ଇକୋ ଟୁରିଜମର ରାସ୍ତାରେ ଗଛ ବାଡ଼

ନୟାଗଡ଼ ଅଫିସ,୧୨।୧: ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ରେଞ୍ଜର ଶରଣକୁଳ ଝାଡେଶ୍ୱରୀ ପୀଠର ସୌନ୍ଦର୍ଯ୍ୟ ବଢ଼ାଇବା ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ୬୨ ଲକ୍ଷ ଟଙ୍କା ବ୍ୟୟରେ ଶିଶୁ ଉଦ୍ୟାନ କାମ ଚାଲୁ ରହିଛି । ଏହି କାମ ଭଲ ହେଲେ ସେହି ସ୍ଥାନ ଇକୋ ଟୁରିଜମର ମାନ୍ୟତା ପାଇବ। ତେବେ ଏହାର ଶିଶୁ ଉଦ୍ୟାନ ପାଇଁ ଭଣ୍ଡାର ପାହାଡ଼କୁ ପଡୁଥିବା ରାସ୍ତାରେ ପ୍ରାୟ ୧୫ ଫୁଟ୍‌ ବ୍ୟବଧାନରେ ଗଛ ବାଡ଼ ଦିଆଯାଉଛି । ଜଙ୍ଗଲରୁ ଗଛ କାଟି ରାସ୍ତା ମଝିରେ ବାଡ଼ ଦେବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।ସେହିପରି ଶିଶୁ ଉଦ୍ୟାନର ଉନ୍ନୟନ କାମ ହେଉଥିଲେ ମଧ୍ୟ ନାମ ଫଳକ ଦିଆଯାଇ ନାହିଁ । ପୁଣି ରାସ୍ତା କାର୍ଯ୍ୟ ବର୍ଷା ନ ହେଉଣୁ ଦବିବାରୁ କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି ।

ସେହିପରି ଉନ୍ନୟନ କାର୍ଯ୍ୟରେ ଜେସିବି ଲଗାଇ କାମ କରାଯାଉଛି । ପର୍ଯ୍ୟଟନ ପୀଠ ପାଖ ଗଁା ଶରଣକୁଳ ହୋଇଥିଲେହେଁ ଏଠାକାର ଅଞ୍ଚଳର ଶ୍ରମିକଙ୍କୁ ଅଣଦେଖା କରାଯାଇ ନନ୍ଦିଘୋର ଜବ୍‌କାର୍ଡଧାରୀଙ୍କ ନଁାରେ ବିଲ୍‌ କରାଯାଉଛି ବୋଲି ଅଭିଯୋଗ ଉଠିଛି । ପୁଣି ଏଠାର ଉନ୍ନୟନ କାର୍ଯ୍ୟ ଠିକାଦାର କରୁ ନ ଥିବାବେଳେ ପଞ୍ଚରିଡ଼ା ବନବିଭାଗ ପକ୍ଷରୁ କରାଯାଉଛି। ବନବିଭାଗର କର୍ମଚାରୀ ଓ ଅଧିକାରୀ ଜଙ୍ଗଲ ତଦାରଖ ଓ ସୁରକ୍ଷା କାର୍ଯ୍ୟ ଛାଡି ନିର୍ମାଣ କାର୍ଯ୍ୟରେ ସମୟ ଦେଉଥିବାରୁ ଜଙ୍ଗଲ ପଦା ହେବାରେ ଲାଗିଛି।

ଅଭିଯୋଗ ଅନୁଯାୟୀ, ହରିଣ ପାର୍କର କାର୍ଯ୍ୟ ଠିକ୍‌ ଭାବେ କରାଯାଉନି । ପାହାଡ଼କୁ ଉଠିବା ରାସ୍ତା କାର୍ଯ୍ୟ କେବଳ ମାଟି ଉପରେ ଇଟା ପକାଇ ସିମେଣ୍ଟ ବାଲି ପୋତା ଯାଉଛି । ବର୍ଷା ହେଲେ ଏହା ଦବିବାର ସମ୍ଭାବନା ରହିଛି । ବର୍ଷ ନ ହେବା ପୂର୍ବରୁ କେତେକ ସ୍ଥାନରେ ରାସ୍ତା ଦବିବାକୁ ଲାଗିଛି। ଶ୍ରମିକଙ୍କ କାମ ଜେସିବି କରୁଛି। କିନ୍ତୁ କାଗଜାତ୍‌ ଜବ୍‌କାର୍ଡଧାରୀଙ୍କ ନଁାରେ ବିଲ୍‌ ହେଉଛି ।

କିଛି ମାସ ତଳେ ଲାଞ୍ଚ ନେଇ ନିଲମ୍ବିତ ହୋଇଥିବା ବନପାଳ ଉନ୍ନୟନ କାମ କରୁଥିବାରୁ ଅସନ୍ତୋଷ ବଢ଼ୁଛି । ଏନେଇ ପଞ୍ଚରିଡା ରେଞ୍ଜର ଅର୍ଚ୍ଚନା ଗମାଙ୍ଗକୁ ପଚାରିବାରୁ ସେ କିଛି ନ କହି ଏଡାଇ ଯାଇଥିଲେ । ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀଙ୍କୁ ପଚାରିବାରୁ କହିଥିଲେ, ରାସ୍ତା ମଝିରେ ଯେଉଁ ଗଛର ବାଡ଼ ଦିଆଯାଉଛି ତାହା ସ୍ଲୋପ୍‌ ପାଇଁ ବ୍ୟବହାର କରାଯାଉଛି।
ପାର୍କ ଖୋଳା ବେଳେ ବାହାରିଥିବା କିଛି ଗଛକୁ କାଟି ଦିଆଯାଉଛି, ଯାହାକି ପାର୍କର ସୌନ୍ଦର୍ଯ୍ୟକୁ ବଢ଼ାଇବ । ଏହି ଗଛଗୁଡିକ ନଷ୍ଟ ନ କରି ଏହାର ଅଂଶକୁ ବ୍ୟବହାର କରାଯାଇଛି । ରାସ୍ତା ଦବିବାରେ ସତ୍ୟତା ନାହିଁ । ଜେସିବି ନ ଲଗାଇଲେ କାମ ଠିକ ସମୟରେ ଶେଷ ହେବନି । ପୁଣି ଶ୍ରମିକ ଦ୍ୱାରା କାମ କଲେ ଅନୁଦାନ ପାଇବ ନାହିଁ । ନାମ ଫଳକ କାମ ଶେଷ ହେଲେ ଲାଗିବ । ଶିଶୁ ଉଦ୍ୟାନ କୁହାଯାଉଥିଲେ ହେଁ ସମ୍ପୃକ୍ତ ପୀଠ ଇକୋ ଟୁରିଜିମର ମାନ୍ୟତା ପାଇବ । ସ୍ଥାନୀୟ ଲୋକଙ୍କୁ ବନବିଭାଗ ହସ୍ତାନ୍ତର କରିବ । ଉନ୍ନୟନ କାମ ଠିକ୍‌ ଭାବେ କରାଯାଉଛି । ଯଦି କିଛି ଅସୁବିଧା ରହୁଛି ତାର ତୁରନ୍ତ ପରିବର୍ତ୍ତନ କରାଯିବ ।
ଆରସିଏଫ୍‌ ମନୋଜ ମହାପାତ୍ର କୁହନ୍ତି, ଝାଡେଶ୍ୱରୀ ପୀଠର ଶିଶୁ ଉଦ୍ୟାନ କାର୍ଯ୍ୟ ଭଲ ଭାବେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କିଛି ତ୍ରୁଟି ବା ଅସୁବିଧା ରହୁଛି ସେ ଏନେଇ ଅନୁଧ୍ୟାନ କରିବେ ବୋଲି କହିଛନ୍ତି । ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କୁହନ୍ତି, ମୁଁ ଝାଡେଶ୍ୱରୀ ପୀଠକୁ ଯାଇ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେବି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା

ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ...

ମତ୍ସ୍ୟଜୀବୀଙ୍କ ସଂଖ୍ୟା ରିପୋର୍ଟ ବିଭାଗ ପାଖରେ ନାହିଁ

ପାରାଦୀପ,୭ା୧୨(ଶରତ ରାଉତ)ରାଜ୍ୟର ପ୍ରମୁଖ ମତ୍ସ୍ୟ ଉତ୍ପାଦନ ସ୍ଥାନ ହେଲା ପାରାଦୀପ ମାଛଧରା ବନ୍ଦର। ଏହି ମାଛଧରା ବନ୍ଦର ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri