ହକିମୟ ହେଲା ରାଉରକେଲା ରେଳ ଷ୍ଟେଶନ

ରାଉରକେଲା ଅଫିସ, ୧୨ା୧: ଆଉ ମାତ୍ର ଦିନକ ପରେ ରାଉରକେଲା ସହରରେ ବିଶ୍ୱକପ୍‌ ମ୍ୟାଚ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ। ବିଶ୍ୱକପ ହକି ମ୍ୟାଚକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ସହରରେ ହକି ବିଶ୍ୱକପକୁ ନେଇ କେଉଁଠି କାନ୍ଥବାଡରେ ହକି ତାରକାଙ୍କ ଚିତ୍ର ନିର୍ମାଣ କରାଯାଇଛି ତ ଆଉ କେଉଁଠି ବିଭିନ୍ନ ଛକରେ ଆଲୋକିକରଣ ବ୍ୟବସ୍ଥା ସାଙ୍ଗକୁ ଲାଇଟ ୱାଟରଫାଇଣ୍ଟେନର ବ୍ୟବସ୍ଥା କରାଯାଇଛି। ସତେ ଯେପରି ସମ୍ପୂର୍ଣ୍ଣ ସହର ହକିମୟ ହୋଇପଡିଛି। ସେଥିରୁ ରାଉରକେଲା ରେଳଷ୍ଟେସନ ମଧ୍ୟ ବାଦ ପଡିନାହିଁ। ରାଉରକେଲା ରେଳଷ୍ଟେସନ ପରିସରରେ ବିଶ୍ୱକପ ପୁରୁଷ ହକି ମ୍ୟାଚକୁ ନେଇ ପ୍ରସ୍ତୁତି ଶେଷ ହୋଇଛି। ରାଉରକେଲା ରେଳଷ୍ଟେସନରେ ହକି ବିଶ୍ୱକପ ପାଇଁ ୫ଟି ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ଭାବେ ଆଲୋକମାଳାରେ ସୁଜ୍ଜିତ କରାଯାଇଛି। ଷ୍ଟେସନ ପ୍ରବେଶ ପଥରେ ହକି ବିଶ୍ୱକପର ସ୍ବତନ୍ତ୍ର ତୋରଣ ନିର୍ମାଣ କରାଯିବା ସହ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଚିତ୍ର ଅଙ୍କାଯାଇ ବିଶ୍ୱକପ୍‌କୁ ସ୍ବାଗତ କରାଯାଇଛି। ଏଥିସହ ରାଉରକେଲା ରେଳଷ୍ଟେସନ ପରିସରରେ ଥିବା ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଶିଡିରେ ହକି ଷ୍ଟିକ, ହକି ଖେଳର ଉପକରଣ ମାଧ୍ୟମରେ ସୁସଜ୍ଜିତ କରାଯାଇଛି। ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥରେ ଏକ ଲୋକମୋଟିଭ ରେଳ ଇଞ୍ଜିନଙ୍କୁ ବ୍ୟାରିକେଟ ମଧ୍ୟରେ ରଖାଯାଇ ସେଥିରେ ଭାରତର ସଂସ୍କୃତି, ରାଜ୍ୟର ଇତିହାସ ଓ ପର୍ଯ୍ୟଟନସ୍ଥଳୀ ସାଙ୍ଗକୁ ବିଭିନ୍ନ ହକି ତାରକାଙ୍କ ଚିତ୍ରଣ କରାଯାଇଛି। ଷ୍ଟେସନର ପାର୍ସଲ ଗେଟ ନିକଟରେ ଏକ ସୁସଜ୍ଜିତ ହକି ବିଶ୍ୱକପ ବଗିଚା ନିର୍ମାଣ କରାଯାଇଛି। ଏହି ବଗିଚାରେ ବିଭିନ୍ନ ପ୍ରଜାତିର ରଙ୍ଗବିରଙ୍ଗ ଫୁଲ ଗଛ ଲଗାଯାଇ କ୍ରୀଡାପ୍ରେମୀଙ୍କୁ ବେଶ ଆକୃଷ୍ଟ କରାଯାଉଛି। ସେହିଭଳି ଷ୍ଟେସନ ପରିସରରେ ଜିଲାର ଲୋକପ୍ରିୟ ଜାତୀୟ ଓ ଅର୍ନ୍ତଜାତୀୟ ଖେଳାଳି ପଦ୍ମଶ୍ରୀ ଦିଲୀପ ତିର୍କୀ, ଲାଜରୁସ ବାର୍ଲା, ଇଗ୍ନେଶ ତିର୍କୀ, ବିରେନ୍ଦ୍ର ଲାକ୍ରା, ଭାରତର ଦଳର ବର୍ତ୍ତମାନ ଉପଅଧିନାୟକ ଅମିତ ରୋହିଦାସଙ୍କ ସହ ବହୁ ହକି ଖେଳାଳିଙ୍କ ଷ୍ଟାଚ୍ୟୁ ନିର୍ମାଣ କରାଯାଇ ପ୍ରଦର୍ଶନୀ କରାଯାଇଛି। ଏଥିସହ ଟ୍ରେନଯୋଗେ ଯେଉଁ କ୍ରୀଡାପ୍ରେମୀ ଓ ସହରକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଷ୍ଟେସନ ପରିସରରେ ହକି ବିଶ୍ୱକପ ଦେଖିବା ପାଇଁ ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି। ହକି ବିଶ୍ୱକପ ପର୍ଯ୍ୟନ୍ତ ଷ୍ଟେସନ ପରିସରରେ କୌଣସି ଅଘଟଣ ନ ଘଟୁ ସେ ନେଇ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାଉରକେଲା ଷ୍ଟେଶନର ଆଖପାଖ ଅଞ୍ଚଳକୁ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବାବେଳେ ସ୍ବଚ୍ଛତାକୁ ବିଶେଷ କରି ଧ୍ୟାନ ଦିଆଯାଇଛି। କୌଣସି ଭିକାରୀ ଓ ଜନସାଧାରଣଙ୍କୁ ଷ୍ଟେସନ ପରିସରରେ ସମ୍ପୂର୍ଣ୍ଣ ଶୋଇବାକୁ ମନା କରାଯିବା ସହ ଷ୍ଟେସନ ଆଖପାଖ ଅଞ୍ଚଳରେ ବେଆଇନ ଗାଡି ପାର୍କିଂକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ହକି ବିଶ୍ୱକପକୁ ନେଇ ରାଉରକେଲା ରେଳ ଷ୍ଟେସନର ବାସ୍ତବିକଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ହକି ବିଶ୍ୱକପ ପାଳନ ଅବସରରେ ଏଭଳି ଉନ୍ନତିକରଣ କାର୍ଯ୍ୟ କରାଯାଇଥିବା ରେଲୱେ ସିନିୟର ଡିଭିଜନାଲ କମରସିଆଲ ମ୍ୟାନେଜର ମନୀଷ ପାଠକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ରେଲୱେ ଡିଆରଏମ୍‌ ଅରୁଣ ରାଠୋରଙ୍କ ସହ ରାଉରକେଲା ସମସ୍ତ ରେଳ କର୍ମଚାରୀ ପରିଚାଳନାରେ ସହଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri