ଆମ ଜିଲା ଖବର

ପଦ୍ମପୁରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ପଦ୍ମପୁର,୨୯।୧୧(ଡି.ଏନ୍‌.ଏ.): ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ମହଲରୁ ତତ୍ପରତା ସେତିକି ପ୍ରକାଶ ପାଉଛି। ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୁହାନୀ ପଦ୍ମପୁରରେ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀମାନଙ୍କ…

ଭିସୁଟ ରାଗିଂ ଘଟଣା : ୩ ଛାତ୍ର ବହିଷ୍କୃତ, ୪ ଜଣଙ୍କୁ ଜରିମାନା

ସମଲପୁର,୨୯। ୧୧(ବ୍ୟୁରୋ): ବୁର୍ଲା ଭିସୁଟ ଛାତ୍ର ରାଗିଂ ଘଟଣାରେ ୭ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩ ଛାତ୍ରଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ୪ ଛାତ୍ରଙ୍କଠାରୁ ୫ ହଜାର ଟଙ୍କା ଲେଖାଏ ଜରିମାନା ନିଆଯାଇଛି। ରାଗିଂ ବିରୋଧରେ କର୍ତ୍ତୃପକ୍ଷ…

ଥାଲାସେମିଆ ପୀଡ଼ିତଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ନାହିଁ

ପୁରୀ ଅଫିସ, ୨୯ା୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥାଲାସେମିଆ ପିଡ଼ିତ ଶିଶୁଙ୍କ ମାଗଣାରେ ଅସ୍ଥିମଜା ପ୍ରତିରୋପଣ ଅସ୍ତ୍ରୋପଚାର (ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଅପରେଶନ) ସହ ଅନ୍ୟ ସୁବିଧା ଯୋଗାଇବା ଦାବିରେ ସୋମବାର ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପଦଯାତ୍ରାରେ ଆସି…

ମୁକୁଳା ଡ୍ରେନ୍‌ ପାଇଁ ବଢୁଛି ଦୁର୍ଘଟଣା

ନିରାକାରପୁର,୨୯।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ବଜାରର ବର୍ଷା ପାଣି ନିଷ୍କାସନ ପାଇଁ ଗେଟ ବଜାର ରେଳବାଇ ଫାଟକ ନିକଟରୁ ନରେନ୍ଦ୍ରପୁର ପର୍ଯ୍ୟନ୍ତ ଏକ ଡ୍ରେନ୍‌ ନିର୍ମାଣ କରାଯାଇଛି। ଅନେକ ସ୍ଥାନରେ ଡ୍ରେନ ଉପରେ ସ୍ଲାବ୍‌ ନ ଥିବାରୁ ଦୈନିକ ଛୋଟବଡ଼…

ଶାଶୁଘର ସମ୍ମୁଖରେ ଧାରଣାଦେଲେ ବୋହୂ

ସାଲେପୁର,୨୯।୧୧(ଡି.ଏନ୍‌.ଏ.): ଜଣେ ବୋହୂ ଶାଶୁଘର ସମ୍ମୁଖରେ ଧାରଣାରେ ବସିବା ଓ ସମ୍ପୃକ୍ତ ବୋହୂକୁ ସମର୍ଥନ କରି ଉକ୍ତ ଗ୍ରାମର ଏସ୍‌ଏଚ୍‌ଜି ମହିଳା ଧାରଣାରେ ବସିବା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ସନାତନ ମହାରଣାଙ୍କ…

ବିରୂପା ସେତୁ ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୨୯ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବରୁହାଁ-ବାଲିଚନ୍ଦ୍ରପୁର ପୂର୍ତ୍ତ ବିଭାଗ ରାସ୍ତାର ବିରୂପା ନଦୀର ରୁକୁଟିପାଟ ଓ ମାଣ୍ଡୁକା ମଝିରେ ସେତୁ ନିର୍ମାଣ କାମ ଚାଲିଛି। ତେବେ ଏହି ସେତୁ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁ ଠିକାଦାର ନିର୍ମାଣରେ ଅନିୟମିତତା କରୁଥିବା…

ଅନ୍ତଃବସ୍ତ୍ର ପ୍ରସ୍ତୁତି କାରଖାନା ଦେଇଛି ପରିଚୟ

ରସୁଲପୁର,୨୮ା୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ଡିଅକଇଞ୍ଚତ୍ ଗ୍ରାମର ୨୬ ବର୍ଷୀୟ ଯୁବକ ମଙ୍ଗୁଳି ବାରିକ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବ ଉଦ୍ୟୋଗୀ ଭାବେ ପରିଚିତ। ତାଙ୍କ ସଫଳତା ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ଅନ୍ତଃବସ୍ତ୍ର ତିଆରି…

ମଣ୍ଡିର ସ୍ଥାନ ପରିବର୍ତ୍ତନରେ ତାତିଲେ ଚାଷୀ

କଣ୍ଟାମାଳ, ୨୯।୧୧(ଡି.ଏନ୍‌.ଏ.):ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବଳରାମ କୃଷକ ସଙ୍ଗଠନ ପକ୍ଷରୁ ଧାନମଣ୍ଡିର ସ୍ଥାନ ପରିବର୍ତ୍ତନକୁ ନେଇ ସୋମବାର ଚାଷୀ ତାତିବା ସହ ତହସିଲ ଅଫିସ ଘେରାଓ କରିଥିଲେ। ସଙ୍ଗଠନର ସଭାପତି ଉପେନ୍ଦ୍ର ସାହୁ, ସମ୍ପାଦକ ରିତ ସାହୁଙ୍କ ନେତୃତ୍ୱରେ କଣ୍ଟାମାଳ…

୨୩ କୋଟିର ଶ୍ରମିକ କଲ୍ୟାଣ ପାଣ୍ଠି ହଡ଼ପ

ଯାଜପୁର ଅଫିସ,୨୯ା୧୧: ସୁକିନ୍ଦା ଖଣି ଅଞ୍ଚଳରେ କେତେକ ସଂଗଠନ ଏବଂ ଲୋଡିଂ ଠିକାଦାରଙ୍କ ଦ୍ୱାରା ଶ୍ରମିକମାନେ ଶୋଷଣର ଶିକାର ହୋଇଛନ୍ତି। କରୋନା ସମୟରେ ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଶ୍ରମିକଙ୍କ ସହାୟତା ପାଇଁ ସରକାର ଯୋଗାଇଥିବା ଶ୍ରମିକ କଲ୍ୟାଣ ପାଣ୍ଠିରୁ ପ୍ରାୟ ୨୩…

ପ୍ରୋଜେକ୍ଟ ଦୃଷ୍ଟି ପାଇଁ ଡାଲମିଆ ସିମେଣ୍ଟର ବୁଝାମଣାପତ୍ର ସ୍ବାକ୍ଷରିତ

ରାଜଗାଙ୍ଗପୁର, ୨୯।୧୧(ଡି.ଏନ.ଏ.):ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରର ପାରିପାଶର୍‌ବିକ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ଜୀବନରେ ଉନ୍ନତି ଆଣିବା ନିମନ୍ତେ ଜାରି ରହିଥିବା ପ୍ରୟାସକୁ ଅଧିକ ତ୍ୱରାନ୍ବିତ କରି ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ ପ୍ରୋଜେକ୍ଟ ଦୃଷ୍ଟି କାର୍ଯ୍ୟକାରିତା ନିମନ୍ତେ ଭୁବନେଶ୍ୱରସ୍ଥିତ ଏଲଭି ପ୍ରସାଦ…

ପ୍ରଦୂଷଣ ବଳୟରେ ସ୍ମାର୍ଟସିଟି

ରାଉରକେଲା ଅଫିସ,୨୯।୧୧:ଆଉ ମାସକ ପରେ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହେବ। ଏଥିପାଇଁ ସହରରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଆଗେଇ ଚାଲିଛି। ଏହା ଭିତରେ ଦିନକୁ ଦିନ ସ୍ମାର୍ଟସିଟିରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି। ଏଥିଯୋଗୁ ଜନସାଧାରଣ ଏବଂ ଯାନବାହନ…

ନାହାନ୍ତି ଆବଶ୍ୟକ ଡାକ୍ତର, ସେବା ବିପର୍ଯ୍ୟସ୍ତ

ବିଞ୍ଝାରପୁର,୨୯ା୧୧(ଡି.ଏନ.ଏ.): ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆବଶ୍ୟକ ଡାକ୍ତର ନିଯୁକ୍ତ କରୁ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?