ସ୍କୁଲ ବନ୍ଦ ପରେ ପିଲାଙ୍କୁ ମିଳୁନି ଯାତାୟାତ ଖର୍ଚ୍ଚ

ନବରଙ୍ଗପୁର,୧୦।୩(ବି.ପ୍ର.): ୨୦ରୁ କମ୍‌ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଲେ। ନବରଙ୍ଗପୁର ଜିଲାରେ ୨୦୧୯-୨୦ ଶିକ୍ଷାବର୍ଷ ପରେ ଜିଲାର ୧୧୦ ପ୍ରାଥମିକ ଓ ୨୪ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଗଲା। ସେହି ସମୟରେ ସରକାର ସେମାନଙ୍କୁ ହଷ୍ଟେଲ ବ୍ୟବସ୍ଥା କିମ୍ବା ଯାତାୟାତ ଖର୍ଚ୍ଚ ଦିଆଯିବ ବୋଲି ଅଭିଭାବକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସରକାରଙ୍କ ପ୍ରତିଶ୍ରୁତି ଏବେ ପାଣିର ଗାର ସଦୃଶ ହୋଇଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ସରକାରଙ୍କ କାର୍ଯ୍ୟକୁ ନାପସନ୍ଦ କରାଯିବା ସହ ଅଭିଭାବକମାନେ ପୁନଃ ସ୍କୁଲଗୁଡ଼ିକ ଖୋଲିବାକୁ ଦାବି କରିଛନ୍ତି।
ସ୍କୁଲ ମିଶ୍ରଣ ଫଳରେ ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ୧୧୦ଟି ବିଦ୍ୟାଳୟର ପ୍ରାୟ ୧୮୦୦ ଛାତ୍ରୀଛାତ୍ର ପ୍ରଭାବିତ ହୋଇଥିଲେ। କୋଷାଗୁମୁଡ଼ା, ଝରିଗାଁ ଓ ପାପଡ଼ାହାଣ୍ଡି ବ୍ଲକରେ ୧୪ଟି ଲେଖାଏ ସ୍କୁଲ, ଚନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୧୨ଟି ଲେଖାଏ, ନବରଙ୍ଗପୁର ଓ ଉମରକୋଟ ବ୍ଲକରେ ୧୦ ଲେଖାଏ, ନନ୍ଦାହାଣ୍ଡି ବ୍ଲକରେ ୧୩ଟି, ରାଇଘରରେ ୯ ଓ ଡାବୁଗାଁ ବ୍ଲକରେ ୨ଟି ସ୍କୁଲ ବନ୍ଦ କରାଯାଇଛି। ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ରଖିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏବେ ଯାଏ କରାଯାଇନାହିଁ। କେତେଜଣ ପିଲାଙ୍କୁ ହଷ୍ଟେଲରେ ରଖାଯାଇଥିବାବେଳେ ବାକି ପିଲାଙ୍କୁ ଯାତାୟାତ ବାବଦରେ ଖର୍ଚ୍ଚ ଦେବାକୁ ସ୍ଥିର ହୋଇଥିଲା। ଜଣେ ପିଲାଙ୍କର ମାସରେ ୭୫ ପ୍ରତିଶତ ଉପସ୍ଥାନ ରହିଲେ ୬ଶହ, ୫୦ରୁ ୭୫ପ୍ରତିଶତ ଉପସ୍ଥାନ ରହିଲେ ୪ଶହ ଏବଂ ୩୦ରୁ ୫୦ ପ୍ରତିଶତ ମଧ୍ୟରେ ଉପସ୍ଥାପନ ରହିଲେ ୩ଶହ ଟଙ୍କା ଦେବାକୁ ସରକାର ସ୍ଥିର କରିଥିଲେ। ଏ ନେଇ ବନ୍ଦ ହୋଇଥିବା ସ୍କୁଲର ଛାତ୍ରୀଛାତ୍ରଙ୍କ ସମସ୍ତ ସମସ୍ୟା ସମାଧାନ କରିବାକୁ ପାଖ ଗ୍ରାମରେ ମିଶ୍ରଣ ହୋଇଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ଦେଇଥିଲେ। ଉକ୍ତ ପ୍ରଧାନ ଶିକ୍ଷକ ସମସ୍ତ ପିଲାଙ୍କ କାଗଜପତ୍ର ଠିକ୍‌ କରି ସ୍ଥାନୀୟ ବିଇଓଙ୍କୁ ଦେଲାପରେ
ବିଇଓ ତୁରନ୍ତ ଡିଇଓ ଏବଂ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ସମସ୍ତ କାଗଜପତ୍ର ଦେଇ ପିଲାଙ୍କ ଟଙ୍କା ପାଇବା ପର୍ଯ୍ୟନ୍ତ ଦାୟିତ୍ୱ ନେବା ପାଇଁ ସରକାର ନିୟମ କରିଛନ୍ତି। ଏଭଳି ଗୋଟିଏ ଶିକ୍ଷାବର୍ଷରେ ୧୦ ମାସର ଯାତାୟାତ ଖର୍ଚ୍ଚ ସିଧାସଳଖ ପିଲାଙ୍କ ଆକାଉଣ୍ଟକୁ ଦେବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ନବରଙ୍ଗପୁର ଜିଲାରେ ପିଲାମାନେ ଉକ୍ତ ଯାତାୟାତ ଖର୍ଚ୍ଚ ନ ପାଇ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ଜଙ୍ଗଲ ପାହାଡ଼ ଡେଇଁ ଚାଲି ଚାଲି ଯାଇ ଉକ୍ତ ମିଶ୍ରଣ ସ୍କୁଲରେ ପାଠ ପଢୁଛନ୍ତି। ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ନନ୍ଦାହାଣ୍ଡି ବ୍ଲକ ଲଙ୍ଗଳଅଟାଳ ସ୍କୁଲରେ ୨୦ରୁ କମ୍‌ ପିଲା ଥିବା କାରଣରୁ ତାହାକୁ ବନ୍ଦ କରାଯାଇ ୩ କି.ମି. ଦୂରରେ ଥିବା ମୁଦୁଲିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଛି। ଲଙ୍ଗଳଅଟାଳରୁ ୨୫ ପିଲା ସେଠାକୁ ପଢ଼ିବାକୁ ଯାଉଛନ୍ତି। ଦୈନିକ ୬ କି.ମି. ବିପଦସଙ୍କୁଳ ପାହାଡ଼ ଓ ଜଙ୍ଗଲ ରାସ୍ତା ଅତିକ୍ରମ କରି ଯାଉଥିବାରୁ ହାତଗୋଡ଼ ବଥା ହେଉଥିବା ଛାତ୍ରୀଛାତ୍ର କହିଛନ୍ତି। ତେଣୁ ପିଲାମାନେ ନିୟମିତ ସ୍କୁଲ ନ ଯାଇ ଗୋଟିଏ ସପ୍ତାହରେ ୩ କିମ୍ବା ୪ଦିନ ଆସୁଛନ୍ତି। ଦୂରତା ଏବଂ ବିପଦକୁ ଦୃଷ୍ଟିରେ ରଖି ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡୁନାହାନ୍ତି। ଯେଉଁ ପିଲାମାନେ ନିୟମିତ ସ୍କୁଲ ଯାଉଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ଯାତାୟାତ ବାବଦ ଖର୍ଚ୍ଚ ମିଳିନାହିଁ। ଏନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନ ଶୀଘ୍ର ସେମାନଙ୍କୁ ଯାତାୟାତ ଖର୍ଚ୍ଚ ଯୋଗାଇ ଦିଅନ୍ତୁ ନଚେତ୍‌ ଗାଁରେ ଥିବା ସ୍କୁଲକୁ ପୁନଶ୍ଚ ଖୋଲାଯାଉ ବୋଲି ଅଭିଭାବକ ଡ୍ରାଇଭର ବିଷୋୟୀ, ଛାତ୍ରୀ ପ୍ରେମଲତା ଜାନି କହିଛନ୍ତି। ଏକମ୍ବା ପଞ୍ଚାୟତର ଗରୁଡ଼ଗୁଡ଼ା ଗ୍ରାମର ବିଦ୍ୟାଳୟ ବନ୍ଦ ହେବା ପରେ ପ୍ରାୟ ୩ କି.ମି. ବିପଦପୂର୍ଣ୍ଣ ରାସ୍ତାରେ ଚାଲି ଚାଲି ଛାତ୍ରୀଛାତ୍ର ଏକମ୍ବା ସ୍କୁଲକୁ ଯାଉଛନ୍ତି। ଗରୁଡ଼ଗୁଡ଼ାରେ ୧୭ ରୁ ୨୦ ଜଣ ପିଲା ଯାତାୟାତ ଖର୍ଚ୍ଚ ପାଇ ନାହାନ୍ତି। ସେହିଭଳି ଦଣ୍ଡସେନାଗୁଡ଼ା, ଭଞ୍ଜଗୁଡ଼ା ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟ ସମାନ ଅବସ୍ଥା। ଜିଲାର ନନ୍ଦାହାଣ୍ଡି କୋଷାଗୁମୁଡ଼ା, ନବରଙ୍ଗପୁର ବ୍ଲକର ଛାତ୍ରୀଛାତ୍ରଙ୍କୁ ମଧ୍ୟ ଯାତାୟାତ ଖର୍ଚ୍ଚ ମିଳିନାହିଁ। ଯାତାୟାତ ଖର୍ଚ୍ଚ ପ୍ରଦାନ କଲେ ଭଲ ହୁଅନ୍ତା ବୋଲି ଗରୁଡ଼ଗୁଡ଼ାର ବେଣୁ ଭତରା, ଲଛମନ ଭତରା କହିଛନ୍ତି।
ଏ ନେଇ ଡିଇଓ ପ୍ରଦୀପ ନାଗଙ୍କୁ ପଚାରିବାରୁ ପିଲାଙ୍କ ସଂଖ୍ୟା ସମ୍ପୃକ୍ତ ଅଞ୍ଚଳର ବିଇଓ ଜଣାଇବା ପରେ ଜିଲା ଶିକ୍ଷା ବିଭାଗ ଏହି ପ୍ରସ୍ତାବକୁ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବ। ରାଜ୍ୟ କାର୍ଯ୍ୟାଳୟରୁ ଅନୁଦାନ ଆସିଲେ ପିଲାଙ୍କୁ ଯାତାୟାତ ଖର୍ଚ୍ଚ ଦିଆଯିବ ବୋଲି ସେ କହିଛନ୍ତି। ଏଥିସହ ବର୍ତ୍ତମାନ ଜିଲାର କୋଷାଗୁମୁଡ଼ା, ନନ୍ଦାହାଣ୍ଡି ଓ ନବରଙ୍ଗପୁର ବ୍ଲକକୁ ଛାଡ଼ିଦେଲେ ଅନ୍ୟ ବ୍ଲକର ୫୫୦ ଜଣ ଛାତ୍ରଛାତ୍ରଙ୍କୁ ଯାତାୟାତ ଖର୍ଚ୍ଚ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?