ଆମ ଜିଲା ଖବର

ମା’ଙ୍କୁ ପିଟି ହତ୍ୟା: ପୁଅ ଗିରଫ

ବଇଣ୍ଡା, ୧୯ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ସାହାଜବାହାଳୀ ଗ୍ରାମରେ ସୋମବାର ଅପୂର୍ଣ୍ଣା ବେହେରା(୬୦)ଙ୍କୁ ତାଙ୍କ ପୁଅ ଆର୍ତ୍ତତ୍ରାଣ ବେହେରା ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଡ଼ ପୁଅ ଅନ୍ତର୍ଯ୍ୟାମୀ ବେହେରାଙ୍କ ଅଭିଯୋଗ କ୍ରମେ ପୋଲିସ ୭୪/୨୦ରେ...

ସୁରଟରେ ଆଖି ବୁଜିଲେ କରୋନା ଆକ୍ରାନ୍ତ ଓଡିଆ ଶ୍ରମିକ

ଧରାକୋଟ,୧୯ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଝରପାରି ପଞ୍ଚାୟତ ବାଡୁଲା ଗ୍ରାମର କୃଷ୍ଣଚନ୍ଦ୍ର ବିଶୋଇ(୨୭)ଙ୍କ ସୁରଟରେ ମୃତ୍ୟୁ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗତ ୮ଦିନ ତଳେ ସୁରଟର ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର...

ଶ୍ମଶାନରୁ ନବବଧୂଙ୍କ ଅଧାପୋଡା ମୃତଦେହ ଜବତ

ସୋରଡା,୧୯ା୫(ଡି.ଏନ୍‌.ଏ.)- ସୋରଡା ବ୍ଲକ ରାଇବନ୍ଧ ମଶାଣିରୁ ବଡଗଡ ପୋଲିସ ଜଣେ ନବବଧୂଙ୍କ ଅଧାପୋଡା ମୃତଦେହ ମଙ୍ଗଳବାର ଜବତ କରିଛି। ସେ ହେଲେ କୁଲାଙ୍ଗି ଗ୍ରାମର କୃଷ୍ଣ ସ୍ବାଇଁଙ୍କ ଝିଅ ଟିକିନା (୨୦)। ରାଇବନ୍ଧ ଗ୍ରାମର କବିରାଜ ସ୍ବାଇଁଙ୍କୁ ୨ ମାର୍ଚ୍ଚରେ...

ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳୀ ତଦାରଖ କଲେ ସଚିବ: ସମୂଦ୍ର ଉପକୂଳ ବର୍ତ୍ତୀ ୩୫୦୦ ଲୋକଙ୍କୁ କରାଗଲା ସ୍ଥାନାନ୍ତର

ବାହାନଗା,୧୯ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଟାସପୁର ବହୂମୁଖି ବାତ୍ୟା ଆଶ୍ରୟ ସ୍ଥଳୀକୁ ମଙ୍ଗଳବାର ବାଲେଶ୍ୱର ଦାୟିତ୍ୱରେ ଥିବା ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବାତ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକମାନେ ପାଣିର...

ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ୨୦ ଦିନ ପରେ କୋର୍ଟରେ ଠିକାସଂସ୍ଥାର ମାଲିକ-ପୁଅଙ୍କ ଆତ୍ମସମର୍ପଣ

ପାଟଣାଗଡ,୧୯।୫ (ଡି.ଏନ୍‌.ଏ.): ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଗତ ୨୯ ତାରିଖ ଦିନ ମରାମତି ବେଳେ ଭୁଶୁଡି ପଡିଥିଲା। ବ୍ରିଜ ସ୍ଲାବ ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।...

ବାତ୍ୟା ଅମ୍ଫନ ମୁକାବିଲା: ଧାମରା ଅଞ୍ଚଳରୁ ସ୍ଥାନାନ୍ତର ହେବେ ୧୦ ହଜାର ଲୋକ

ଚାନ୍ଦବାଲି,୧୯।୫(ଡି.ଏନ.ଏ.)-ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ଧାମରା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଯୋଗଦେଇ ବାତ୍ୟା ଜନିତ ସାମ୍ଭାବ୍ୟ ପରିସ୍ଥିତି ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ।...

ବାତ୍ୟା ଅମ୍ଫନ ପ୍ରଭାବ: ଆରଡିରେ ଆରମ୍ଭ ହେଲାଣି ବର୍ଷା, ବହୁଛି ୪୦ କି.ମି. ବେଗରେ ପବନ

ଆରଡି,୧୯ା୫, (ଡି.ଏନ.ଏ.)-ଭଦ୍ରକ ଜିଲା ଆରଡି ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ବାତ୍ୟା ଅମ୍ଫନର ପ୍ରଭାବ ଦେଖିବାକୁ ମିଳିଛି। ଅପରାହ୍ନରୁ ଝିପିଝିପି ବର୍ଷା ସାଙ୍ଗକୁ ଘଣ୍ଟାକୁ ପ୍ରାୟ ୪୦ କି.ମି. ବେଗରେ ପବନ ବହିବା ଆରମ୍ଭ ହୋଇଯାଇଛି। ଆରଡି, ସୁନ୍ଦରପୁର,...

ସ୍ଥଳଭାଗ ମୁହାଁ ‘ଅମ୍ଫନ୍‌’: ଭୋଗରାଇରେ ଆରମ୍ଭ ହେଲା ବର୍ଷା, ସମୁଦ୍ରକୂଳବାସୀ ଭୟଭୀତ

ଭୋଗରାଇ, ୧୯।୫(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଅମ୍ଫନ୍‌’ ଧିରେ ଧିରେ ସ୍ଥଳଭାଗ ମୁହାଁ ହେଉଛି। ଏହା ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ କରାଯାଇଛି। ହେଲେ ଏହା ଗତି କରିବା ସମୟରେ ଉପକୂଳ ଓଡ଼ିଶାରେ ବିଶେଷ ପ୍ରଭାବ...

ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ ସହ ଗ୍ୟାସ ଟ୍ୟାଙ୍କର ଧକ୍କା: ଜଣେ ମୃତ, ୧୦ ଆହତ

ବଇଣ୍ଡା,୧୯।୫(ଡି.ଏନ୍‌.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ହାଇସ୍କୁଲ ନିକଟରେ ମଙ୍ଗଳବାର ସକାଳେ ପ୍ରବାସୀଙ୍କୁ ନେଇ କୋଲକତା ଯାଉଥିବା ଏକ ବସ୍‌ ସହ ଗ୍ୟାସ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଟ୍ୟାଙ୍କର ଚାଳକ ଝାରଖଣ୍ଡ ଅଞ୍ଚଳର...

ବାତ୍ୟା ଅମ୍ଫନ ମୁକାବିଲା ପାଇଁ ସଦର ବିଧାୟକଙ୍କ ସମୀକ୍ଷା

ନିଶ୍ଚିନ୍ତକୋଇଲି,୧୯।୫(ସ୍ବ.ପ୍ର)-ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌କୁ ଦୃଷ୍ଟିରେ ରଖି ମଙ୍ଗଳବାର ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୧୪ ପଞ୍ଚାୟତକୁ ନେଇ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଏକ ସମୀକ୍ଷା ବୈଠକ କରିଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକ...

ବନ୍ତରେ ୭ କରୋନା ପଜିଟିଭ ଚିହ୍ନଟ: ସମସ୍ତେ କୋଲକତା ଫେରନ୍ତା

ବନ୍ତ,୧୯।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ମଙ୍ଗଳବାର ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚତ୍ଛି। ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତ କୋଲକତା ଫେରନ୍ତା ଓ ସମସ୍ତେ ଗଣିଜାଙ୍ଗ କ୍ୱାରାଣ୍ଟାଇନ ସେଣ୍ଟରରେ...

କ୍ୱାରାଣ୍ଟାଇନ୍‌ରେ ୯୬୫ ପ୍ରବାସୀ

ବନ୍ତ,୧୯।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ସୋମବାର ସୁଦ୍ଧା ୯୬୫ ଜଣ ପ୍ରବାସୀ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରୁ ଘରକୁ ଫେରିବା ପାଇଁ ପ୍ରାୟ ୮୪୪୧ ଜଣ ପଞ୍ଜୀକରଣ କରିଛନ୍ତି। ନିର୍ଦ୍ଦିଷ୍ଟ ରାଜ୍ୟ ପାଇଁ ଖୋଲା ଯାଇଥିବା ବିଭିନ୍ନ କ୍ୱାରାଣ୍ଟାଇନ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri