ବାଟ ହୁଡୁଛି ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ

ବୈପାରିଗୁଡ଼ା,୮ା୨(ଡି.ଏନ୍‌.ଏ.): ଶିକ୍ଷାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ବାସ୍ତବ କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେଉନାହିଁ। ଅର୍ଥ ବାଟମାରଣା ହେଉଥିବା ଯୋଗୁ ବିଦ୍ୟାଳୟର ଚେହେରା ବଦଳୁନାହିଁ। ଏହିପରି ଏକ ଦୃଷ୍ଟାନ୍ତ କୋରାପୁଟ ଜିଲାର ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ କାକଲପଡ଼ାସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କ୍ଷେତ୍ରରେ ଦେଖିବାକୁ ମିଳିଛି।
ଖବରରୁ ଜଣାପଡ଼ିଛି, କାକଲପଡ଼ାସ୍ଥିତ ଏହି ବିଦ୍ୟାଳୟରେ ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୪୩୨ ଛାତ୍ରୀଛାତ୍ର ପଢ଼ନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ଉକ୍ତ ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯାଇଥିଲା। ସରକାର ବିଦ୍ୟାଳୟକୁ ୪୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇଦେଇଥିଲେ। ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ସେଥିରୁ ୩୮ଲକ୍ଷ ଟଙ୍କା ବୈପାରିଗୁଡ଼ା ପଞ୍ଚାୟତ ସମିତିକୁ ହସ୍ତାନ୍ତର କରାଯାଇଥିଲା। ଏହି ଟଙ୍କା ବିନିମୟରେ ବ୍ଲକ ପ୍ରଶାସନ ପକ୍ଷରୁ ବିଦ୍ୟାଳୟରେ ୨ଟି ସ୍ମାର୍ଟ କ୍ଲାସ୍‌ରୁମ୍‌, ଗୋଟିଏ ସାଇନ୍ସ ଲାବ୍‌, ଇ-ଲାଇବ୍ରେରି, ଖେଳ ପଡ଼ିଆ ନିର୍ମାଣ, ଛାତ୍ରୀଛାତ୍ରଙ୍କ ପାଇଁ ଟଏଲେଟ୍‌ ବ୍ୟବସ୍ଥା, ଖେଳପଡ଼ିଆର ଉନ୍ନତୀକରଣ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟାଳୟ ମୁଖ୍ୟ ଫାଟକଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ଟାଇଲ୍‌ ବିଛାଇବା ଆଦି କାମ କରାଯିବା କଥା। ମାତ୍ର ଏଥିରେ ବ୍ୟାପକ ଅନିୟମିତତା କରାଯାଇ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ମୁଖ୍ୟ ଫାଟକଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ଆଦୌ ଟାଇଲ ପଡ଼ିନହିଁ। ତାହା ଏବେ ମଧ୍ୟ ଆବଡ଼ାଖାବଡ଼ା ଅବସ୍ଥାରେ ରହିଛି। ପୂର୍ବରୁ ଥିବା ପୁରୁଣା ଫଳକ ଓ ଫାଟକ ଯେମିତି ଥିଲା ସେମିତି ଅଛି ା ଏଥିରେ କିଛି ନୂତନ ପରିବର୍ତ୍ତନ ହୋଇନାହିଁ। ସ୍ମାର୍ଟ କ୍ଲାସ୍‌ରୁମ୍‌ ପାଇଁ ଯେଉଁ ୨ଟି ରୁମ୍‌ ପୂର୍ବରୁ ବଛାଯାଇଥିଲା ସେଠାରେ ନ କରି ଠିକାଦାର ତାଙ୍କ ଇଚ୍ଛାରେ ନିଜ ଫାଇଦା ପାଇଁ ଅନ୍ୟ ୨ଟି ରୁମ୍‌ ବାଛିଥିଲେ। ଉକ୍ତ ରୁମ୍‌ ମଧ୍ୟରୁ ଗୋଟିଏ ବୈଠକ ଗୃହ ହୋଇଥିବା ଜଣାପଡ଼ିଛି। ଉଭୟ ରୁମ୍‌ର ଚଟାଣରେ ପୂର୍ବରୁ ଟାଇଲ ବିଛାଯାଇଥିଲା। ଫଳରେ ଠିକାଦାରଙ୍କୁ ଟାଇଲ ବିଛାଇବାକୁ ପଡ଼ିନାହିଁ। ପିଲାଙ୍କ ପାଇଁ ପୂର୍ବରୁ ୨ଟି ଶୌଚାଳୟ ଥିଲା। ୫-ଟି ଅନୁଦାନରୁ ଆଉ ୨ଟି ଶୌଚାଳୟ ନିର୍ମାଣ କରିବାର ଥିଲା। କିନ୍ତୁ ଏଠାରେ ଠିକାଦାର ୨ଟି ନୂଆ ଶୌଚାଳୟ ନିର୍ମାଣ କରିବା ବଦଳରେ ପୁରୁଣା ଶୌଚାଳୟ କାନ୍ଥରୁ ପ୍ଲାଷ୍ଟର ବାହାରକରି ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ଦେଇ ପୁଣି ୨ଟି ଶୌଚାଳୟ ତିଆରି କରିଥିଲେ। ମାତ୍ର ୨ ଫୁଟ ଖାଲ ଉପରେ ପାଇଖାନା ଟାଙ୍କି ତିଆରି କରି ଛାଡ଼ି ଦେଇଥିଲେ। ଅନୁପଯୋଗୀ ଟାଙ୍କି ହେତୁୁ ଛାତ୍ରୀଛାତ୍ରମାନେ ନୂଆ ଶୌଚାଳୟ ବ୍ୟବହାର କରୁନାହାନ୍ତି। ପୂର୍ବରୁ ଥିବା ଶୌଚାଳୟର ପ୍ୟାନ୍‌ ଭିତରେ ସିମେଣ୍ଟ ବାଲି ପଡ଼ି ଏହା ଚୋକ୍‌ ହୋଇଯାଇଛି। ଫଳରେ ଆବଶ୍ୟକ ସମୟରେ ଶୌଚ ପାଇଁ ସେମାନଙ୍କୁ ବାହାରଯିବାକୁ ପଡୁଛି ା ବିଶେଷକରି ଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖେଳ ପଡ଼ିଆ ନିର୍ମାଣ ପାଇଁ ବ୍ୟବସ୍ଥା ଥିବା ବେଳେ କେବଳ ବାସ୍କେଟ୍‌ ଓ ଭଲିବଲ ପାଇଁ ୨ଟି କୋର୍ଟ ନିର୍ମାଣ କରାଯାଇଛି ା ନିମ୍ନମାନ କାମ ଯୋଗୁ ସେଗୁଡିକ ଫାଟିଗଲାଣି ା ଖେଳପଡ଼ିଆ ସମତୁଲ ହୋଇ ନ ଥିବା ବେଳେ ବସିବା ପାଇଁ କଂକ୍ରିଟ୍‌ ଚେୟାର କରାଯାଇନାହିଁ। ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି। ୪ ଶହ ପିଲାଙ୍କ ପାଇଁ ମାତ୍ର ୩ ଲିଟରିଆ ଆକ୍ବାଗାର୍ଡ ରହିଛି। ଏହାକୁ ବ୍ୟବହାର କରାଯାଇପାରୁନାହିଁ ା ନୂଆ ପାଣି ଟାଙ୍କି ମିଳିନାହିଁ ା ଇ-ଲାଇବ୍ରେରି ପାଇଁ ବ୍ଲକ ପକ୍ଷରୁ ଗତ ଡିସେମ୍ବରରୁ ୮ଟି କମ୍ପ୍ୟୁଟର ଆସିଛି ା ସେଗୁଡ଼ିକ ରଖିବା ପାଇଁ କ୍ୟାବିନ କରାଯାଇନାହିଁ କି ଇଲେକ୍ଟ୍ରି ବୋର୍ଡ ଏଯାଏ ବସିନାହିଁ ା ଏହାଦ୍ୱାରା ସେଗୁଡ଼ିକ ଲାଇବ୍ରେରିରେ ଛାତ୍ରୀଛାତ୍ରଙ୍କ ବହି ପଢ଼ିବା ପାଇଁ ଉର୍ଦ୍ଦିଷ୍ଟ ଟେବୁଲ ଉପରେ ରଖାଯାଇଛି। କମ୍ପ୍ୟୁଟରଗୁଡ଼ିକ ରଖିବା ପାଇଁ ୮ଟି ଟେବୁଲ୍‌ ଯୋଗାଇଦେବାକୁ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ବିଡିଓଙ୍କୁ କହିବାରୁ ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିବା କହିଥିଲେ। ବିଦ୍ୟାଳୟ ପାଚେରିରେ ଯେଉଁସବୁ ଚିତ୍ର କରାଯାଇଥିଲା ନିମ୍ନମାନ କାର୍ଯ୍ୟ ଯୋଗୁ ତାହା ଲିଭିଗଲାଣି। ୫-ଟି କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ଡାକୁଆ, ସଦସ୍ୟ ସନ୍ତୋଷ ପାତ୍ର ଏବଂ ରାଜେନ୍ଦ୍ର ଡାକୁଆ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦ୍ବିତୀୟ ପର୍ଯ୍ୟାୟରେ ବ୍ଲକରେ ୯ଟି ହାଇସ୍କୁଲକୁ ୫-ଟିରେ ସାମଲ କରାଯାଇଥିଲା ା ଅନେକ ସ୍ଥାନରେ କାମ ନିମ୍ନମାନ ହେଉଥିବା ଏବଂ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ବିଡିଓ ଅଭିମନ୍ୟୁ କବି ତପଥୀଙ୍କୁ ପଚରିବରୁ ସେ କହିଲେ, ବିଦ୍ୟାଳୟ ଉନ୍ନୟନ କର୍ଯ୍ୟରେ ପରିଚଳନା କମିଟି କି ସ୍ଥାନୀୟ ସରପଞ୍ଚ କେହି ସହଯୋଗ କରୁନାହାନ୍ତି। କାର୍ଯ୍ୟ ନେଇ ଯାହା ଅଭିଯୋଗ ଆସୁଛି ସେଥିପ୍ରତି ମୁଁ ଦୃଷ୍ଟି ଦେବି। ବିଦ୍ୟାଳୟ କାନ୍ଥରୁ ଲିଭି ଯାଇଥିବା ପେର୍ଟିଂଗୁଡିକ ପୁଣି ଥରେ କରାଯିବ ବୋଲି ସେ କହିଥିଲେ। ଏନେଇ କନିଷ୍ଠଯନ୍ତ୍ରୀ ତ୍ରିନାଥ ଦେହୁରିଙ୍କୁ ପଚରିବାରୁ ସେ କହିଲେ, ଯେଉଁ କାର୍ଯ୍ୟ ସବୁ ହୋଇନାହିଁ ତହା ନିଶ୍ଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?