ଏନ୍‌ସି କଲେଜକୁ ୨୦.୮୮ କୋଟି ମଞ୍ଜୁର

ଯାଜପୁର ଅଫିସ,୨୧ା୨:ଯାଜପୁର ଟାଉନ୍‌ସ୍ଥିତ ନରସିଂହ ଚୌଧୁରୀ(ଏନ୍‌ସି) ସ୍ବୟଂଶାସିତ କଲେଜର ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ୨୦କୋଟି ୮୮ ଲକ୍ଷ ୪୨ ହଜାର ଟଙ୍କା ମଞ୍ଜୁର ହୋଇଛି। ଏଥିରେ କଲେଜର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ପ୍ରଶାସନିକ, ବିଜ୍ଞାନ ଓ ବାଣିଜ୍ୟ ଗୃହର ନବୀକରଣ ସମେତ ଆଲୁମ୍‌ନି ଗୃହ ଉପରେ ଦ୍ୱିତୀୟ ମହଲା ନିର୍ମାଣ ହେବ। ହେଲେ ନିକଟରେ କେନ୍ଦୁଝର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିଥିଲେ ହେଁ ଦୀର୍ଘଦିନର ପ୍ରତିଶ୍ରୁତି ଏନ୍‌ସି କଲେଜ ଏଥିରୁ ବାଦ୍‌ ପଡିଥିବାରୁ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା (୭୩୦୬/୨୦ା୨ା୨୦୨୩) ଅନୁସାରେ ଏନ୍‌ସି କଲେଜର ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ପାଇଁ ୮ କୋଟି ୨୬ ଲକ୍ଷ ୩୯ ହଜାର ଟଙ୍କାର ଅନୁମୋଦନ ହୋଇଛି। ଏହି ପ୍ରକଳ୍ପରେ ସ୍ପୋର୍ଟସ କୋର୍ଟ ୱାର୍କ ପାଇଁ ୫ କୋଟି ୭୨ ଲକ୍ଷ ୧୭ ହଜାର ୬୫୪ ଟଙ୍କା, ଉଦ୍ୟାନ ଆଦି ପାଇଁ ୮୧ ଲକ୍ଷ ୪୩ ହଜାର ୨୧୫ ଟଙ୍କା, ଡ୍ରେନେଜ ପାଇଁ ୩୦ ଲକ୍ଷ ୬୬ ହଜାର ୮୮୬ ଟଙ୍କା ଅଟକଳ କରାଯାଇଛି। ସେହିପରି ପୁରୁଣା ବିଜ୍ଞାନ ଓ ବାଣିଜ୍ୟ ବ୍ଲକର ନବୀକରଣ ପାଇଁ ୭୩ ଲକ୍ଷ ୪୪ ହଜାର ୫୮୭ ଟଙ୍କା, ପୁରୁଣା ପ୍ରଶାସନିକ ଗୃହର ପିଭିସି ୱିଣ୍ଡୋ, ଫ୍ଲସ୍‌ ଡୋର୍‌, ସିକ୍ୟୁରିଟି ଗ୍ରିଲ୍‌, କାନ୍ଥରେ ନୂତନ ପ୍ଲାଷ୍ଟର, ପେଣ୍ଟ, ସିଲିଂ, ଫ୍ଲୋର ଆଦି ନିର୍ମାଣ ପାଇଁ ୫ କୋଟି ୩୧ ଲକ୍ଷ ୩୮ ହଜାର ୧୬୨ ଟଙ୍କା, ଆଲୁମିନି ଗୃହରେ ଦ୍ୱିତୀୟ ମହଲା ଏବଂ କାଫେଟେରିଆ ନିର୍ମାଣ ପାଇଁ ୧ କୋଟି ୭୨ ଲକ୍ଷ ୪ ହଜାର ୬୮୧ ଟଙ୍କା, ଇଲେକ୍ଟ୍ରିକାଲ ୱାର୍କ ପାଇଁ ୧ କୋଟି ୮୫ ଲକ୍ଷ ୧୨ ହଜାର ୭୯୬ ଟଙ୍କା, ପିଏଚ୍‌ ପର୍ସନ ପାଇଁ ୯୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ପୂର୍ବରୁ ଜାତୀୟ ଅନ୍ତର୍ଜାତୀୟସ୍ତରର ପରିବେଶ ସୃଷ୍ଟି କଲା ଭଳି ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ଏବେ ସାକାର ହେବାକୁ ଯାଉଛି। ତେବେ ଉକ୍ତ ଅନୁଦାନକୁ ନେଇ ଠିକାଦାରି ରାଜନୀତି ନ କରି ଠିକ ଭାବେ ବିନିଯୋଗ ହୋଇପାରିଲେ ସରକାରଙ୍କ ମହତ୍‌ ଉଦ୍ଦେଶ୍ୟ ପ୍ରତିପାଦିତ ହୋଇପାରିବ ବୋଲି ମତପ୍ରକାଶ ପାଇଛି ା
ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏନ୍‌ସି ସ୍ବୟଂଶାସିତ ସରକାରୀ ଡିଗ୍ରୀ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବାକୁ ନେତୃବର୍ଗ ଘୋଷଣା କରିଥିଲେ। କିନ୍ତୁ ବିଡ଼ମ୍ବନା ଯେ, ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନ ଥିବାବେଳେ ଏହି କଲେଜରେ ବର୍ଷ ସାରା ଅଧ୍ୟାପକ ପଦବୀ ଖାଲି ପଡ଼ୁଛି। ଆବଶ୍ୟକତାଠାରୁ ୫୦ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ସୂଚନା ମିଳିଛି। ତେବେ କଲେଜର ନବୀକରଣ ହେବା ପରେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?