ପୁରୀରେ ଖୋଲିବ ଦ୍ୱିତୀୟ ପ୍ରତ୍ନତତ୍ତ୍ୱ ବିଭାଗ କାର୍ଯ୍ୟାଳୟ

କଟକ ଅଫିସ,୬ା୧: ପୁରୀ-କୋଣାର୍କ ଅଞ୍ଚଳ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)ର ଦ୍ୱିତୀୟ କାର୍ଯ୍ୟାଳୟ ପୁରୀଠାରେ ଖୁବ୍‌ଶୀଘ୍ର ଖୋଲାଯିବ। ଭୁବନେଶ୍ୱରଠାରେ ଏଏସ୍‌ଆଇ କାର୍ଯ୍ୟାଳୟ ରହିଥିବାବେଳେ ଆବଶ୍ୟକତା ଦୃଷ୍ଟିରୁ ଦ୍ୱିତୀୟ କାର୍ଯ୍ୟାଳୟ ଖୋଲାଯିବା ପାଇଁ ନିଷତ୍ତି ନିଆଯାଇଛି। ଶ୍ରୀମନ୍ଦିର ରନତ୍ଭଣ୍ଡାର ଖୋଲିବା ମାମଲାର ଗୁରୁବାର ଶୁଣାଣିରେ ଡେପୁଟି ସଲିସିଟର ଜେନେରାଲ ଅଫ୍‌ ଇଣ୍ଡିଆ ଫର୍‌ ଓଡ଼ିଶା ହାଇକୋର୍ଟ ପ୍ରସନ୍ନ କୁମାର ପାଢ଼ୀ ହାଇକୋର୍ଟଙ୍କୁ ଏନେଇ ଅବଗତ କରାଇଛନ୍ତି। ହେଲେ ରତ୍ନଭଣ୍ଡାର ସଂକ୍ରାନ୍ତରେ କୌଣସି ସତ୍ୟପାଠ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କରାଯାଇନାହିଁ। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ଆସନ୍ତା ମାର୍ଚ୍ଚ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପରବର୍ତ୍ତୀ ଶୁଣାଣିରେ ରତ୍ନଭଣ୍ଡାର ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆମିକସ୍‌କ୍ୟୁରୀ ଏନ୍‌.କେ. ମହାନ୍ତି ଅଦାଲତଙ୍କୁ ଅବଗତ କରାଇଥିଲେ ନୂଆବର୍ଷ ପାଳନ ପାଇଁ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି କାର୍ଯ୍ୟ ଧିମେଇ ଯାଇଛି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ଜଗମୋହନ ଓ ନାଟମଣ୍ଡପ ସ୍ଥିତି ଜଣାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଗତ ଅକ୍ଟୋବର ୧୮ ତାରିଖ ଶୁଣାଣିରେ ହାଇକୋର୍ଟ ୪ ସପ୍ତାହ ମଧ୍ୟରେ ରନତ୍ ଭଣ୍ଡାରର ସ୍ଥିତି ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରନତ୍ଭଣ୍ଡାର ଶେଷଥର ପାଇଁ କେବେ ଖୋଲିଥିଲା ଓ ସେ ସମୟରେ ଏଥିରେ କେତେ ଅଳଙ୍କାର ଥିଲା, ସେବେଠାରୁ ଏ ପର୍ଯ୍ୟନ୍ତ କାହିଁକି ରନତ୍ଭଣ୍ଡାର ଖୋଲାଯାଇନି ସେ ସଂକ୍ରାନ୍ତରେ ଜବାବ ରଖିବାକୁ ମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ଆଇନଜୀବୀ ଆଲୋକ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ଆବେଦନକାରୀ ପିଟିଶନରେ ଦର୍ଶାଇଥିଲେ, ୧୯୭୮ ମସିହାରେ ଶେଷଥର ପାଇଁ ରନତ୍ଭଣ୍ଡାର ଖୋଲାଯାଇଥିଲା। ସେତେବେଳେ ତତ୍କାଳୀନ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଏହି କମିଟି ରନତ୍ଭଣ୍ଡାରରେ କେତେ ସୁନା ଅଳଙ୍କାର ରହିଛି, ତାହାର ଏକ ଆକଳନ କରି ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା। ମାତ୍ର ସେବେଠାରୁ ରତ୍ନଭଣ୍ଡାର ଖୋଲାଯାଇନାହିଁ। କିଛିବର୍ଷ ତଳେ ଏ ନେଇ ରୁଜୁ ଏକ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରନତ୍ଭଣ୍ଡାର ଖୋଲିବା ପାଇଁ ଉଦ୍ୟମ ହୋଇଥିଲା। ହେଲେ ରନତ୍ଭଣ୍ଡାର ଆଉ ଖୋଲାଯାଇ ପାରି ନଥିଲା। ସେବେଠାରୁ ରତ୍ନଭଣ୍ଡାର ଖୋଲାଯିବା ପାଇଁ ଉଦ୍ୟମ ହୋଇନାହିଁ। ଅପରପକ୍ଷରେ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତିକୁ ନେଇ ଆମିକସ୍‌କ୍ୟୁରୀ ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନରେ ଫାଟ ସୃଷ୍ଟି ହୋଇଥିବା ନେଇ କୁହାଯାଇଥିଲା। ଆମିକସ୍‌କ୍ୟୁରୀ ଶ୍ରୀମନ୍ଦିରର ସୁରକ୍ଷା କାର୍ଯ୍ୟର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ମରାମତି କାର୍ଯ୍ୟ ତଦାରଖ ଲାଗି ପ୍ରାର୍ଥନା କରିଥିଲେ। ପ୍ରତି ମାସେ କିମ୍ବା ଦୁଇ ମାସରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ତଲବ କଲେ ଏହି ମରାମତି କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ ବେଲି ମହାନ୍ତି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?