ଶ୍ୱଶୁରଙ୍କୁ ହତ୍ୟା: ଜ୍ୱାଇଁଙ୍କୁ ଆଜୀବନ ଜେଲ୍‌

ବାରିପଦା ଅଫିସ,୧୨ା୧- ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌(୧) କୋର୍ଟରେ ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ମାମଲାର ବିଚାର କରି ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଦ୍ୱୟ ହେଲେ ବୈଶିଙ୍ଗା ଥାନା ଖୁଣ୍ଟାପୁର ଅଞ୍ଚଳର ରାଜୁ ସିଂ(୩୮) ଏବଂ ତାଙ୍କ ଭାଇ ଲବ ସିଂ(୪୬)।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବର ୭ତାରିଖ ଅପରାହ୍ନରେ ନାତିର ପ୍ରଥମାଷ୍ଟମୀ ସାରିବାକୁ ବଡ଼ଖିରପଦା ଗ୍ରାମର ରମେଶ ସିଂ(୫୦) ଜ୍ୱାଇଁଙ୍କ ଘରକୁ ଆସିଥିଲେ। ସେଠାରେ ପହଞ୍ଚିବା ପରେ ପାରିବାରିକ କଳହକୁ ନେଇ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜ୍ୱାଇଁ ରାଜୁ ଓ ତାଙ୍କ ବଡ଼ଭାଇ ଲବ ମିଶି ଶ୍ୱଶୁରଙ୍କ ଦୁଇ ହାତକୁ ଏକ ଗାମୁଛାରେ ବାନ୍ଧି ଦେଇଥିଲେ। ପରେ ଏକ ଦାଆରେ ତାଙ୍କ ବେକକୁ କାଟି ହତ୍ୟା କରିଥିଲେ। ଖବରପାଇ ବଡ଼ଝିଅ ସଂଯୁକ୍ତା ସିଂ ପହଞ୍ଚି ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୨୯୧/୨୦) ରୁଜୁ କରି ଅଭିଯୁକ୍ତ ୨ ଭାଇଙ୍କୁ କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେଧାବୃତ୍ତି ପରୀକ୍ଷାରୁ ବଞ୍ଚିତ ହେଲେ ଅଣସ୍ବୀକୃତିପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର: ଏନ୍‌ଓସି ନ ଥାଇ ଚାଲିଛି ୧୩ ବିଦ୍ୟାଳୟ

ଖଣ୍ଡପଡ଼ା,୨୧।୮(ସ୍ବ.ପ୍ର)-ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ ଉଦାସୀନତାର ସୁଯୋଗ ନେଇ ଖଣ୍ଡପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ)ନ ଥାଇ ୧୩ ଘରୋଇ ବିଦ୍ୟାଳୟ ଚାଲିଥିବା ପ୍ରଶାସନ ସୂତ୍ରରୁ...

କରୋନା ଆତଙ୍କ ବେଳେ ସ୍ବାମୀଙ୍କ ମୃତ୍ୟୁ ଆଣିଛି ଦୁଃଖ

ଲାଠୋର, ୨୦ା୪ (ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସୁଜାତା ମେହେର(୨୭)। ସ୍ବାମୀ ଦୁର୍ଯ୍ୟୋଧନ ମେହେର(୩୦), ଝିଅ ଗୀତା(୮)...

ଭଙ୍ଗା ହେଲା ସ୍ମିତାରାଣୀ ବ୍ୟବହାର କରୁଥିବା ଲକର୍‌: କାଗଜପତ୍ର ଯାଞ୍ଚ କରୁଛନ୍ତି ଅଧିକାରୀ

ଧର୍ମଶାଳା, ୧୬।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି...

ବିଦ୍ୟୁତ୍‌ଜନିତ ଜୀବନହାନି ହ୍ରାସ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ସମ୍ବେଦନଶୀଳ ବିଦ୍ୟୁତ୍‌ ସରବରାହ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଭବିଷ୍ୟତରେ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌...

ବୋଲଗଡ଼ ଓ କୃଷ୍ଣପ୍ରସାଦରେ ବାହୁଡ଼ା ଯାତ୍ରା

ବୋଲଗଡ଼,୧୩ା୭(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକରେ ଶୁକ୍ରବାର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ନନ୍ଦିଘୋଷ ଭବନସ୍ଥିତ ମାଉସୀ ମା’ ମନ୍ଦିରରୁ ଶ୍ରୀଜୀଉଙ୍କ ବିଗ୍ରହଙ୍କୁ ରଥକୁ...

ଦୁର୍ଦ୍ଦିନରେ ରଙ୍ଗତୁଳୀ କାରିଗର, ସହାୟତା ପାଇଁ ପ୍ରଶାସନର ଦ୍ୱାରସ୍ଥ

ବେଲପଡା, ୨୩ା୪(ଡି.ଏନ.ଏ.)-କରୋନା ଲକ୍‌ଡାଉନ ଯୋଗୁଁ ବଲାଙ୍ଗୀର ଜିଲା ବେଲପଡା ବ୍ଲକ ଅଞ୍ଚଳର ରଙ୍ଗତୁଳୀ କାରୀଗର ଓ ଏଥିରେ ନିୟୋଜିତ ଶ୍ରମିକ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ବେଲପଡା...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୫୫ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୪୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

‘ଗୋବିନ୍ଦଙ୍କ ପକେଟରୁ ମିଳିଛି ମାଟିଆ ରଙ୍ଗର ଲଫାପା’

ବଲାଙ୍ଗୀର ଅଫିସ, ୨୨ା୧୨: କଣ୍ଟାବାଞ୍ଜି ସବ୍‌ଜେଲରେ ମଙ୍ଗଳବାର ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପକେଟରୁ ଏକ ମାଟିଆ...

Advertisement
Archives

Model This Week