ହିତାଧିକାରୀଙ୍କୁ ୮ ମାସର ରାଶନ ମିଳିନାହିଁ

ରାଜନଗର, ୮ା୨(ଡି.ଏନ୍‌.ଏ.): ମାସେ କି ଦୁଇମାସ ନୁହେଁ, ୮ମାସ ହେଲା ହିତାଧିକାରୀ ରାଶନ ସାମଗ୍ରୀ ପାଉନାହାନ୍ତି। ରାଶନ ସାମଗ୍ରୀ ପାଉ ନ ଥିବା ସମ୍ପର୍କରେ ହିତାଧିକାରୀମାନେ ରାଜନଗର ଯୋଗାଣ ଅଧିକାରୀ, ଜିଲା ଯୋଗାଣ ଅଧିକାରୀ ଓ ଉପଜିଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ଶୁଣିଲେନି। ସେମାନେ ରାଶନ ସାମଗ୍ରୀ ନ ପାଇବା ଯୋଗୁ ଭୋକରେ ଆଉଟୁପାଉଟୁ ହୋଇ ଶେଷରେ ବ୍ଲକ ସମ୍ମୁଖରେ ଅନଶନରେ ବସିଛନ୍ତି। ରାଜନଗର ବ୍ଲକ ସାତଭାୟା ପଞ୍ଚାୟତର ହିତାଧିକାରୀ ଏହି ହଡ଼ପର ଶିକାର ହୋଇଛନ୍ତି। ସେମାନେ ରିଟେଲର ବୀଣାକର ରାଉତଙ୍କ ପାଖରୁ ରାଶନ ସାମଗ୍ରୀ ଆଣିଥା’ନ୍ତି। ରିଟେଲର ୮ ମାସ ହେଲା ସେମାନଙ୍କୁ ରାଶନ ସାମଗ୍ରୀ ଦେଉନାହାନ୍ତି। ଏପରିକି ଜଣେ ଜଣେ ହିତାଧିକାରୀ ୧୦ମାସ ଧରି ରାଶନ ସାମଗ୍ରୀ ପାଇନାହାନ୍ତି।
ଅଭିଯୋଗ ମୁତାବକ, ରିଟେଲର ସେମାନଙ୍କଠାରୁ ପ୍ରଥମେ ମେଶିନରେ ଟିପଚିହ୍ନ ଓ ଆଇ ସ୍କାନ ନେଇଯାଆନ୍ତି। ପରେ ରାଶନ ସାମଗ୍ରୀ ଦିଆଯାଇଥାଏ। ଗତ ୮ମାସ ହେଲା ସେ ମେଶିନରେ ଟିପଚିହ୍ନ ଓ ଆଇସ୍କାନ ନେବା ପରେ ବି ଆମକୁ ରାଶନ ସାମଗ୍ରୀ ମିଳୁନାହିଁ। ତାଙ୍କ ପାଖକୁ ରାଶନ ସାମଗ୍ରୀ ପାଇଁ ଯିବା ବେଳେ ଉପରୁ ଆସିନି କହି ସମୟ ଗଡ଼ାଇ ଚାଲିଥିଲେ। ଟିପ ନ ଦେଲେ ଆଉ ସାମଗ୍ରୀ ମିଳିବନି ବୋଲି ଆମକୁ କହିବାରୁ ଆମେ ମେଶିନରେ ଆଇସ୍କାନ ଦେଉଛୁ। ମାତ୍ର ଆମର ନାଁରେ ରିଟେଲର ମାସିକ କୋଟା ବାବଦ ଚାଉଳ, ଗହମ ଓ ରିଲିଫ୍‌ ଚାଉଳକୁ ହଡ଼ପ କରି ନେଇଛନ୍ତି। କେତେଗୋଟି ଖାତାରେ ଏତେ କେଜି ବାକି ରହିଲା ବୋଲି ଲେଖି ଦେଇଛନ୍ତି। ଏ ନେଇ ଅଭିଯୋଗ କରିବା ପରେ ଆମକୁ ଆଜିଯାଏ ଚାଉଳ ଗହମ ମିଳିଲା ନାହିଁ। ଆମେ ଚାଉଳ, ଗହମ ନ ପାଇବାରୁ ଓଳିଏ ଖାଇଲେ ଆର ଓଳି ଉପବାସରେ ରହିବାକୁ ପଡୁଛି। ପ୍ରଶାସନ ଆମ ଦୁଃଖ ବୁଝୁନି, ଆମେ ଚାଉଳ ନ ପାଇବାଯାଏ ବ୍ଲକ ସମ୍ମୁଖରେ ଅନଶନରେ ବସିବୁ ବୋଲି କହିଛନ୍ତି। ସାତଭାୟାର କାଙ୍ଗାଳି ମଳିକ, ସୁବାସ ମଳିକ, ଭଗବତୀ ମଳିକ, ଜୟନ୍ତୀ ମଳିକ, ଦୁର୍ଯ୍ୟୋଧନ ମଳିକ, ସୁରଥ ମଳିକ, ଦୀପାଳି ମଳିକ, ବିଳାସିନୀ ସାହୁ, କୁନ୍ତଳା ସାହୁ ପ୍ରମୁଖ ଶତାଧିକ ହିତାଧିକାରୀ ଅନଶନରେ ବସିଛନ୍ତି। ଯୋଗାଣ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ କହିବା ମୁତାବକ, ରେକର୍ଡ ଅନୁସାରେ ହିତାଧିକାରୀ ରାଶନ ସାମଗ୍ରୀ ପାଇ ସାରିଛନ୍ତି। ଅଭିଯୋଗ କରିବା ପରେ ଅନୁଧ୍ୟାନ କରି ରିଟେଲର ବୀଣାକର ରାଉତଙ୍କୁ ଡିସେମ୍ବରରେ ନିଲମ୍ବିତ କରାଯାଇଛି। କେତେଜଣ ହିତାଧିକାରୀ କେଉଁ କେଉଁ ମାସର ସାମଗ୍ରୀ ପାଇନାହାନ୍ତି, ତା’ର ହିସାବ ନ ଥିବାରୁ ସେମାନଙ୍କୁ ଚାଉଳ ଯୋଗାଣ ସମ୍ଭବ ହୋଇନି ବୋଲି କହିଛନ୍ତି। ପୂର୍ବାହ୍ନ ୧୦ଟାରୁ ହିତାଧିକାରୀମାନେ ବ୍ଲକ ସମ୍ମୁଖରେ ଅନଶନରେ ବସି ରହିଥିଲେ। ସେମାନେ ଚାଉଳ ନ ପାଇବା ଯାଏଁ ଉଠିବେନି ବୋଲି ଚେତାବନୀ ଦେଇଥିଲେ। ସନ୍ଧ୍ୟାରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ, ବିଡିଓ ସମୀର କୁମାର ବେହେରା ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ। ୩ଜଣିଆ ଟିମ୍‌ ଗାଁରେ ପହଞ୍ଚତ୍ କାର୍ଡ ଦେଖି କେଉଁ ହିତାଧିକାରୀ କେତେ ମାସର ରାଶନ ସାମଗ୍ରୀ ପାଇନାହାନ୍ତି, ତା’ର ତାଲିକା ପ୍ରସ୍ତୁତ କରିବେ। ୭ ଦିନ ଭିତରେ ରାଶନ ସାମଗ୍ରୀ ଯୋଗାଇ ଦେବାକୁ ହିତାଧିକାରୀଙ୍କୁ ପ୍ରତିଶ୍ରୁତି ଦିଆଯିବା ପରେ ଅନଶନ ଭାଙ୍ଗିଛି। ଅନଶନକୁ ସମର୍ଥନ କରି ସାତଭାୟା ସରପଞ୍ଚ ପ୍ରସନ୍ନ କୁମାର ପରିଡା, ଯୁବନେତା ସୁଦର୍ଶନ ରାଉତ, ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର କୁମାର ଜେନା ପ୍ରମୁଖ ବସି ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri