ଛୁଟିରେ ସ୍କୁଲ ପରିସରରୁ କାଟିନେଲେ ୧୦୬ ଗଛ
ନବରଙ୍ଗପୁର,୫ା୧(ବି.ପ୍ର.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ବିଦ୍ୟାଳୟ ପରିସରରେ ବର୍ଷ ବର୍ଷ ଧରି ଠିଆ ହୋଇଥିବା ୧୦୦ରୁ ଊର୍ଦ୍ଧ୍ୱ ଗଛ କାଟି ନିଆଯାଇଛି। ପରିତାପର ବିଷୟ, ସ୍କୁଲ କର୍ତ୍ତୃପକ୍ଷ ଏହା ଜାଣିପାରିଲେନାହିଁ। ଏମିତିକି ଜଣାପଡ଼ିବା ପରେ ମଧ୍ୟ…
୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ଗର୍ଭଗୃହ
କୋଣାର୍କ, ୫ା୧(ଡି.ଏନ୍.ଏ):୧୩ ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ଦୀର୍ଘ ୧୨୦ ବର୍ଷ ପରେ ପୁଣି ଖୋଲାଯିବ। ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ପକ୍ଷରୁ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଗର୍ଭଗୃହରୁ…
ଆଜି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦ୍ଘାଟନ
ରାଉରକେଲା ଅଫିସ୍, ୫ା୧:ଷ୍ଟିଲସିଟି ରାଉରକେଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଗସ୍ତ କରୁଛନ୍ତି। ରାଉରକେଲାରେ ପ୍ରଥମ ଥର କରି ପୁରୁଷ ହକି ବିଶ୍ୱକପ୍ ମ୍ୟାଚ ଖେଳା ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଛେଣ୍ଡ କଳିଙ୍ଗବିହାରସ୍ଥିତ ନବ ନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ…
ଇବ୍ ଟ୍ରାଜେଡି: ମିଳିଲା ଜଣଙ୍କ ମୃତଦେହ
ସୁନ୍ଦରଗଡ଼,୪ା୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଇବ୍ ନଦୀର କନାକୁଣ୍ଡ ଘାଟକୁ ବୁଧବାର ପିକ୍ନିକ୍ କରିବାକୁ ଆସି ଥିବା ୨୫ ଜଣଙ୍କ ମଧ୍ୟରୁ ୩ ଯୁବକ ଗାଧୋଉଥିବା ବେଳେ ଅପରାହ୍ନରେ ନଦୀ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ…
ବୈତରଣୀ ପଠାରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ
ଆନନ୍ଦପୁର,୪ା୧(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ବ୍ୟାରେଜ ନିକଟ ପଠାରେ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ଆନନ୍ଦପୁର ପୌରପରିଷଦ ପଦ୍ମପୁର ୧ ନଂ ଓ୍ବାର୍ଡର ଘଣ୍ଟିଆ ସାମଲଙ୍କ ପୁଅ ଶରତ(୪୨) ବୋଲି ଜଣାପଡିଛି। ଶରତଙ୍କ ନିକଟରେ ପଡ଼ିଥିବା…
ମହିଳା ଆଇନଜୀବୀଙ୍କୁ ଜେଲରଙ୍କ ଦୁର୍ବ୍ୟବହାର, ଥାନାରେ ପହଞ୍ଚିଲା ମାମଲା
କେନ୍ଦୁଝର,୪ା୧(ସ୍ବ.ପ୍ର.): ବୁଧବାର ଆଇନଜୀବୀ ଜଗଜିତା ଦାଶ ଓ ଅନ୍ୟ ଜଣେ ଜେଲକୁ ତାଙ୍କର ଜଣେ ମହକିଲଙ୍କୁ ଦେଖା କରିବା ପାଇଁ ଯାଇଥିବାବେଳେ ଜେଲର ମନସ୍ବିନୀ ନାୟକ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବ୍ୟବହାର କରିବା ସହ ଭେଟିବାକୁ ଦେଇ ନ ଥିବା…
ଇବ୍ ନଦୀରେ ଭାସିଗଲେ ୩ ଯୁବକ, ଜଣେ ଉଦ୍ଧାର, ୨ ନିଖୋଜ
ସୁନ୍ଦରଗଡ଼,୪ା୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଇବ୍ ନଦୀର କନାକୁଣ୍ଡ ଘାଟରେ ପୁଣି ଘଟିଛି ଅଘଟଣ। ବୁଧବାର ଏଠାକୁ ଆସି ଥିବା ୩ଜଣ ଯୁବକ ଗାଧୋଉଥିବା ବେଳେ ଅପରାହ୍ନରେ ନଦୀ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଅଗ୍ନିଶମ…
ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବାଇକ୍ ଆମ୍ବୁଲାନ୍ସ ସେବା
ଚିତ୍ରକୋଣ୍ଡା,୪ା୧(ଡି.ଏନ୍.ଏ.): ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପ୍ରଥମ କରି ବାଇକ୍ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ବୁଧବାର ଏହି ସେବା ଆରମ୍ଭ ହୋଇଛି। ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ବଡ଼ପଡା ପଞ୍ଚାୟତ ପରିସରରେ…
ଓଲଟିଲା ବସ୍: ୨୫ରୁ ଊର୍ଦ୍ଧ୍ୱ ଗୁରୁତର
ଆଳି ୪।୧(ଡି.ଏନ୍.ଏ.): କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାଜ୍ୟ ରାଜପଥର ଛପୋଲିଆଠାରେ ନାୟକ ଆଣ୍ଡ ନାୟକ ବସ୍ ବୁଧବାର ରାସ୍ତାର ତଳକୁ ଓଲଟି ପଡିଛି। ଏଥିରେ ଥିବା ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଜନସାଧାରଣ,…
ଡୋକରିଚଞ୍ଚରାରେ ଡୋକରୀ ଦେବୀଙ୍କ ମଣ୍ଡେଇ ଯାତ୍ରା
କୋକସରା,୪।୧(ଡି.ଏନ.ଏ.): କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ଠାରେ ମଙ୍ଗଳବାର ଗୁଡହାଣ୍ଡି ଉନ୍ନୟନ କମିଟି ପକ୍ଷରୁ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା…
ଉତ୍ତମ ଫସଲ ନେଇ ବାଲି , ଗାଙ୍ଗମାଁ ପର୍ବ
ପଟ୍ଟାଙ୍ଗି,୪।୧ (ଡି.ଏନ.ଏ.): ପ୍ରତିବର୍ଷ ଯେପରି ନିଜ ଚାଷଜମି ନିଜ ଜମିରେ ଉତ୍ତମ ଚାଷ ସହ ଅଧିକ ଫସଲ ଉତ୍ପାଦନ ପାଇଁ ମଙ୍ଗଳବାର କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରସ୍ଥିତ ବଡଗାଁରେ ଅଞ୍ଚଳବାସୀ ପାଳନ କରିଛନ୍ତି ବାଲି , ଗାଙ୍ଗମାଁ ପର୍ବ। ପ୍ରତି…
ନାରୀ ଶିକ୍ଷାର ଆଲୋକବର୍ତ୍ତିକା ଥିଲେ
ଜୟପୁର,୪।୧(ନି.ପ୍ର.): ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନଠାରେ ଭାରତବର୍ଷରେ ପ୍ରଥମେ ମହିଳାଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ସାବିତ୍ରୀବାଈ ଫୁଲେଙ୍କ ୧୯୩ତମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି। ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି…

