ପରିଚାଳନା ତ୍ରୁଟିରୁ ରକ୍ତ ଅଭାବ

ନୟାଗଡ଼ ଅଫିସ,୨୧ା୨:ପରିଚଳାନାରେ ତ୍ରୁଟି କାରଣରୁ ସଙ୍କଟରେ ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟ ପରିସରରେ ଥିବା ରକ୍ତ ଭଣ୍ଡାର । ଫେବୃୟାରୀରେ ଶୂନ୍ୟ ହୋଇ ଯାଉଛି ରକ୍ତ ଭଣ୍ଡାର। ଏପରିକି ରିଜର୍ଭ ଷ୍ଟକକୁ ଶେଷ କରି ଦେଉଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ରକ୍ତ ନ ଥିବାରୁ ରବିବାର ଉତ୍ତେଜନା ସୃଷ୍ଟି ହେବା ସହ ପାଟିତୁଣ୍ଡ ହୋଇଥିଲା ।
ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ରକ୍ତ ଦେଣ ନେଣରେ ଜାଣି ଶୁଣି କୁତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହେଉଛି ।
ସେହିପରି ବ୍ଲଡ ବ୍ୟାଙ୍କ ଅଧିକାରୀ ଏହି ସମସ୍ୟା କଥା ବୁଝିବା ପାଇଁ ସମୟ ନାହିଁ ।
ରକ୍ତ ଅଭାବ ପରିସ୍ଥିତିକୁ ଦୂର କରିବାକୁ କିଛି ପଦକ୍ଷେପ ନେଉ ନାହାନ୍ତି । ଏପରିକି ବ୍ଲଡ କ୍ୟାମ୍ପକୁ ବିଭାଗୀୟ ଅଧିକାରୀ ଯାଉ ନାହାନ୍ତି ବୋଲି ଅଭିଯୋଗ ରହିଛି ।
ରିଜର୍ଭ ଷ୍ଟକ ଶେଷ ହେବା ପରେ ସିଡିଏମ୍‌ଓ ଉଦ୍‌ବେଗ ପ୍ରକାଶ କରିବା ସହ ଏଭଳି ଅବ୍ୟବସ୍ଥା ପାଇଁ ବିରକ୍ତ ହୋଇଥିଲେ। ସୋମବାର ୬ ୟୁନିଟ ରକ୍ତ ଥିବା ଦର୍ଶାଯାଇଛି।
ତେବେ ରକ୍ତ ଅଭାବ ଦେଖାଇ ରୋଗୀଙ୍କୁ ଫେରାଇ ଦିଆଯାଉଛି।
ଏନେଇ ଖଣ୍ଡପଡ଼ାର ରାମଚନ୍ଦ୍ର ନାୟକ କୁହନ୍ତି, ମୋର ଜଣେ ସମ୍ପର୍କୀୟଙ୍କ ପାଇଁ ରକ୍ତର ଆବଶ୍ୟକତା ଥିଲା। ଗୁରୁତର ରୋଗୀ ଥିବାରୁ ରକ୍ତ ନିହାତି ଦରକାର ଥିଲା । ହେଲେ ‘ଓ ପଜେଟିଭ’ ରକ୍ତ ବି ମିଳିଲା ନାହିଁ । ପଚାରିଲା ପରେ ଉତ୍ତର ମିଳିଲା ରକ୍ତ ଭଣ୍ଡାରରେ ରକ୍ତ ଆଦୌ ନାହିଁ । ଯଦି ରକ୍ତ ଆଦୌ ରହୁନି ତେବେ ଏହାକୁ ବନ୍ଦ କରି ଦେବା ଦରକାର କହି ଘଟଣାସ୍ଥଳରୁ ଫେରିଥିଲି।
ପରେ ବହୁ କଷ୍ଟରେ ରକ୍ତ ସଂଗ୍ରହ କରି ଦେଇଥିଲୁ । ସାମାଜିକ କର୍ମୀ ଦାମୋଦର ସାହୁ କୁହନ୍ତି, ବ୍ଲଡବ୍ୟାଙ୍କକୁ ଜାଣି ଶୁଣି ଅଚଳ କରି ଦିଆଯାଉଛି। ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରାଯାଉନି।
ପୁଣି ଶିବିର ପାଇଁ ସଚେତନତା ସୃଷ୍ଟି କରାଯାଉନି। ଏପରିକି ବ୍ଲଡ ବ୍ୟାଙ୍କ ଅଧିକାରୀ କୌଣସି କ୍ୟାମ୍ପକୁ ଯାଉ ନାହାନ୍ତି। ପୂର୍ବରୁ ଯେଉଁମାନେ ବ୍ଲଡବ୍ୟାଙ୍କ ଅଧିକାରୀ ରହୁଥିଲେ ସେମାନେ କ୍ୟାମ୍ପକୁ ଯାଉଥିଲେ। ଲୋକଙ୍କୁ ରକ୍ତ ଦେବାକୁ ସଚେତନତା କରାଉଥିଲେ । ଅନ୍ୟପକ୍ଷେ ଯେଉଁ ରକ୍ତ ସଂଗ୍ରହ କରାଯାଉଛି ପରିଚାଳନାରେ ତ୍ରୁଟି କାରଣରୁ ରକ୍ତଭଣ୍ଡାରରେ ରକ୍ତ ରହୁନି । ଜିଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଭଣ୍ଡାରରେ ଏଭଳିଆ ଅବ୍ୟବସ୍ଥା କେବେବି ଦେଖା ଯାଇ ନ ଥିଲା। ଗଣିଆର ରମା ନାୟକ କୁହନ୍ତି, ନୟାଗଡ଼ ବ୍ଲଡବ୍ୟାଙ୍କରେ ରକ୍ତ ବିକ୍ରି ହେଉଛି। ହାତଗୁଞ୍ଜା ଦେଲେ ମିଳୁଛି । ମୋର ଜଣେ ସମ୍ପର୍କୀୟଙ୍କର ରକ୍ତ ଦରକାର ହେବା ସମୟରେ ବ୍ଲଡ ବ୍ୟାଙ୍କରେ ରକ୍ତ ନ ଥିଲା ।
ହେଲେ ଜଣେ ବ୍ଲଡ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟସ୍ଥ ମାଧ୍ୟମରେ ହାତଗୁଞ୍ଜା ଦେବାରୁ ସୁବିଧାରେ ରକ୍ତ ମିଳିଗଲା। ଏହାର ତଦନ୍ତ ହେବା ଦରକାର। ଘଟଣା ସମ୍ପର୍କରେ ରକ୍ତଭଣ୍ଡାର ଅଧିକାରୀ ଅଜୟ ବାହିନିପତଙ୍କୁ ଯୋଗାଯୋଗ କରାଯାଇଥିଲା । ସେ ଏନେଇ କିଛି କହି ନ ଥିଲେ । ସିଡିଏମଓ ମକରନ୍ତ ବେଉରା କୁହନ୍ତି ବ୍ଲଡବ୍ୟାଙ୍କରୁ ରିଜର୍ଭ ଷ୍ଟକ ଶେଷ କରିଦେବା ପରେ ଅସୁବିଧା ଉପୁଜିଥିଲା ।
ରୋଗୀ ହଇରାଣ ହୋଇଥିଲେ। ଏନେଇ ଏକ ବୈଠକ କରାଯାଇ ଆଗକୁ ଏପରି ଅବ୍ୟବସ୍ଥା ନ କରିବାକୁ ତାଗିଦ୍‌ କରାଯାଇଛି । ବ୍ଲଡ୍‌ ବ୍ୟାଙ୍କରେ ଦେଖା ଦେଇଥିବା ରକ୍ତ ଅଭାବକୁ ଦୂର କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ଜିଲାପାଳ ରବୀନ୍ଦ୍ର କୁମାର ସାହୁ କୁହନ୍ତି, ଘଟଣା ସମ୍ପର୍କରେ ଆଲୋଚନା କରି ରୋଗୀଙ୍କ ସୁବିଧା ହେଲା ଭଳି ପଦକ୍ଷେପ ଦିଆଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri