ବିପଦରେ ପାରାଦୀପ ଭ୍ୟୁ ଟାୱାର

ପାରାଦୀପ,୧୨ା୧(ସ୍ବ.ପ୍ର.): ପାରାଦୀପର ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ଆକର୍ଷଣ ସ୍ଥାନ ନେହେରୁବଙ୍ଗଳା ମନ୍ମଦ ଉଦ୍ୟାନ ଅଞ୍ଚଳ। ଏବେ ଏହା ବିପଦରେ। କାରଣ ମହାନଦୀ ମୁହାଣରେ ତଟକ୍ଷୟ ବର୍ଷେ ହେଲା ହେବାରେ ଲାଗିଛି। ଏପରିକି ମୁହାଣ ପଥରବନ୍ଧଠାରୁ ମାଛଧରା ବନ୍ଦର ପର୍ଯ୍ୟନ୍ତ ନଦୀ ତଟ କ୍ଷୟ ହେବା ଯୋଗୁ ପ୍ରାୟ ୧୦୦ଏକର ଜାଗା ଲୀନ ହୋଇଗଲାଣି। ସେଥିରେ ଥିବା ଶତାଧିକ ଗଛ ନଷ୍ଟ ହୋଇଯାଇଛି। ଏବେବି କେତେକ ଗଛ ଅଧା ପାଣିରେ ଅଣେଇ ହୋଇ ରହିଛି। ସାମାନ୍ୟ ପାଗ ପ୍ରତିକୂଳ ହେଲେ ନଦୀତଟରେ ପାଣି ମାଡୁଛି। ବିଶେଷକରି ସମୁଦ୍ର ଅଶାନ୍ତ କିମ୍ବା ବାତ୍ୟା, ବନ୍ୟା ବେଳେ ଅଧିକ ମାତ୍ରାରେ କୂଳ ଖାଇବାରେ ଲାଗିଛି। ସବୁଠାରୁ ବଡ଼ ଅସୁବିଧା ଏବେ ପାରାଦୀପର ଏକମାତ୍ର ଭ୍ୟୁ ଟାୱାର ପ୍ରତି ରହିଛି। ଉକ୍ତ ଘରର ତଳଭାଗ ଏକ ତୃତୀୟାଂଶ ଖାଇ ଗଲାଣି। ଶୌଚାଳୟ ପାଣିରେ ଯାଇଛି। ଏବେ ସେହି ଭ୍ୟୁ ଟାୱାର ଘର ଯେକୌଣସି ସମୟରେ ଭୁଶୁଡି ପଡିବାର ଆଶଙ୍କା ରହିଛି। ଉକ୍ତ ଭ୍ୟୁ ଟାୱାର ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ୧୯୯୨ରେ ନିର୍ମାଣ କରାଯାଇଥିଲା। ସେହି ଘରକୁ ସେଠାକାର ସ୍ବର୍ଣ୍ଣମୟୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଛନ୍ତି। ପର୍ଯ୍ୟଟକଙ୍କ ପାଇଁ ମହିଳାମାନେ ଆନୁଷଙ୍ଗିକ ସହାୟତା ଯୋଗାଇ ଦେଇଥାନ୍ତି। ସେହି ଘରର ଉପର ମହଲାରେ ମହାନଦୀ ମୁହାଣ ସ୍ଥଳର ମିଳନ ସ୍ଥଳ ଦେଖିବାର ସୁଯୋଗ ଅଛି। ଏବେ ଘର ବିପଦସଙ୍କୁଳ ଭାବେ ଥିବାରୁ ଉପର ମହଲାକୁ ଲୋକଙ୍କ ପାଇଁ ଆମେ ମନା କରୁଛୁ ବୋଲି ଏସ୍‌ଏଚ୍‌ଜି ମହିଳା ପୁରବୀ ମଣ୍ଡଳ କହିଛନ୍ତି। ମନ୍ମଦ ଉଦ୍ୟାନର ପାରାଦୀପ ବନ୍ଦର କେତେକ ଆକର୍ଷଣୀୟ ବଗିଚା ରହିଛି। ପାନୀୟ ଜଳ ଟାଙ୍କି ମଧ୍ୟ କରାଯାଇଛି। ପାରାଦୀପ ପୌରପାଳିକା ମଧ୍ୟ ସେଠାରେ ପିଲାଙ୍କ ପାଇଁ ମୁକ୍ତ ବ୍ୟାୟାମ ଉପକରଣ ଲଗାଇଛନ୍ତି। ଏହାବାଦ୍‌ ଚାଲିବା ପାଇଁ ଟାଇଲ ରାସ୍ତା, ଶୌଚାଳୟ, ଭୋଜି ପାଇଁ ପିଣ୍ଡି, ଗାଡି ପାର୍କିଂ ପାଇଁ କଙ୍କ୍ରିଟ୍‌ ରାସ୍ତା ଆଦି କରାଯାଇଛି। ଏସବୁ ସୌନ୍ଦର୍ଯ୍ୟକରଣ ରାସ୍ତା ଓ ପିଲାଙ୍କ ଖେଳନା ଦୋଳି ଆଦି ନଦୀରେ ଲୀନ ହୋଇଗଲାଣି।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ୧୯୬୨ ଜାନୁୟାରୀ ୩ରେ ନେହେରୁ ବଙ୍ଗଳାଠାରେ ସ୍ଥାପନା ହୋଇଥିଲା। ସେଠାରେ ପ୍ରଥମେ ଟାଉନଶିପ ହୋଇଥିଲା। ଜବାହର ଅତିଥି ଭବନ, ଓଡ଼ିଶାର ପ୍ରଥମ ବହୁତଳ ବିଲ୍ଡିଂ ଆଦି ୧୯୭୦ ଦଶକରେ ହୋଇଥିଲା। କିନ୍ତୁ ଯେଉଁ ସ୍ଥାନରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତାହା ସମୁଦ୍ରରେ ଲୀନ ହୋଇଯାଇଛି। ସମୁଦ୍ର କୂଳ ଖାଇବା ଯୋଗୁ ପାରାଦୀପ ବନ୍ଦର ପକ୍ଷରୁ ୧୯୮୨ରେ ପଥର ବନ୍ଧ ନିର୍ମାଣ କରାଯାଇଥିଲା। ମହାନଦୀ ମୁହାଣଠାରୁ ବନ୍ଦର ୧ ନଂ. ଗେଟ୍‌ ପର୍ଯ୍ୟନ୍ତ ପଥରବନ୍ଧ ହୋଇଛି। ପ୍ରତିବର୍ଷ ପଥର ସମୁଦ୍ରରେ କିଛିମାତ୍ରାରେ ଯାଉଛି। କିନ୍ତୁ ପ୍ରତିବର୍ଷ ପଥର ପକାଯାଉଥିବାରୁ ତାହା ଆଉ ବିଶେଷ କ୍ଷତି କରୁନାହିଁ ବୋଲି କୁହାଯାଉଛି। ଅପରପକ୍ଷେ ମୁହାଣଠାରୁ ଇଫ୍‌କୋ ସାର କାରଖାନା ପର୍ଯ୍ୟନ୍ତ ମହାନଦୀର ଜଗତ୍‌ସିଂହପୁର ଜିଲା ସୀମା ୨୦୧୨ପରଠାରୁ କ୍ଷୟ ହେବାରେ ଲାଗିଛି। ଏପରିକି ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ୧୮୦ ମିଟର ବର୍ଥ ୨୦୧୩ ରେ ଲୀନ ହୋଇଯାଇଥିଲା। ପରେ ମତ୍ସ୍ୟ ବିଭାଗ ସେଠାରେ କୋଟିଏରୁ ଊଦ୍ଧର୍‌ବ ଟଙ୍କା ବ୍ୟୟ ଅଟକଳରେ ପଥର ପ୍ୟାକିଂ କରିଛି। କିନ୍ତୁ ମାଛଧରା ବନ୍ଦରଠାରୁ ମନ୍ମଦ ଉଦ୍ୟାନ ପର୍ଯ୍ୟନ୍ତ ଲୁଣା ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଏହାକୁ ସଂରକ୍ଷଣ କରିବା ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି। ଏପରିକି ବୈଷୟିକ ଟିମ୍‌ ଯାଇ ଥରେ ଅନୁଧ୍ୟାନ କରିଛନ୍ତି ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିବାରେ ଏହାର ପ୍ରତିକାର ପାଇଁ ପୌରପାଳିକା ପାଖରେ ସମ୍ବଳ ନାହିଁ। ମତ୍ସ୍ୟ ବିଭାଗ କିମ୍ବା ଜଳ ସମ୍ପଦ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ପାଇଁ କହିଛୁ। ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଜଗନ୍ନାଥ ରାଓ କୁହନ୍ତି, ଆମ ବିଭାଗର ଉଚ୍ଚ ଅଧିକାରୀମାନେ ଆସି ତଟକ୍ଷୟର ସ୍ଥିତି ପରଖିକରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri