କନାକୁଣ୍ଡ ପିକ୍‌ନିକ ସ୍ପଟ୍‌ ସିଲ୍‌ ହେଲା

ସୁନ୍ଦରଗଡ,୮।୧(ଡି.ଏନ.ଏ.): ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ତଳସରା ଥାନା ଅନ୍ତର୍ଗତ ଘୋଘର ଗ୍ରାମ ନିକଟ ଇବ ନଦୀର କନାକୁଣ୍ଡ ଘାଟ ପିକ୍‌ନିକ ସ୍ପଟ କୁ ପରିଶେଷରେ ସିଲ୍‌ କରିଛି ପ୍ରଶାସନ। ଉପଜିଲାପାଳ ଏହି ସ୍ଥାନର ଚାରିପାଖରେ ବ୍ୟାରିକେଟ ଲଗାଇବା ଓ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ସେଠାରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପିକ୍‌ନିକ ସ୍ପଟରେ ଅସାବଧାନତା ବଶତଃ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନହାନି ଘଟିବା ପରେ ପ୍ରଶାସନର ଚେତା ପଶିଛି।
ଗତ ଦୁଇବର୍ଷ ମଧ୍ୟରେ ଏହି ସ୍ଥାନରେ ପିକ୍‌ନିକ କରିବାକୁ ଆସି ୫ ଜଣଙ୍କ ଜୀବନ ଯାଇଛି। ଗତବର୍ଷ ଜଣେ ଯୁବତୀ ସେଲ୍‌ଫି ନେଉଥିବା ବେଳେ ନଦୀକୁ ଖସିପଡି ମୃତ୍ୟୁବରଣ କରିଥିଲେ ା ଡିସେମ୍ବର ୧୮ତାରିଖରେ ରାଉରକେଲାର ଜଣେ ଯୁବକ ସେଠାରେ ସେଲ୍‌ଫି ନେବା ବେଳେ ପାଣିକୁ ଖସି ମୃତ୍ୟୁବରଣ କରିଥିଲେ ା ଅନ୍ୟ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ା ଏଭଳି ଅଘଟଣ ଘଟୁଥିବା ଜାଣି ବି ଗତ ୪ ତାରିଖରେ ସେହି ସ୍ଥାନକୁ ପିକ୍‌ନିକ କରିବାକୁ ଆସିଥିବା ଝାରସୁଗୁଡା ଜିଲାର ୩ଜଣ ଯୁବକ ନଦୀ ପାଣିରେ ଗାଧୋଇବା ବେଳେ ଭାସି ଯାଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲା ବେଳେ ଅନ୍ୟ ୨ଜଣଙ୍କ ମୃତଦେହ ଜବତ କରିଥିଲେ। ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହି ସ୍ଥାନକୁ ନିଷିଦ୍ଧାଞ୍ଚଳ ଘୋଷଣା କଳିବାକୁ ଦାବି ହୋଇ ଆସୁଥିଲା। ଏନେଇ ଅଞ୍ଚଳବାସୀଙ୍କ ତରଫରୁ ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝୀ ପ୍ରଶାସନ ସହିତ ଆଲୋଚନା କରିଥିଲେ। ଉପଜିଲାପାଳ ଦାଶରଥୀ ସରାବୁ ଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ବାଲିଶଙ୍କରା ବିଡିଓ ଜ୍ୟୋତିମୟୀ ପ୍ରଧାନ,ତହସିଲଦାର ରୀନା ନାଏକ, ତଳସରା ଆଇଆଇସି ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଘଟଣାସ୍ଥଳରେ ପହଞ୍ଚି ଏହି ସ୍ଥାନକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛନ୍ତି। ପୂର୍ବତନ ବିଧାୟକ ଡା. ମାଝୀଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ପୀତାମ୍ବର ଶେଖରଦେଓ, ସରପଞ୍ଚ ସୁଲୋଚନା ସୁଆରୀ, ସମିତି ସଭ୍ୟ କହ୍ନେଇ ଜୟପୁରିଆ, କନାକୁଣ୍ଡ ବିକାଶ ପରିଷଦର ସଭାପତି ଲବଣୀ ଧର ଦାନୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?