ବିପଦରେ ପାରାଦୀପ ଭ୍ୟୁ ଟାୱାର

ପାରାଦୀପ,୧୨ା୧(ସ୍ବ.ପ୍ର.): ପାରାଦୀପର ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ଆକର୍ଷଣ ସ୍ଥାନ ନେହେରୁବଙ୍ଗଳା ମନ୍ମଦ ଉଦ୍ୟାନ ଅଞ୍ଚଳ। ଏବେ ଏହା ବିପଦରେ। କାରଣ ମହାନଦୀ ମୁହାଣରେ ତଟକ୍ଷୟ ବର୍ଷେ ହେଲା ହେବାରେ ଲାଗିଛି। ଏପରିକି ମୁହାଣ ପଥରବନ୍ଧଠାରୁ ମାଛଧରା ବନ୍ଦର ପର୍ଯ୍ୟନ୍ତ ନଦୀ ତଟ କ୍ଷୟ ହେବା ଯୋଗୁ ପ୍ରାୟ ୧୦୦ଏକର ଜାଗା ଲୀନ ହୋଇଗଲାଣି। ସେଥିରେ ଥିବା ଶତାଧିକ ଗଛ ନଷ୍ଟ ହୋଇଯାଇଛି। ଏବେବି କେତେକ ଗଛ ଅଧା ପାଣିରେ ଅଣେଇ ହୋଇ ରହିଛି। ସାମାନ୍ୟ ପାଗ ପ୍ରତିକୂଳ ହେଲେ ନଦୀତଟରେ ପାଣି ମାଡୁଛି। ବିଶେଷକରି ସମୁଦ୍ର ଅଶାନ୍ତ କିମ୍ବା ବାତ୍ୟା, ବନ୍ୟା ବେଳେ ଅଧିକ ମାତ୍ରାରେ କୂଳ ଖାଇବାରେ ଲାଗିଛି। ସବୁଠାରୁ ବଡ଼ ଅସୁବିଧା ଏବେ ପାରାଦୀପର ଏକମାତ୍ର ଭ୍ୟୁ ଟାୱାର ପ୍ରତି ରହିଛି। ଉକ୍ତ ଘରର ତଳଭାଗ ଏକ ତୃତୀୟାଂଶ ଖାଇ ଗଲାଣି। ଶୌଚାଳୟ ପାଣିରେ ଯାଇଛି। ଏବେ ସେହି ଭ୍ୟୁ ଟାୱାର ଘର ଯେକୌଣସି ସମୟରେ ଭୁଶୁଡି ପଡିବାର ଆଶଙ୍କା ରହିଛି। ଉକ୍ତ ଭ୍ୟୁ ଟାୱାର ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ୧୯୯୨ରେ ନିର୍ମାଣ କରାଯାଇଥିଲା। ସେହି ଘରକୁ ସେଠାକାର ସ୍ବର୍ଣ୍ଣମୟୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଛନ୍ତି। ପର୍ଯ୍ୟଟକଙ୍କ ପାଇଁ ମହିଳାମାନେ ଆନୁଷଙ୍ଗିକ ସହାୟତା ଯୋଗାଇ ଦେଇଥାନ୍ତି। ସେହି ଘରର ଉପର ମହଲାରେ ମହାନଦୀ ମୁହାଣ ସ୍ଥଳର ମିଳନ ସ୍ଥଳ ଦେଖିବାର ସୁଯୋଗ ଅଛି। ଏବେ ଘର ବିପଦସଙ୍କୁଳ ଭାବେ ଥିବାରୁ ଉପର ମହଲାକୁ ଲୋକଙ୍କ ପାଇଁ ଆମେ ମନା କରୁଛୁ ବୋଲି ଏସ୍‌ଏଚ୍‌ଜି ମହିଳା ପୁରବୀ ମଣ୍ଡଳ କହିଛନ୍ତି। ମନ୍ମଦ ଉଦ୍ୟାନର ପାରାଦୀପ ବନ୍ଦର କେତେକ ଆକର୍ଷଣୀୟ ବଗିଚା ରହିଛି। ପାନୀୟ ଜଳ ଟାଙ୍କି ମଧ୍ୟ କରାଯାଇଛି। ପାରାଦୀପ ପୌରପାଳିକା ମଧ୍ୟ ସେଠାରେ ପିଲାଙ୍କ ପାଇଁ ମୁକ୍ତ ବ୍ୟାୟାମ ଉପକରଣ ଲଗାଇଛନ୍ତି। ଏହାବାଦ୍‌ ଚାଲିବା ପାଇଁ ଟାଇଲ ରାସ୍ତା, ଶୌଚାଳୟ, ଭୋଜି ପାଇଁ ପିଣ୍ଡି, ଗାଡି ପାର୍କିଂ ପାଇଁ କଙ୍କ୍ରିଟ୍‌ ରାସ୍ତା ଆଦି କରାଯାଇଛି। ଏସବୁ ସୌନ୍ଦର୍ଯ୍ୟକରଣ ରାସ୍ତା ଓ ପିଲାଙ୍କ ଖେଳନା ଦୋଳି ଆଦି ନଦୀରେ ଲୀନ ହୋଇଗଲାଣି।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ୧୯୬୨ ଜାନୁୟାରୀ ୩ରେ ନେହେରୁ ବଙ୍ଗଳାଠାରେ ସ୍ଥାପନା ହୋଇଥିଲା। ସେଠାରେ ପ୍ରଥମେ ଟାଉନଶିପ ହୋଇଥିଲା। ଜବାହର ଅତିଥି ଭବନ, ଓଡ଼ିଶାର ପ୍ରଥମ ବହୁତଳ ବିଲ୍ଡିଂ ଆଦି ୧୯୭୦ ଦଶକରେ ହୋଇଥିଲା। କିନ୍ତୁ ଯେଉଁ ସ୍ଥାନରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତାହା ସମୁଦ୍ରରେ ଲୀନ ହୋଇଯାଇଛି। ସମୁଦ୍ର କୂଳ ଖାଇବା ଯୋଗୁ ପାରାଦୀପ ବନ୍ଦର ପକ୍ଷରୁ ୧୯୮୨ରେ ପଥର ବନ୍ଧ ନିର୍ମାଣ କରାଯାଇଥିଲା। ମହାନଦୀ ମୁହାଣଠାରୁ ବନ୍ଦର ୧ ନଂ. ଗେଟ୍‌ ପର୍ଯ୍ୟନ୍ତ ପଥରବନ୍ଧ ହୋଇଛି। ପ୍ରତିବର୍ଷ ପଥର ସମୁଦ୍ରରେ କିଛିମାତ୍ରାରେ ଯାଉଛି। କିନ୍ତୁ ପ୍ରତିବର୍ଷ ପଥର ପକାଯାଉଥିବାରୁ ତାହା ଆଉ ବିଶେଷ କ୍ଷତି କରୁନାହିଁ ବୋଲି କୁହାଯାଉଛି। ଅପରପକ୍ଷେ ମୁହାଣଠାରୁ ଇଫ୍‌କୋ ସାର କାରଖାନା ପର୍ଯ୍ୟନ୍ତ ମହାନଦୀର ଜଗତ୍‌ସିଂହପୁର ଜିଲା ସୀମା ୨୦୧୨ପରଠାରୁ କ୍ଷୟ ହେବାରେ ଲାଗିଛି। ଏପରିକି ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟ ମଧ୍ୟରେ ଥିବା ୧୮୦ ମିଟର ବର୍ଥ ୨୦୧୩ ରେ ଲୀନ ହୋଇଯାଇଥିଲା। ପରେ ମତ୍ସ୍ୟ ବିଭାଗ ସେଠାରେ କୋଟିଏରୁ ଊଦ୍ଧର୍‌ବ ଟଙ୍କା ବ୍ୟୟ ଅଟକଳରେ ପଥର ପ୍ୟାକିଂ କରିଛି। କିନ୍ତୁ ମାଛଧରା ବନ୍ଦରଠାରୁ ମନ୍ମଦ ଉଦ୍ୟାନ ପର୍ଯ୍ୟନ୍ତ ଲୁଣା ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଏହାକୁ ସଂରକ୍ଷଣ କରିବା ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି। ଏପରିକି ବୈଷୟିକ ଟିମ୍‌ ଯାଇ ଥରେ ଅନୁଧ୍ୟାନ କରିଛନ୍ତି ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିବାରେ ଏହାର ପ୍ରତିକାର ପାଇଁ ପୌରପାଳିକା ପାଖରେ ସମ୍ବଳ ନାହିଁ। ମତ୍ସ୍ୟ ବିଭାଗ କିମ୍ବା ଜଳ ସମ୍ପଦ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ପାଇଁ କହିଛୁ। ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଜଗନ୍ନାଥ ରାଓ କୁହନ୍ତି, ଆମ ବିଭାଗର ଉଚ୍ଚ ଅଧିକାରୀମାନେ ଆସି ତଟକ୍ଷୟର ସ୍ଥିତି ପରଖିକରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନ ହେଲା ପାନୀୟ ଜଳ ପ୍ରକଳ୍ପ ଅଚଳ: ଗ୍ରାମବାସୀ ହନ୍ତସନ୍ତ

ଲୋଇସିଂହା,୧୭।୫(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମର ପାନୀୟ ଜଳ ପ୍ରକଳ୍ପ ଗତ ୧୦ ଦିନ ହେଲା ବନ୍ଦ ରହିଛି। ଏହା ମରାମତି...

ଭଲିବଲ ଟୁର୍ନାମେଣ୍ଟ: ଯୋଗଦେଲେ ୧୧ ଦଳ

କର୍ଲାମୁଣ୍ଡା:୧୭।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଯୁବ ସଙ୍ଗଠନ ପକ୍ଷରୁ ରାତ୍ରିକାଳୀନ ଭଲିବଲ ଟୁର୍ନାମେଣ୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ଲେଭଲ କ୍ରସିଂରେ ଫସି ରହିଲା ହାଇୱା

ଧର୍ମଶାଳା,୧୭ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ହରିଦାସପୁର-ଗଡ଼ମଧୁପୁର ରେଳଷ୍ଟେଶନ ମଧ୍ୟସ୍ଥ ଏକ ଲେଭଲ କ୍ରସିଂରେ ଶନିବାର ଏକ ଚିପ୍ସ ବୋଝେଇ ହାଇୱା ଏକ ଘଣ୍ଟା ଧରି...

ଭାଇବୋହୂଙ୍କୁ ବଳାତ୍କାର ଉଦ୍ୟମ, ଦେଢ଼ଶୂର ଗିରଫ

ପାଣିକୋଇଲି,୧୭ା୫(ବିକାଶ ମଲ୍ଲିକ): ଯାଜପୁର ଜିଲା ପାଣିକୋଇଲି ଥାନା ଅଞ୍ଚଳରେ ଭାଇବୋହୂଙ୍କୁ ଦେଢ଼ଶୂର ବଳାତ୍କାର ଉଦ୍ୟମ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ...

ଲକ୍ଷ୍ମୀ ବସ୍‌- କାର ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୧୫ ଗୁରୁତର

ଖଲ୍ଲିକୋଟ,୧୭।୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ...

ଆକ୍ରମଣ କରିବା ପଡ଼ିଲା ମହଙ୍ଗା: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୧୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁର ସୀମାଞ୍ଚଳ ସେଠୀ ଏବଂ ତାଙ୍କ ପୁଅ ଭବାନୀ ଶଙ୍କର ସେଠୀଙ୍କୁ ଶନିବାର କେ.ନୂଆଗାଁ...

ଫୁଲ ତୋଳିବାକୁ ନେଇ ୨ଗାଁ ମଧ୍ୟରେ ସଂଘର୍ଷ

ଛତ୍ରପୁର,୧୭ା୫(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜ଼ିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଯଜ୍ଞଶାଳ ଗ୍ରାମ ନିକଟ ଏକ ବିବାଦୀୟ ଜମିରୁ ଶନିବାର କିଆଫୁଲ ତୋଳିବାକୁ ନେଇ ୨ଗାଁ...

କରୋନାକୁ ନେଇ କୌଣସି ଭୟଭୀତ ହେବାର କାରଣ ନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୭।୫: ଏସିଆ ମହାଦେଶର ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହି ସ୍ଥାନଗୁଡିକରେ ନୂତନ କରୋନା ରୋଗୀ ଚିହ୍ନଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri