ଇକୋ ଟୁରିଜମର ରାସ୍ତାରେ ଗଛ ବାଡ଼

ନୟାଗଡ଼ ଅଫିସ,୧୨।୧: ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଶରଣକୁଳ ଝାଡେଶ୍ୱରୀ ପୀଠର ସୌନ୍ଦର୍ଯ୍ୟ ବଢ଼ାଇବା ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ୬୨ ଲକ୍ଷ ଟଙ୍କା ବ୍ୟୟରେ ଶିଶୁ ଉଦ୍ୟାନ କାମ ଚାଲୁ ରହିଛି । ଏହି କାମ ଭଲ ହେଲେ ସେହି ସ୍ଥାନ ଇକୋ ଟୁରିଜମର ମାନ୍ୟତା ପାଇବ। ତେବେ ଏହାର ଶିଶୁ ଉଦ୍ୟାନ ପାଇଁ ଭଣ୍ଡାର ପାହାଡ଼କୁ ପଡୁଥିବା ରାସ୍ତାରେ ପ୍ରାୟ ୧୫ ଫୁଟ୍‌ ବ୍ୟବଧାନରେ ଗଛ ବାଡ଼ ଦିଆଯାଉଛି । ଜଙ୍ଗଲରୁ ଗଛ କାଟି ରାସ୍ତା ମଝିରେ ବାଡ଼ ଦେବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।ସେହିପରି ଶିଶୁ ଉଦ୍ୟାନର ଉନ୍ନୟନ କାମ ହେଉଥିଲେ ମଧ୍ୟ ନାମ ଫଳକ ଦିଆଯାଇ ନାହିଁ । ପୁଣି ରାସ୍ତା କାର୍ଯ୍ୟ ବର୍ଷା ନ ହେଉଣୁ ଦବିବାରୁ କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି ।

ସେହିପରି ଉନ୍ନୟନ କାର୍ଯ୍ୟରେ ଜେସିବି ଲଗାଇ କାମ କରାଯାଉଛି । ପର୍ଯ୍ୟଟନ ପୀଠ ପାଖ ଗଁା ଶରଣକୁଳ ହୋଇଥିଲେହେଁ ଏଠାକାର ଅଞ୍ଚଳର ଶ୍ରମିକଙ୍କୁ ଅଣଦେଖା କରାଯାଇ ନନ୍ଦିଘୋର ଜବ୍‌କାର୍ଡଧାରୀଙ୍କ ନଁାରେ ବିଲ୍‌ କରାଯାଉଛି ବୋଲି ଅଭିଯୋଗ ଉଠିଛି । ପୁଣି ଏଠାର ଉନ୍ନୟନ କାର୍ଯ୍ୟ ଠିକାଦାର କରୁ ନ ଥିବାବେଳେ ପଞ୍ଚରିଡ଼ା ବନବିଭାଗ ପକ୍ଷରୁ କରାଯାଉଛି। ବନବିଭାଗର କର୍ମଚାରୀ ଓ ଅଧିକାରୀ ଜଙ୍ଗଲ ତଦାରଖ ଓ ସୁରକ୍ଷା କାର୍ଯ୍ୟ ଛାଡି ନିର୍ମାଣ କାର୍ଯ୍ୟରେ ସମୟ ଦେଉଥିବାରୁ ଜଙ୍ଗଲ ପଦା ହେବାରେ ଲାଗିଛି।

ଅଭିଯୋଗ ଅନୁଯାୟୀ, ହରିଣ ପାର୍କର କାର୍ଯ୍ୟ ଠିକ୍‌ ଭାବେ କରାଯାଉନି । ପାହାଡ଼କୁ ଉଠିବା ରାସ୍ତା କାର୍ଯ୍ୟ କେବଳ ମାଟି ଉପରେ ଇଟା ପକାଇ ସିମେଣ୍ଟ ବାଲି ପୋତା ଯାଉଛି । ବର୍ଷା ହେଲେ ଏହା ଦବିବାର ସମ୍ଭାବନା ରହିଛି । ବର୍ଷ ନ ହେବା ପୂର୍ବରୁ କେତେକ ସ୍ଥାନରେ ରାସ୍ତା ଦବିବାକୁ ଲାଗିଛି। ଶ୍ରମିକଙ୍କ କାମ ଜେସିବି କରୁଛି। କିନ୍ତୁ କାଗଜାତ୍‌ ଜବ୍‌କାର୍ଡଧାରୀଙ୍କ ନଁାରେ ବିଲ୍‌ ହେଉଛି ।

କିଛି ମାସ ତଳେ ଲାଞ୍ଚ ନେଇ ନିଲମ୍ବିତ ହୋଇଥିବା ବନପାଳ ଉନ୍ନୟନ କାମ କରୁଥିବାରୁ ଅସନ୍ତୋଷ ବଢ଼ୁଛି । ଏନେଇ ପଞ୍ଚରିଡା ରେଞ୍ଜର ଅର୍ଚ୍ଚନା ଗମାଙ୍ଗକୁ ପଚାରିବାରୁ ସେ କିଛି ନ କହି ଏଡାଇ ଯାଇଥିଲେ । ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀଙ୍କୁ ପଚାରିବାରୁ କହିଥିଲେ, ରାସ୍ତା ମଝିରେ ଯେଉଁ ଗଛର ବାଡ଼ ଦିଆଯାଉଛି ତାହା ସ୍ଲୋପ୍‌ ପାଇଁ ବ୍ୟବହାର କରାଯାଉଛି।
ପାର୍କ ଖୋଳା ବେଳେ ବାହାରିଥିବା କିଛି ଗଛକୁ କାଟି ଦିଆଯାଉଛି, ଯାହାକି ପାର୍କର ସୌନ୍ଦର୍ଯ୍ୟକୁ ବଢ଼ାଇବ । ଏହି ଗଛଗୁଡିକ ନଷ୍ଟ ନ କରି ଏହାର ଅଂଶକୁ ବ୍ୟବହାର କରାଯାଇଛି । ରାସ୍ତା ଦବିବାରେ ସତ୍ୟତା ନାହିଁ । ଜେସିବି ନ ଲଗାଇଲେ କାମ ଠିକ ସମୟରେ ଶେଷ ହେବନି । ପୁଣି ଶ୍ରମିକ ଦ୍ୱାରା କାମ କଲେ ଅନୁଦାନ ପାଇବ ନାହିଁ । ନାମ ଫଳକ କାମ ଶେଷ ହେଲେ ଲାଗିବ । ଶିଶୁ ଉଦ୍ୟାନ କୁହାଯାଉଥିଲେ ହେଁ ସମ୍ପୃକ୍ତ ପୀଠ ଇକୋ ଟୁରିଜିମର ମାନ୍ୟତା ପାଇବ । ସ୍ଥାନୀୟ ଲୋକଙ୍କୁ ବନବିଭାଗ ହସ୍ତାନ୍ତର କରିବ । ଉନ୍ନୟନ କାମ ଠିକ୍‌ ଭାବେ କରାଯାଉଛି । ଯଦି କିଛି ଅସୁବିଧା ରହୁଛି ତାର ତୁରନ୍ତ ପରିବର୍ତ୍ତନ କରାଯିବ ।
ଆରସିଏଫ୍‌ ମନୋଜ ମହାପାତ୍ର କୁହନ୍ତି, ଝାଡେଶ୍ୱରୀ ପୀଠର ଶିଶୁ ଉଦ୍ୟାନ କାର୍ଯ୍ୟ ଭଲ ଭାବେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କିଛି ତ୍ରୁଟି ବା ଅସୁବିଧା ରହୁଛି ସେ ଏନେଇ ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କୁହନ୍ତି, ମୁଁ ଝାଡେଶ୍ୱରୀ ପୀଠକୁ ଯାଇ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେବି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?