ପୁଣି କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲ ଜଳୁଛି

ଲାଞ୍ଜିଗଡ଼,୧୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ କିଡିଙ୍ଗ ବିଟର କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଲାଗିବା ଫଳରେ ଜଙ୍ଗଲରେ ଥିବା ଶହଶହ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହେବାରେ ଲାଗିଛି। କୌଣସି ଦୁର୍ବୃତ୍ତ ନିଆଁ ଜାଣିଶୁଣି ଲଗାଇ ଦେଇଥିବା ଚର୍ଚ୍ଚା ହେଉଥିବାବେଳେ ରାସ୍ତା କଡ଼ରେ ଥିବା ଏହି ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ବ୍ୟାପିବାରେ ଲାଗିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଏ ନେଇ ବନବିଭାଗ ନିକଟରେ କୌଣସି ଖବର ନାହିଁ। ଗତ କିଛି ଦିନ ତଳେ ମୂଷାନାଳ ସେକ୍ସନ ପାତର ଡଙ୍ଗର ନିକଟରେ ଥିବା ଅରବାନ ପ୍ଲାଣ୍ଟରେ ନିଆଁ ଲାଗି ୭ ହଜାର ଗଛ ପୋଡି ଯାଇଥିବା ବେଳେ ମାତ୍ର ଏକ ସପ୍ତାହ ମଧ୍ୟରେ ଉକ୍ତ ସେକ୍ସନର ପଦ୍ମଥପା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡି ଯାଇଥିଲା। ସେହିପରି ବିଶ୍ୱନାଥପୁର ସେକ୍ସନ ବକଟପୁର ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡି ଯାଇଥିଲା। ଏହା ପରେ ପୋଖରୀ ବନ୍ଦ ନିକଟସ୍ଥ ବରାଘାଟି, ଲାଞ୍ଜିଗଡ଼ ସେକ୍ସନ ଝିମିରି ଜଙ୍ଗଲ, ମୂଷାନାଳ ସେକ୍ସନ ବୁରୀ ଜଙ୍ଗଲ ବହୁ ମୂଲ୍ୟବାନ ଗଛ ପୋଡ଼ି ଯାଇଛି। ଏପରିକି ବନାଗ୍ନି ରୋକିବାକୁ ବନ ବିଭାଗ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସତ୍ତ୍ବେ ଜଙ୍ଗଲ ନିଆଁକୁ ରୋକିବାକୁ ସଫଳ ହୋଇପାରୁନାହିଁ। ବନବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ତଥା ଅବହେଳା ଯୋଗୁ ନିଆଁ ଲିଭାଇବା ପାଇଁ ରଖାଯାଇଥିବା ଫାୟାର ଉଆଚରମାନେ ନିଆଁ ଲାଗିବା ଖବର ପାଇ ମଧ୍ୟ ନିଆଁ ଲିଭାଇବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାଦ୍ବାରା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାବେଳେ ଏହାଦ୍ବାରା କେବଳ ଜଙ୍ଗଲ ପୋଡ଼ି ପାଉଁଶ ହେଉନି ବରଂ ଅଞ୍ଚଳର ଜୈବ ବିବିଧତା ଉପରେ ମଧ୍ୟ ଦୁଷ୍ପ୍ରଭାବ ପକାଉଛି। ଜିଲା ବିଭାଗୀୟ ଉଚ୍ଚସ୍ତରୀୟ କର୍ମଚାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୂଲ୍ୟା ମୁହାଣରୁ ମିଳିଲା ୩୦ ଫୁଟ ଲମ୍ବ ତିମିର ମୃତଦେହ

ଗଞ୍ଜାମ,୧୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ପୀଠ ନିକଟସ୍ଥ ଋଷିକୂଲ୍ୟା ମୂହାଣରୁ ଶୁକ୍ରବାର ୩୦ଫୁଟ ତିମିର ମୃତଦେହ ମିଳିଛି। ଖବରପାଇ ବନବିଭାଗ ବେଳାଭୂମିରେ ପହଞ୍ଚି...

ସାନ୍ତରାପୁରରେ ହାତୀ ଆତଙ୍କ

ବଅଁରପାଳ, ୨୪।୩(ଡି.ଏନ.ଏ.): ବଅଁରପାଳ ବ୍ଲକ ସାନ୍ତରାପୁର ପଞ୍ଚାୟତରେ ହାତୀ ଆତଙ୍କ ଦେଖାଦେଇଛି। ସୋମବାର ରାତିରେ ଏକ ହାତୀ ଜନବସତିରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ହାତୀଟି...

ଆଜିଠୁ ଖୋଲିବ ଆଦର୍ଶ ବିଦ୍ୟାଳୟ, ଯିବାକୁ ରାସ୍ତା ନାହିଁ

ବିଞ୍ଝାରପୁର,୧୫ା୧୧(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଉତ୍ତରକୁଳ ପଞ୍ଚାୟତ ଆଦର୍ଶ ବିଦ୍ୟାଳୟକୁ ରାସ୍ତା ନିର୍ମାଣ ହୋଇନି। ଫଳରେ ରବିବାର ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଅଭିଭାବକ କ୍ଷୋଭ ପ୍ରକାଶ...

ପଥଚାରୀଙ୍କ ପାଇଁ ଭାଟେଣୀ ଭଗ୍ନ ସ୍ଲୁଇସ୍‌ କ୍ରିକ୍‌ ବିପଦପୂର୍ଣ୍ଣ

ମହାକାଳପଡ଼ା,୧୩ା୯(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଚାଷଜମିରୁ ବନ୍ୟା, ଲୁଣିପାଣି, ଉଦ୍‌ବୃତ୍ତ ବର୍ଷାଜଳ ନିୟନ୍ତ୍ରଣ ଓ ନିଷ୍କାସନ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ...

ବର୍ଜ୍ୟବସ୍ତୁ ଖାଇ ପୁଣି ଗାଈ ମୃତ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିର ଦାୟିତ୍ୱହୀନତା ପାଇଁ ଗୋଟିଏ ପରେ ଗୋଟିଏ ଗୋରୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। କିଛିମାସ ପୂର୍ବରୁ ଉକ୍ତ ଅଞ୍ଚଳରେ...

ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି: ପରୀକ୍ଷା ଫି କମାଇବା ଦାବିରେ ଆନ୍ଦୋଳନ

ବାରିପଦା ଅଫିସ,୬ା୧୧: ମୟୂରଭଞ୍ଜ ଜିଲା ବାରିପଦା ତକତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ କର୍ତ୍ତୃପକ୍ଷଙ୍କ ପରିଚାଳନାଗତତ୍ରୁଟି ଯୋଗୁ କିଛି ଦିନ ହେବ ଛାତ୍ର ଆନ୍ଦୋଳନ ଲାଗି...

ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା ଅଫିସ,୭।୭: ଦେବଗଡ଼ ପୌର ନିର୍ବାହୀ ଅଧିକାରୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ନିର୍ବାହୀ ଅଧିକାରୀ...

ଏସ୍‌ସିବିରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଲା, ଏଣିକି…

କଟକ ଅଫିସ ୨୪।୧୧: ଏସ୍‌ସିବି ବଡ଼ ମେଡିକାଲରେ ଯାନବାହନ ପ୍ରବେଶ ଉପରେ କଟକଣା ଲାଗିଛି। ଉଭୟ ରାଣୀହାଟ ଏବଂ ମଙ୍ଗଳାବାଗ ମୁଖ୍ୟ ଗେଟ୍‌ ନିକଟରେ ସୁରକ୍ଷାକର୍ମୀଙ୍କୁ...

Advertisement
Archives

Model This Week