ପୁରୀରେ ଖୋଲିବ ଦ୍ୱିତୀୟ ପ୍ରତ୍ନତତ୍ତ୍ୱ ବିଭାଗ କାର୍ଯ୍ୟାଳୟ

କଟକ ଅଫିସ,୬ା୧: ପୁରୀ-କୋଣାର୍କ ଅଞ୍ଚଳ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)ର ଦ୍ୱିତୀୟ କାର୍ଯ୍ୟାଳୟ ପୁରୀଠାରେ ଖୁବ୍‌ଶୀଘ୍ର ଖୋଲାଯିବ। ଭୁବନେଶ୍ୱରଠାରେ ଏଏସ୍‌ଆଇ କାର୍ଯ୍ୟାଳୟ ରହିଥିବାବେଳେ ଆବଶ୍ୟକତା ଦୃଷ୍ଟିରୁ ଦ୍ୱିତୀୟ କାର୍ଯ୍ୟାଳୟ ଖୋଲାଯିବା ପାଇଁ ନିଷତ୍ତି ନିଆଯାଇଛି। ଶ୍ରୀମନ୍ଦିର ରନତ୍ଭଣ୍ଡାର ଖୋଲିବା ମାମଲାର ଗୁରୁବାର ଶୁଣାଣିରେ ଡେପୁଟି ସଲିସିଟର ଜେନେରାଲ ଅଫ୍‌ ଇଣ୍ଡିଆ ଫର୍‌ ଓଡ଼ିଶା ହାଇକୋର୍ଟ ପ୍ରସନ୍ନ କୁମାର ପାଢ଼ୀ ହାଇକୋର୍ଟଙ୍କୁ ଏନେଇ ଅବଗତ କରାଇଛନ୍ତି। ହେଲେ ରତ୍ନଭଣ୍ଡାର ସଂକ୍ରାନ୍ତରେ କୌଣସି ସତ୍ୟପାଠ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କରାଯାଇନାହିଁ। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ। ଆସନ୍ତା ମାର୍ଚ୍ଚ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପରବର୍ତ୍ତୀ ଶୁଣାଣିରେ ରତ୍ନଭଣ୍ଡାର ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆମିକସ୍‌କ୍ୟୁରୀ ଏନ୍‌.କେ. ମହାନ୍ତି ଅଦାଲତଙ୍କୁ ଅବଗତ କରାଇଥିଲେ ନୂଆବର୍ଷ ପାଳନ ପାଇଁ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି କାର୍ଯ୍ୟ ଧିମେଇ ଯାଇଛି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ଜଗମୋହନ ଓ ନାଟମଣ୍ଡପ ସ୍ଥିତି ଜଣାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଗତ ଅକ୍ଟୋବର ୧୮ ତାରିଖ ଶୁଣାଣିରେ ହାଇକୋର୍ଟ ୪ ସପ୍ତାହ ମଧ୍ୟରେ ରନତ୍ ଭଣ୍ଡାରର ସ୍ଥିତି ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରନତ୍ଭଣ୍ଡାର ଶେଷଥର ପାଇଁ କେବେ ଖୋଲିଥିଲା ଓ ସେ ସମୟରେ ଏଥିରେ କେତେ ଅଳଙ୍କାର ଥିଲା, ସେବେଠାରୁ ଏ ପର୍ଯ୍ୟନ୍ତ କାହିଁକି ରନତ୍ଭଣ୍ଡାର ଖୋଲାଯାଇନି ସେ ସଂକ୍ରାନ୍ତରେ ଜବାବ ରଖିବାକୁ ମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ଆଇନଜୀବୀ ଆଲୋକ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ଆବେଦନକାରୀ ପିଟିଶନରେ ଦର୍ଶାଇଥିଲେ, ୧୯୭୮ ମସିହାରେ ଶେଷଥର ପାଇଁ ରନତ୍ଭଣ୍ଡାର ଖୋଲାଯାଇଥିଲା। ସେତେବେଳେ ତତ୍କାଳୀନ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଏହି କମିଟି ରନତ୍ଭଣ୍ଡାରରେ କେତେ ସୁନା ଅଳଙ୍କାର ରହିଛି, ତାହାର ଏକ ଆକଳନ କରି ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା। ମାତ୍ର ସେବେଠାରୁ ରତ୍ନଭଣ୍ଡାର ଖୋଲାଯାଇନାହିଁ। କିଛିବର୍ଷ ତଳେ ଏ ନେଇ ରୁଜୁ ଏକ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରନତ୍ଭଣ୍ଡାର ଖୋଲିବା ପାଇଁ ଉଦ୍ୟମ ହୋଇଥିଲା। ହେଲେ ରନତ୍ଭଣ୍ଡାର ଆଉ ଖୋଲାଯାଇ ପାରି ନଥିଲା। ସେବେଠାରୁ ରତ୍ନଭଣ୍ଡାର ଖୋଲାଯିବା ପାଇଁ ଉଦ୍ୟମ ହୋଇନାହିଁ। ଅପରପକ୍ଷରେ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତିକୁ ନେଇ ଆମିକସ୍‌କ୍ୟୁରୀ ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନରେ ଫାଟ ସୃଷ୍ଟି ହୋଇଥିବା ନେଇ କୁହାଯାଇଥିଲା। ଆମିକସ୍‌କ୍ୟୁରୀ ଶ୍ରୀମନ୍ଦିରର ସୁରକ୍ଷା କାର୍ଯ୍ୟର ଗୁରୁତ୍ୱ ଦୃଷ୍ଟିରୁ ହାଇକୋର୍ଟ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ମରାମତି କାର୍ଯ୍ୟ ତଦାରଖ ଲାଗି ପ୍ରାର୍ଥନା କରିଥିଲେ। ପ୍ରତି ମାସେ କିମ୍ବା ଦୁଇ ମାସରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ତଲବ କଲେ ଏହି ମରାମତି କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ ବେଲି ମହାନ୍ତି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri