୧୨ କି.ମି. ଚାଲି ୬ ଗ୍ରାମର ସମସ୍ୟା ବୁଝିଲେ

ଚିତ୍ରକୋଣ୍ଡା,୧୧ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ସମାଧାନ କରି ସେମାନଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ କପାତୁଟି ସମିତିସଭ୍ୟ ନାଗେଶ ଖିଲ, ସରପଞ୍ଚ ଶୁକ୍ରି ହନ୍ତାଳଙ୍କ ସ୍ବାମୀ ପଦଲାମ ହନ୍ତାଳ ଏବଂ ଧରିତ୍ରୀ ଖବରଦାତା କ୍ଷୀରୋଦ ବେହେରା ବାରମ୍ବାର ବ୍ଳକ ପ୍ରଶାସନର ଦଅଷ୍ଟି ଆକର୍ଷଣ କରି ଆସୁଥିଲେ। ଏନେଇ ବିଡିଓ ରଘୁନାଥ ମୁଣ୍ଡାରିଙ୍କୁ ଅବଗତ କରାଉଥିଲେ। ଫଳରେ ଶୁକ୍ରବାର ବିଡିଓ ମଣ୍ଡାରିଙ୍କ ନିର୍ଦ୍ଦେଶରେ ବ୍ଲକ ପ୍ରଶାସନର ଏକ ଟିମ୍‌ ଚିତ୍ରକୋଣ୍ଡା ବ୍ଲକର କପାତୁଟି ପଞ୍ଚାୟତର ଗଞ୍ଜେଇମାଳ, ଏନ୍ତାଲାଙ୍କା ଓ ପରଜାଗୁଡ଼ା ଗ୍ରାମ ଏବଂ ପାପୁଲୁର ପଞ୍ଚାୟତର କମଳାବନ୍ଧା, ବାନ୍ଦାମାମୁଡି, କଟମେତଲା ଗ୍ରାମକୁ ଚିତ୍ରକୋଣ୍ଡାରୁ ୧୨ କି.ମି. ବାଟ ଚାଲିଚାଲି ଯାଇ ପହଞ୍ଚତ୍ଥିଲେ। ବ୍ଲକ ପ୍ରଶାସନରୁ ବିଏସଏସ୍‌ଓ ଅମର ମାଡକାମି, କନିଷ୍ଠଯନ୍ତ୍ରୀ ରାଜେନ୍ଦ୍ର ଦୋରା, ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗର ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ଲଷ୍ମଣ ନାଗ, କପାତୁଟି ସମିତିସଭ୍ୟ ନାଗେଶ ଖିଲ, ସରପଞ୍ଚ ଶୁକ୍ରିଙ୍କ ସ୍ବାମୀ ପଦଲାମ ପ୍ରମୁଖ ଉପରୋକ୍ତ ଗ୍ରାମଗୁଡ଼ିକରେ ପହଞ୍ଚତ୍ ଗ୍ରାମ ସମସ୍ୟା ଅନୁଧ୍ୟାନ କରିଥିଲେ। ମୁଖ୍ୟତଃ ଏହି ଗ୍ରାମ ଗୁଡ଼ିକୁ ରାସ୍ତା ନାହିଁ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ, ପାଖରେ ଅଙ୍ଗନଓ୍ବଡି କେନ୍ଦ୍ର ନାହିଁ କି ବିଦ୍ୟାଳୟଟିଏ ନ ଥିବା ଟିମ୍‌ ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ଜାଣିବାକୁ ପଇଥିଲେ। ଏହି ସମୟରେ ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଥିଲା। ଆବାସ ଯୋଜନାରେ କେହି ଘର ପାଇ ନ ଥିବାରୁ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ଗ୍ରାମଗୁଡିକର ଅନ୍ୟାନ୍ୟ ସମସ୍ୟା ମଧ୍ୟ ରେକର୍ଡଭୁକ୍ତ କରାଯାଇ ଥିଲା। ଏହି ଟିମ୍‌ ସନ୍ଧ୍ୟରେ ଚିତ୍ରକୋଣ୍ଡା ଫେରି ବିଡ଼ିଓ ମୁଣ୍ଡାରିଙ୍କୁ ସମ୍ପୃକ୍ତ ଅଞ୍ଚଳର ସମସ୍ୟା ସମ୍ପର୍କରେ ରିପୋର୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri