ଚାନ୍ଦେଲ ପାହାଡ଼ର ସୁରକ୍ଷା ଦେଉଛନ୍ତି ପଚମନୀ ମାଝି

ନୂଆପଡ଼ା ଅଫିସ,୧୧।୨: ନୂଆପଡା ଓ ବଲାଙ୍ଗୀର ଜିଲା ସୀମାନ୍ତରେ ରହିଛି ଚାନ୍ଦେଲ ପାହାଡ। ପୂର୍ବରୁ ଏହା ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ରହିଥିଲା। ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଧଉରା, ସିହିନା ଭଳି ଗଛ ଓ ଔଷଧୀୟ ବୃକ୍ଷ ସବୁ ରହିଥିଲା। ଏଠାରେ ବାଘ, ଭାଲୁ, ବାର୍‌ହା, ଶମ୍ବର, ହରିଣ ଭଳି ଅନେକ ଜୀବଜନ୍ତୁ ବାସ କରୁଥିଲେ। ନୂଆପଡା ଓ ବଲାଙ୍ଗୀର ଜିଲାର କାଠମାଫିଆ ଦ୍ୱାରା ଧୀରେ ଧୀରେ ଜଙ୍ଗଲ ନଷ୍ଟ ହୋଇ ଲଣ୍ଡା ପାହାଡରେ ପରିଣତ ହୋଇଗଲା। ଜଙ୍ଗଲ ଲୋପ ପାଇବା ଦ୍ୱାରା ପଶୁପକ୍ଷୀ ଜଙ୍ଗଲ ଛାଡି ଅନ୍ୟତ୍ର ଚାଲି ଗଲେ। ଜଙ୍ଗଲ ଧ୍ୱଂସ ହେବା ଦ୍ୱାରା ସେଠାରେ ବାସ କରୁଥିବା ଆଦିବାସୀଙ୍କୁ ଜଙ୍ଗଲଜାତ ଦ୍ରବ୍ୟ କିମ୍ବା ଘରକରଣା ପାଇଁ ଗଛ ଓ ଜାଳେଣି କାଠ ଅଭାବ ହେବ ଭାବି ଜଙ୍ଗଲ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡିଲେ ନୂଆପଡ଼ା ଜିଲା କୋମନା ସଦର ପଞ୍ଚାୟତ ଭରୁଆମୁଣ୍ଡା ଗାଁ ବୀରସିଂପଡାର ପଚମନୀ ମାଝି (୫୮)। କୋମନା ବ୍ଲକଠାରୁ ପୂର୍ବକୁ ୫ କି.ମି. ଦୂରରେ ରହିଛି ଚାନ୍ଦେଲ ପାହାଡ (୨)। ଚାନ୍ଦେଲ ପାହାଡର ଘଞ୍ଚ ଜଙ୍ଗଲ ଭିତରେ ରହିଛି ଭରୁଆମୁଣ୍ଡା ଗ୍ରାମ ଓ ବୀରସିଂପଡା, ମାଝିପଡା, ପହରିଆପଡା। ସେଠାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି। ବୀରସିଂପଡାର ପଚମନୀ ବୟସକୁ ହାର ନ ମାନି ଗାଁ ଲୋକଙ୍କ ସହାୟତାରେ ଜଙ୍ଗଲ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି। ଦିନେ କିମ୍ବା ଦୁଇ ଦିନ ନୁହେଁ ଆଜକୁ ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଜଙ୍ଗଲକୁ ଆପଣାର ଭାବି ସୁରକ୍ଷା ଦେଉଛନ୍ତି। ଯେଉଁ ଦିନଠାରୁ ସେ ଜଙ୍ଗଲରେ ପାଦ ପକାଇଲେ ଲୋକେ ଡରି ପାଖକୁ ଆସିଲେ ନାହିଁ। କାଠ ମାଫିଆ ଓ ଶିକାରୀମାନଙ୍କ ବଂଶ ବିସ୍ତାର ଲୋପ ପାଇବା ପରେ ଧୀରେ ଧୀରେ ଜଙ୍ଗଲରେ ଅନେକ ପ୍ରକାର ଗଛ ଉଠିଲା। ସବୁଜ ସୁନ୍ଦର ଦିଶିବାରେ ଲାଗିବା ସହିତ ଅନେକ ପଶୁପକ୍ଷୀ ବାସ କରି କିଚିରି ମିଚିରି ଶବ୍ଦରେ ମନ ଭରି ଉଠୁଛି। ପଚମନୀ କାନ୍ଧରେ ଟାଙ୍ଗିଆ ଧରି ସକାଳ ପାହିଲେ ଜଙ୍ଗଲକୁ ବାହାରି ପଡନ୍ତି। ଯେଉଁଠାରେ ଠୁକ୍‌ ଠାକ ଶଦ୍ଦ ହେଲେ ଚିକତ୍ାର କରିବା ସହ ସେହି ସ୍ଥାନକୁ ଦୌଡି ଯାଇ ଘଉଡାଇବାରେ ଲାଗି ପଡୁଛନ୍ତି। ବର୍ତ୍ତମାନ ଜଙ୍ଗଲ ସବୁଜ ସୁନ୍ଦର ଦିଶିବା ସହ ଚତୁର୍ଦ୍ଦିଗକୁ ଚାହିଁଲେ ଗଛ ଓ ପଶୁପକ୍ଷୀଙ୍କ ସୁମଧୁର ସ୍ବରରେ ମନ ଭରି ଯାଉଛି। ବିନା ପାଉଣା କିମ୍ବା ସରକାରଙ୍କ ବିନା ସହାୟତାରେ ଏହି ମହତ୍ତ୍ୱ କାର୍ଯ୍ୟକୁ ଗ୍ରାମବାସୀଙ୍କ ସମେତ ଅଞ୍ଚଳରେ ପ୍ରଶଂସା କରୁଛନ୍ତି।

 

ମୁଁ କୁରେଶ୍ୱର ପଞ୍ଚାୟତ ଖଇରଭାଡି ଗାଁରୁ ବୀରସିଂପଡା ଗାଁର କ୍ଷୀରସାଗର ମାଝିଙ୍କୁ ଯେତେବେଳେ ବିବାହ କଲି ସେହି ସମୟରେ ଜଙ୍ଗଲ ଠିକ ରହିଥିଲା। ଧୀରେ ଧୀରେ ଜଙ୍ଗଲ କ୍ଷୟ ହୋଇ ଲଣ୍ଡା ପାହାଡରେ ପରିଣତ ହୋଇଗଲା। ମୁଁ ଚିନ୍ତା କଲି ଆମେ ଆଦିବାସୀ ଲୋକ ଜଙ୍ଗଲ ଉପରେ ନିର୍ଭର, ଜଙ୍ଗଜଜାତ ଦ୍ରବ୍ୟରେ ହିଁ ପରିବାର ପ୍ରତିପୋଷଣ କରିଥାଉ। ଜଙ୍ଗଲ ନଷ୍ଟ ହେଲେ ଆମକୁ କିଛି ମିଳିବ ନାହିଁ ଭାବି ଜଙ୍ଗଲକୁ ସୁରକ୍ଷା ଦୋବକୁ ଆରମ୍ଭ କଲି। ଏବେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାରର ୬ ପ୍ରାଣୀ ସୁଖରେ ଚଳୁଛୁ।
ପଚମନୀ ମାଝି
ଜନସାଧାରଣ, ବନ ବିଭାଗ ଓ ପ୍ରଶାସନର ସହଯୋଗ ନ ହେଲେ ଜଙ୍ଗଲ ସୁରକ୍ଷା ଦେବା ସମ୍ଭବ ପର ନୁହେଁ। ଏଠାରେ ପଚମନୀ ମାଝି ଏକା ନୁହନ୍ତି। ଜନସାଧାରଣଙ୍କ ସହଯୋଗରେ ଚାନ୍ଦେଲ ୨ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି।
ସୁଶୀଲ କୁମାର ତ୍ରିପାଠୀ,
ବନଖଣ୍ଡ ଅଧିକାରୀ
ରିପୋର୍ଟ: ମକାରୁ ବେମାଲ


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri