ବୈଷୟିକ ଟେଣ୍ଡର ଲାଗି ଅଟକିଛି ପ୍ଲାଟଫର୍ମ ସମ୍ପ୍ରସାରଣ

ଛତ୍ରପୁର,୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡ୍‌କ୍ୱାର୍ଟରରେ ଥିବା ଛତ୍ରପୁର ଷ୍ଟେଶନର ବିକାଶ ଅଟକି ରହିଛି। ଫଳରେ ବହୁ ଦୂରଗାମୀ ଓ ୨୪ରୁ ୨୬ କୋଚ୍‌ ବିଶିଷ୍ଟ ଟ୍ରେନ୍‌ ରହଣି ଏଠାରେ ହେଉନି ା ଦୀର୍ଘବର୍ଷ ହେଲା ଛତ୍ରପୁରର ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଏହି ଷ୍ଟେଶନରେ ଦୂରଗାମୀ ଟ୍ରେନ୍‌ ରହଣି ପାଇଁ ଦାବି ହୋଇଆସୁଥିଲା। ପରେ ଖୋର୍ଦ୍ଧା ଡିଭିଜନ ପକ୍ଷରୁ ଛତ୍ରପୁର ଷ୍ଟେଶନର ପ୍ଲାଟଫର୍ମ ସମ୍ପ୍ରସାରଣ ଲାଗି ଟେଣ୍ଡର ହୋଇଥିଲା ା ମାତ୍ର ଏହାର କାମ ଆରମ୍ଭ ହୋଇପାରୁନି। ତେବେ ସିଭିଲ୍‌ କାମ ପାଇଁ ଟେଣ୍ଡର ହୋଇଥିଲେ ହେଁ ବୈଷୟିକ ଟେଣ୍ଡର କରାଯାଇନି। ଫଳରେ ଚୂଡ଼ାନ୍ତ ହୋଇଥିବା ସିଭିଲ କାମ ଆରମ୍ଭ ହୋଇପାରୁ ନ ଥିବା ଜଣାପଡିଛି। ତୁରନ୍ତ ଏସବୁ ପ୍ରକ୍ରିୟା ସାରି ଛତ୍ରପୁର ଷ୍ଟେଶନ ପ୍ଲାଟଫର୍ମ ସମ୍ପ୍ରସାରଣ କାମ ଆରମ୍ଭ କରିବାକୁ ରେଲ୍‌ୱେ ଅଧିକାରୀମାନଙ୍କୁ ସାକ୍ଷାତ୍‌ କରି ଦାବିପତ୍ର ଦିଆଯାଇଥିବା ଛତ୍ରପୁର ବୁଦ୍ଧିଜୀବୀ କମିଟି ଆବାହକ ତଥା ବରିଷ୍ଠ ଓକିଲ ବି. ଶ୍ରୀନିବାସ କହିଛନ୍ତି ା
ଛତ୍ରପୁର ଷ୍ଟେଶନରେ ୩ଟି ପ୍ଲାଟଫର୍ମ ଥିବାବେଳେ ୧ ଓ ୨ନଂ ପ୍ଲାଟଫର୍ମରେ ଟ୍ରେନ୍‌ ରହିଥାଏ ା ତେବେ ପ୍ଲାଟଫର୍ମ ଲମ୍ବା ନ ଥିବାରୁ ୨୪ ରୁ ୨୬ କୋଚ୍‌ ଓ ଦୂରଗାମୀ, ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍‌ ରହଣି ହୋଇପାରୁନି ା ଏପରିକି ଏବେ ବି ଅନେକ ଦୂରଗାମୀ, ଏକ୍ସପ୍ରେସ ଓ ସୁପରଫାଷ୍ଟ ଏକ୍ସପ୍ରେସ ଯାହା ଏଠାରେ ରହୁଛି ା ପ୍ଲାଟଫର୍ମର ଲମ୍ବା କମ୍‌ ଥିବାରୁ ଉକ୍ତ ଟ୍ରେନ୍‌ର ଅନେକ କୋଚ୍‌ ପ୍ଲାଟଫର୍ମ ବାହାରେ ଲାଗୁଛି ା ଫଳରେ ଏସି ବଗିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଓହ୍ଲାଇବାରେ ଅସୁବିଧା ହେଉଛି ା ଏ ସବୁର ସମାଧାନ ଲାଗି ଖୋର୍ଦ୍ଧା ରୋଡ୍‌ ଡିଭିଜନ ପକ୍ଷରୁ ଛତ୍ରପୁର ଷ୍ଟେଶନରେ ୨୪ ରୁ ୨୬ କୋଚ୍‌ ବିଶିଷ୍ଟ ଟ୍ରେନ୍‌ ରହଣି ଲାଗି ପ୍ଲାଟଫର୍ମ ସମ୍ପ୍ରସାରଣ ପାଇଁ ୨୭୧.୯୮ କୋଟି ଟଙ୍କାର ଟେଣ୍ଡର ଗତ ବର୍ଷ ଅଗଷ୍ଟରେ ଆହ୍ବାନ ହୋଇଥିଲା। ତେବେ ଟେକ୍ନିକାଲ ଟେଣ୍ଡର ହୋଇ ନ ଥିବାରୁ ଏହି କାମ ଆରମ୍ଭ ହୋଇପାରୁନି। ଡିସେମ୍ବର ୧୮ରେ ଛତ୍ରପୁର ଷ୍ଟେଶନ ପରିଦର୍ଶନରେ ଆସିଥିବା ବେଳେ ଇଷ୍ଟକୋଷ୍ଟ ରେଲ୍‌ୱେ ଜେନେରାଲ ମ୍ୟାନେଜର ଓ ଖୋର୍ଦ୍ଧା ଡିଭିଜନ ଡିଭିଜନାଲ ରେଲ୍‌ୱେ ମ୍ୟାନେଜରଙ୍କୁ ଭେଟି ଛତ୍ରପୁର ବୁଦ୍ଧିଜୀବୀମାନଙ୍କ ଏକ ପ୍ରତିନିଧି ଦଳ ଏ ସମ୍ପର୍କରେ ଜଣାଇଥିଲେ। ସେହିପରି ଚଳିତ ମାସ ୪ ତାରିଖରେ ଛତ୍ରପୁର କୋର୍ଟ ଷ୍ଟେଶନ ପରିଦର୍ଶନରେ ଆସିଥିବା ବେଳେ ଖୋର୍ଦ୍ଧା ରେଲୱେ ଆସିଷ୍ଟାଣ୍ଟ ଡିଭିଜନାଲ ଇଞ୍ଜିନିୟରଙ୍କୁ ଭେଟି ତୁରନ୍ତ ଛତ୍ରପୁର ଷ୍ଟେଶନ ପ୍ଲାଟଫର୍ମ ସମ୍ପ୍ରସାରଣ କାମ ଆରମ୍ଭ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri