ଆମ ଜିଲା ଖବର

ଛାତ୍ରୀ ବଳାତ୍କାର ଘଟଣା: ସ୍କୁଲ ମାଲିକଙ୍କ ସ୍ତ୍ରୀ ଗିରଫ, ମାଲିକଙ୍କ ଗିରଫ ଦାବି

କେନ୍ଦୁଝର,୪ା୨(ସ୍ବ.ପ୍ର.): ହରିଚନ୍ଦନପୁର ଥାନା ଭଗାମୁଣ୍ଡାରେ ଥିବା ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କ ପ୍ରତି ନିର୍ଯାତନା ହେଉଥିବା ନେଇ ଶନିବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହଥିବା ଜଣେ ୬ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ୬୦ ବର୍ଷ…

ଦୁର୍ଘଟଣା ଗାଡ଼ିରୁ ଟଙ୍କା ଚୋରି ମାମଲା: ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୪ ଗିରଫ

ବୌଦ୍ଧ,୪ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ବାଉଁଶୁଣୀ ଥାନାର ବହିରା ହାଇସ୍କୁଲ ଛକଠାରେ ସାଧାରଣତନ୍ତ୍ର ଦିବସ ଦିନ ଏକ ସ୍କର୍ପିଓ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆଉ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ…

କାମକୁ ଯାଇ ଘରକୁ ଫେରି ନ ଥିଲେ ଦୁଇ ଯୁବକ: ପରିତ୍ୟକ୍ତ ବାଡ଼ିରୁ ମିଳିଲା ରକ୍ତାକ୍ତ ମୃତଦେହ

ରାଉରକେଲା ଅଫିସ,୪ା୨: ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ କନଷ୍ଟ୍ରକ୍‌ସନ କଲୋନୀରେ ରକ୍ତାକ୍ତ ଅବସ୍ଥାରେ ପୋଲିସ ଦୁଇ ଯୁବକଙ୍କ ମୃତଦେହକୁ ଶନିବାର ସନ୍ଧ୍ୟାରେ ଜବତ କରିଛି। ମୃତ ଯୁବକଙ୍କ ନାମ ଇନ୍ଦ୍ରଜିତ ସ୍ବାଇଁ(୨୭) ଓ ସଞ୍ଜୟ କୁମାର ଦାଶ (୩୯)। ସୂଚନାଯୋଗ୍ୟ,…

କାମ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍‌ ଲାଇନ୍‌ ପାଇପ୍‌: ୨ ଶ୍ରମିକ ମୃତ, ୩ ଆହତ

ନୟାଗଡ଼ ଅଫିସ,୪।୨: ନୟାଗଡ଼ ଜିଲା ସୁନାନଟି ବ୍ରିଜ ନିକଟରେ ଶନିବାର ଗ୍ୟାସ ଲାଇନ୍‌ ପାଇପ୍‌ ଫାଟିଛି। ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି l ସମସ୍ତ…

ଟି-ସେତୁରେ ଯାନବାହନ ଚଳାଚଳ ବନ୍ଦ ରହିବ

କଟକ ଅଫିସ,୪ା୨: କଟକ ଜିଲା ବଡ଼ମ୍ବା ସିଂହନାଥ ପୀଠରେ ଜାଗର ଉପଲକ୍ଷେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି। ଏନେଇ କଟକ ଜିଲା ପ୍ରଶାସନ ପକ୍ଷରୁ ୧୮ ତାରିଖ ଭୋର୍‌ ୪ଟାରୁ ୧୯ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଟି-ସେତୁ…

ବାଘ ଟ୍ରାକିଂ ପାଇଁ ଚାଲିଛି ତନାଘନା

କେନ୍ଦୁଝର,୪ା୨(ସ୍ବ.ପ୍ର.): ପାଟଣା ରେଞ୍ଜ ଅନ୍ତର୍ଗତ ଜଙ୍ଗଲ ପରିବେଷ୍ଟିତ ରୋହିଣୀଦୁମା ଗ୍ରାମରେ ଅନନ୍ତ ମାଝି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବାଘ ଆକ୍ରମଣରେ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ସମୟରେ ବନ ବିଭାଗ ବାଘକୁ ଠାବ କରିବାକୁ ପଦକ୍ଷେପ ନେଇଛି। ଏହା…

ନାରାୟଣପାଟଣାରେ ୫-ଟି ସଚିବ

କୋରାପୁଟ/ନାରାୟଣପାଟଣା,୪ା୨(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଗସ୍ତରେ ଆସି ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା, ପାନୀୟ ଜଳ ସମସ୍ୟା ଦୂର କରିବାକୁ କୋଟି କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ତେବେ ଆଜି ଏକ ସ୍ବତନ୍ତ୍ର ବିମାନ ଯୋଗେ ୫-ଟି ସଚିବ…

ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

ହିଞ୍ଜିଳିକାଟୁ,୪ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖରିଡ଼ା ଗ୍ରାମରେ ଏକ ଖଳାରେ ଶନିବାର ଅପରାହ୍ନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ କିପରି ଲାଗିଲା, ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ଓ…

କନ୍ତିଆରେ ସିରିଜ ବୋମାମାଡ଼: ଜଣେ ଗୁରୁତର

ଜଟଣୀ,୪ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ଶନିବାର ସିରିଜ ବୋମାମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିୟାରସିଂହ, ଜୋନ-୩ ଏସିପି ରଜତ ରୟ ଏବଂ…

ଗୋପାଳଙ୍କ ରିମାଣ୍ଡ ଅବଧି ବଢ଼ିଲା

ଝାରସୁଗୁଡ଼ା ଅଫିସ,୪ା୨: ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ରିମାଣ୍ଡ ଅବଧି ବଢ଼ିଛି। ପୂର୍ବରୁ ୪ ଦିନିଆ ରିମାଣ୍ଡରେ ଯାଇଥିଲେ ଗୋପାଳ। ଶନିବାର ଏହି ଅବଧି ସରୁଥିବା ବେଳେ କ୍ରାଇମବ୍ରାଞ୍ଚ ପୋଲିସ ତରଫରୁ ଝାରସୁଗୁଡ଼ା…

ମାଙ୍କଡା ପଥର ବୋଝେଇ ଟ୍ରକ ଓଲଟି ଶ୍ରମିକ ମୃତ, ଖଣିରେ ଚାପା ଉତ୍ତେଜନା…

ନିରାକାରପୁର(ଡି.ଏନ.ଏ) ,୪।୨ : ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଓଲସିଂହ ପଞ୍ଚାୟତ ଡମଣ ଭୂଇଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେଲା ଚାଲୁରହିଥିବା ଚୋରା ମାଙ୍କଡା ପଥର ଖଣିରେ ଶନିବାର ଦିନ ଏକ…

ପୂର୍ବତନ ସରପଞ୍ଚଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର,୪।୨(ଡି.ଏନ୍‌.ଏ): ରାସ୍ତାରେ ଠିଆ ହୋଇଥିବା ବେଳେ ରାମଚନ୍ଦ୍ରପୁର ଥାନା ଅଧୀନ ଗଡ଼ବାନ୍ଧୋଗଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଭାଇ ସନ୍ତୋଷ ବିଶ୍ୱାଳଙ୍କୁ ଶନିବାର ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?