ହିତାଧିକାରୀଙ୍କୁ ୮ ମାସର ରାଶନ ମିଳିନାହିଁ

ରାଜନଗର, ୮ା୨(ଡି.ଏନ୍‌.ଏ.): ମାସେ କି ଦୁଇମାସ ନୁହେଁ, ୮ମାସ ହେଲା ହିତାଧିକାରୀ ରାଶନ ସାମଗ୍ରୀ ପାଉନାହାନ୍ତି। ରାଶନ ସାମଗ୍ରୀ ପାଉ ନ ଥିବା ସମ୍ପର୍କରେ ହିତାଧିକାରୀମାନେ ରାଜନଗର ଯୋଗାଣ ଅଧିକାରୀ, ଜିଲା ଯୋଗାଣ ଅଧିକାରୀ ଓ ଉପଜିଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ଶୁଣିଲେନି। ସେମାନେ ରାଶନ ସାମଗ୍ରୀ ନ ପାଇବା ଯୋଗୁ ଭୋକରେ ଆଉଟୁପାଉଟୁ ହୋଇ ଶେଷରେ ବ୍ଲକ ସମ୍ମୁଖରେ ଅନଶନରେ ବସିଛନ୍ତି। ରାଜନଗର ବ୍ଲକ ସାତଭାୟା ପଞ୍ଚାୟତର ହିତାଧିକାରୀ ଏହି ହଡ଼ପର ଶିକାର ହୋଇଛନ୍ତି। ସେମାନେ ରିଟେଲର ବୀଣାକର ରାଉତଙ୍କ ପାଖରୁ ରାଶନ ସାମଗ୍ରୀ ଆଣିଥା’ନ୍ତି। ରିଟେଲର ୮ ମାସ ହେଲା ସେମାନଙ୍କୁ ରାଶନ ସାମଗ୍ରୀ ଦେଉନାହାନ୍ତି। ଏପରିକି ଜଣେ ଜଣେ ହିତାଧିକାରୀ ୧୦ମାସ ଧରି ରାଶନ ସାମଗ୍ରୀ ପାଇନାହାନ୍ତି।
ଅଭିଯୋଗ ମୁତାବକ, ରିଟେଲର ସେମାନଙ୍କଠାରୁ ପ୍ରଥମେ ମେଶିନରେ ଟିପଚିହ୍ନ ଓ ଆଇ ସ୍କାନ ନେଇଯାଆନ୍ତି। ପରେ ରାଶନ ସାମଗ୍ରୀ ଦିଆଯାଇଥାଏ। ଗତ ୮ମାସ ହେଲା ସେ ମେଶିନରେ ଟିପଚିହ୍ନ ଓ ଆଇସ୍କାନ ନେବା ପରେ ବି ଆମକୁ ରାଶନ ସାମଗ୍ରୀ ମିଳୁନାହିଁ। ତାଙ୍କ ପାଖକୁ ରାଶନ ସାମଗ୍ରୀ ପାଇଁ ଯିବା ବେଳେ ଉପରୁ ଆସିନି କହି ସମୟ ଗଡ଼ାଇ ଚାଲିଥିଲେ। ଟିପ ନ ଦେଲେ ଆଉ ସାମଗ୍ରୀ ମିଳିବନି ବୋଲି ଆମକୁ କହିବାରୁ ଆମେ ମେଶିନରେ ଆଇସ୍କାନ ଦେଉଛୁ। ମାତ୍ର ଆମର ନାଁରେ ରିଟେଲର ମାସିକ କୋଟା ବାବଦ ଚାଉଳ, ଗହମ ଓ ରିଲିଫ୍‌ ଚାଉଳକୁ ହଡ଼ପ କରି ନେଇଛନ୍ତି। କେତେଗୋଟି ଖାତାରେ ଏତେ କେଜି ବାକି ରହିଲା ବୋଲି ଲେଖି ଦେଇଛନ୍ତି। ଏ ନେଇ ଅଭିଯୋଗ କରିବା ପରେ ଆମକୁ ଆଜିଯାଏ ଚାଉଳ ଗହମ ମିଳିଲା ନାହିଁ। ଆମେ ଚାଉଳ, ଗହମ ନ ପାଇବାରୁ ଓଳିଏ ଖାଇଲେ ଆର ଓଳି ଉପବାସରେ ରହିବାକୁ ପଡୁଛି। ପ୍ରଶାସନ ଆମ ଦୁଃଖ ବୁଝୁନି, ଆମେ ଚାଉଳ ନ ପାଇବାଯାଏ ବ୍ଲକ ସମ୍ମୁଖରେ ଅନଶନରେ ବସିବୁ ବୋଲି କହିଛନ୍ତି। ସାତଭାୟାର କାଙ୍ଗାଳି ମଳିକ, ସୁବାସ ମଳିକ, ଭଗବତୀ ମଳିକ, ଜୟନ୍ତୀ ମଳିକ, ଦୁର୍ଯ୍ୟୋଧନ ମଳିକ, ସୁରଥ ମଳିକ, ଦୀପାଳି ମଳିକ, ବିଳାସିନୀ ସାହୁ, କୁନ୍ତଳା ସାହୁ ପ୍ରମୁଖ ଶତାଧିକ ହିତାଧିକାରୀ ଅନଶନରେ ବସିଛନ୍ତି। ଯୋଗାଣ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ କହିବା ମୁତାବକ, ରେକର୍ଡ ଅନୁସାରେ ହିତାଧିକାରୀ ରାଶନ ସାମଗ୍ରୀ ପାଇ ସାରିଛନ୍ତି। ଅଭିଯୋଗ କରିବା ପରେ ଅନୁଧ୍ୟାନ କରି ରିଟେଲର ବୀଣାକର ରାଉତଙ୍କୁ ଡିସେମ୍ବରରେ ନିଲମ୍ବିତ କରାଯାଇଛି। କେତେଜଣ ହିତାଧିକାରୀ କେଉଁ କେଉଁ ମାସର ସାମଗ୍ରୀ ପାଇନାହାନ୍ତି, ତା’ର ହିସାବ ନ ଥିବାରୁ ସେମାନଙ୍କୁ ଚାଉଳ ଯୋଗାଣ ସମ୍ଭବ ହୋଇନି ବୋଲି କହିଛନ୍ତି। ପୂର୍ବାହ୍ନ ୧୦ଟାରୁ ହିତାଧିକାରୀମାନେ ବ୍ଲକ ସମ୍ମୁଖରେ ଅନଶନରେ ବସି ରହିଥିଲେ। ସେମାନେ ଚାଉଳ ନ ପାଇବା ଯାଏଁ ଉଠିବେନି ବୋଲି ଚେତାବନୀ ଦେଇଥିଲେ। ସନ୍ଧ୍ୟାରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ, ବିଡିଓ ସମୀର କୁମାର ବେହେରା ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ। ୩ଜଣିଆ ଟିମ୍‌ ଗାଁରେ ପହଞ୍ଚତ୍ କାର୍ଡ ଦେଖି କେଉଁ ହିତାଧିକାରୀ କେତେ ମାସର ରାଶନ ସାମଗ୍ରୀ ପାଇନାହାନ୍ତି, ତା’ର ତାଲିକା ପ୍ରସ୍ତୁତ କରିବେ। ୭ ଦିନ ଭିତରେ ରାଶନ ସାମଗ୍ରୀ ଯୋଗାଇ ଦେବାକୁ ହିତାଧିକାରୀଙ୍କୁ ପ୍ରତିଶ୍ରୁତି ଦିଆଯିବା ପରେ ଅନଶନ ଭାଙ୍ଗିଛି। ଅନଶନକୁ ସମର୍ଥନ କରି ସାତଭାୟା ସରପଞ୍ଚ ପ୍ରସନ୍ନ କୁମାର ପରିଡା, ଯୁବନେତା ସୁଦର୍ଶନ ରାଉତ, ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର କୁମାର ଜେନା ପ୍ରମୁଖ ବସି ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଓ୍ବା-ବୁଲେଟ୍‌ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ସମ୍ବଲପୁର,୨୫ା୧୨(ବ୍ୟୁରୋ): ସମ୍ବଲପୁର ଦେଇ ଯାଇଥିବା ୫୫ ନଂ. ଜାତୀୟ ରାଜପଥର ଯୁଯୁମୁରା ଥାନା ଅମିଲିପାଏନ୍‌ ନିକଟରେ ବୁଧବାର ଏକ ହାଇୱା ଏବଂ ବୁଲେଟ୍‌ ମଧ୍ୟରେ ଧକ୍କା...

ସୁରଟରୁ ପ୍ରେମିକା ଆସି କବିସୂର୍ଯ୍ୟନଗର ଥାନାରେ: ୫ ବର୍ଷ ଧରି ଶାରୀରିକ ସମ୍ପର୍କ ରଖି…

କବିସୂର୍ଯ୍ୟନଗର,୧୮ା୭-ସୁରଟର ଜଣେ ଯୁବତୀଙ୍କ ସହିତ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରି ଫେରାର୍‌ ହୋଇଗଲେ ପ୍ରେମିକ। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ...

ଜୁଲାଇ ୧୨ରେ ରଥଯାତ୍ରା

ପୁରୀ ଅଫିସ,୨।୩: ଚଳିତ ବର୍ଷ ପାଇଁ ଶ୍ରୀମନ୍ଦିର ନୀତିକାନ୍ତି ଓ ପର୍ବପର୍ବାଣୀ ତାଲିକା ସୋମବାର ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ତାଲିକା ପ୍ରକାଶିତ...

ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୨୨।୧୧: ଗଞ୍ଜାମ ଜିଲା ଆଙ୍କୁଲି ରେଳ ଫାଟକ ନିକଟ ରେଳଧାରଣା ପାର୍ଶ୍ୱରୁ ଜିଆର୍‌ପି ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ସେ ହେଲେ...

‘ଚିହ୍ନଟ ଲାଗି ଅଳ୍ପ ସମୟ ମାସ୍କ ଖୋଲିବେ ଭୋଟର’

ବାଲେଶ୍ୱର ଅଫିସ,୧୭।୧:  ବାଲେଶ୍ୱର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ରବିବାର ରାଜନୈତିକ ଦଳ ପ୍ରତିନିଧିମାନଙ୍କ ସହ ଜିଲା ପ୍ରଶାସନର ଆଲୋଚନା ହୋଇଥିଲା। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା...

୪୨ ଗ୍ରାମ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଜଟଣୀ,୧୧ା୧୧(ଡି.ଏନ.ଏ): ବ୍ରାଉନସୁଗାର କାରବାର ଅଭିଯୋଗରେ ଜଟଣୀ ପୋଲିସ ବୁଧବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କୁଦିଆରୀ ବଜାର ଅଞ୍ଚଳର ଅବଦୁଲ...

ଲାଠିଯାତ୍ରା, ଲାଖବିନ୍ଧା ସହ ଶେଷ ହେଲା ବୁଢାରଜାଙ୍କ ଦଶରା ମହୋତ୍ସବ

କୋକସରା,୧୬।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଆମପାଣି ବୁଢାରଜାଙ୍କ ବାର୍ଷିକ ଦଶରା ମହୋତ୍ସବ ସମାପନ ହୋଇଯାଇଛି। ଏହି...

ଟେଷ୍ଟିଂ କିଟ୍‌ ଅଭାବ, ଫେରିଗଲେ ୪୦ ରୋଗୀ

କଟକ ଅଫିସ,୨୬ା୮: କରୋନାକୁ ନିୟନ୍ତ୍ରଣରେ ଆଣିବା ଲାଗି ରାଜ୍ୟ ସରକାର ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏହା କେବଳ କଥାରେ ସୀମିତ ବୋଲି ଆଚାର୍ଯ୍ୟ...

Advertisement
Archives

Model This Week