ଅବ୍ୟବସ୍ଥାରେ ସାକ୍ଷୀଗୋପାଳ ପର୍ଯ୍ୟଟନ ସ୍ଥଳ

ସାକ୍ଷୀଗୋପାଳ, ୪।୧(ସ୍ବ.ପ୍ର./ଡି.ଏନ୍‌.ଏ.): ପର୍ଯ୍ୟଟନ ଋତୁ ଏବଂ ନୂଆବର୍ଷ ଲାଗି ପ୍ରତିଟି ତୀର୍ଥକ୍ଷେତ୍ର, ପର୍ଯ୍ୟଟନ ସ୍ଥଳ ଏବଂ ଦର୍ଶନୀୟ ସ୍ଥାନରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କର ଭିଡ଼ ଲାଗିଛି। ଏହି ପରିପ୍ରେକ୍ଷୀରେ ପୁରୀ ଜିଲାର ପ୍ରସିଦ୍ଧ ବୈଷ୍ଣବକ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରେ ଏବେ ଗଙ୍ଗାସାଗର ଯାତ୍ରା ଲାଗି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ବୃଦ୍ଧି ପାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦର୍ଶନାର୍ଥୀଙ୍କ ଆଗମନ ଲାଗିରହିଛି। ପର୍ଯ୍ୟଟକମାନେ ତୀର୍ଥର ସାକ୍ଷୀ ପାଇଁ ସାକ୍ଷୀଗୋପାଳ ମନ୍ଦିରକୁ ଆସି ଠାକୁରଙ୍କୁ ଦର୍ଶନ କରିବା ସହ ଗଙ୍ଗାସାଗର ଯାତ୍ରାରେ ସାମିଲ ହୋଇ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଯାଉଛନ୍ତି। ହେଲେ ପର୍ଯ୍ୟଟକମାନଙ୍କୁ ଏଠାରେ ମୌଳିକ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି। ରହିବାଠାରୁ ଆରମ୍ଭ କରି ଶୌଚାଳୟ, ବିଭିନ୍ନ ସୂଚନା ପାଇଁ ସୂଚନାଫଳକ ନ ଥିବାରୁ ପର୍ଯ୍ୟଟକମାନେ ଠକାମିର ଶିକାର ହେଉଛନ୍ତି। ଏହି ସମସ୍ୟାଗୁଡ଼ିକ ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବାରୁ ସାକ୍ଷୀଗୋପାଳ ପର୍ଯ୍ୟଟନ ସ୍ଥଳ ସମ୍ପୂର୍ଣ୍ଣ ଅବ୍ୟବସ୍ଥାରେ ରହିଛି, ଯାହାକି ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି।
ସାକ୍ଷୀଗୋପାଳରେ କିଛିଦିନ ହେବ ଗଙ୍ଗାସାଗର ଯାତ୍ରା ଚାଲିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ତୀର୍ଥଯାତ୍ରା ସାରି ଯାତ୍ରାର ସାକ୍ଷୀ ପାଇଁ ସତ୍ୟବାଦୀ ଆସି ସାକ୍ଷୀଗୋପାଳ ଠାକୁରଙ୍କୁ ଦର୍ଶନ କଲେ ଯାତ୍ରା ସଫଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ନିଜ ତୀର୍ଥ ସାରି ଯାତ୍ରାର ସଫଳ ପାଇଁ ସାକ୍ଷୀ ଦେବାକୁ ସାକ୍ଷୀଗୋପାଳ ମନ୍ଦିରକୁ ଆସିଥାନ୍ତି। ପର୍ଯ୍ୟଟକମାନେ ବସ୍‌ ଓ କାର୍‌ ଯୋଗେ ଏଠାକୁ ଆସୁଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ପାର୍କିଂ ଫି ଆଦାୟ କରାଯାଉଛି। କିନ୍ତୁ କୌଣସି ସୂଚନାଫଳକ ନ ଥିବାରୁ ପର୍ଯ୍ୟଟକଙ୍କଠାରୁ ମନଇଚ୍ଛା ଫି ଆଦାୟ କରାଯାଉଛି। ସେହିଭଳି ପାନ୍ଥନିବାସ, ଯାତ୍ରୀନିବାସ ଥିବାବେଳେ ସୁବ୍ୟବସ୍ଥିତ ନ ଥିବାରୁ ପର୍ଯ୍ୟଟକ ନ ଜାଣିପାରି ବାହାରେ ରହୁଛନ୍ତି। ମନ୍ଦିର ପରିସରରେ ଗୋଟିଏ ମାତ୍ର ଶୌଚାଳୟ ଥିବାବେଳେ ତାହା ଅପରିଷ୍କାର ହୋଇପଡ଼ିଛି। ଫଳରେ ଯାତ୍ରୀ ବିଶେଷକରି ମହିଳାମାନେ ନାନା ହଇରାଣ ହେଉଛନ୍ତି। ଅପରପକ୍ଷେ ରୋଷେଇ କରି ଖାଇବା ନିମନ୍ତେ ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପାନ୍ଥଶାଳା କରାଯାଇଥିବା ବେଳେ ତାହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାବି ପଡ଼ିରହିଛି। ତେଣୁ ଯାତ୍ରୀମାନେ ରାସ୍ତା, ପାର୍କିଂସ୍ଥଳରେ ରୋଷେଇ କରି ଖାଉଛନ୍ତି। ଏଭଳି ଅବ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରି ଫେରୁଛନ୍ତି। ଏ ସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ ପ୍ରଧାନଙ୍କୁ ପଚାରିବାରେ ଦାୟିତ୍ୱରେ ନ ଥିବା କହିଛନ୍ତି। ସେପଟେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେବୋତ୍ତର ବିଭାଗ ନିଯୁକ୍ତି କରିଥିଲେ ମଧ୍ୟ ଏଯାବତ ଯୋଗଦେଇନାହାନ୍ତି। ଅସ୍ଥାୟୀ ଭାବେ ଦେବୋତ୍ତର ବିଭାଗ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସେ ମଧ୍ୟ ଠିକ୍‌ ଭାବେ ଏଠାକୁ ଆସୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ ଚଳାଚଳ ଦାବି: ଦାବି ପୂରଣ ନ ହେଲେ ରେଳରୋକୋ

କେନ୍ଦୁଝର,୫।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରେଳବାଇ ରାଜସ୍ବ ଆଦାୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ହେଲେ ରେଳ ବିଭାଗ କେନ୍ଦୁଝର ଜିଲାକୁ...

ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ...

ଜାଲ୍‌ ତଥ୍ୟ ଦେଇ ଆବାସ ହାତେଇଥିଲେ ନାଏବ ସରପଞ୍ଚ

ରସୁଲପୁର,୫ା୧୨(ରଞ୍ଜତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ତିଳୋତ୍ତମା ନାୟକ...

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଆସନ୍ତାକାଲି ଗଜପତିରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ଟିଟିଲାଗଡ଼,୫।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri