ଆମ ଜିଲା ଖବର

ଜିଲାରେ ଧାନକିଣା ନାଁରେ ହରିଲୁଟ୍‌

ବଲାଙ୍ଗୀର ଅଫିସ,୩୧ା୧୨: ବଲାଙ୍ଗୀର ଜିଲାରେ ଧାନକିଣା ନାଁରେ ଏବେ ହରିଲୁଟ୍‌ ଚାଲିଛି। କଟନୀ ଛଟନୀ ନାଁରେ ଚାଷୀଙ୍କଠାରୁ କୋଟି କୋଟି ଟଙ୍କାର ଧାନ ଲୁଟ୍‌ କରାଯାଇ ଚାଷୀକୁ ଶୋଷଣ କରାଯାଉଛି। ଏହି ଶୋଷଣ ପ୍ରକ୍ରିୟାରେ ଯୋଗାଣ ବିଭାଗ ଅଧିକାରୀ, ସମବାୟ ବିଭାଗ…

ଶୋଭାଯାତ୍ରାରେ ଦମ୍ପତିଙ୍କ ଶେଷଯାତ୍ରା

ସମ୍ବଲପୁର,୩୧ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଡଙ୍ଗାପାଲ ଗ୍ରାମର ବୃଦ୍ଧ ଦମ୍ପତି କାର୍ତ୍ତିକ ପ୍ରଧାନ ଓ ଅନସୂୟାଙ୍କ ଶୋଭାଯାତ୍ରା ସହ ଜୀବନର ଶେଷଯାତ୍ରା ସମ୍ପନ୍ନ ହୋଇଛି। ଗାଁ ମଶାଣିରେ ଗୋଟିଏ ଜୁଇରେ ଜଳିଛି ଉଭୟଙ୍କ ମୃତଶରୀର। ଦୁଲଦୁଲି ବାଜା, ଘଣ୍ଟ, ଶଙ୍ଖ ନାଦ…

ଖେଳ ଅଭ୍ୟାସ କଲେ ଭାରତ ହକି ଦଳ

ରାଉରକେଲା ଅଫିସ,୩୧।୧୨: ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଦଳ ଶୁକ୍ରବାର ସକାଳ ଓ ସନ୍ଧ୍ୟାରେ ଅଭ୍ୟାସ କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ। ସକାଳ ସାଢେ ୯ଟାରେ ସମସ୍ତ ଖେଳାଳି ବିର୍ସାମୁଣ୍ଡା ଷ୍ଟାଡିୟମରେ ପହଞ୍ଚତ୍ ପ୍ରଥମେ ୱାର୍ମଅପ୍‌ କରିଥିଲେ। ପରେ ନୂତନ…

ପାରିଶ୍ରମିକ ବୃଦ୍ଧି ଦାବିକଲେ ପାଚିକା

ଢେଙ୍କାନାଳ ଅଫିସ, ୩୧।୧୨: ପାରିଶ୍ରମିକ ବୃଦ୍ଧି ଏବଂ ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ଗର୍ଜିଛନ୍ତି ଢେଙ୍କାନାଳ ଜିଲାର ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା। ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀଙ୍କୁ ସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର…

ଶ୍ରେଷ୍ଠ ୨୦ରେ ଶୁଭଶ୍ରୀ

ଢେଙ୍କାନାଳ ଅଫିସ, ୩୧ା୧୨: ଟାଟା ଷ୍ଟିଲ୍‌ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମର ଶ୍ରେଷ୍ଠ ୨୦ ପ୍ରତିଯୋଗୀ ତଥା ବିଜେତାଙ୍କ ମଧ୍ୟରେ ରହିଛନ୍ତି ଢେଙ୍କାନାଳ ଜିଲା ବ୍ରାହ୍ମଣୀ ପବ୍ଲିକ ସ୍କୁଲ ଛାତ୍ରୀ ଶୁଭଶ୍ରୀ ପଣ୍ଡା। ସମ୍ପୃକ୍ତ ଛାତ୍ରୀଛାତ୍ର ଭାରତୀୟ ମହାକାଶ ଗବେଷଣା…

ଜମିବ ଜିରୋ ନାଇଟ୍‌

ଅନୁଗୋଳ ଅଫିସ, ୩୧ା୧୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୨୦୨୨କୁ ଦିଆଯିବ ବିଦାୟ। ୨୦୨୩କୁ କରାଯିବ ଭବ୍ୟ ସ୍ବାଗତ। ଏଥିପାଇଁ ଅନୁଗୋଳରେ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଭୋଜି, ବାଣ, ବାଜା ପାଇଁ ବିଭିନ୍ନ କ୍ଲବ, ସାହିରେ ଯୋଜନା ହୋଇଥିବା ବେଳେ…

ସ୍କ୍ରାପ୍‌ରେ ଫୁଲଗଛ ଷ୍ଟାଣ୍ଡ

ବ୍ରହ୍ମପୁର ଅଫିସ,୩୧ା୧୨: ନଷ୍ଟର ଶ୍ରେଷ୍ଠ ଉଦ୍ୟମକୁ ନେଇ ବ୍ରହ୍ମପୁର ଆଇଟିଆଇ ସର୍ବଦା ପ୍ରଶଂସାଭାଜନ ହୋଇଛି। ଏହି ମର୍ମରେ ଆଇଟିଆଇ ଛାତ୍ରୀଛାତ୍ର ଅବ୍ୟବହୃତ ସାମଗ୍ରୀକୁ ବ୍ୟବହାର କରି ବ୍ୟବହାର ଉପଯୋଗୀ ସାମଗ୍ରୀ ନିର୍ମାଣ କରିଛନ୍ତି। ଆଇଟିଆଇର ଫିଟର, ୱେଲଡର, ପେଣ୍ଟର ଓ ଇଲେକଟ୍ରିସିଆନ…

ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସ ମର୍ମାହତ

ମଥୁରାନଗରୀ/ଗୋପପୁର,୩୧।୧୨: ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଚତୁର୍ଥ ଦିବସର ଦୃଶ୍ୟାଭିନୟ ବେଶ୍‌ ଚିତ୍ତାକର୍ଷକ ଥିଲା। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାରେ ଗୋପପୁର ଉତ୍ସବମୁଖର ହୋଇପଡିଛି। ଅନ୍ୟପକ୍ଷେ କଂସ ପ୍ରେରିତ ରାକ୍ଷସୀ ରାକ୍ଷସଙ୍କ ବଧରେ କଂସ ମର୍ମାହତ ହୋଇପଡିଛନ୍ତି। ଗୋପପୁରକୁ ପ୍ରେରିତ ରାକ୍ଷସୀ ରାକ୍ଷସ ନିହତ…

ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କନ୍ଧମାଳ ଲିଙ୍କ୍‌

ଫୁଲବାଣୀ ଅଫିସ,୩୧।୧୨: ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଯେତେ ଆଗଉଛି ଘଟଣାର ରହସ୍ୟ ସେତେ ବଢ଼ିବାରେ ଲାଗିଛି। ତେବେ ଏହି ଘଟଣାର ଲିଙ୍କ କନ୍ଧମାଳରେ ମଧ୍ୟ ରହିଥିବା ଜଣାପଡ଼ିଛି। ରୁଷୀୟ ପର୍ଯ୍ୟଟକ ଆଣ୍ଟେଭ ପାଭେଲ ଓ ଭ୍ଲାଡିମିର…

ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ ପାଳନ ପ୍ରସ୍ତୁତି

ଭଞ୍ଜନଗର,୩୧ା୧୨(ଡି.ଏନ.ଏ): ଘୁମୁସର ମାଟିର ମହାନ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ ଆସନ୍ତା ରବିବାର ଭଞ୍ଜନଗରରେ ପାଳନ କରାଯିବ। ଗଞ୍ଜାମ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଚକରା ବିଷୋୟୀ ଛକରେ ଅପରାହ୍ନ ୫ଟାରେ ଜିଲାସ୍ତରୀୟ…

ସାଇବର ଠକ ଲୁଟିନେଲେ ୯୬ ହଜାର

ବ୍ରହ୍ମପୁର ଅଫିସ,୩୧ା୧୨: ଜଣେ ମହିଳା ଫ୍ଲିପକାର୍ଟରେ ଏକ ସ୍ବେଟର୍‌ ମଗାଇଥିଲେ। ତାହା ପସନ୍ଦ ନ ହେବାରୁ ଫେରାଇବାକୁ ଚାହିଁଥିଲେ। ସାଇବର ଠକ କୌଣସି ସୂତ୍ରରୁ ଏହା ଜାଣିଯାଇଥିଲେ। ଅଜଣା ନମ୍ବରରୁ ସମ୍ପୃକ୍ତ ମହିଳାଙ୍କୁ ଫୋନ୍‌ କରି ବିଶ୍ୱାସଭାଜନ ହେବାପରେ ଅନଲାଇନରେ ତାଙ୍କ…

ବିମାନବନ୍ଦର ପାଇଁ ନୂଆ ସ୍ଥାନ ଚିହ୍ନଟ କରିବାକୁ ପ୍ରସ୍ତାବ

ବ୍ରହ୍ମପୁର ଅଫିସ,୩୧ା୧୨: ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ନୂତନ ସ୍ଥାନ ଚିହ୍ନଟ କରିବା ଲାଗି ଓଡିଶା ଡେଭଲପମେଣ୍ଟ ଫୋରମ ପକ୍ଷରୁ ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିସହ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?