ଚାକିରି ଏସ୍‌ସିି କୋଟାରେ, ପଦୋନ୍ନତି ସାଧାରଣ ବର୍ଗରେ

ନବରଙ୍ଗପୁର,୧୨।୧(ବି.ପ୍ର.): ସଂରକ୍ଷଣ ବ୍ୟବସ୍ଥାରେ ଶିକ୍ଷକ ନିଯୁକ୍ତି ପାଇଲେ। ପଦୋନ୍ନତି ସମୟରେ ସାଧାରଣ ବର୍ଗର ସଂରକ୍ଷଣରେ ଫାଇଦା ନେଲେ। ଏହିଭଳି ଅଭିଯୋଗ ଆସିବା ପରେ ଜିଲା ଶିକ୍ଷା ଅଧିକାରୀ ତଦନ୍ତ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ବହୁଦିନର ଫାଇଲ ଖୋଜିବାକୁ ପଡ଼ିବ କହି ତଦନ୍ତରେ ଶିଥିଳତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଏହିଭଳି ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଦେଖିବାକୁ ମିଳିଛି।
ତେନ୍ତୁଳିଖୁଣ୍ଟି ବ୍ଲକର ୨ଜଣ ଶିକ୍ଷକ ଅଜୟ କୁମାର ହରିଜନ ଓ ସୁରେନ୍ଦ୍ର ହରିଜନଙ୍କୁ ଜାନୁୟାରୀ ୩ରେ ୫ବି୨ରୁ ପଦୋନ୍ନତି କରାଯାଇ ଲେଭେଲ ୪କୁ ସାଧାରଣ ବର୍ଗରେ ପଦୋନ୍ନତି କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଡିଇଓ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ସାଧାରଣ ବର୍ଗ ସଂରକ୍ଷଣରେ ସୁରେନ୍ଦ୍ରଙ୍କୁ ମଞ୍ଚାଗାଁ ଉଚ୍ଚ ପ୍ରାଥମିକ ଓ ଅଜୟଙ୍କୁ ଗୋତିପୁଟ ପିୟୁପିଏସ୍‌କୁ ପଦୋନ୍ନତି କରାଯାଇଛି। ସେମାନେ ଅନୁସୂଚିତ ଜାତି ବର୍ଗର ହୋଇଥିବା ବେଳେ ସାଧାରଣ ବର୍ଗରେ ପଦୋନ୍ନତି ପାଇଛନ୍ତି। ବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ସରକାରୀ ନିୟମାନୁଯାୟୀ, ଜଣେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଶିକ୍ଷକଙ୍କୁ ସାଧାରଣ ବର୍ଗ ସଂରକ୍ଷଣ ମିଳିପାରିବ ନାହିଁ। ତଦନ୍ତ ହେବ। ଯଦି ପଦୋନ୍ନତି ପାଇବାକୁ ସାଧାରଣ ବର୍ଗର ଶିକ୍ଷକ ଥିବେ ତେବେ ପୂର୍ବରୁ ପଦୋନ୍ନତି ପାଇଥିବା ଅନୁସୂଚିତ ଜାତି ବର୍ଗର ଶିକ୍ଷକଙ୍କ ପଦୋନ୍ନତି କାଟି ଦିଆଯିବ। ଯଦି କୌଣସି ଅଧିକାରୀଙ୍କ ଭୁଲ୍‌ ରହିଛି ତାଙ୍କୁ କୈଫିୟତ ମଗାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି ସେ କହିଛନ୍ତି। ଅଜୟ ଓ ସୁରେନ୍ଦ୍ର ଅନୁସୂଚିତ ଜାତି(ଏସ୍‌ସି) ସଂରକ୍ଷଣ ବ୍ୟବସ୍ଥାରେ ଶିକ୍ଷା ସହାୟକ ଚାକିରି ପାଇଥିଲେ। ଅଜୟ ନିୟମିତ ହେବା ପରେ ୨୦୧୨ ଡିସେମ୍ବର ୧୪ରେ ସର୍ଭିସ୍‌ ବହି ଖୋଲାଯାଇଥିଲା। ସେଠାରେ ଜାତି ଏସ୍‌ସି ଉଲ୍ଲେଖ ଥିଲା। ନୋଟାରିରେ ବ୍ୟକ୍ତଗତ ସତ୍ୟପାଠ ୨୦୨୧ ଏପ୍ରିଲ ୧୬ରେ ବିଇଓଙ୍କୁ ଦେଇଥିଲେ। ବିଇଓ ୨୦୨୧ ମେ ୩୧ରେ ଅର୍ଡର ନଂ. ୮୭୧/୨୧ ଅନୁଯାୟୀ ସର୍ଭିସ୍‌ ବହିରେ ଉଲ୍ଲେଖକଲେ ଅଜୟ ଧର୍ମ ପରିବର୍ତ୍ତନ କରିଛନ୍ତି। ଏସ୍‌ସି ବର୍ଗ ପାଇଁ ରହିଥିବା କୌଣସି ସୁବିଧା ସୁଯୋଗ ନେବେ ନାହିଁ। ଏ ନେଇ ସର୍ଭିସ୍‌ ବହିରେ ଏସ୍‌ସିକୁ କାଟି ସାଧାରଣ ବର୍ଗ ବୋଲି ଉଲ୍ଲେଖ କରାଯାଇଛି। ସେହିଭଳି ସୁରେନ୍ଦ୍ର ହରିଜନ ମଧ୍ୟ ନୋଟାରିରେ ବ୍ୟକ୍ତିଗତ ସତ୍ୟପାଠ ବିଇଓଙ୍କୁ ୨୦୨୧ ଜୁନ୍‌ ୧ରେ ପ୍ରଦାନ କଲେ। ସେ ଧର୍ମ ପରିବର୍ତ୍ତନ କରିଥିବା କଥା ସେଠାରେ ଉଲ୍ଲେଖ ଥିଲା। ବିଇଓ ତାଙ୍କ ସର୍ଭିସ୍‌ ବହିରେ ୨୦୨୧ ଜୁନ୍‌ ୧୭ରେ ଅର୍ଡର ନଂ. ୯୮୫/୨୧ ଅନୁଯାୟୀ ଏସ୍‌ସିବର୍ଗକୁ କାଟି ସାଧାରଣ ବର୍ଗ ଉଲ୍ଲେଖ କରିଛନ୍ତି। ବିଇଓ ସେହି ସମୟରେ ଅଜୟ ଓ ସୁରେନ୍ଦ୍ର ଚାକିରି କରୁଥିବା ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଚିଠିକରି ବିଦ୍ୟାଳୟର ମୂଳ ସର୍ଭିସ୍‌ ବହିରେ ଏହାକୁ ରଖିବେ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ଏନେଇ ଅଜୟଙ୍କୁ ପଚାରିବାରୁ ସେ ୨୦୦୬ରେ ଏସ୍‌ସି ସଂରକ୍ଷଣ ବ୍ୟବସ୍ଥାରେ ଶିକ୍ଷକ ଚାକିରି ପାଇଥିଲେ। ପରେ ହିନ୍ଦୁଧର୍ମ ପରିବର୍ତ୍ତନ କରିଥିଲେ ବୋଲି କହିଥିଲେ । ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଡିକ୍ଲାରେଶନ ସେ ବିଇଓଙ୍କୁ ଦେଲେ। ୨୦୨୧ରେ ମଧ୍ୟ ଗୋଟିଏ ପଦୋନ୍ନତି ପାଇଛନ୍ତି ଓ ଏବେ ମଧ୍ୟ ସାଧାରଣ ବର୍ଗରେ ପଦୋନ୍ନତି ପାଇଛନ୍ତି । ଅଧିକ ତଥ୍ୟ ଓ ସତ୍ୟାସତ୍ୟ ଜାଣିବା ପାଇଁ ହେଲେ ଅଥରିଟିଙ୍କଠାରୁ ସମସ୍ତ କାଗଜପତ୍ର ନେଇପାରିବେ ବୋଲି ସେ କହିଛନ୍ତି। ଏନେଇ ସୁରେନ୍ଦ୍ରଙ୍କୁ ପଚାରିବାରୁ ସେ ମଧ୍ୟ ଅନୁରୂପ କଥା କହିଥିଲେ। ଏନେଇ ତେନ୍ତୁଳିଖୁଣ୍ଟି ବିଇଓ ସମରେନ୍ଦ୍ର ଭୌମିକଙ୍କୁ ପଚାରିବାରୁ ବହୁଦିନ ତଳର ଫାଇଲ ଖୋଜିବାକୁ ପଡ଼ିବ। ଯାହା ସର୍ଭିସ୍‌ ବହିର ନକଲରୁ ଜଣାପଡୁଛି ସେହି ସମୟରେ ଅଜୟ ଓ ସୁରେନ୍ଦ୍ର ନୋଟାରିରେ ଆଫିଡେଭିଟ ପରେ ସେମାନେ ଏସ୍‌ସିରୁ ସାଧାରଣ ବର୍ଗକୁ ଆସିଛନ୍ତି। ତେବେ ଫାଇଲ ମିଳିବା ପରେ ପ୍ରକୃତରେ କ’ଣ ହୋଇଛି ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି।
ପରିବର୍ତ୍ତନ ପାଇଁ ସମ୍ବିଧାନିକ ନିୟମ ରହିଛି ସତ। ଧର୍ମ ପରିବର୍ତ୍ତନ ପରେ ସର୍ଭିସ୍‌ ବହିରେ ଏସ୍‌ସିରୁ ସାଧାରଣ ବର୍ଗକୁ ପରିବର୍ତ୍ତନ କରିଦିଆଗଲା। ଜାତିଗତ ପ୍ରମାଣପତ୍ର ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇ ନାହିଁ। ଏହାର ତଦନ୍ତ କରିବାକୁ ଦାବି ହୋଇଛି। ନୋଟାରିରେ ସତ୍ୟପାଠ କରିଦେବା ଧର୍ମ ପରିବର୍ତ୍ତନ ପାଇଁ ନିୟମ ସମ୍ପୂର୍ଣ୍ଣ କି ବୋଲି ପ୍ରଶ୍ନ ଉଠୁଛି। ଓଡ଼ିଶା ପ୍ରିଡମ ଅଥ ରିଲିଜିଅନ ରୁଲ୍‌ ୧୯୮୯ ଅନୁଯାୟୀ ଜଣେ ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ବ୍ୟକ୍ତିଗତ ଇଚ୍ଛାପତ୍ର ଫାଷ୍ଟ କ୍ଲାସ୍‌ ବିଚାରପତିଙ୍କ ନିକଟରେ ପ୍ରଦାନ କରିବେ। ଧର୍ମ ପରିବର୍ତ୍ତନର ୧୫ ଦିନ ପୂର୍ବରୁ ଧର୍ମଗୁରୁ ତାରିଖ, ସ୍ଥାନ ନିରୂପଣ କରିବେ। ଜିଲା ମାଜିଷ୍ଟ୍ରେଟ ତଥା ଜିଲାପାଳଙ୍କୁ ସୂଚନା ଦେବେ। ଫର୍ମ (କ)ରେ ଜିଲା ମାଜିଷ୍ଟ୍ରେଟଙ୍କୁ ଆବେଦନ କରିବେ ା ଜିଲାପାଳ ଏସ୍‌ପିଙ୍କୁ ତାହା ପଠାଇବେ। ଏସ୍‌ପି ତାହାକୁ ସମ୍ପୃକ୍ତ ଥାନାକୁ ପଠାଇବା ପରେ ତଦନ୍ତ ରିପୋର୍ଟ ଥାନା ପକ୍ଷରୁ ଜିଲାପାଳଙ୍କୁ ପ୍ରଧାନ କରାଯିବ। ଜିଲାପାଳ ଏନେଇ ଫର୍ମ ସି ଅନୁଯାୟୀ ରେଜିଷ୍ଟର ପରିଚାଳନା କରିବେ। ଯଦି ଏ ସବୁର ଖିଲାପ ହୋଇଥିବ ତେବେ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତ ଆଇନତଃ ଜରିମାନା ଦେବେ ବୋଲି ଜିଲା ଆଇନଜୀବୀ ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?