ବାଟ ହୁଡୁଛି ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ

ବୈପାରିଗୁଡ଼ା,୮ା୨(ଡି.ଏନ୍‌.ଏ.): ଶିକ୍ଷାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ବାସ୍ତବ କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେଉନାହିଁ। ଅର୍ଥ ବାଟମାରଣା ହେଉଥିବା ଯୋଗୁ ବିଦ୍ୟାଳୟର ଚେହେରା ବଦଳୁନାହିଁ। ଏହିପରି ଏକ ଦୃଷ୍ଟାନ୍ତ କୋରାପୁଟ ଜିଲାର ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ କାକଲପଡ଼ାସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ଷେତ୍ରରେ ଦେଖିବାକୁ ମିଳିଛି।
ଖବରରୁ ଜଣାପଡ଼ିଛି, କାକଲପଡ଼ାସ୍ଥିତ ଏହି ବିଦ୍ୟାଳୟରେ ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୪୩୨ ଛାତ୍ରୀଛାତ୍ର ପଢ଼ନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ଉକ୍ତ ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯାଇଥିଲା। ସରକାର ବିଦ୍ୟାଳୟକୁ ୪୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇଦେଇଥିଲେ। ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ସେଥିରୁ ୩୮ଲକ୍ଷ ଟଙ୍କା ବୈପାରିଗୁଡ଼ା ପଞ୍ଚାୟତ ସମିତିକୁ ହସ୍ତାନ୍ତର କରାଯାଇଥିଲା। ଏହି ଟଙ୍କା ବିନିମୟରେ ବ୍ଲକ ପ୍ରଶାସନ ପକ୍ଷରୁ ବିଦ୍ୟାଳୟରେ ୨ଟି ସ୍ମାର୍ଟ କ୍ଲାସ୍‌ରୁମ୍‌, ଗୋଟିଏ ସାଇନ୍ସ ଲାବ୍‌, ଇ-ଲାଇବ୍ରେରି, ଖେଳ ପଡ଼ିଆ ନିର୍ମାଣ, ଛାତ୍ରୀଛାତ୍ରଙ୍କ ପାଇଁ ଟଏଲେଟ୍‌ ବ୍ୟବସ୍ଥା, ଖେଳପଡ଼ିଆର ଉନ୍ନତୀକରଣ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟାଳୟ ମୁଖ୍ୟ ଫାଟକଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ଟାଇଲ୍‌ ବିଛାଇବା ଆଦି କାମ କରାଯିବା କଥା। ମାତ୍ର ଏଥିରେ ବ୍ୟାପକ ଅନିୟମିତତା କରାଯାଇ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ମୁଖ୍ୟ ଫାଟକଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ଆଦୌ ଟାଇଲ ପଡ଼ିନହିଁ। ତାହା ଏବେ ମଧ୍ୟ ଆବଡ଼ାଖାବଡ଼ା ଅବସ୍ଥାରେ ରହିଛି। ପୂର୍ବରୁ ଥିବା ପୁରୁଣା ଫଳକ ଓ ଫାଟକ ଯେମିତି ଥିଲା ସେମିତି ଅଛି ା ଏଥିରେ କିଛି ନୂତନ ପରିବର୍ତ୍ତନ ହୋଇନାହିଁ। ସ୍ମାର୍ଟ କ୍ଲାସ୍‌ରୁମ୍‌ ପାଇଁ ଯେଉଁ ୨ଟି ରୁମ୍‌ ପୂର୍ବରୁ ବଛାଯାଇଥିଲା ସେଠାରେ ନ କରି ଠିକାଦାର ତାଙ୍କ ଇଚ୍ଛାରେ ନିଜ ଫାଇଦା ପାଇଁ ଅନ୍ୟ ୨ଟି ରୁମ୍‌ ବାଛିଥିଲେ। ଉକ୍ତ ରୁମ୍‌ ମଧ୍ୟରୁ ଗୋଟିଏ ବୈଠକ ଗୃହ ହୋଇଥିବା ଜଣାପଡ଼ିଛି। ଉଭୟ ରୁମ୍‌ର ଚଟାଣରେ ପୂର୍ବରୁ ଟାଇଲ ବିଛାଯାଇଥିଲା। ଫଳରେ ଠିକାଦାରଙ୍କୁ ଟାଇଲ ବିଛାଇବାକୁ ପଡ଼ିନାହିଁ। ପିଲାଙ୍କ ପାଇଁ ପୂର୍ବରୁ ୨ଟି ଶୌଚାଳୟ ଥିଲା। ୫-ଟି ଅନୁଦାନରୁ ଆଉ ୨ଟି ଶୌଚାଳୟ ନିର୍ମାଣ କରିବାର ଥିଲା। କିନ୍ତୁ ଏଠାରେ ଠିକାଦାର ୨ଟି ନୂଆ ଶୌଚାଳୟ ନିର୍ମାଣ କରିବା ବଦଳରେ ପୁରୁଣା ଶୌଚାଳୟ କାନ୍ଥରୁ ପ୍ଲାଷ୍ଟର ବାହାରକରି ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ଦେଇ ପୁଣି ୨ଟି ଶୌଚାଳୟ ତିଆରି କରିଥିଲେ। ମାତ୍ର ୨ ଫୁଟ ଖାଲ ଉପରେ ପାଇଖାନା ଟାଙ୍କି ତିଆରି କରି ଛାଡ଼ି ଦେଇଥିଲେ। ଅନୁପଯୋଗୀ ଟାଙ୍କି ହେତୁୁ ଛାତ୍ରୀଛାତ୍ରମାନେ ନୂଆ ଶୌଚାଳୟ ବ୍ୟବହାର କରୁନାହାନ୍ତି। ପୂର୍ବରୁ ଥିବା ଶୌଚାଳୟର ପ୍ୟାନ୍‌ ଭିତରେ ସିମେଣ୍ଟ ବାଲି ପଡ଼ି ଏହା ଚୋକ୍‌ ହୋଇଯାଇଛି। ଫଳରେ ଆବଶ୍ୟକ ସମୟରେ ଶୌଚ ପାଇଁ ସେମାନଙ୍କୁ ବାହାରଯିବାକୁ ପଡୁଛି ା ବିଶେଷକରି ଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖେଳ ପଡ଼ିଆ ନିର୍ମାଣ ପାଇଁ ବ୍ୟବସ୍ଥା ଥିବା ବେଳେ କେବଳ ବାସ୍କେଟ୍‌ ଓ ଭଲିବଲ ପାଇଁ ୨ଟି କୋର୍ଟ ନିର୍ମାଣ କରାଯାଇଛି ା ନିମ୍ନମାନ କାମ ଯୋଗୁ ସେଗୁଡିକ ଫାଟିଗଲାଣି ା ଖେଳପଡ଼ିଆ ସମତୁଲ ହୋଇ ନ ଥିବା ବେଳେ ବସିବା ପାଇଁ କଂକ୍ରିଟ୍‌ ଚେୟାର କରାଯାଇନାହିଁ। ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି। ୪ ଶହ ପିଲାଙ୍କ ପାଇଁ ମାତ୍ର ୩ ଲିଟରିଆ ଆକ୍ବାଗାର୍ଡ ରହିଛି। ଏହାକୁ ବ୍ୟବହାର କରାଯାଇପାରୁନାହିଁ ା ନୂଆ ପାଣି ଟାଙ୍କି ମିଳିନାହିଁ ା ଇ-ଲାଇବ୍ରେରି ପାଇଁ ବ୍ଲକ ପକ୍ଷରୁ ଗତ ଡିସେମ୍ବରରୁ ୮ଟି କମ୍ପ୍ୟୁଟର ଆସିଛି ା ସେଗୁଡ଼ିକ ରଖିବା ପାଇଁ କ୍ୟାବିନ କରାଯାଇନାହିଁ କି ଇଲେକ୍ଟ୍ରି ବୋର୍ଡ ଏଯାଏ ବସିନାହିଁ ା ଏହାଦ୍ୱାରା ସେଗୁଡ଼ିକ ଲାଇବ୍ରେରିରେ ଛାତ୍ରୀଛାତ୍ରଙ୍କ ବହି ପଢ଼ିବା ପାଇଁ ଉର୍ଦ୍ଦିଷ୍ଟ ଟେବୁଲ ଉପରେ ରଖାଯାଇଛି। କମ୍ପ୍ୟୁଟରଗୁଡ଼ିକ ରଖିବା ପାଇଁ ୮ଟି ଟେବୁଲ୍‌ ଯୋଗାଇଦେବାକୁ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ବିଡିଓଙ୍କୁ କହିବାରୁ ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିବା କହିଥିଲେ। ବିଦ୍ୟାଳୟ ପାଚେରିରେ ଯେଉଁସବୁ ଚିତ୍ର କରାଯାଇଥିଲା ନିମ୍ନମାନ କାର୍ଯ୍ୟ ଯୋଗୁ ତାହା ଲିଭିଗଲାଣି। ୫-ଟି କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ଡାକୁଆ, ସଦସ୍ୟ ସନ୍ତୋଷ ପାତ୍ର ଏବଂ ରାଜେନ୍ଦ୍ର ଡାକୁଆ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦ୍ବିତୀୟ ପର୍ଯ୍ୟାୟରେ ବ୍ଲକରେ ୯ଟି ହାଇସ୍କୁଲକୁ ୫-ଟିରେ ସାମଲ କରାଯାଇଥିଲା ା ଅନେକ ସ୍ଥାନରେ କାମ ନିମ୍ନମାନ ହେଉଥିବା ଏବଂ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ବିଡିଓ ଅଭିମନ୍ୟୁ କବି ତପଥୀଙ୍କୁ ପଚରିବରୁ ସେ କହିଲେ, ବିଦ୍ୟାଳୟ ଉନ୍ନୟନ କର୍ଯ୍ୟରେ ପରିଚଳନା କମିଟି କି ସ୍ଥାନୀୟ ସରପଞ୍ଚ କେହି ସହଯୋଗ କରୁନାହାନ୍ତି। କାର୍ଯ୍ୟ ନେଇ ଯାହା ଅଭିଯୋଗ ଆସୁଛି ସେଥିପ୍ରତି ମୁଁ ଦୃଷ୍ଟି ଦେବି। ବିଦ୍ୟାଳୟ କାନ୍ଥରୁ ଲିଭି ଯାଇଥିବା ପେର୍ଟିଂଗୁଡିକ ପୁଣି ଥରେ କରାଯିବ ବୋଲି ସେ କହିଥିଲେ। ଏନେଇ କନିଷ୍ଠଯନ୍ତ୍ରୀ ତ୍ରିନାଥ ଦେହୁରିଙ୍କୁ ପଚରିବାରୁ ସେ କହିଲେ, ଯେଉଁ କାର୍ଯ୍ୟ ସବୁ ହୋଇନାହିଁ ତହା ନିଶ୍ଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri