ଦଦରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼

ପରଜଙ୍ଗ,୬।୧(ଡି.ଏନ.ଏ.): ପର୍ଯ୍ୟଟକଙ୍କ ଗହଳଚହଳରେ ମୁଖରିତ ହୋଇଉଠିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଦଦରାଘାଟି ଡ୍ୟାମ୍‌। ସହରର କୋଳାହଳଠାରୁ ଦୂର ଶାନ୍ତ ସବୁଜିମା କୋଳରେ କିଛି ସମୟ ବିତାଇବା ଲାଗି ଏଠାକୁ ଛୁଟି ଆସୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ।
ଅଞ୍ଚଳର ଚାଷଜମିକୁ ଜଳସେଚନ ଉଦ୍ଦେଶ୍ୟରେ ନିର୍ମିତ ଦଦରାଘାଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଲଟିଛି ଜିଲା ପର୍ଯ୍ୟଟନର ପ୍ରମୁଖ ସ୍ଥାନ। ଡ୍ୟାମ୍‌ର ବିସ୍ତୀର୍ଣ୍ଣ ଜଳରାଶି, ଜଳଭଣ୍ଡାରକୁ ଲାଗି ରହିଥିବା ଘଞ୍ଚ ଜଙ୍ଗଲର ଶାନ୍ତ ବାତାବରଣରେ ବଣଭୋଜିର ମଜା ନେବାକୁ ଏଠାରେ ବର୍ଷତମାମ ସ୍ଥାନୀୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଦଦରାଘାଟି ଡ୍ୟାମ ପରିଦର୍ଶନ କରିବାକୁ ଆସୁଥିବା ଯାତ୍ରୀମାନେ କୁଆଳୋର ପ୍ରସିଦ୍ଧ ଶୈବପୀଠ ଅଷ୍ଟଶମ୍ଭୁ ମନ୍ଦିର, ସରାଙ୍ଗ ଅନନ୍ତ ଶୟନ ବିଷ୍ଣୁଙ୍କ ଦର୍ଶନ କରିବା ସୁଯୋଗ ହାତଛଡ଼ା କରୁନାହାନ୍ତି।
ତେବେ ଡ୍ୟାମ୍‌ରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ନ ଥିବାରୁ ସମସ୍ୟା ହେଉଛି। ପିଇବା ପାଣି ପାଇଁ ନଳକୂପ ନ ଥିବାରୁ ପର୍ଯ୍ୟଟକମାନେ ଡ୍ୟାମ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ମହିଳାଙ୍କ ଲାଗି ଶୌଚାଳୟ ନାହିଁ। ମୋବାଇଲ ନେଟଓ୍ବର୍କ ମଧ୍ୟ ଠିକ୍‌ରେ ଆସୁନାହିଁ। ଏଭଳି ଅବ୍ୟବସ୍ଥା ଲାଗି ପର୍ଯ୍ୟଟକମାନେ ପ୍ରଶାସନକୁ ଦାୟୀ କରିଛନ୍ତି। ଏ ସଂକ୍ରାନ୍ତରେ ପରଜଙ୍ଗର ଲିମାଶ୍ରୀ ପରିଡ଼ା କୁହନ୍ତି, ବଣଭୋଜି କରିବା ଲାଗି ଦଦରାଘାଟିର ପରିବେଶ ବେଶ୍‌ ଭଲ। ତେବେ ପିଇବା ପାଣି ପାଇଁ ନଳକୂପ କି ଶୌଚାଳୟ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି, ପଥର ଚାଲାଣ, ଜରିମାନା ଆଦାୟ

ଚିକିଟି,୭ା୫(ଡି.ଏନ.ଏ.)-ଚିକିଟି ତହସିଲ ଅଞ୍ଚଳରେ ଟ୍ରକ୍‌ ଓ ଟ୍ରାକ୍ଟର ଯୋଗେ ବେଆଇନ ବାଲି, ପଥର ଚାଲାଣ ଓ ମାସ୍କ ବ୍ୟବହାର କରି ନ ଥିବା ବ୍ୟକ୍ତିଙ୍କଠାରୁ ୭୧,୮୦୦...

କଳା ତାଲିକାଭୁକ୍ତ ସଂସ୍ଥାକୁ ସଫେଇ କାର୍ଯ୍ୟାଦେଶ

କେନ୍ଦୁଝର,୧୧।୪(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକାର ସଫେଇ କାମ ଏକ କଳା ତାଲିକାଭୁକ୍ତ ସଂସ୍ଥାକୁ ଦିଆଯାଇଛି। ଉକ୍ତ ସଂସ୍ଥା କର୍ମଚାରୀଙ୍କୁ କମ ଦରମା ଦେଉଥିବା ବେଳେ ସେମାନଙ୍କଠାରୁ କଟାଯାଉଥିବା...

ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଆଦିବାସୀ

ଜମନକିରା,୭ା୧୧(ଡି.ଏନ.ଏ.): ପ୍ରଶାସନର ପ୍ରତିଶ୍ରୁତି ପାଇବା ପରେ ସୋମବାର ଜମନକିରା ବ୍ଲକ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ କରାଯାଇଥିବା ରାସ୍ତାରୋକୋ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁସାରେ, ବ୍ଲକର...

ଜୟ ଜଗନ୍ନାଥ ସିଲେଇ ୟୁନିଟ ପ୍ରତି ନିଘା ନାହିଁ

ଓଡ଼ଗାଁ, ୨୪ା୭(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁରେ ସୁରଟ ଓ ଦିଲ୍ଲୀ ଢାଞ୍ଚାରେ ତିଆରି ହୋଇଥିବା ପୋଷାକ ପ୍ରସ୍ତୁତ କାରଖାନା ପ୍ରତି କାହାର ନିଘାନାହିଁ।...

ଲିଫ୍ଟ ମାଗି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଦାରିଙ୍ଗବାଡ଼ି,୯ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବାଇକ୍‌ରେ ଲିଫ୍ଟ ମାଗି ମରଣାନ୍ତକ ଆକ୍ରମଣ କରିବାରୁ କୋଟଗଡ଼ ବ୍ଲକ...

ଏନ୍‌ଟିପିସିରେ ଘୋର କୋଇଲା ସଙ୍କଟ

ତାଳଚେର, ୩୦ା୭ (ନି.ପ୍ର.) ଅନୁଗୋଳ ଜିଲା କଣିହାଁ ସ୍ଥିତ ମହାରତ୍ନ କମ୍ପାନୀ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଭରତପୁର କୋଇଲା ଖଣିଠାରେ...

ଜିଲାପାଳଙ୍କ ଘୋଷଣା: ଗୁଣିଗାରେଡି ପ୍ରମାଣ କଲେ ୫୦ ହଜାର ପୁରସ୍କାର

ଛତ୍ରପୁର,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଭୂତ, ପ୍ରେତ, ଗୁଣିଗାରେଡିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି। ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନ ଯାଇ...

ବେଲପାହାଡ଼ରେ ବିଧାୟକଙ୍କ ସମୀକ୍ଷା ବୈଠକ

ବେଲପାହାଡ଼,୧୪ା୯ (ଡ଼ି.ଏନ୍‌.ଏ.) ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ତଥା ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ବ୍ରଜରାଜନଗର ବିଧାୟକ କିଶୋର କୁମାର...

Advertisement
Archives

Model This Week