ଶିକ୍ଷାରୁ ବଞ୍ଚିତ କଲେ ସରକାର

ଅନୁଗୋଳ ଅଫିସ, ୮ା୨: ଘଞ୍ଚ ଜଙ୍ଗଲ ଭିତରେ ଥିବା ଆଦିବାସୀ ବହୁଳ ସିଟିକୋଇଲି ଗଁାର ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଲେ। ୩ କିଲୋମିଟର ଦୂରରେ ଥିବା କନ୍ଧକୋଇଲି ସ୍କୁଲ ସହିତ ଏହାକୁ ମିଶାଇଦେଲେ। ହେଲେ ସିଟିକୋଇଲିର ୨୦ ପ୍ରାଥମିକ ଛାତ୍ରୀଛାତ୍ର କିପରି ବଣ, ପାହାଡ଼, ୫ ବଡ଼ ନାଳ ଓ ହାତୀ, ଭାଲୁ ପରି ହିଂସ୍ର ଜନ୍ତୁଙ୍କ ଭୟକୁ ଭେଦକରି ଦୁର୍ଗମ ଅଞ୍ଚଳରୁ କନ୍ଧକୋଇଲି ସ୍କୁଲକୁ ଆତଯାତ କରିବେ ତାହା ବୁଝିଲେନି ସରକାର। ବାସ୍ତବତାକୁ ନ ଜାଣି ଓ ଠିକ୍‌ ଭାବେ ସ୍ଥିତି ଅନୁଧ୍ୟାନ ନ କରି ସରକାର ସିଟିକୋଇଲି ସ୍କୁଲକୁ ବନ୍ଦ କରିଦେଇଥିବାରୁ ବର୍ଷେ ହେଲା ଏଠାକାର ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧାଯାଇଛି। ଏ ନେଇ ବାରମ୍ବାର ପ୍ରଶାସନ, ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସତ୍ତ୍ୱେ ମଙ୍ଗଳବାର ସିଟିକୋଇଲି ଗ୍ରାମବାସୀ ପୁଣି ଅନୁଗୋଳ ଜିଲା ପ୍ରଶାସନ, ଜିଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବନ୍ଦ କରାଯାଇଥିବା ସ୍କୁଲ ଖୋଲା ନ ଗଲେ ଗ୍ରାମବାସୀ ଆନ୍ଦୋଳନ କରିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ଗ୍ରାମବାସୀଙ୍କ ପକ୍ଷରୁ ପ୍ରଦୀପ ଦେହୁରୀ, ବୈରାଗୀ ଭୋଇ ଓ ପ୍ରଫୁଲ୍ଲ ଦେହୁରୀ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ଅନୁଗୋଳ ବ୍ଲକ ମାଣିକଯୋଡ଼ି ପଞ୍ଚାୟତରେ ଥିବା ସିଟିକୋଇଲି ଏକ ଆଦିବାସୀ ଗ୍ରାମ। ଘଞ୍ଚ ଜଙ୍ଗଲ ମଧ୍ୟରେ ଏହା ଥିବାରୁ ଗମନାଗମନର ସେପରି ସୁବିଧା ନାହିଁ। ୧୯୭୧ରେ ସରକାର ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଥିଲେ। ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଗଁାର ୯୫ ପ୍ରତିଶତ ଲୋକ ସାକ୍ଷର ହୋଇପାରିଛନ୍ତି। ଏପରି କି ରାଜ୍ୟ ସରକାରଙ୍କ ସଚିବାଳୟରେ ଏଠାକାର ଶିକ୍ଷିତଙ୍କୁ ଚାକିରି ମଧ୍ୟ ମିଳିପାରିଛି। ମାତ୍ର ସରକାରୀ ସ୍ତରରେ ଠିକ୍‌ ଭାବେ ସ୍ଥିତି ଅନୁଧ୍ୟାନ କରା ନ ଯାଇ ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ବର୍ଷେ ହେଲା ବନ୍ଦ କରି ୩ କିଲୋମିଟର ଦୂର କନ୍ଧକୋଇଲି ସ୍କୁଲ ସହିତ ମିଶ୍ରଣ କରାଯାଇଛି। ଫଳରେ ଘଞ୍ଚ ଜଙ୍ଗଲ, ନାଳ ଓ ହିଂସ୍ରଜନ୍ତୁଙ୍କ ଭୟ ଯୋଗୁ ସିଟିକୋଇଲିର ୨୦ ଛାତ୍ରୀଛାତ୍ର ସ୍କୁଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ସରକାରୀ ବାବୁମାନେ ଗାଁକୁ ଆଦୌ ପରିଦର୍ଶନରେ ନ ଆସି ରିପୋର୍ଟ ପ୍ରଦାନ କରିବା ଦ୍ବାରା ଏପରି ସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ଏହି ସ୍କୁଲ ପୁନର୍ବାର ଖୋଲା ନ ଗଲେ ଆନ୍ଦୋଳନ କରାଯିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି। ଜିଲାରେ ଯେଉଁସବୁ ସ୍କୁଲ ବିକଳ୍ପ ନ ଥାଇ ବନ୍ଦ କରାଯାଇଛି, ତାହାର ଅନୁଧ୍ୟାନ କରି ହାଇକୋର୍ଟରେ କେସ୍‌ କରାଯିବ ବୋଲି ଆଡଭୋକେଟ୍‌ ପ୍ରସନ୍ନ କୁମାର ବେହେରା ପ୍ରକାଶ କରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri