୃତ୍ୟୁକୁ ନେଇ ସ୍ବାମୀ-ଶ୍ୱଶୁରଙ୍କ ନାଁରେ ହୋଇଥିଲା କେସ୍

ପାଟନା,୧୬ା୯: ବିହାରର ୧୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼ । ୨୦୧୪ରେ ନିଖୋଜ ହୋଇଥିବା ଶକୁନ୍ତଳା ଦେବୀଙ୍କୁ ମୃତ ଭାବି ତାଙ୍କ…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ଆଦର୍ଶ ଆଇନଜୀବୀ ଭାବେ ପରିଚିତ ଥିଲେ ବଂଶୀଧର, ଆଜି ତାଙ୍କୁ ଝୁରୁଛି ଓକିଲ ସଂଘ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ବରିଷ୍ଠ ଆଇନଜୀବୀ ବଂଶୀଧର ପାଳଙ୍କ ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ…

EPFରେ ବଡ଼ ପରିବର୍ତ୍ତନ; ୫୧ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଉପକୃତ, ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୧୬ା୯: କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?