କେନାଲ କୂଳ ଜମିକୁ ମାଡୁନି ପାଣି

ବରଗଡ଼ ଅଫିସ୍‌,୧୦।୩: ଚଳିତ ରବିଧାନ ଫସଲରେ ବରଗଡ଼ ଜିଲା ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀମାନେ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି। କେନାଲ ବିଭାଗର ଦୂରଦୃଷ୍ଟିହୀନତା ଯୋଗୁ ଏହି ସ୍ଥିତି ଉପୁଜିଛି। ବରଗଡ଼ ମୁଖ୍ୟ କେନାଲର କଟାପାଲି ଏବଂ କମଗାଁ ମଝି ଜିରା ନଦୀ ଜଳ ପ୍ରବାହ ନିକଟରେ ଗର୍ତ୍ତ ସୃଷ୍ଟି ହେବା ଯୋଗୁ ଗତ ମାସ ୨୪ତାରିଖରୁ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରହିଥିଲା। ୯ଦିନ ମରାମତି ହେବା ପରେ ଗତ ୪ତାରିଖରୁ କେନାଲରେ ପାଣି ଛଡ଼ା ଯାଇଥିଲା। ମାତ୍ର ପାଣି ଛଡ଼ାଯିବାର ୫ଦିନ ବିତିଯାଇଥିଲେ ସୁଦ୍ଧା ତଳମୁଣ୍ଡ ଦୂରର କଥା, ବରଗଡ଼ ବ୍ଲକର ଅନେକ ଚାଷଜମିକୁ ପାଣି ମାଡ଼ିନାହିଁ। ଏପରିକି ଉକ୍ତ କେନାଲର ପ୍ରଧାନପାଲି ମାଇନର କେନାଲ ପାର୍ଶ୍ୱ ଜମିକୁ ଏଯାଏ ପାଣି ମାଡ଼ିନାହିଁ। ଫଳରେ ଚାଷଜମି ମାଟି ଫାଟି ଆଁ କଲାଣି। ବରଗଡ଼ ବ୍ଲକ ଆମ୍ବସଢ଼ା, ବରାହଗୋଡ଼ା ଅଞ୍ଚଳରେ ପାଣି ନ ପାଇ ଧାନ ଫସଲ ନଷ୍ଟ ହୋଇଛି। ତଳମୁଣ୍ଡରେ ସ୍ଥିତି ଆହୁରି ସାଂଘାତିକ ଥିବା ଚାଷୀମାନେ କହିଛନ୍ତି। ଗୁରୁବାର ସନ୍ଧ୍ୟାରେ ପ୍ରଧାନପାଲି ମାଇନର କେନାଲର ଆମ୍ବସଢ଼ା ଅଞ୍ଚଳକୁ ଅଳ୍ପ ପାଣି ଆସିଥିଲା। କିନ୍ତୁ ତାହା ମଧ୍ୟ କାମକୁ ନୁହେଁ ବୋଲି ଚାଷୀମାନେ କହିଛନ୍ତି। ଅନ୍ୟପଟେ କେନାଲ ମରାମତି ସରିବା ପରେ ବିଭାଗୀୟ ଅଧିକାରୀଙ୍କ ନିରବତାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନେକ ଅଞ୍ଚଳକୁ ଏପର୍ଯ୍ୟନ୍ତ କେନାଲ ପାଣି ପହଞ୍ଚି ପାରିନାହିଁ। ତଥାପି ବିଭାଗୀୟ ଅଧିକାରୀମାନେ ନିରବଦ୍ରଷ୍ଟା ସାଜିଛନ୍ତି। ଏପରିକି ଚାଷୀମାନେ ଅଭିଯୋଗ ନେଇ ଅଫିସକୁ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ଦେଖା କରିବାର ସୁଯୋଗ ପାଉନାହାନ୍ତି। ଫୋନ କଲେ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କ ଫୋନ ନମ୍ବରରେ ଯୋଗାଯୋଗ ସମ୍ଭବ ହେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି॥ ଏ ସମ୍ପର୍କରେ ବରଗଡ଼ କେନାଲ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱଜିତ ପାଣିଗ୍ରାହୀଙ୍କୁ ତାଙ୍କ ମୋବାଇଲ ନଂ-୯୪୩୭୮୮୨୦୫୨ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ମୋବାଇଲ ବନ୍ଦ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ ।

ଉଜୁଡ଼ି ଗଲାଣି ଫସଲ
୬ଏକର ଧାନ ଫସଲ କରିଛି । ଫସଲ ବି ଭଲ ହୋଇଥିଲା। ସାର ପ୍ରୟୋଗ କରିଥିଲି। କିନ୍ତୁ ଗତ ମାସ ୨୪ତାରିଖରେ ହଠାତ୍‌ ପାଣି ବନ୍ଦ ହୋଇଗଲା । ଏପର୍ଯ୍ୟନ୍ତ କେନାଲରେ ପାଣି ଆସିନାହିଁ । ଫଳରେ ଧାନ ଫସଲ ସବୁ ଉଜୁଡ଼ି ଗଲାଣି ।
-କୁନୁ ପାତ୍ର, ଚାଷୀ, ଆମ୍ବସଢ଼ା

କେନାଲ ବିଭାଗରୁ ନିରାଶ
କେନାଲରେ ଗର୍ତ୍ତ ହୋଇଥିଲା ଏବଂ ମରାମତି ପରେ ପାଣି ଛଡ଼ା ଗଲାଣି ବୋଲି ଶୁଣିଥିଲୁ। କିନ୍ତୁ ଏପର୍ଯ୍ୟନ୍ତ ଆମ ଶାଖା କେନାଲରେ ପାଣି ଆସିନାହିଁ। ଫଳରେ ଆଜି ଜିଲାପାଳ ଓ କେନାଲ ଅଫିସକୁ ଯାଇଥିଲୁ। ହେଲେ କେହି ଦେଖା ଦେଲେନାହିଁ। ନିରାଶ ହୋଇ ଫେରିଲୁ। -ନରେନ୍ଦ୍ର ଭୋଇ, ଚାଷୀ, ଆମ୍ବସଢ଼ା
କେନାଲ ପାଣିକୁ ଅପେକ୍ଷା

ସବୁ ଜମି ଶୁଖିଲା ପଡ଼ିଛି। ମାଟି ଫାଟି ଆଁ କଲାଣି। କେନାଲ ପାଣିକୁ ଅପେକ୍ଷା କରିଛୁ। ହେଲେ କେନାଲରେ ପାଣିର ଦେଖାନାହିଁ। ତଳମୁଣ୍ଡରେ ଅଧିକାଂଶ ଫସଲ ନଷ୍ଟ ହୋଇଗଲାଣି। ପାଣି ଶୀଘ୍ର ନ ଆସିଲେ ଉପରମୁଣ୍ଡ ଫସଲ ବି ଆଉ ରହିବ ନାହିଁ।
-ଅନ୍ତ ପାତ୍ର, ଚାଷୀ, ଆମ୍ବସଢ଼ା


Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ବରରୁ କେଉଁ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌, କାହା ଉପରେ ପଡିବ ସଙ୍କଟ: ଦେଖିନିଅନ୍ତୁ ୧୨ ରାଶିର…

ସେପ୍ଟେମ୍ବର ମାସର ପ୍ରଥମ ଦିନ ଅର୍ଥାତ୍‌ ୧ ସେପ୍ଟେମ୍ବର ୨୦୨୬ ଅନେକ ରାଶିଙ୍କ ପାଇଁ ନୂଆ ଆଶା, ସଫଳତା ଓ ଖୁସି ନେଇ ଆସିପାରେ। ଗ୍ରହ-ନକ୍ଷତ୍ରଙ୍କ ଚଳନର…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପାଲଟିଛି ବସଷ୍ଟାଣ୍ଡ୍‌: ବସ୍‌ ହର୍ନରେ ଅସ୍ତବ୍ୟସ୍ତ ରୋଗୀ

ଦାରିଙ୍ଗବାଡି,୧।୯(ଅରୁଣ ସାହୁ):କନ୍ଧମାଳ ଜିଲାର ବୃହତ ବ୍ଲକ ଭାବେ ଜଣାଶୁଣା ଦାରିଙ୍ଗବାଡିରେ ଏବେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ବସର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ…

ଚାଇନା ଗଣମାଧ୍ୟମରେ ଦୃଶ୍ୟ ହେଉନି ନେପାଳ ବନ୍ୟା! ଜିନ ପିଙ୍ଗଙ୍କ ଏକଛତ୍ରବାଦୀ ଶାସନକୁ ନେଇ ହେଉଛି ଆଲୋଚନା, କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

ବେଜିଂ,୧।୯: ୨୬ ଅଗଷ୍ଟ, ୨୦୨୬ରେ ନେପାଳ-ତିବ୍ଦତ ସୀମାରେ ଘଟିଥିବା ଭୟଙ୍କର ବନ୍ୟା ଏବଂ ମାଟି ଧସିବା କେବଳ ବ୍ୟାପକ କ୍ଷୟକ୍ଷତି ଘଟାଇ ନଥିଲା ବରଂ ଚାଇନାର ସୂଚନା…

ମୟୂରଭଞ୍ଜରେ ପ୍ରବଳ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲାପାଳ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଜିଲାର ବଡ଼ସାହି, ବେତନଟୀ, ବିଶୋଇ…

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ…

ତେଲ ବଜାରରେ ବଡ଼ ହଲଚଲ: ସେପ୍ଟେମ୍ବର ୧ରେ ପେଟ୍ରୋଲ-ଡିଜେଲ ଦରରେ…

ନୂଆଦିଲ୍ଲୀ, ୧।୯: ଦିନର ଆରମ୍ଭ ଏବେ କେବଳ ସୂର୍ଯ୍ୟଙ୍କ କିରଣ ସହ ନୁହେଁ, ପେଟ୍ରୋଲ-ଡିଜେଲର ନୂଆ ଦର ସହ ମଧ୍ୟ ହେଉଛି। ଇନ୍ଧନ ଦର ସିଧାସଳଖ ଭାବେ…

ବର୍ଷାରେ ପଡ଼ିଗଲା କାନ୍ଥ, ମୁଣ୍ଡରେ କାଠ ବାଡେଇ ହୋଇ ମହିଳା ମୃତ

ବାରିପଦା,୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧିନ ଭୁଲନ୍‌ପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ଚାଳଘର ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ଯୁ ହୋଇଛି ।…

ଗୁରୁ-ଶନିଙ୍କ ନବପଞ୍ଚମ ଯୋଗ: ପହିଲାରୁ ଖୋଲିଲା ୫ ରାଶିଙ୍କ ଭାଗ୍ୟ, ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଓ ଶନି ଗ୍ରହଙ୍କ ମଧ୍ୟରେ ଏକ ଶୁଭ ଯୋଗ ସୃଷ୍ଟି ହୋଇଛି। ଗୁରୁ ଓ ଶନି ୧୨୦ ଡିଗ୍ରୀରେ ଅବସ୍ଥିତ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri