ସଙ୍କୁଚିତ ହେଉଛି ବୈତରଣୀ

ଯାଜପୁର ଅଫିସ,୬ା୧: କେନ୍ଦୁଝର ଜିଲା ଗୋନାସିକା ପାହାଡ଼ରୁ ବାହାରି ଯାଜପୁର ଜିଲା ଦେଇ ପ୍ରବାହିତ ଚିରସ୍ରୋତା ବୈତରଣୀ ନଦୀର କେତେକାଂଶ ଏବେ ନାଳ ପାଲଟିଛି। ନଦୀକୂଳକୁ ପୋତି ବିକାଶ କାମ ଚାଲିଥିବାରୁ ସାଧାରଣରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାସହ ଓସାରିଆ ନଦୀ ସଙ୍କୁଚିତ ହେଉଥିବାରୁ ଆରପଟରେ ଥିବା ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଓ ଧାମନଗର ଆଦି ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ଆଗକୁ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି ା ଏହି କ୍ରମରେ ଭଣ୍ଡାରୀପୋଖରୀ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ପୂର୍ବରୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଏକ ମାମଲା ରୁଜୁ ହୋଇ ସାରିଛି।
ବୈତରଣୀ ନଦୀର ଡାହାଣ ପାର୍ଶ୍ୱରେ ନିର୍ମାଣାଧୀନ କଂକ୍ରିଟ ନଦୀବନ୍ଧ ମାମଲା ଉପରେ ଜଳ ସମ୍ପଦ ବିଭାଗ ପୂର୍ବରୁ ସ୍ପଷ୍ଟୀକରଣ ମାଗି ସାରିଛି। ୨୦୨୧ ନଭେମ୍ବରରେ ଏହି ମର୍ମରେ ଜଳ ସମ୍ପଦ ବିଭାଗର ଅଧସ୍ଥନ ସଚିବ ରବୀନ୍ଦ୍ରନାଥ ଚିନାରା ଉକ୍ତ ମାମଲା ଉପରେ ତୁରନ୍ତ ପରୀକ୍ଷାନୀରିକ୍ଷା କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ଚିଫ୍‌ ଇଞ୍ଜିନିୟର ଓ ବେସିନ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଏନ୍‌ଜିଟିରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନଦୀ ପାର୍ଶ୍ୱରେ କଂକ୍ରିଟ ନଦୀବନ୍ଧ ନିର୍ମାଣ କରାଗଲେ ଭଦ୍ରକ ଜିଲା ଅଞ୍ଚଳକୁ ବନ୍ୟା ସମ୍ଭାବନା ଅଧିକ ରହିବ। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଗତ ୫ା୧୦ା୨୦୨୧ରେ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟିର ଆବାହକ ଅକ୍ଷୟ କୁମାର ତ୍ରିପାଠୀ ଓ ଅନ୍ୟମାନେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗରେ ସେମାନେ ଆହୁରି ଦର୍ଶାଇଥିଲେ, ପ୍ରାୟ ୮ କିମି ଲମ୍ବ ଏହି ନଦୀବନ୍ଧ ନିର୍ମାଣ କରିବାକୁ ୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବୈତରଣୀ ଆଖୁଆପଦା ଆନ୍ନିକଟ ଡାହାଣ ପାର୍ଶ୍ୱରୁ ୩ଟି ଟେଣ୍ଡରରେ କଂକ୍ରିଟ ନଦୀବନ୍ଧ ନିର୍ମାଣ କରିବାକୁ ହୀନ ପ୍ରୟାସ ଚାଲିଛି। ଏହାବ୍ୟତୀତ ବୈତରଣୀ ନଦୀଶଯ୍ୟାରେ ବେଆଇନ ଭାବେ ଅନେକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ବୈତରଣୀର ଶାଖା ବୁଢା ଆନ୍ନିକଟ ବ୍ରିଜ ତଳେ ପ୍ରାୟ ୫ ଏକର ଜମିରେ ଘର ନିର୍ମାଣ ସମେତ ଯାଜପୁର ସହରର ବୈତରଣୀ ପଠାକୁ ପୋତି ମେଡିକାଲ କଲେଜ ନିର୍ମାଣ ଚାଲିଛି। ଏହାସହ ବୈତରଣୀକୁ ଲାଗି ବାଳାଶ୍ରମ ପଡ଼ିଆକୁ ପୋତି ଦିଆଯାଇଛି। ସେଠାରେ ମଧ୍ୟ କୌଣସି ଏକ ପ୍ରକଳ୍ପ ନିର୍ମାଣ ହେବ ବୋଲି କୁହାଯାଉଛି। ଏହାବାଦ୍‌ ବୈତରଣୀ ନଦୀର ସପ୍ତମାତୃକା ନିକଟରେ ୨ଟି ବ୍ୟାରେଜ କାମ ଚାଲିଛି। ବିକାଶ ନାମରେ ପ୍ରାକୃତିକ ନଦୀ ଶଯ୍ୟା ଉପରେ ପରିବେଶଗତ ଅନୁମତି ନ ଥାଇ ଏଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଇଛି। ଅନ୍ୟପକ୍ଷେ ବିକାଶ ମଧ୍ୟ ଜରୁରୀ ବୋଲି କେତେକାଂଶରେ ଚର୍ଚ୍ଚା ହେଉଛି। ତେବେ ଆଗକୁ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କାକୁ ଆଖି ଆଗରେ ରଖି ଉନ୍ନୟନ କାର୍ଯ୍ୟ ହେବା ଉଚିତ ବୋଲି ମତପ୍ରକାଶ ପାଇଛି। ଏହି କାରଣରୁ ଗତ ଧାମନଗର ଉପନିର୍ବାଚନରେ ଶାସକ ଦଳର କେତେଜଣ ନେତାଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା ବୋଲି କୁହାଯାଉଛି।
ଅଭିଯୋଗ ଅନୁଯାୟୀ, ନଦୀବନ୍ଧ ନିର୍ମାଣ ହେଲେ ବନ୍ୟା ସମୟରେ ବୈତରଣୀ ୧୫୦୦ ମିଟର ପ୍ରସ୍ଥ ସ୍ଥାନ ବଦଳରେ ମାତ୍ର ୭୦୦ରୁ ୧୦୦୦ ମିଟର ମଧ୍ୟରେ ଜଳ ପ୍ରବାହିତ ହେବ। ଏହାଫଳରେ ବୈତରଣୀ ନଦୀ ବାମପାର୍ଶ୍ୱ ବନ୍ଧକୁ ଓ ବାଲିପୋଖରୀ ଏସ୍କେପକୁ ଭାଙ୍ଗି ତାର ଗତିପଥ ବଦଳାଇ ସମ୍ପୂର୍ଣ୍ଣ ଭାବେ ଭଣ୍ଡାରୀପୋଖରୀ ଓ ଭଦ୍ରକ ମଧ୍ୟରେ ନଦୀ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ଯାଜପୁର ଜିଲାକୁ ଆଦୌ ବନ୍ୟା ପାଣି ପ୍ରବାହିତ ହେବ ନାହିଁ। ଅନ୍ୟପକ୍ଷେ ବୈତରଣୀ ନଦୀର ଯାଜପୁରଠାରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣାଧୀନ ବ୍ୟାରେଜ ମଧ୍ୟ ଏହି ମନୁଷ୍ୟକୃତ ବିପର୍ଯ୍ୟୟର ଆଉ ଏକ କାରଣ ହୋଇ ଠିଆ ହେବ। ଏଥିଯୋଗୁ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ଜନସାଧାରଣଙ୍କ ପାଇଁ ବିପତ୍ତିକୁ ଆମନ୍ତ୍ରଣ କରାଯାଉଛି। ତେଣୁ ନଦୀପଠାରେ ବନ୍ୟାଜଳର ପ୍ରାକୃତିକ ପ୍ରବାହକୁ ଅବରୋଧ କରୁଥିବା ବେଆଇନ ନିର୍ମାଣାଧୀନ ପ୍ରକଳ୍ପଗୁଡିକୁ ବନ୍ଦ କରିବାକୁ କମିଟି ପକ୍ଷରୁ ଦାବି ହୋଇଥିଲା। ତେବେ ଏ ସଂକ୍ରାନ୍ତରେ ଯାଜପୁର ଜଳ ସମ୍ପଦ ବିଭାଗର ଏସ୍‌ଡିଓ ସୁଧାଂଶୁ ନାଏକଙ୍କୁ ପଚାରିବାରେ ସେ କହିଛନ୍ତି, ବୈତରଣୀ ନଦୀପଠାରେ ପ୍ରାକୃତିକ ପ୍ରବାହରେ କୌଣସି ସମସ୍ୟା ହେବ ନାହିଁ। ଏଥିପାଇଁ ବିଭାଗ ପକ୍ଷରୁ ଦୃଷ୍ଟି ରଖାଯାଇ କାମ ହେଉଛି। ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପମାନ ମଧ୍ୟ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri