ଆମ ଜିଲା ଖବର

ରାତିରେ ପରିବହନ ହେଉଛି ପିଡିଏସ୍‌ ସାମଗ୍ରୀ

ନାଉଗଁା,୩୦ା୧୧(ସ୍ବ.ପ୍ର.): ନାଉଗଁା ବ୍ଲକରେ ପିଡିଏସ୍‌ ସାମଗ୍ରୀ ପରିବହନରେ ସରକାରୀ ନିୟମ ଉଲ୍ଲଘଂନ ହେଉଛି। ଉକ୍ତ ବ୍ଲକରେ ସମୁଦାୟ ୧୭ ହଜାର ୨୫୪ ଜଣ ଖାଉଟି କାର୍ଡଧାରୀ ଥିବାବେଳେ ୬୩ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଅଛନ୍ତି। ହିତାଧିକାରୀମାନଙ୍କୁ ସୁବିଧାରେ ସାମଗ୍ରୀ ଯୋଗାଇବା ପାଇଁ…

ଅବାଧରେ ଚାଲିଛି ଚୋରା ନିଶା କାରବାର

ଜଗତ୍‌ସିଂହପୁର ଅଫିସ, ୩୦ା୧୧: ଜଗତ୍‌ସିଂହପୁର ଜିଲାରେ ଦିନକୁ ଦିନ ଚୋରା ନିଶା କାରବାର ବଢ଼ି ଚାଲିଛି। ସହରରୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ଛାତ୍ରୀଛାତ୍ରଙ୍କଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଁଏ ଏଥିଯୋଗୁ ପ୍ରଭାବିତ ହେଉଛନ୍ତି। ଜିଲା ସଦର ମହକୁମାରେ ଏହି କାରବାର ଅବାଧରେ…

ମଧ୍ୟାହ୍ନଭୋଜନ ଖାଇ ୧୧୬ ଛାତ୍ରୀଛାତ୍ର ଅସୁସ୍ଥ

ଖମାର, ୩୦ା୧୧ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ରଜଡ଼ଙ୍ଗ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ମଧ୍ୟାନଭୋଜନ ଖାଇ ୧୧୬ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଭର୍ତ୍ତି କରାଯାଇଛି। ମଧ୍ୟାନଭୋଜନରେ ଖାଇଥିବା ସୋୟା ବଡି ନିମ୍ନମାନର…

ଗ୍ୟାସ୍‌ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଗାଡ଼ି ଚଳାଚଳ ବନ୍ଦ

ପଟ୍ଟାଙ୍ଗି,୩୦ା୧୧(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଜୁଗଡ଼ା-ତେଲରାଇ ଗ୍ରାମ ମଝି ଜାତୀୟ ରାଜପଥରେ ମଙ୍ଗଳବାର ଏକ ଏଚ୍‌ପି ଗ୍ୟାସ ଟ୍ୟାଙ୍କର ଓଲଟି ପଡିଛି। ସେଥିରୁ ଗ୍ୟାସ ଲିକ୍‌ କରୁଥିବାରୁ ଉକ୍ତ ରାସ୍ତାରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ କୌଣସି ଗାଡି…

ମଲାଡ଼ରେ ଅଗ୍ନିକାଣ୍ଡ: ଜଳିଗଲା ଦୁଇ ଘର

ଗଞ୍ଜାମ,୨୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତର ମଲାଡ଼ ଗ୍ରାମରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨ଟି ଚାଳଛପର ଘର ଜଳିପୋଡି ପାଉଁଶ ହୋଇଯାଇଛି। ଏହାପରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଙ୍ଗେ ସଙ୍ଗେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଘଟଣାସ୍ଥଳରେ…

ଖରିଫ ଧାନ ମଣ୍ଡି ଉଦ୍‌ଘାଟିତ

କୋକସରା,୨୯।୧୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ପ୍ରଶାସନ ପକ୍ଷରୁ ୨୫ତାରିଖରୁ ମଣ୍ଡି ଆରମ୍ଭ ହୋଇଛି। ଇତିମଧ୍ୟରେ ମଙ୍ଗଳବାର କୋକସରା ବ୍ଲକ ସଦର ଧାନ ମଣ୍ଡିକୁ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ଦେବବ୍ରତ କରାଟି, ଯୋଗାଣ ଅଧିକାରୀ…

ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଅଟକ: ସାଇଣ୍ଟିଫିକ ଟିମ୍‌, ପୋଲିସର ତଦନ୍ତ ଜାରି

କୋକସରା,୨୯।୧୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁର ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଅଭିଯୋଗରେ କୋକସରା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ମଙ୍ଗଳବାର ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ…

କେନ୍ଦୁଝର ଟ୍ରକ୍‌ ମାଲିକ ସଂଘ ବିବାଦ: ପୂର୍ବତନ କର୍ମକର୍ତ୍ତାଙ୍କ ଇସ୍ତଫା ଦାବି

କେନ୍ଦୁଝର,୨୯ା୧୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନକୁ ନେଇ ବିବାଦ ଲାଗି ରହିଛି। ଏନେଇ ଅକ୍ଟୋବର ୩୧ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଂଘ ପକ୍ଷରୁ ଅନଶନ ଜାରି ରହିଛି। ରବିବାର ଟ୍ରକ୍‌ ମାଲିକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ…

ଯାଞ୍ଚ ନ କରି ଜରିମାନା ଆଦାୟକୁ ବିରୋଧ: ଆର୍‌ଟିଓ ଘେରିଲେ ଯୁବଗୋଷ୍ଠୀ

ପାରଳାଖେମୁଣ୍ଡି,୨୯ା୧୧(ଡି.ଏନ.ଏ.): ଗଜପତି ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କେତେକ କାର୍ଯ୍ୟକଳାପକୁ ନାପସନ୍ଦ କରି ପାରଳାଖେମୁଣ୍ଡିର ଯୁବଗୋଷ୍ଠୀ ପରିବହନ ଅଧିକାରୀ ଶାନ୍ତନୁ ପରିଡ଼ାଙ୍କ ସହ ଆଲୋଚନା କରିଛନ୍ତି। ସହରରେ କିଛି ଦିନ ହେଲା ବିଭାଗ ପକ୍ଷରୁ ମନଇଚ୍ଛା ଅଧିକରୁ ଅଧିକ ଜରିମାନା ଆଦାୟ…

ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର: ଆନ୍ଧ୍ର-କୋରାପୁଟକୁ ଗାଡ଼ି ଚଳାଚଳ ଠପ୍‌

ପଟ୍ଟାଙ୍ଗି,୨୯।୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ରାଲେଗଡ଼ା ପଞ୍ଚାୟତର ରାଜୁଗୁଡା ଓ ତେଲରାଇ ଦୁଇ ଗ୍ରାମ ମଝିରେ ମଙ୍ଗବାର ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଛି। ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟିଥିବା ଜଣାପଡ଼ିଛି। ଏ ନେଇ ଆନ୍ଧ୍ର-କୋରାପୁଟ ରାସ୍ତାରେ ଯାନବାହନ ଚଳାଚଳ ଠପ୍‌ ହୋଇଛି।…

ଟିଟିଲାଗଡ଼ରେ ଜିଏସ୍‌ଟି ଚଢ଼ାଉ

ଟିଟିଲାଗଡ଼,୨୯।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ୨ଟି ବ୍ୟବସାୟିକ ପ୍ରତିଷ୍ଠାନରେ ଜିଏସ୍‌ଟି ଟିମ୍‌ ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଛି। ବଲାଙ୍ଗୀର ଓ କଳାହାଣ୍ଡି ଅଧିକାରୀ ସେରାମିକ୍‌, ଶୁକନ ଇନ୍‌ଫ୍ରାଟ୍ରେଡର କାର୍ଯ୍ୟାଳୟ ଗୋଦାମରେ କିଣାବିକା କାଗଜପତ୍ର ଯାଞ୍ଚ କରୁଛନ୍ତି। ଯାଞ୍ଚର ପ୍ରକ୍ରିୟା ଶେଷ ହେବା…

ପରୀକ୍ଷା ଦେବାକୁ ଯାଉଥିଲେ: ଅଟୋ ଓଲଟି ୩ ଛାତ୍ରୀ ଗୁରୁତର, ୫ ଆହତ

ବଲାଙ୍ଗୀର ଅଫିସ, ୨୯।୧୧: ବଲାଙ୍ଗୀର ଜିଲା ପୁଇଁନ୍ତଳା ବ୍ଲକ ସଲତରପାଲି ଛକରେ ମଙ୍ଗଳବାର ଏକ ଅଟୋ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୩ ପରୀକ୍ଷାର୍ଥୀ ଗୁରୁତର ଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଜାମଗାଁରୁ ୧୪ଜଣ ଛାତ୍ରୀ ମାଟ୍ରିକ ସମେଟିଭ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?