ସମସ୍ତ ଦ୍ରୁତଗାମୀ ଟ୍ରେନ୍‌ ରହଣି ଦାବି

ଯାଜପୁର ଅଫିସ,୮।୧: ପ୍ରମୁଖ ଷ୍ଟିଲ ହବ୍‌ ଭାବେ ପରିଚିତ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନ ସବୁ କ୍ଷେତ୍ରରେ ଅବହେଳିତ। ୧୨୭ ବର୍ଷ ପୁରୁଣା ଏହି ଷ୍ଟେଶନରେ ଏବେ ବି ହମ୍‌ସଫର, ଦୁରୋନ୍ତ, ରାଜଧାନୀ ଆଦି ସୁପରଫାଷ୍ଟ ଓ ସ୍ପେଶାଲ ଟ୍ରେନ ରହଣି ନ ଥିବାରୁ ଚାକିରିଆ, ଛାତ୍ରୀଛାତ୍ର, ବ୍ୟବସାୟୀ, ରୋଗୀ, ଶିଳ୍ପ କାରଖାନା କର୍ମଚାରୀ ପ୍ରମୁଖ ରେଳସେବାରୁ ବଞ୍ଚିତ ରହୁଛନ୍ତି। ଉପରୋକ୍ତ ସମସ୍ତ ଦ୍ରୁତଗାମୀ ଟ୍ରେନ ସେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବାଧ୍ୟ ହୋଇ କଟକ, ଭୁବନେଶ୍ୱର ଓ ଭଦ୍ରକ ଷ୍ଟେଶନ ଉପରେ ନିର୍ଭର କରୁଛନ୍ତି। ତେଣୁ ଏହି ଷ୍ଟେଶନ ଦେଇ ଚଳାଚଳ କରୁଥିବା ସମସ୍ତ ଟ୍ରେନ ରହଣି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଦାବିପତ୍ରରେ ଆହୁରି ଦର୍ଶାଯାଇଛି ଯେ, ଏହି ଷ୍ଟେଶନର ନାମକରଣ ଯାଜପୁର-କେନ୍ଦୁଝର ରୋଡ୍‌ ଥିବାବେଳେ ଏଠାରୁ କେନ୍ଦୁଝର ଜିଲାକୁ ଗୋଟିଏ ବି ଟ୍ରେନ ଚଳାଚଳ କରୁନାହିଁ। ପ୍ରଧାନମନ୍ତ୍ରୀ ଭାରତରେ ବୁଲେଟ ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଥିବାବେଳେ ଅଧିକ ରାଜସ୍ବ ଆଦାୟ ହେଉଥିବା ଏହି ରେଳଷ୍ଟେଶନକୁ ସର୍ବଦା ଅଣଦେଖା କରାଯାଉଛି। ତେଣୁ ସୁକିନ୍ଦା ରୋଡ୍‌ ଦେଇ ଚଳାଚଳ କରୁଥିବା କେନ୍ଦୁଝର-ଖୋର୍ଦ୍ଧାରୋଡ ମେମୁ ଟ୍ରେନକୁ ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନ ଦେଇ ଚଳାଚଳ କଲେ ଏହି ସମସ୍ୟା ଦୂର ହୋଇପାରିବ।
ପରାମର୍ଶଦାତା କମିଟିର ପୂର୍ବ ବୈଠକର ନିଷ୍ପତ୍ତିିଗୁଡିକୁ ରେଳ କର୍ତ୍ତୃପକ୍ଷ ସେତେଟା ଗୁରୁତ୍ୱ ଦେଉ ନ ଥିବା ମନେହେଉଛି। ଗତ ବୈଠକରେ ଏହି ଷ୍ଟେଶନ ଦେଇ ଚଳାଚଳ କରୁଥିବା ସମସ୍ତ ଟ୍ରେନ ରହଣି କରିବାକୁ ଦାବି ହୋଇଥିଲା। ଏହାସହ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ ଏବଂ ଖୋର୍ଦ୍ଧାରୋଡ-କେନ୍ଦୁଝରଗଡ଼ ମେମୁ ଟ୍ରେନ କେନ୍ଦୁଝର-ଯାଜପୁର ରୋଡ୍‌ ଷ୍ଟେଶନ ଦେଇ ଚଳାଚଳ କରିବାକୁ ପୂର୍ବରୁ ଦାବି ହୋଇଛି। ଏନେଇ ସମ୍ପୃକ୍ତ ରେଳ ଅଧିକାରୀଙ୍କ ନିକଟରେ ୨୬ା୭ା୨୦୧୮ରୁ ପ୍ରସ୍ତାବ ପଡ଼ିରହିଛି। କିନ୍ତୁ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ପ୍ରସ୍ତାବରେ ଏହା ସୀମିତ ରହିଛି। ଷ୍ଟେଶନ ପରିସରରେ ନୂତନ କରି ନିର୍ମିତ ଫୁଟ୍‌ ଓଭରବ୍ରିଜ ଉପରେ ପ୍ରାୟ ୯୦% ଯାତ୍ରୀ ନିର୍ଭର କରୁଛନ୍ତି। ହେଲେ ଏଯାଏ ଲିଫ୍ଟ ସିଷ୍ଟମ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ଭିନ୍ନକ୍ଷମ, ବୟସ୍କ ବ୍ୟକ୍ତି, ରୋଗୀ ପ୍ରମୁଖ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆର୍‌ଏମ୍‌ଏସ୍‌ କାଉଣ୍ଟର ଷ୍ଟେଶନ ଭିତରେ ରହିଛି। ଏହାର ବ୍ୟବହାର ପାଇଁ ଜଣେ ଯାତ୍ରୀ ପ୍ରଥମେ ପ୍ଲାଟ୍‌ଫର୍ମ ଟିକେଟ କିଣି ଆର୍‌ଏମ୍‌ଏସ୍‌ କାଉଣ୍ଟରକୁ ଯିବାକୁ ପଡୁଛି। ଏପରି କି ଅଧିକାଂଶ ଯାତ୍ରୀ ଏହି ଆର୍‌ଏମ୍‌ଏସ ସମ୍ପର୍କରେ ଅବଗତ ନାହାନ୍ତି। ତେଣୁ ଏହି କାଉଣ୍ଟରକୁ ଷ୍ଟେଶନ ବାହାରେ ସ୍ଥାପନ କରିବାକୁ ଦାବି ହେଉଛି। ଭାରତ ସରକାର ସ୍ବଚ୍ଛତା ଅଭିଯାନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ା ଅଥଚ ଏହି ରେଳଷ୍ଟେଶନ ଉପରେ ସ୍ବଚ୍ଛ ଭାରତ ଅଭିଯାନ ଏକ ହାସ୍ୟାସ୍ପଦ ହୋଇ ରହିଛି। ଷ୍ଟେଶନକୁ ଲାଗି ରହିଥିବା ଗୁଡ୍‌ସ ସେଡ୍‌ ଯୋଗୁ ଯାତ୍ରୀ ଓ ସହରବାସୀ ସିମେଣ୍ଟ ଏବଂ ସାର ଗୁଣ୍ଡରେ ଅଣନିଃଶ୍ୱାସୀ ହେଉଥିବାବେଳେ ଟ୍ରାଫିକ ସମସ୍ୟା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ା ଏହି ଗୁଡ୍‌ସ ସେଡ୍‌ ସ୍ଥାନାନ୍ତର ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ବିଗତ ବୈଠକଗୁଡ଼ିକରେ ଏନେଇ ଆଲୋଚନା ହୋଇଛି। କିନ୍ତୁ ଏହି ସମସ୍ୟାକୁ ସମାଧାନ କରିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ କରାଯାଇ ଦାବିକୁ ଅଗ୍ରାହ୍ୟ କରି ଦିଆଯାଉଛି। ଯେଉଁଦିନ ସିମେଣ୍ଟ ଅନ୍‌ଲୋଡିଂ ହେଉଛି ସେହିଦିନ ଦଳା ଓ ଡାକବଙ୍ଗଳା ଛକଠାରୁ ଗଣେଶବଜାର ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯିବାଆସିବା କଷ୍ଟକର ହେଉଛି। ଏପରିକି ଦୁର୍ଘଟଣା ଘଟି ଲୋକେ ପ୍ରାଣ ହରାଉଥିବା ନଜିର ରହିଛି। ଏହାସହ ଷ୍ଟେସନର ପଶ୍ଚିମ ଦିଗରେ ପ୍ରସ୍ତାବିତ ଶୌଚାଳୟ, ଦକ୍ଷିଣରେ ଏକ ଟିକେଟ କାଉଣ୍ଟର ଓ ଗାଡି ଷ୍ଟାଣ୍ଡ ନିର୍ମାଣ କରିବାକୁ ଦାବି ହେଉଛି। କିନ୍ତୁ ଏହି ସବୁ ନିଷ୍ପତ୍ତି କାର୍ଯ୍ୟକାରୀ ହେଉ ନ ଥିବାରୁ ପରାମର୍ଶଦାତା କମିଟି ଗଠନ କରିବାର କୌଣସି ମୂଲ୍ୟ ନାହିଁ ବୋଲି ମତପ୍ରକାଶ ପାଇଛି। ସାଇ ମନ୍ଦିର ନିକଟରେ ଫ୍ଲାଏ ଓଭର ବ୍ରିଜ କିମ୍ବା ଗଳି ପୋଲ ନିର୍ମାଣ କେନ୍ଦ୍ର ସରକାରଙ୍କ ବଜେଟରେ ସୀମିତ ରହିଛି। ଜିଲା ପ୍ରଶାସନ ପକ୍ଷରୁ ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଗାମୀ ଦିନରେ ଏନେଇ ବ୍ୟାପକ ଆନ୍ଦୋଳନ କରିବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?