ପୋଲିସ ନଜରବନ୍ଦୀରେ ପୁରୁଷବନ୍ଧୁ

ଯୋଡ଼ା, ୪ା୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁର ୩ଦିନ ପରେ ମଧ୍ୟ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିପାରୁନି। ବ୍ୟବଚ୍ଛେଦ ପରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବାବେଳେ ଅଧିକ ସ୍ପଷ୍ଟ ପାଇଁ ନମୁନାକୁ ରାଜ୍ୟ ଫୋରେନ୍ସିକ ଲ୍ୟାବକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ବ୍ୟବଚ୍ଛେଦ ରିପୋର୍ଟକୁ ସଂରକ୍ଷିତ ରଖାଯିବ ବୋଲି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି ମଙ୍ଗଳବାର ସୂଚନା ଦେଇଛନ୍ତି। ଅପରପକ୍ଷରେ ଅଭିଯୁକ୍ତ ପୁରୁଷବନ୍ଧୁ ଦିବ୍ୟରଞ୍ଜନ ମାଝିଙ୍କୁ ପୋଲିସ ନଜରବନ୍ଦୀରେ ରଖିଥିବା ବିଶ୍ୱସ୍ତସୂତ୍ରରୁ ଶୁଣିବାକୁ ମିଳିଥିବାବେଳେ ପୋଲିସ ଏନେଇ ମୁହଁ ଖୋଲୁନି। ତେବେ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା କେନ୍ଦୁଝର ଅତିରିକ୍ତ ଏସ୍‌ପି ବିରଞ୍ଚତ୍ ନାରାୟଣ ଦେହୁରୀ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଗତ ୩୧ତାରିଖ ରାତିରେ ଶୁଭଶ୍ରୀ ତାଙ୍କର ୭ଜଣ ଅନ୍ୟ କର୍ମଚାରୀଙ୍କ ସହିତ ନାଚଗୀତ କରି ନୂଆ ବର୍ଷ ପାଳନ କରିଥିଲେ। ମାତ୍ର ପରଦିନ ଅର୍ଥାତ ଜାନୁୟାରୀ ୧ତାରିଖ ସକାଳେ ସେ ଆଉ ଉଠି ନ ଥିଲେ। ଭିତରପଟୁ କବାଟ ବନ୍ଦ ହୋଇଥିଲା। ଏନେଇ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଖବର ଦେବାପରେ ପୋଲିସ ପହଞ୍ଚତ୍ କବାଟ ଭାଙ୍ଗି ଶୁଭଶ୍ରୀଙ୍କ ମୃତଦେହ ଜବତ କରିଥିଲା। ଉଲ୍ଲେଖଯୋଗ୍ୟ, ରୁଗୁଡିସ୍ଥିତ ଏକ ଖଣି କମ୍ପାନୀରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଦିବ୍ୟରଞ୍ଜନଙ୍କ ସହ ଗତ କିଛି ବର୍ଷ ହେଲା ଶୁଭଶ୍ରୀଙ୍କ ପ୍ରେମ ସମ୍ପର୍କ ରହିଥିଲା। ଶୁଭଶ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦିବ୍ୟରଞ୍ଜନ ତାଙ୍କ ସହ ଗତ ସେପ୍ଟେମ୍ବର ୧୮ ଏବଂ ଅକ୍ଟୋବର ୧୦ତାରିଖରେ ୨ଥର ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଶୁଭଶ୍ରୀ ବିବାହ କରିବାକୁ କହିବାରୁ ଦିବ୍ୟରଞ୍ଜନ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ଗତ ୨୦ତାରିଖରେ ଯୋଡ଼ା ଥାନାରେ ଶୁଭଶ୍ରୀ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଆଇପିସି ଦଫା ୪୧୭ ଏବଂ ୩୭୬(ଏନ୍‌)ରେ ଏକ ମାମଲା(ନଂ. ୩୬୩/୨୦୨୨)ରୁଜୁ କରିଥିଲା। ଏପରି କି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଶୁଭଶ୍ରୀଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଥିଲା। ତେବେ ପରେ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା ବିଶେଷ ସୂତ୍ରରୁ ହୋଇଥିବା ଶୁଣିବାକୁ ମିଳୁଥିବାବେଳେ ପୋଲିସ ଏ ସମ୍ପର୍କରେ କିଛି କହୁନାହିଁ। ଇତିମଧ୍ୟରେ ପୋଲିସ ଶୁଭଶ୍ରୀଙ୍କ ମୋବାଇଲ୍‌କୁ ଜବତ କରିଛି। ଡିସେମ୍ବର ୨୧ତାରିଖରେ ମାମଲା ରୁଜୁ ହେବା ପରଠାରୁ ଘଟଣା ଦିନ ପର୍ଯ୍ୟନ୍ତ ଶୁଭଶ୍ରୀ ଏବଂ ଦିବ୍ୟରଞ୍ଜନଙ୍କ ମଧ୍ୟରେ ମୋବାଇଲ୍‌ରେ କିଛି ବାର୍ତ୍ତାଳାପ ହୋଇଥିଲା କି?, ସେହି ବାର୍ତ୍ତାଳାପ ଶୁଭଶ୍ରୀଙ୍କ ମୃତ୍ୟୁର କାରଣ ହୋଇଥାଇପାରେ କି? ଏଭଳି କିଛି ଦିଗକୁ କଲ୍‌ ଡିଟେଲ୍ସ ଯାଞ୍ଚରୁ ଜଣାପଡ଼ିବ। ଅପରପକ୍ଷରେ ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଦିବ୍ୟରଞ୍ଜନ ଗତ ଡିସେମ୍ବର ୧ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ଖଣି କମ୍ପାନୀରେ କରୁଥିବା ଡାକ୍ତରୀ ଚାକିରି ଛାଡ଼ିବାକୁ ନୋଟିସ ଦେଇଥିଲେ। ସେବେଠାରୁ ସେ କାର୍ଯ୍ୟରେ ଯୋଗ ଦେଇ ନ ଥିବାବେଳେ ଘଟଣାପରଠାରୁ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରହିଛି। ତେଣୁ କଲ୍‌ ଡିଟେଲ୍‌ସ ଯାଞ୍ଚ କଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ଅପରପକ୍ଷରେ ଶୁଭ୍ରଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ବାପା ଘଟଣା ସମ୍ପର୍କରେ ବିଶେଷ କିଛି ପ୍ରତିକ୍ରିୟା ଦେଇନାହାନ୍ତି। ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?