ରଘୁନାଥପୁର,୮।୧(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠ ରାସ୍ତାରେ ଟ୍ରାଫିକ ଜାମ୍ ଉତ୍କଟ ରୂପ ନେଇଛି। ନୂଆବର୍ଷ ଉପଲକ୍ଷେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯାତ୍ରୀଙ୍କ ପୀଠକୁ ଆଗମନ ହେଉଛନ୍ତି। ମାତ୍ର ଦୋକାନୀମାନେ ରାସ୍ତାକୁ ମାଡ଼ିଯାଇଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଜିଛି। ଜଇପୁର ଜଗତ୍ସିଂହପୁର ରାସ୍ତାର କେରେକେରା ଛକରୁ ପୀଠର ଦୂରତ୍ୱ ୧ କିମି ଅଟେ। ପୀଠ ପାଚେରିକୁ ଲାଗିଥିବା ରାସ୍ତାର ଅପର ପାର୍ଶ୍ୱରେ କେତେଜଣ ବ୍ୟବସାୟୀ ରାସ୍ତା ଉପରକୁ ମାଡ଼ିଯାଇ ଦୋକାନ ଗୃହ ନିର୍ମାଣ କରିଛନ୍ତି। ଫଳରେ ଅବଶିଷ୍ଟ ରାସ୍ତା ଯାତାୟତ ପାଇଁ ସଂକୀର୍ଣ୍ଣ ହୋଇଯାଇଛି। ଉକ୍ତ ସ୍ଥାନରେ ରାସ୍ତାର ଚଉଡ଼ା ୬୦ କଡ଼ି ଥିବାବେଳେ ପ୍ରାୟ ୨୫ କଡ଼ିରୁ ଊଦ୍ଧର୍ବ ସରକାରୀ ରାସ୍ତା ବ୍ୟବସାୟୀଙ୍କ ଜବରଦଖଲରେ ରହିଛି। କିନ୍ତୁ ବ୍ୟବସାୟୀମାନେ ନିଜ ଜାଗାରେ ବ୍ୟବସାୟ କରୁଥିବା କହି ଅଭିଯୋଗକୁ ଏଡ଼ାଇ ଦେଉଛନ୍ତି ବୋଲି ସ୍ଥାନୀୟ ଯୁବକ ସଂଘର ସଦସ୍ୟମାନେ କହିଛନ୍ତି। ଏ ସମ୍ପର୍କରେ ଯୁବକ ସଂଘ ଓ ଗ୍ରାମବାସୀଙ୍କ ପକ୍ଷରୁ ମାପଚୁପ କରି ସରକାରୀ ରାସ୍ତାକୁ ଉନ୍ମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ଜିଲା ପ୍ରଶାସନ ଓ ତହସିଲଦାରଙ୍କୁ ଅବଗତ କରାଯାଇଛି। ମାତ୍ର ଅଦ୍ୟାବଧି କୌଣସି ସୁଫଳ ମିଳିନି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜବରଦଖଲକାରୀ ବ୍ୟକ୍ତି ପୀଠ ସହ ଜଡ଼ିତ ରହୁଥିବାରୁ ପ୍ରଶାସନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଜାମ୍ରେ ଘଣ୍ଟା ଘଣ୍ଟା ଫସି ରହୁଥିବା ଯାତ୍ରୀମାନେ ନିଜର ଅସନ୍ତୋଷ ବ୍ୟକ୍ତକରିବା ସହ ଗମନାଗମନ ବ୍ୟବସ୍ଥାକୁ ସାବଲୀଳ କରିବା ପାଇଁ ପୀଠ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରଦ୍ଧାଳୁଙ୍କ ଗମନାଗମନର ସୁବ୍ୟବସ୍ଥା ପାଇଁ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଆଇନଜୀବୀ ଜୀବନବଲ୍ଲଭ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ରମେଶ ମହାନ୍ତି ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ରଘୁନାଥପୁର ତହସିଲଦାର ରୂପାଲିକା ଦାଶ କୁହନ୍ତି,
ଏହି ରାସ୍ତା ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଛପଡା ସର୍କଲ ଆରଆଇଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ କୁହାଯାଇଛି। ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ।
Posted inHome Left, ଆମ ଜିଲା ଖବର, ଜଗତ୍ସିଂହପୁର View All
ତୁର୍କୀରୁ ନଭପ୍ରୀତ୍ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍ କିଏ…
ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍ପିନ୍ ନଭପ୍ରୀତ୍ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଶନିବାର ଘୋଷଣା କରିଛନ୍ତି।…
ବିଦ୍ୟୁତ୍ କାର୍ଯ୍ୟାଳୟରେ ପଡ଼ିଲା ତାଲା
କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…
ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ
ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…
ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…
ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…
ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…
ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…
ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍ପିଙ୍କ ପ୍ରଶଂସା
ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…
ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ
ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…
କରଞ୍ଜିଆରୁ ଫେରୁଥିଲେ ଏସ୍ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…
ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

