ହକିମୟ ହେଲା ରାଉରକେଲା ରେଳ ଷ୍ଟେଶନ

ରାଉରକେଲା ଅଫିସ, ୧୨ା୧: ଆଉ ମାତ୍ର ଦିନକ ପରେ ରାଉରକେଲା ସହରରେ ବିଶ୍ୱକପ୍‌ ମ୍ୟାଚ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ। ବିଶ୍ୱକପ ହକି ମ୍ୟାଚକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି। ସହରରେ ହକି ବିଶ୍ୱକପକୁ ନେଇ କେଉଁଠି କାନ୍ଥବାଡରେ ହକି ତାରକାଙ୍କ ଚିତ୍ର ନିର୍ମାଣ କରାଯାଇଛି ତ ଆଉ କେଉଁଠି ବିଭିନ୍ନ ଛକରେ ଆଲୋକିକରଣ ବ୍ୟବସ୍ଥା ସାଙ୍ଗକୁ ଲାଇଟ ୱାଟରଫାଇଣ୍ଟେନର ବ୍ୟବସ୍ଥା କରାଯାଇଛି। ସତେ ଯେପରି ସମ୍ପୂର୍ଣ୍ଣ ସହର ହକିମୟ ହୋଇପଡିଛି। ସେଥିରୁ ରାଉରକେଲା ରେଳଷ୍ଟେସନ ମଧ୍ୟ ବାଦ ପଡିନାହିଁ। ରାଉରକେଲା ରେଳଷ୍ଟେସନ ପରିସରରେ ବିଶ୍ୱକପ ପୁରୁଷ ହକି ମ୍ୟାଚକୁ ନେଇ ପ୍ରସ୍ତୁତି ଶେଷ ହୋଇଛି। ରାଉରକେଲା ରେଳଷ୍ଟେସନରେ ହକି ବିଶ୍ୱକପ ପାଇଁ ୫ଟି ପ୍ଲାଟଫର୍ମକୁ ସମ୍ପୂର୍ଣ୍ଣ ଭାବେ ଆଲୋକମାଳାରେ ସୁଜ୍ଜିତ କରାଯାଇଛି। ଷ୍ଟେସନ ପ୍ରବେଶ ପଥରେ ହକି ବିଶ୍ୱକପର ସ୍ବତନ୍ତ୍ର ତୋରଣ ନିର୍ମାଣ କରାଯିବା ସହ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଚିତ୍ର ଅଙ୍କାଯାଇ ବିଶ୍ୱକପ୍‌କୁ ସ୍ବାଗତ କରାଯାଇଛି। ଏଥିସହ ରାଉରକେଲା ରେଳଷ୍ଟେସନ ପରିସରରେ ଥିବା ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଶିଡିରେ ହକି ଷ୍ଟିକ, ହକି ଖେଳର ଉପକରଣ ମାଧ୍ୟମରେ ସୁସଜ୍ଜିତ କରାଯାଇଛି। ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥରେ ଏକ ଲୋକମୋଟିଭ ରେଳ ଇଞ୍ଜିନଙ୍କୁ ବ୍ୟାରିକେଟ ମଧ୍ୟରେ ରଖାଯାଇ ସେଥିରେ ଭାରତର ସଂସ୍କୃତି, ରାଜ୍ୟର ଇତିହାସ ଓ ପର୍ଯ୍ୟଟନସ୍ଥଳୀ ସାଙ୍ଗକୁ ବିଭିନ୍ନ ହକି ତାରକାଙ୍କ ଚିତ୍ରଣ କରାଯାଇଛି। ଷ୍ଟେସନର ପାର୍ସଲ ଗେଟ ନିକଟରେ ଏକ ସୁସଜ୍ଜିତ ହକି ବିଶ୍ୱକପ ବଗିଚା ନିର୍ମାଣ କରାଯାଇଛି। ଏହି ବଗିଚାରେ ବିଭିନ୍ନ ପ୍ରଜାତିର ରଙ୍ଗବିରଙ୍ଗ ଫୁଲ ଗଛ ଲଗାଯାଇ କ୍ରୀଡାପ୍ରେମୀଙ୍କୁ ବେଶ ଆକୃଷ୍ଟ କରାଯାଉଛି। ସେହିଭଳି ଷ୍ଟେସନ ପରିସରରେ ଜିଲାର ଲୋକପ୍ରିୟ ଜାତୀୟ ଓ ଅର୍ନ୍ତଜାତୀୟ ଖେଳାଳି ପଦ୍ମଶ୍ରୀ ଦିଲୀପ ତିର୍କୀ, ଲାଜରୁସ ବାର୍ଲା, ଇଗ୍ନେଶ ତିର୍କୀ, ବିରେନ୍ଦ୍ର ଲାକ୍ରା, ଭାରତର ଦଳର ବର୍ତ୍ତମାନ ଉପଅଧିନାୟକ ଅମିତ ରୋହିଦାସଙ୍କ ସହ ବହୁ ହକି ଖେଳାଳିଙ୍କ ଷ୍ଟାଚ୍ୟୁ ନିର୍ମାଣ କରାଯାଇ ପ୍ରଦର୍ଶନୀ କରାଯାଇଛି। ଏଥିସହ ଟ୍ରେନଯୋଗେ ଯେଉଁ କ୍ରୀଡାପ୍ରେମୀ ଓ ସହରକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଷ୍ଟେସନ ପରିସରରେ ହକି ବିଶ୍ୱକପ ଦେଖିବା ପାଇଁ ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଛି। ହକି ବିଶ୍ୱକପ ପର୍ଯ୍ୟନ୍ତ ଷ୍ଟେସନ ପରିସରରେ କୌଣସି ଅଘଟଣ ନ ଘଟୁ ସେ ନେଇ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାଉରକେଲା ଷ୍ଟେଶନର ଆଖପାଖ ଅଞ୍ଚଳକୁ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବାବେଳେ ସ୍ବଚ୍ଛତାକୁ ବିଶେଷ କରି ଧ୍ୟାନ ଦିଆଯାଇଛି। କୌଣସି ଭିକାରୀ ଓ ଜନସାଧାରଣଙ୍କୁ ଷ୍ଟେସନ ପରିସରରେ ସମ୍ପୂର୍ଣ୍ଣ ଶୋଇବାକୁ ମନା କରାଯିବା ସହ ଷ୍ଟେସନ ଆଖପାଖ ଅଞ୍ଚଳରେ ବେଆଇନ ଗାଡି ପାର୍କିଂକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ହକି ବିଶ୍ୱକପକୁ ନେଇ ରାଉରକେଲା ରେଳ ଷ୍ଟେସନର ବାସ୍ତବିକଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ହକି ବିଶ୍ୱକପ ପାଳନ ଅବସରରେ ଏଭଳି ଉନ୍ନତିକରଣ କାର୍ଯ୍ୟ କରାଯାଇଥିବା ରେଲୱେ ସିନିୟର ଡିଭିଜନାଲ କମରସିଆଲ ମ୍ୟାନେଜର ମନୀଷ ପାଠକ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ରେଲୱେ ଡିଆରଏମ୍‌ ଅରୁଣ ରାଠୋରଙ୍କ ସହ ରାଉରକେଲା ସମସ୍ତ ରେଳ କର୍ମଚାରୀ ପରିଚାଳନାରେ ସହଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?