ଇଞ୍ଜିନିୟରିଂ ଛାତ୍ର ସମେତ ୬ ଅଭିଯୁକ୍ତ ଗିରଫ

ରାୟଗଡ଼ା(ସ୍ବ.ପ୍ର./ରାୟଗଡ଼ା ଅଫିସ),୧୧ା୨: ରାୟଗଡ଼ା ସହରରେ ଚୋରି, ଲୁଟ୍‌, ଡକାୟତି ବଢ଼ୁଥିବାବେଳେ ପୋଲିସ ପାଇଁ ଚାଲେଞ୍ଜ ହୋଇଛି। ଟାଉନ ଥାନା ପୋଲିସ ଏହାର ତଦନ୍ତ କରି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କଲ୍ୟାଣସିଂହପୁର ଥାନା ଅଡାବାଡି ଗ୍ରାମର ଯୁଧିଷ୍ଟିର କୌଶଲ୍ୟା, କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ମଣ୍ଡଳଗୁଡ଼ା ଗ୍ରାମର ସୁଦର୍ଶନ କନ୍ଧପାଣି ଓ କାଶୀପୁରର ଶଙ୍କର ନାଏକ। ସୁଦର୍ଶନ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ସୂଚନା ମିଳିଛି। ସେହିଭଳି ସୁନା କିଣିଥିବା ୩ ବ୍ୟକ୍ତି ହେଲେ କୋରାପୁଟ ସହର ଟିକରା ସାହିର ମଧୁ ଖରା, ରାୟଗଡ଼ା ସହର ପାଇକ ସାହିର ବାନ୍ଧି ଶଙ୍କର ରାଓ ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟ ମକୁଭା ଗ୍ରାମର ପି. ସୁର୍ଯ୍ୟ ନାରାୟଣ। ସେମାନଙ୍କ ନିକଟରୁ ୪୯ ଗ୍ରାମ ସୁନା, ୪୮, ୫୦୦ ଟଙ୍କା, ଦୁଇ ବାଇକ୍‌, ୫ମୋବାଇଲ ଫୋନ୍‌ ଜବତ କରାଯାଇଛି। ଗିରଫଙ୍କ ମଧ୍ୟରେ ଲୁଟେରା ଏବଂ ଚୋରି ସୁନା, ରୁପା କିଣିଥିବା ବ୍ୟକ୍ତି ରହିଛନ୍ତି। ଅଭିଯୁକ୍ତମାନେ ବିଭିନ୍ନ ଲୁଟ୍‌ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି।
ଫେବୃୟାରୀ ୧ରେ ସ୍ଥାନୀୟ ଟ୍ରେଜେରୀ ରୋଡ୍‌ରେ ସଞ୍ଜୁକ୍ତା ବକ୍ସିପାତ୍ର ମାମ୍ନୀ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ବେକରୁ ୩୭ ଗ୍ରାମ ଓଜନର ସୁନାଚେନ୍‌ ଲୁଟି ନେଇଥିଲେ। ସୋମବାର ସ୍ଥାନୀୟ ଇନ୍ଦିରା ନଗରରେ ଜଣେ ମହିଳା ତାଙ୍ଗୁଡୁ ରମାମଣି ନିଜ ଭଉଣୀଙକ ଦୋକାନରେ ବସିଥିବା ସମୟରେ ତାଙ୍କୁ ଆକ୍ରମଣ କରି ପ୍ରାୟ ୭୦ ଗ୍ରାମ ଓଜନର ସୁନାଚେନ୍‌ ଲୁଟି ନେଇଥିଲେ। ସେହିଭଳି ୨୦୨୨ ଜୁଲାଇ ୧୬ରେ ପି. ଗୌରୀ ନାମ୍ନୀ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ୩୦ ଗ୍ରାମ୍‌ ଓଜନର ସୁନାଚେନ୍‌ ଲୁଟ କରିଥିଲେ। ଏହି ୩ ଘଟଣାରେ ଯୁଧିଷ୍ଟିର, ସୁଦର୍ଶନ ଓ ଶଙ୍କରଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଥିଲା। ଦୁର୍ବୃତ୍ତମାନେ ସୁନାଚେନ୍‌ ଲୁଟ୍‌ କରି ଆନ୍ଧ୍ର ପ୍ରଦେଶରେ ବିକ୍ରି କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ମିଳିଛି। ୩ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ହେଲେ ସଫଳତା ପାଇ ନ ଥିଲା। ଗୁରୁବାର ରାତିରେ ୩ ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଗିରଫଙ୍କ ସୂଚନାକୁ ଭିତ୍ତିକରି ପୋଲିସ ସୁନା କିଣିଥିବା ବ୍ୟକ୍ତିଙ୍କୁ ଧରିବା ସହ ଚୋରି ସୁନା ଜବତ କରିଥିଲା। ଜବତ ହୋଇଥିବା ସୁନା ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ହସ୍ତାନ୍ତର କରାଯାଇଛି। ଏସ୍‌ଆଇ ବିକାଶ ପଟେଲ, ସଞ୍ଜୟ କୁମାର ଛତର ଓ କ୍ଷୀରସିନ୍ଧୁ ସାହୁଙ୍କ ନେତୃତ୍ୱରେ ଗଠିତ ୩ଟିମ୍‌ ଲୁଟେରାଙ୍କୁ ଧରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ଆଣି ପୋଲିସ ଅଧିକ ତଦନ୍ତ କରିବ ବୋଲି ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଉକ୍ତ ଘଟଣାକୁ ନେଇ ପୋଲିସ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନିରେ ଡିଏସ୍‌ପି ସୁଦାମ ମଲ୍ଲିକ ଓ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ତେବେ ଅନ୍ୟ ଲୁଟ୍‌ ଘଟଣାରେ ପୋଲିସକୁ ଏ ପର୍ଯ୍ୟନ୍ତ ସଫଳତା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri