ଚାଷ କରି ଆଳୁଚାଷୀ ଫସିଗଲେ

କେନ୍ଦ୍ରାପଡ଼ା ଅଫିସ, ୨୦ା୨: କେନ୍ଦ୍ରାପଡ଼ା ଜିଲାରେ ୨ ମାସ ପୂର୍ବେ ଆଳୁ କେଜି ପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କେଜି ପ୍ରତି ମାତ୍ର ୪ ଟଙ୍କାରେ ବେପାରୀଙ୍କୁ କ୍ଷେତରୁ ଚାଷୀ ବିକୁଛନ୍ତି। ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଓ ସରକାରୀ ମଣ୍ଡି ନ ଥିବାରୁ ଆଳୁ ଚାଷ କରି ଫସି ଯାଇଛନ୍ତି ବୋଲି ସ୍ଥାନୀୟ ଚାଷୀ ମତ ଦେଇଛନ୍ତି। ସେହିପରି ଟମାଟୋ ସସ୍‌ ଓ ଆଳୁ ଚିପ୍‌ସ ଭଳି କ୍ଷୁଦ୍ର ଶିଳ୍ପ ପାଇଁ ଆଶାୟୀ ଯୁବ ଶିଳ୍ପୋଦ୍ୟୋଗୀ ଋଣ ପାଇବାକୁ ସକ୍ଷମ ହେଉ ନ ଥିବା ମତ ମିଳିଛି।
ଡେରାବିଶ ବ୍ଲକ ପଲେଇ ଗଁାର ଆଳୁଚାଷୀ ବିଧୁଭୂଷଣ ମହାପାତ୍ର କହିଛନ୍ତି, ଚଳିତବର୍ଷ ୪ ଏକର ଜମିରେ ଆଳୁଚାଷ କରିଛି। ଫସଲ ମଧ୍ୟ ଭଲ ହୋଇଛି। ତେବେ ବିକ୍ରିକୁ ନେଇ ସମସ୍ତ ଚାଷୀ ଅଡୁଆରେ ପଡ଼ିଛନ୍ତି। ବଜାରରେ କେଜି ପ୍ରତି ୭ ଟଙ୍କା ବିକ୍ରି ହେଉଥିବା ବେଳେ ବେପାରୀ ଆଳୁ କୁଇଣ୍ଟାଲକୁ ମାତ୍ର ୪୦୦ ଟଙ୍କା ଦେଉଛନ୍ତି। ଅଧିକ ପରିମାଣର ଅମଳକୁ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ବିକ୍ରି ପାଇଁ ଚାଷୀ ବାଧ୍ୟ ହେଉଛନ୍ତି। ଏହି ଚାଷରୁ ପ୍ରାୟ ୪୦ ହଜାର ଟଙ୍କା କ୍ଷତି ହେବ ବୋଲି ସେ ଆକଳନ କରିଛନ୍ତି। ପଟ୍ଟାମୁଣ୍ଡାଇର କଳ୍ପତରୁ ସାମନ୍ତରାୟ କହିଛନ୍ତି, ଜିଲାରେ ପ୍ରାୟ ୩୦,୦୦୦ରୁ ଊର୍ଦ୍ଧ୍ୱ ହେକ୍ଟର ଜମିରେ ସ୍ଥାନୀୟ ଚାଷୀ ଆଳୁଚାଷ କରିଥିଲେ। ଏତେ ପରିମାଣର ଆଳୁ ଉପତ୍ାଦନ ପରେ ଜିଲାରେ ଶୀତଳଭଣ୍ଡାର ନ ଥିବାରୁ ସଂରକ୍ଷିତ ରଖା ଯାଇପାରୁନାହିଁ। ସେହିପରି ସରକାରୀ ମଣ୍ଡି ନ ଥିବାରୁ ଆଳୁ କିଣିବାକୁ କେବଳ ସ୍ଥାନୀୟ ବ୍ୟବସାୟୀ ଆସୁଛନ୍ତି। ଏହାର ନିରାକରଣ ହୋଇପାରିଲେ ରାଜ୍ୟ ସରକାରଙ୍କ ଆଳୁ ମିଶନ ସଫଳ ହୋଇପାରିବ। ଯୁବ ଶିଳ୍ପୋଦ୍ୟୋଗୀ ରତନଲାଲ ସାମଲ କହିଛନ୍ତି, ଜିଲାରେ ଟମାଟୋ ଓ ଆଳୁ ଉପତ୍ାଦନ ସମୟରେ ଅଭାବୀ ବିକ୍ରି ହେଉଛି। ଏହାକୁ ଲକ୍ଷ୍ୟ କରି ଟମାଟୋ ସସ୍‌ ଓ ଆଳୁ ଚିପ୍‌ସର କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ୨ ବର୍ଷ ହେବ ବିଭିନ୍ନ ବ୍ୟାଙ୍କ ଓ ଜିଲା ଶିଳ୍ପ କେନ୍ଦ୍ର ସହ ଯୋଗାଯୋଗ ରଖାଯାଇଛି। ଜିଲା ଶିଳ୍ପ କେନ୍ଦ୍ର ଓ ବ୍ୟାଙ୍କ ସମୂହର ସମନ୍ବୟ ନ ଥିବାରୁ ଏହି କ୍ଷୁଦ୍ର ଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇ ପାରି ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କହିଛନ୍ତି, ଆଳୁ ଉପତ୍ାଦନ କ୍ଷେତ୍ରରେ ସ୍ବୟଂ ସମ୍ପୂର୍ଣ୍ଣ ହେବା ପାଇଁ ଓଡ଼ିଶା ସରକାର ୨୦୧୫-୧୬ରେ ରାଜ୍ୟ ଆଳୁ ମିଶନ ଆରମ୍ଭ କରିଥିଲେ। ଉଦ୍ୟାନ କୃଷି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ମିଶନ ଦ୍ୱାରା କୃଷକ ଚାଷ କରି ଲାଭ ପାଇବା ସହ ଆଳୁ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର ନ କରିବାକୁ ଲକ୍ଷ୍ୟ ଥିଲା। ତେବେ ଏହି ମିଶନ ଫେଲ୍‌ ମାରିଛି। ଏପରି କି ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୦ କୋଟି ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ ଟଙ୍କାଟିଏ ଖର୍ଚ୍ଚ ହୋଇ ନ ଥିବା ୨୦୧୯ର ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି। ଶୀତଳଭଣ୍ଡାରର ନିର୍ମାଣ, ଫୁଡ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ଓ ସରକାରୀ ମଣ୍ଡି ସହାୟତାରେ ଏହି ସମସ୍ୟାର ସମାଧାନ ହୋଇପାରିବ। ଏ ସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ସହ ନିର୍ଦ୍ଦେଶକ ଦେବଦାସ ଦତ୍ତଙ୍କୁ ପଚାରିବାରେ ଶୀତଳଭଣ୍ଡାର ନିର୍ମାଣ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ। ତେବେ କେନ୍ଦ୍ରାପଡ଼ା ଜିଲାରେ ଗୋଟାଏ ହେଲେ ବି ଶୀତଳଭଣ୍ଡାର ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?