କୋର୍ଟ କାର୍ଯ୍ୟରେ ଯୋଗଦେଲେ ଓକିଲ

ସମ୍ବଲପୁର,୪ା୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଡିସେମ୍ବର ୧୨ରେ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ଓ ବିଚାରପତିଙ୍କୁ ବାହାର କରିଦେବା ଭଳି ଘଟଣା ପରଠାରୁ କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ଲାଗିରହିଥିଲା। ଦୀର୍ଘ ୨୨ଦିନ ପରେ ଜିଲା ଓକିଲ ସଂଘର ନିଷ୍ପତ୍ତିକ୍ରମେ ଓକିଲମାନେ ମଙ୍ଗଳବାର କୋର୍ଟ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହାପରେ ପରିସ୍ଥିତିର ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ପୂର୍ବଭଳି କୋର୍ଟରେ ଭିଡ଼ ଦେଖିବାକୁ ମିଳି ନ ଥିଲା। ୧୪୪ ଧାରା ବଳବତ୍ତର ରହିଥିବାରୁ ସାଧାରଣ ଲୋକ ଓ ମହକିଲ କୋର୍ଟ କାର୍ଯ୍ୟ ପାଇଁ ଭୟରେ ଆସୁ ନ ଥିବା ଦେଖିବାକୁ ମିଳିଥିଲା।
ପୂର୍ବାହ୍ନ ୧୦ଟା ପୂର୍ବରୁ ନୋଟାରି, ଜେରକ୍ସ ଦୋକାନୀ ଓ ଭେଣ୍ଡରମାନେ କୋର୍ଟରେ ପହଞ୍ଚତ୍ୟାଇଥିଲେ। ଜରୁରୀ କାମରେ କେତେଜଣ ଲୋକ ଆସି କାମ କରିଥିଲେ। ଏତେଦିନ ବ୍ୟବଧାନରେ ଓକିଲମାନେ କାର୍ଯ୍ୟରେ ଯୋଗଦାନ କରିଥିଲେ। ହେଲେ ଜେଲ ଭିତରେ ସଂଘର ପ୍ରାୟ ୩୦ଜଣ ଓକିଲ ରହିଥିବାରୁ କୋର୍ଟରେ ଓକିଲଙ୍କ ଗହଳିଚହଳି ଦେଖିବାକୁ ମିଳି ନ ଥିଲା। ଯୋଗଦାନ କରିଥିବା ଓକିଲମାନେ କହିଛନ୍ତି, କୋର୍ଟ କାର୍ଯ୍ୟରେ ଯୋଗଦେଇ ନ ଥିବାରୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଛୋଟ ଛୋଟ କାମ କରିବାକୁ ସେମାନେ ଅପେକ୍ଷା କରିଥିଲେ। ଓକିଲ ସଂଘର ବୈଠକ, ସଂଘ ସଭାପତିଙ୍କ ସ୍ବୀକୃତି ଓ ଅନୁରୋଧ ପରେ ଓକିଲମାନେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଜେଲ ଭିତରେ ଥିବା ଓକିଲମାନେ ମଧ୍ୟ ଯୋଗଦାନ କରିବାକୁ ସମର୍ଥନ କରିଥିଲେ। ଏବେ ଓକିଲମାନଙ୍କ ଜାମିନ କିଭଳି ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ। କୋର୍ଟ କାର୍ଯ୍ୟ ଯେଭଳି ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହେବ ସେ ନେଇ ଓକିଲମାନେ ସହଯୋଗ କରିବେ ବୋଲି ସେମାନେ କହିଥିଲେ।
ସୂଚନାଯୋଗ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ନଭେମ୍ବର ୩୦ରେ ପୋଲିସ ଓ ଆନ୍ଦୋଳନକାରୀ କୋର୍ଟ ବାହାରେ ଧସ୍ତାଧସ୍ତି ହୋଇଥିଲେ। ବିଚାରପତିମାନେ ଫେରି ଯାଇଥିଲେ। ଏଥିରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ପଶ୍ଚିମ ଓଡ଼ିଶା ଓକିଲସମୂହ କ୍ରିୟାନୁଷ୍ଠାନ କମିଟି (ସିଏସି)କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଡିସେମ୍ବର ୧୨ରେ ପୁଣି ଆନ୍ଦୋଳନ ସମୟରେ ଅଭାବନୀୟ ଘଟଣା ଘଟିଥିଲା। ଏହି ଘଟଣାରେ ଜିଲା ଓକିଲ ସଂଘର ସମସ୍ତ ସଦସ୍ୟଙ୍କୁ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ନିଲମ୍ବନ କରିବାକୁ ରାଜ୍ୟ ବାର୍‌ କାଉନସିଲକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ୪୩ ଓକିଲଙ୍କ ଲାଇସେନ୍ସ ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ। ପରେ ୪୩ ଜଣଙ୍କୁ ଛାଡି ବାକି ସମସ୍ତଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହର କରାଯାଇଥିଲା। ହେଲେ ଆଜିପର୍ଯ୍ୟନ୍ତ ଓକିଲମାନେ କାର୍ଯ୍ୟରେ ଯୋଗଦାନ କରି ନ ଥିଲେ। ଘଟଣାରେ ପୋଲିସ ୩୦ ଓକିଲ, ୮ କିନ୍ନର ଓ ଜଣେ ବାର୍‌ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?