ସଙ୍କୁଚିତ ହେଉଛି ବୈତରଣୀ

ଯାଜପୁର ଅଫିସ,୬ା୧: କେନ୍ଦୁଝର ଜିଲା ଗୋନାସିକା ପାହାଡ଼ରୁ ବାହାରି ଯାଜପୁର ଜିଲା ଦେଇ ପ୍ରବାହିତ ଚିରସ୍ରୋତା ବୈତରଣୀ ନଦୀର କେତେକାଂଶ ଏବେ ନାଳ ପାଲଟିଛି। ନଦୀକୂଳକୁ ପୋତି ବିକାଶ କାମ ଚାଲିଥିବାରୁ ସାଧାରଣରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାସହ ଓସାରିଆ ନଦୀ ସଙ୍କୁଚିତ ହେଉଥିବାରୁ ଆରପଟରେ ଥିବା ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଓ ଧାମନଗର ଆଦି ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ଆଗକୁ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି ା ଏହି କ୍ରମରେ ଭଣ୍ଡାରୀପୋଖରୀ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ପୂର୍ବରୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଏକ ମାମଲା ରୁଜୁ ହୋଇ ସାରିଛି।
ବୈତରଣୀ ନଦୀର ଡାହାଣ ପାର୍ଶ୍ୱରେ ନିର୍ମାଣାଧୀନ କଂକ୍ରିଟ ନଦୀବନ୍ଧ ମାମଲା ଉପରେ ଜଳ ସମ୍ପଦ ବିଭାଗ ପୂର୍ବରୁ ସ୍ପଷ୍ଟୀକରଣ ମାଗି ସାରିଛି। ୨୦୨୧ ନଭେମ୍ବରରେ ଏହି ମର୍ମରେ ଜଳ ସମ୍ପଦ ବିଭାଗର ଅଧସ୍ଥନ ସଚିବ ରବୀନ୍ଦ୍ରନାଥ ଚିନାରା ଉକ୍ତ ମାମଲା ଉପରେ ତୁରନ୍ତ ପରୀକ୍ଷାନୀରିକ୍ଷା କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ଚିଫ୍‌ ଇଞ୍ଜିନିୟର ଓ ବେସିନ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଏନ୍‌ଜିଟିରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନଦୀ ପାର୍ଶ୍ୱରେ କଂକ୍ରିଟ ନଦୀବନ୍ଧ ନିର୍ମାଣ କରାଗଲେ ଭଦ୍ରକ ଜିଲା ଅଞ୍ଚଳକୁ ବନ୍ୟା ସମ୍ଭାବନା ଅଧିକ ରହିବ। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଗତ ୫ା୧୦ା୨୦୨୧ରେ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟିର ଆବାହକ ଅକ୍ଷୟ କୁମାର ତ୍ରିପାଠୀ ଓ ଅନ୍ୟମାନେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗରେ ସେମାନେ ଆହୁରି ଦର୍ଶାଇଥିଲେ, ପ୍ରାୟ ୮ କିମି ଲମ୍ବ ଏହି ନଦୀବନ୍ଧ ନିର୍ମାଣ କରିବାକୁ ୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବୈତରଣୀ ଆଖୁଆପଦା ଆନ୍ନିକଟ ଡାହାଣ ପାର୍ଶ୍ୱରୁ ୩ଟି ଟେଣ୍ଡରରେ କଂକ୍ରିଟ ନଦୀବନ୍ଧ ନିର୍ମାଣ କରିବାକୁ ହୀନ ପ୍ରୟାସ ଚାଲିଛି। ଏହାବ୍ୟତୀତ ବୈତରଣୀ ନଦୀଶଯ୍ୟାରେ ବେଆଇନ ଭାବେ ଅନେକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ବୈତରଣୀର ଶାଖା ବୁଢା ଆନ୍ନିକଟ ବ୍ରିଜ ତଳେ ପ୍ରାୟ ୫ ଏକର ଜମିରେ ଘର ନିର୍ମାଣ ସମେତ ଯାଜପୁର ସହରର ବୈତରଣୀ ପଠାକୁ ପୋତି ମେଡିକାଲ କଲେଜ ନିର୍ମାଣ ଚାଲିଛି। ଏହାସହ ବୈତରଣୀକୁ ଲାଗି ବାଳାଶ୍ରମ ପଡ଼ିଆକୁ ପୋତି ଦିଆଯାଇଛି। ସେଠାରେ ମଧ୍ୟ କୌଣସି ଏକ ପ୍ରକଳ୍ପ ନିର୍ମାଣ ହେବ ବୋଲି କୁହାଯାଉଛି। ଏହାବାଦ୍‌ ବୈତରଣୀ ନଦୀର ସପ୍ତମାତୃକା ନିକଟରେ ୨ଟି ବ୍ୟାରେଜ କାମ ଚାଲିଛି। ବିକାଶ ନାମରେ ପ୍ରାକୃତିକ ନଦୀ ଶଯ୍ୟା ଉପରେ ପରିବେଶଗତ ଅନୁମତି ନ ଥାଇ ଏଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି। ଅନ୍ୟପକ୍ଷେ ବିକାଶ ମଧ୍ୟ ଜରୁରୀ ବୋଲି କେତେକାଂଶରେ ଚର୍ଚ୍ଚା ହେଉଛି। ତେବେ ଆଗକୁ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କାକୁ ଆଖି ଆଗରେ ରଖି ଉନ୍ନୟନ କାର୍ଯ୍ୟ ହେବା ଉଚିତ ବୋଲି ମତପ୍ରକାଶ ପାଇଛି। ଏହି କାରଣରୁ ଗତ ଧାମନଗର ଉପନିର୍ବାଚନରେ ଶାସକ ଦଳର କେତେଜଣ ନେତାଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା ବୋଲି କୁହାଯାଉଛି।
ଅଭିଯୋଗ ଅନୁଯାୟୀ, ନଦୀବନ୍ଧ ନିର୍ମାଣ ହେଲେ ବନ୍ୟା ସମୟରେ ବୈତରଣୀ ୧୫୦୦ ମିଟର ପ୍ରସ୍ଥ ସ୍ଥାନ ବଦଳରେ ମାତ୍ର ୭୦୦ରୁ ୧୦୦୦ ମିଟର ମଧ୍ୟରେ ଜଳ ପ୍ରବାହିତ ହେବ। ଏହାଫଳରେ ବୈତରଣୀ ନଦୀ ବାମପାର୍ଶ୍ୱ ବନ୍ଧକୁ ଓ ବାଲିପୋଖରୀ ଏସ୍କେପକୁ ଭାଙ୍ଗି ତାର ଗତିପଥ ବଦଳାଇ ସମ୍ପୂର୍ଣ୍ଣ ଭାବେ ଭଣ୍ଡାରୀପୋଖରୀ ଓ ଭଦ୍ରକ ମଧ୍ୟରେ ନଦୀ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ଯାଜପୁର ଜିଲାକୁ ଆଦୌ ବନ୍ୟା ପାଣି ପ୍ରବାହିତ ହେବ ନାହିଁ। ଅନ୍ୟପକ୍ଷେ ବୈତରଣୀ ନଦୀର ଯାଜପୁରଠାରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ ବ୍ୟାରେଜ ମଧ୍ୟ ଏହି ମନୁଷ୍ୟକୃତ ବିପର୍ଯ୍ୟୟର ଆଉ ଏକ କାରଣ ହୋଇ ଠିଆ ହେବ। ଏଥିଯୋଗୁ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ଜନସାଧାରଣଙ୍କ ପାଇଁ ବିପତ୍ତିକୁ ଆମନ୍ତ୍ରଣ କରାଯାଉଛି। ତେଣୁ ନଦୀପଠାରେ ବନ୍ୟାଜଳର ପ୍ରାକୃତିକ ପ୍ରବାହକୁ ଅବରୋଧ କରୁଥିବା ବେଆଇନ ନିର୍ମାଣାଧୀନ ପ୍ରକଳ୍ପଗୁଡିକୁ ବନ୍ଦ କରିବାକୁ କମିଟି ପକ୍ଷରୁ ଦାବି ହୋଇଥିଲା। ତେବେ ଏ ସଂକ୍ରାନ୍ତରେ ଯାଜପୁର ଜଳ ସମ୍ପଦ ବିଭାଗର ଏସ୍‌ଡିଓ ସୁଧାଂଶୁ ନାଏକଙ୍କୁ ପଚାରିବାରେ ସେ କହିଛନ୍ତି, ବୈତରଣୀ ନଦୀପଠାରେ ପ୍ରାକୃତିକ ପ୍ରବାହରେ କୌଣସି ସମସ୍ୟା ହେବ ନାହିଁ। ଏଥିପାଇଁ ବିଭାଗ ପକ୍ଷରୁ ଦୃଷ୍ଟି ରଖାଯାଇ କାମ ହେଉଛି। ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପମାନ ମଧ୍ୟ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?