କେନାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି

ଖଡ଼ିଆଳ,୧୦।୩(ଡି.ଏନ.ଏ.): ନୂଆପଡା ଜିଲା କୋମନା ଓ ଖଡ଼ିଆଳ ବ୍ଲକ ମଝିରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ତିଖାଲି ଡ୍ୟାମ) ନିର୍ମାଣ ହୋଇଛି। ନୂଆପଡା ଜିଲାର ବୋଡ଼େନ ଓ ଖଡ଼ିଆଳ ବ୍ଲକର ୧୩ ହଜାର ୫ ଶହ ହେକ୍ଟର ଓ ବଲାଙ୍ଗୀର ଜିଲାର ୧୬ ହଜାର ୪ ଶହ ହେକ୍ଟର ଚାଷ ଜମିରେ ଜଳ ସେଚିତ ହେବା ସରକାରଙ୍କ ଉଦ୍ଦେଶ୍ୟ ଥିଲା। ହେଲେ ବିଭାଗୀୟ ଅଧିକାରୀଙ୍କ ଖାମାଖିଆଲି ଓ ଉଦାସୀନତା ଯୋଗୁ ବିଭିନ୍ନ ସ୍ଥାନକୁ ବର୍ତ୍ତମାନ ଯାଏ ପାଣି ପହଞ୍ଚତ୍ ନାହିଁ। ଗୋଟିଏପଟେ ବର୍ଷବର୍ଷ ଧରି କେନାଲ ଉନ୍ନତିକରଣ କାର୍ଯ୍ୟ ସରୁ ନ ଥିବା ବେଳେ ନିମ୍ନରୁ ଅତିନିମ୍ନ କାମ କରି କେନାଲ ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ବର୍ତ୍ତମାନ ନୂଆପଡା ଓ ବଲାଙ୍ଗୀର ଜିଲାର ଚାଷୀ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ବାମ କେନାଲ ୩୫୩ ଜାତୀୟ ରାଜପଥ ଅତିକ୍ରମ କରି ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଦେଇ ଟିଟିଲାଗଡ଼ ପର୍ଯ୍ୟନ୍ତ ଯାଇଛି। ଏଥିରେ ୩୫୩ ଜାତୀୟ ରାଜପଥ ଚଳାନପଡ଼ାଠାରୁ ବରପଦର ଗାଁ ପର୍ଯ୍ୟନ୍ତ ୧୮ଶହ ମିଟର କେନାଲ ଉନ୍ନତିକରଣ ପାଇଁ ୭କୋଟି ୧୬ ଲକ୍ଷ ଟଙ୍କା ବ୍ୟୟବରାଦ ରହିଛି। ୨୦୨୧ ଏପ୍ରିଲରେ ଆରମ୍ଭ ହୋଇ ୨ବର୍ଷ ହୋଇଥିଲେ ହେଁ କାମ ସରିବା ନାଁ ଧରୁନାହିଁ। ଗୋଟିଏପଟେ କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। କେନାଲ ଉନ୍ନତିକରଣରେ ଲାଇନିଂ ଦେଇ ବିମ ପକାଇ କଂକ୍ରିଟ କରିବା ବ୍ୟବସ୍ତା ଥିବା ବେଳେ ସମ୍ପୃକ୍ତ ଠିକାଦାର ନିମ୍ନମାନର ସିମେଣ୍ଟ, ଚିପ୍ସ ସହ ହାଲୁକା ମାଟିରେ ବିମ ନିର୍ମାଣ କରୁଥିବା ଅଭିଯୋଗ ହୋଇଛ। ନିମ୍ନମାନର କାର୍ଯ୍ୟ ସହ ପାଣି ସିଞ୍ଚନ ହେଉ ନ ଥିବାରୁ କଂକ୍ରିଟ ଓ ବିମସବୁ ସ୍ଥାନେ ସ୍ଥାନେ ଫାଟିଛି। ବାରମ୍ବାର ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ହେଁ ଅଧିକାରୀ ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଉଚିତ ସିମେଣ୍ଟ ଚିପ୍ସ ଲଗାଇ ପାଣି ସିଞ୍ଚନ ବ୍ୟବସ୍ଥା କରି କାମ ନ କଲେ କାମ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବାଧ୍ୟ ହେବୁ ବୋଲି ବରପଦର ଗ୍ରାମବାସୀ ଚେତାବନୀ ଦେଇଛନ୍ତି। କେନାଲ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଗୋବର୍ଦ୍ଧନ ନାୟକଙ୍କୁ ପଚାରିବାରୁ ନିୟମ ଅନୁସାରେ କାମ ହେଉଛି, ହେଲେ ପାଣି ସିଞ୍ଚନରେ କିଛି ଅସୁବିଧା ହେଉଥିବା କହିଛନ୍ତି। ଜିଲା ପ୍ରଶାସନ ଦୃଷ୍ଟି ଦେଇ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର,୯।୧(ଡି.ଏନ୍‌.ଏ.): ଥମୁନି ଧଳା ଜହର କାରବାର। ବାଲେଶ୍ୱର ଜିଲା ଜଳେଶ୍ୱରରେ ଗୁରୁବାର ୫୦ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଶେଖବାଡ଼ ଅଞ୍ଚଳରେ ପୋଲିସ ଚଢ଼ାଉ କରି ବ୍ରାଉନ୍‌ସୁଗାର...

ଆଜିଠାରୁ ମା’ ଭଗବତୀଙ୍କ ପୀଠରେ ୧୪୪ ଧାରା

ଖୋର୍ଦ୍ଧା ଅଫିସ,୬।୧୦: ଖୋର୍ଦ୍ଧା ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ବୁଧବାର ୧୪୪ ଧାରା ଲାଗୁ ହେବ। ଏହା ସନ୍ଧ୍ୟାରେ ଲାଗୁ ହେବା ନେଇ...

ଟ୍ରକ ପଛରେ ପିଟିଲା ଟ୍ରକ, ୨ ଗୁରୁତର

ଖଲ୍ଲିକୋଟ,୫ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ବ୍ଲକ କେଶପୁର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରକ (ନଂ.ଏପି୨୬ଟିଟି-୧୦୯୯) ରଖି ଚାଳକ ଓ ହେଲ୍‌ପର ମରାମତି କରୁଥିଲେ।...

ଟ୍ରକ ସହ ବାଇକ ଧକ୍କା, ଆରୋହୀ ଗୁରୁତର

ଯାଜପୁର ରୋଡ/କୋରେଇ,୧୦ା୯(ନି.ପ୍ର/ଡି.ଏନ୍‌.ଏ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପ ଡାଇଭରଶନ ନିକଟରେ ଏକ ବାଇକକୁ ଟ୍ରକ୍‌ ଧକ୍କା ଦେଇଛି।...

ଦୋକାନରୁ ୩୦ଲକ୍ଷର ଗହଣା ଚୋରି: ମ୍ୟାନେଜରଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧୯।୨: ସାନବଜାର ଛକ ସାନ୍ତାରାଣୀ ଇଷ୍ଟେଟରେ ଥିବା ଏକ ସୁନା ଦୋକାନରୁ ୩୦ ଲକ୍ଷ ଟଙ୍କାର ସୁନାଗହଣା ଓ ରୁପା ସାମଗ୍ରୀ ଚୋରି ହୋଇଥିଲା।...

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ଆଳି,୭।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋକୁ ଜଣେ ଯୁବକ ସୋସିଆଲ ମିଡିଆରେ ଭାଇରଲ କରିଥିବା ଅଭିଯୋଗ ଆସିଛି। ଅଭିଯୋଗକୁ...

ରୁପା, ଷ୍ଟୋନ୍‌ ରାଖୀର ଚାହିଦା ବେଶି

କଟକ ଅଫିସ,୨।୮: ଭାଇ ଭଉଣୀଙ୍କର ସ୍ନେହ ସମ୍ପର୍କ ଓ ଭଲ ପାଇବାର ପର୍ବ ରାଖୀପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ଶୁଭମନାସୀ ଥାଏ ଓ...

ଶ୍ରୀଜୀଉଙ୍କ ବନକଲାଗି ନୀତି; ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ,୨୭।୧୦: ଦୀର୍ଘଦିନର ବ୍ୟବଧାନ ପରେ ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ସେବା । ଅପରାହ୍ନ...

Advertisement
Archives

Model This Week