ଆଜିଠୁ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ଖୋର୍ଦ୍ଧା ଅଫିସ,୪ା୧: ସ୍ଥାନୀୟ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବୁଧବାର ଠାରୁ ୬ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଓ ଜିଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ୪୯ତମ ରାଜ୍ୟସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ମନୋନୀତ ହୋଇଥିବା କୁନି କୁନି ପ୍ରକଳ୍ପକକାରୀ ଅଂଶଗ୍ରହଣ କରିବେ। ‘ପ୍ରଯୁକ୍ତି ବିଦ୍ୟା ଓ ଖେଳନା’ ବିଷୟ ଆଧାରିତ ଏହି ତ୍ରିଦିବସୀୟ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ବିଜ୍ଞାନ ସେମିନାର, ବିଜ୍ଞାନ କୁଇଜ୍‌, ବିଜ୍ଞାନ କଥନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତି ଜିଲାରୁ ୭ଟି ବିଷୟରେ ୭ ଜଣ ଲେଖାଏ ଛାତ୍ରୀଛାତ୍ର ଯୋଗଦେବେ। ତାଙ୍କ ସହିତ ୭ ଜଣ ଗାଇଡ୍‌ ଶିକ୍ଷକ ଓ ଜଣେ ବିଜ୍ଞାନ ପରିଦର୍ଶକ ଏହିଭଳି ୩୦ଟି ଜିଲାରୁ ୨୧୦ ପ୍ରକଳ୍ପ ସ୍ଥାନ ପାଇବ। ମୋଟ୍‌ ୪୫୦ ଛାତ୍ରୀଛାତ୍ର, ଗାଇଡ୍‌ ଶିକ୍ଷକ, ବିଜ୍ଞାନ ପରିଦର୍ଶକ ଯୋଗଦେବେ। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାଳକମାନେ ବିଜେବି ହାଇସ୍କୁଲ ଓ ବାଳିକାମାନେ ସରକାରୀ ବାଳିକା ହାଇସ୍କୁଲରେ ରହିବେ। ବୁଧବାର ପୂର୍ବାହ୍ନ ୧୧ଟାରେ କାର୍ଯ୍ୟକ୍ରମ ଉଦ୍‌ଘାଟନ ହେବ। ୫ତାରିଖରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ର ଜାତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ(ନାଇଜର) ଭୁବନେଶ୍ୱର କ୍ୟାମ୍ପସ କ୍ଷେତ୍ର ପରିଦର୍ଶନ କରିବେ। ଅପରାହ୍ନ ୨ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ପ୍ରକଳ୍ପ ପରିଦର୍ଶନ, ବିଜ୍ଞାନ କୁଇଜ୍‌, ବିଜ୍ଞାନ ଆଲୋଚନା ଚକ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ୬ତାରିଖ ଅପରାହ୍ନ ୨ଟାରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ।
ଏନେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆରଟି)ର ନିର୍ଦ୍ଦେଶକ ମନୋଜ ପାଢ଼ୀ କହିଥିଲେ, ରାଜ୍ୟ ଓ ଜାତୀୟ ସ୍ତରରେ ବିଜ୍ଞାନ, ଗଣିତ, ପ୍ରଯୁକ୍ତିବିଦ୍ୟାକୁ ଲୋକାଭିମୁଖୀ କରିବା ସହିତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୂତନ ଉଦ୍ଭାବନ ଓ ଅନୁସନ୍ଧିତ୍ସୁ ମନୋଭାବ ସୃଷ୍ଟି ପାଇଁ ଏହି ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ମଙ୍ଗଳବାର ଅତିରିକ୍ତ ଜିଲା ଶିକ୍ଷାଧିକାରୀ (ଏବିଇଓ) ସ୍ନିଗ୍ଧା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଡ. ଅମ୍ରିତା ପ୍ରୀତିନନ୍ଦା ଓ ଜିଲା ବିଜ୍ଞାନ ପରିଦର୍ଶକ ସରୋଜ କୁମାର ସିଂହ ଯୋଗଦେଇ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ପ୍ରଦର୍ଶନୀ ଆୟୋଜନ ନେଇ ଗୁରୁତ୍ୱାରୋପ କରିଥିଲେ। ୧୦ ବ୍ଲକର ବ୍ଲକ ଶିକ୍ଷାଧିକାରୀ (ବିଇଓ) ଉପସ୍ଥିତ ଥିଲେ। ବୈଠକରେ ବିଜେବି ହାଇସ୍କୁଲର ପ୍ରଧାନଶିକ୍ଷକ ସେକ୍‌ ଗୋହର ଅଲ୍ଲି, ଶିକ୍ଷକ ରଞ୍ଜନ କୁମାର ଦାଶ, ସୁଧାକର ମହାପାତ୍ର, ଶିକ୍ଷକ ବିଭୁ ପ୍ରସାଦ ସେନାପତି, ସୁରେଶ ଚନ୍ଦ୍ର ବିଶ୍ୱାଳ, ପ୍ରସନ୍ନ ମହାପାତ୍ର, ଅଗାଧୁ ସେଠୀ, ମୃତ୍ୟୁଞ୍ଜୟ ମହାପାତ୍ର, ମାନସ ରଞ୍ଜନ ପଣ୍ଡା, ଅଞ୍ଜନ କୁମାର ରାୟ, ପ୍ରହଲ୍ଲାଦ ବାରିକ, ରତ୍ନାକର ରାଉତରାୟ, ତୋଫାନ ରାଉତରାୟ, ଅଭିରାମ ବେହେରା, ପ୍ରସନ୍ନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri