ସୋନପୁର କଲେଜକୁ ମିଳିନି ପୂର୍ଣ୍ଣ ସରକାରୀ ମାନ୍ୟତା

ସୋନପୁର,୧୦।୩(ନି.ପ୍ର.): ସୋନପୁର କଲେଜ ସୁବର୍ଣ୍ଣପୁର ଜିଲାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ୧୯୬୪ ମସିହାରେ ଏହି କଲେଜ ସ୍ଥାପିତ ହୋଇଥିଲା। ଇତିମଧ୍ୟରେ ୫୯ ବର୍ଷ ବିତିଯାଇଛି। ହେଲେ ସୋନପୁର କଲେଜକୁ ନା ପୂର୍ଣ୍ଣ ସରକାରୀ ମାନ୍ୟତା ମିଳିଛି ନା ସ୍ବୟଂଶାସିତ ମାନ୍ୟତା ମିଳିଛି। ପଶ୍ଚିମ ଓଡିଶାର ଏହି ପୁରାତନ କଲେଜକୁ ପୂର୍ଣ୍ଣ ସରକାରୀ ଏବଂ ସ୍ବୟଂଶାସିତ କଲେଜ ମାନ୍ୟତା ପ୍ରଦାନ ପାଇଁ ଦାବି ହେଉଥିଲେ ମଧ୍ୟ ତାହା ଅଦ୍ୟାବଧି ପୂରଣ ହୋଇନାହିଁ। ଖ୍ୟାତି ସମ୍ପନ୍ନ ଏହି ପୁରାତନ କଲେଜର ଶିକ୍ଷାଦାନ କ୍ଷେତ୍ରରେ ପଶ୍ଚିମ ଓଡିଶାରେ ସ୍ବତନ୍ତ୍ର ପରିଚୟ ରହିଛି। ଏଠାରେ ପାଠ ପଢିବା ପାଇଁ ଛାତ୍ରୀଛାତ୍ର ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି। ସୋନପୁର କଲେଜର ଭିତ୍ତିଭୂମି ସୁଦୃଢ ରହିଛି। ସମସ୍ତ ମାନଦଣ୍ଡ ଥାଇ ବି ଏ ପର୍ଯ୍ୟନ୍ତ ପୂର୍ଣ୍ଣ ସରକାରୀ ମାନ୍ୟତା ତଥା ସ୍ବୟଂଶାସିତ ମାନ୍ୟତା ନ ମିଳିବା ଅସନ୍ତୋଷର କାରଣ ହୋଇଛି। ଏହି ଉଚ୍ଚଶିକ୍ଷାନୁଷ୍ଠାନ ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନ କରିଛି। ଦାବି ପୂରଣ କରାଗଲେ ଶିକ୍ଷାର ବିକାଶ ସହିତ କଲେଜର ଅଧିକ ଉନ୍ନତି ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି। କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିର କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗ ରହିଛି। ୨ ହଜାରରୁ ଅଧିକ ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରୁଛନ୍ତି। ତେବେ ପୂର୍ଣ୍ଣ ସରକାରୀ ତଥା ସ୍ବୟଂଶାସିତ ମାନ୍ୟତା ପାଇ ନ ଥିବାରୁ କଲେଜରେ ଆବଶ୍ୟକ ଅଧ୍ୟାପକ ଓ କର୍ମଚାରୀ ପଦ ପୂରଣ ହୋଇ ପାରିନାହିଁ। ଏହି କଲେଜରୁ ପାଠ ପଢି ବିଭିନ୍ନ ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଛନ୍ତି । କଲେଜର ଭିତ୍ତିଭୂମିକୁ ଦେଖିଲେ ସବୁ ଦୃଷ୍ଟିରୁ ଏହାକୁ ପୂର୍ଣ୍ଣ ସରକାରୀ ତଥା ସ୍ବୟଂଶାସିତ ମାନ୍ୟତା ପ୍ରଦାନ କରିବା କଥା। ଇତିମଧ୍ୟରେ ବିଶ୍ୱବ୍ୟାଙ୍କ ସହାୟତାରେ ୪ କୋଟି ଟଙ୍କା ବ୍ୟୟରେ ନୂତନ ଏକାଡେମିକ ବ୍ଳକ ନିର୍ମାଣ କରାଯାଇ କଲେଜକୁ ହସ୍ତାନ୍ତର କରାଯାଇଛି। ସେହିପରି ଆନୁସଙ୍ଗିକ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ବିଶ୍ୱବ୍ୟାଙ୍କ ୧ କୋଟି ଟଙ୍କା ଦେଇଛି। ଭିତ୍ତିଭୂମିର ଉନ୍ନତି ସହିତ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢିଛି। ଏଣୁ ରାଜ୍ୟ ସରକାର ଦାବି ପୂରଣ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀକୁ ପଥର ଛେଚି ମାରିଲେ ସ୍ବାମୀ

ଆର.ଉଦୟଗିରି,୧୦।୭(ଡି.ଏନ୍‌.ଏ.): ସ୍ତ୍ରୀକୁ ପଥର ଛେଚି ହତ୍ୟାକଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗ୍ରାମରେ। ମୃତକ ହେଲେ...

ସ୍ବାଧୀନତା ସଂଗ୍ରାମରେ ନୟାଗଡ଼ର ଅବଦାନ ଅବିସ୍ମରଣୀୟ

ନୟାଗଡ ଅଫିସ,୨୬।୧: ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,...

ରାଉରକେଲା ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ବିଜେତା

ନୂଆଦିଲ୍ଲୀ/ରାଉରକେଲା ଅଫିସ୍‌, ୧୯।୧:  ଭାରତର ପ୍ରମୁଖ ଶିଳ୍ପ ସହର ରାଉରକେଲାର ଛେଣ୍ଡ୍‌ରେ ୫ ଟନ କ୍ଷମତା ବିଶିଷ୍ଟ ଏକ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଏହା କାର୍ଯ୍ୟକ୍ଷମ...

ବର୍ଷା ନାହିଁ, ଜଳିଗଲାଣି ଧାନ ଗଛ

ପଦ୍ମପୁର, ୨୫।୭ (ଡି.ଏନ.ଏ): ଧାରା ଶ୍ରାବଣରେ ବର୍ଷାର ଦେଖାନାହିଁ । ନିଖୋଜ ହୋଇଯାଇଛି ମୌସୁମୀ । ଆକାଶରେ ମେଘ ଗର୍ଜୁଛି ହେଲେ ବରଷୁ ନାହିଁ ।...

ସାନିଟାଇଜ ହେଲା ରତଙ୍ଗ କ୍ୱାରାଣ୍ଟାଇନ ସେଣ୍ଟର

ଫୁଲବାଣୀ ଅଫିସ, ୧୯ା୫-ଗ୍ରୀନ ଜୋନ୍‌ କନ୍ଧମାଳ ଜିଲାରେ କରୋନା ପହଞ୍ଚିଛି। ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିବା ୨ ପ୍ରବାସୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପରେ ରିପୋର୍ଟ...

ସ୍ପେଶାଲ ଟ୍ରେନ୍‌ରେ ପହଞ୍ଚତ୍ଲେ ୫୨୩୮ ପ୍ରବାସୀ

ବଲାଙ୍ଗୀର ଅଫିସ, ୨୪ା୫-ବଲାଙ୍ଗୀର ରେଳଷ୍ଟେଶନରେ ରବିବାର ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚତ୍ଛି ା ଆଉ ଏକ ଟ୍ରେନ୍‌ ରାତି ସୁଦ୍ଧା ପହଞ୍ଚତ୍ବ ା ସକାଳ...

ରାଜ୍ୟରେ ଧାର୍ମିକସ୍ଥଳ ଖୋଲିବା ପ୍ରସଙ୍ଗ: ଶ୍ରୀମନ୍ଦିରକୁ ଅନ୍ୟ ସହ ତୁଳନା କରା ନ ଯାଉ

ପୁରୀ ଅଫିସ,୯।୧୦: କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଧାର୍ମିିକସ୍ଥଳ ଖୁବଶୀଘ୍ର ଖୋଲିପାରେ। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଛି। ଜିଲାର ସ୍ଥିତି ଦେଖି...

ଝୁଲନ୍ତା ମୃତ ଦେହ ଉଦ୍ଧାର

ଝରିଗାଁ, ୨୬।୧୦(ସ୍ବ.ପ୍ର.):ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତକ ହେଲେ ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ନିରୋଣ୍ଡି ଗ୍ରାମର ନକୁଳ...

Advertisement
Archives

Model This Week