ଗୋବରୀରେ କୁମ୍ଭୀର: ନଦୀକୂଳବାସୀ ଭୟଭୀତ

ପଟ୍ଟାମୁଣ୍ଡାଇ,୨୦ା୨(ସ୍ବ.ପ୍ର.):: ନଦୀକୁ ଛାଡି ରହିପାରନ୍ତିନି ଏହି ନଦୀକୂଳିଆ ଗାଁ ଲୋକେ। ଗାଧୁଆ ପାଧୁଆଠୁ ମାଛମାରିବା ,ଶୌଚହେବା ଯାଏ ସବୁ ଏହି ନଦୀ ଉପରେ ନିର୍ଭର କରନ୍ତି। ହେଲେ ନଦୀରେ ୫ ଦିନ ହେବ କୁମ୍ଭୀର ବୁଲିବା ଦେଖି ଲୋକେ ଛାନିଆ ହୋଇ ପଡିଛନ୍ତି। ଅଭିଯୋଗ ବନ ବିଭାଗ ନିକଟରେ ପହଞ୍ଚତ୍ଛି। ହେଲେ ବନ ବିଭାଗ ନାଚାର। ନଦୀକୁ ନ ଯିବାକୁ କେବଳ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସିମୁଳିଆ ଗାଁ ନିକଟ ଗୋବରୀ ନଦୀରେ ଏକ ବଡ଼ କୁମ୍ଭୀର ବିଚରଣ କରୁଛି। ଏହି କୁମ୍ଭୀରଟିକୁ ୫ ଦିନ ହେବ ଲୋକେ ଦେଖୁଛନ୍ତି। ଲୋକେ କୁମ୍ଭୀରକୁ ଦେଖି ଯେତେ ହୋହଲ୍ଲା କଲେ ମଧ୍ୟ ସେ ଖାତିର କରୁନାହିଁ। ତାହାର ଗତିବିଧିରୁ ଦେଖାଯାଉଥିଲା ସେ ବୁଡୁଥିଲା କମ୍‌, ଭାସୁଥିଲା ଅଧିକ ସମୟ। ପ୍ରଥମ କରି ଏହି କୁମ୍ଭୀର ଏ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାର ଲମ୍ବ ୧୦ ଫୁଟ୍‌ରୁ ଅଧିକ ହେବ ବୋଲି ସ୍ଥାନୀୟ ଲୋକ କହୁଛନ୍ତି। ଏହା ଏକ ବଉଳା କୁମ୍ଭୀର, ଯାହା ରାଜନଗର ଅଞ୍ଚଳର ଭିତରକନିକାର ଲୁଣାପାଣିରେ ବାସ କରନ୍ତି। ଲୁଣା ଜୁଆର ଏହି ଅଞ୍ଚଳକୁ ଆସୁଥିବାରୁ ଏହି କୁମ୍ଭୀରଟି ଜୁଆରରେ ଆସି ଥାଇପାରେ ବୋଲି ରାଜନଗର ରେଞ୍ଜର ଚିତ୍ତରଞ୍ଜନ ବେହୁରା ସୂଚନା ଦେଇଛନ୍ତି। କାରଣ ଗୋବରୀ ନଦୀରେ କୁମ୍ଭୀର ନୂଆ ନୁହନ୍ତି। ଏହି ନଦୀର ତଳମୁଣ୍ଡରେ ଥିବା ମହାକାଳପଡ଼ା ବ୍ଲକର ବିଜୟନଗର ଗଁାରେ ୨ ବର୍ଷ ତଳେ ଏକ ବାଉଁଶ ବୁଦାରେ ଏହି ବଉଳା କୁମ୍ଭୀର ପ୍ରଚୁର ଅଣ୍ଡା ଦେଇଥିବା ଦେଖାଯାଇଥିଲା। ମହାକାଳପଡା ଜଙ୍ଗଲ ମଧ୍ୟରେ ଏହି ଅଞ୍ଚଳ ରହିଛି। ଏ ବାବଦରେ ଫରେଷ୍ଟ ବିଭାଗ ନିକଟରେ କୁମ୍ଭୀର ସମ୍ପର୍କରେ ଖବର ପହଞ୍ଚତ୍ଛି। ସ୍ଥାନୀୟ ବନ ବିଭାଗ ଫରେଷ୍ଟର ରୋଜାଲିନ୍‌ ଦାଶଙ୍କୁ ଘଟଣାସ୍ଥଳକୁ ପଠାଇଥିବା ରେଞ୍ଜର ବେହୁରା କହିଛନ୍ତି। ନଦୀକୁ ନ ଯିବା ପାଇଁ ସେ ଲୋକମାନଙ୍କୁ ସଚେତନ କରାଇଛନ୍ତି। ବନ ବିଭାଗ ପକ୍ଷରୁ ସଚେତନତା ବୋର୍ଡ ମଧ୍ୟ ଲଗାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗୋବରୀ ନଦୀରେ କାରବାର ପାଇଁ ଘେର ଲଗାଇବାକୁ ବନ୍ଦୋବସ୍ତ କରାଯାଉଛି। ନଦୀ କିମ୍ବା ନଦୀକୂଳକୁ ଗଲେ କୁମ୍ଭୀର ଆକ୍ରମଣର ଯଥେଷ୍ଟ ଭୟ ରହିଥିବା ବନ ବିଭାଗ ରେଞ୍ଜର ବେହୁରା କହିଛନ୍ତି। ଅନ୍ୟପକ୍ଷରେ ଗୋବରୀ ନଦୀରେ ଗାଧୋଇବାକୁ ଏ ଅଞ୍ଚଳର ଲୋକେ ଅଧିକ ପସନ୍ଦ କରିଥା’ନ୍ତି। ଏହାଛଡ଼ା ଏହି ନଦୀରୁ ମାଛ ଧରିବାକୁ ଏହି ଅଞ୍ଚଳର ମତ୍ସ୍ୟଜୀବୀମାନେ ଦିନରାତି ଏକ କରିଥା’ନ୍ତି। ନଦୀରୁ ଚିଙ୍ଗୁଡ଼ି ଧରି ଅଧିକ ଦାମ୍‌ରେ ବାହାରକୁ ଚାଲାଣ କରାଯାଇଥାଏ। ନଦୀ ଉପରେ ଲୋକମାନଙ୍କର ଅତ୍ୟଧିକ ନିର୍ଭରଶୀଳତା ସାଙ୍ଗକୁ କୁମ୍ଭୀର ଆକ୍ରମଣର ଭୟ ନଦୀକୂଳିଆ ଲୋକମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। କୁମ୍ଭୀରଟିକୁ ଧରି ନେବାକୁ ଲୋକେ ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ଆଗରୁ ଏହି ନଦୀରେ ଦଳ ଭର୍ତ୍ତି ଥିବା ବେଳେ କେତେକ ସ୍ଥାନରେ ଲୋକ ବୁରୁଜ କରି ନଦୀରେ କାରବାର କରୁଥିଲେ। ମାତ୍ର ଗୋବରୀ ପୁନଃ ଉଦ୍ଧାର ପ୍ରକ୍ରିୟାରେ ସିମୁଳିଆ ପର୍ଯ୍ୟନ୍ତ ଦଳ ସଫା କରାଯାଇଛି। ଜୁଆର ସମୟରେ କୁମ୍ଭୀରଟି ଏହି ସ୍ଥାନକୁ ପଳେଇ ଆସିଛି ବୋଲି ଗ୍ରାମର ଅଧିବାସୀ କ୍ଷୀରୋଦ ମଲିକ, ଶଙ୍କର୍ଷଣ ସାହୁ, ଶୁକଦେବ ସାହୁ, ଗଗନ ସାହୁ, ସତ୍ୟବାନ୍‌ ମଲିକ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?