ମୃତ୍ୟୁ ରାତିରେ ସାଙ୍ଗରେ ଥିଲେ ପ୍ରୀତିମାନ

ସମ୍ବଲପୁର,୧୨।୩(ବ୍ୟୁରୋ): ସମ୍ବଲପୁର ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଡାଏଟମ୍‌ ରିପୋର୍ଟ ସ୍ବାଭାବିକ ରହିଛି। ଏହି ରିପୋର୍ଟରେ ଚିନ୍ମୟୀଙ୍କ ପେଟରୁ ଯେଉଁ ପାଣି ବାହାରିଥିଲା ତାହା ବୁଡ଼ିଥିବା ସ୍ଥାନର ପାଣି ସହ ସମାନ ବୋଲି ଉଲ୍ଲେଖ ରହିଛି। ତେଣୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ନେଇ ପୋଲିସକୁ ଆଉ ଏକ ପ୍ରମାଣ ମିଳିଛି। ଭିସେରା ପରୀକ୍ଷା ରିପୋର୍ଟ ଆସିନାହିଁ। ଏହା ଆସିବା ପରେ ନିଶାଦ୍ରବ୍ୟ ସେବନ କିମ୍ବା ଅନ୍ୟ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜଣାପଡ଼ିବ। ପୁରୁଷବନ୍ଧୁ ପ୍ରୀତିମାନ ଓ ଚିନ୍ମୟୀ ପୂର୍ବରୁ ଅନେକ ଥର ବିଭିନ୍ନ ସ୍ଥାନକୁ ସାଙ୍ଗହୋଇ ଯାଉଥିଲେ। ମୃତ୍ୟୁ ସମୟରେ ମଧ୍ୟ ପ୍ରୀତିମାନ ଚିନ୍ମୟୀଙ୍କ ସହିତ ଥିଲେ ବୋଲି ଶନିବାର ଏସ୍‌ପି ଅଫିସରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି। ହେଲେ କିଭଳି ସେ ବ୍ରିଜ୍‌ ଉପରୁ ପାଣିରେ ପଡ଼ିଲେ, ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା କି ଚିନ୍ମୟୀ ସ୍ବଇଚ୍ଛାରେ ଡେଇଁଥିଲେ ନା କେହି ତାଙ୍କୁ ଠେଲିଦେଇଥିଲେ ଏଭଳି ଅନେକ ପ୍ରଶ୍ନ ଖବରଦାତାମାନେ ପଚାରିଥିଲେ। ଏହାର ଉତ୍ତରରେ ଏସ୍‌ପି ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି କହିଥିଲେ।
ସେ ଆହୁରି କହିଥିଲେ, ହତ୍ୟା ଅଭିଯୋଗ ପରେ ଚିନ୍ମୟୀ ଓ ପ୍ରୀତିମାନଙ୍କ ମୋବାଇଲ ହ୍ବାଟ୍ସଆପ୍‌, ଲାପ୍‌ଟପ୍‌, ବ୍ୟାଗ୍‌, ଡାଏରି, ଜିମେଲ୍‌ ମେସେଜ ଭଳି ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଛି। ସେଥିରେ ଉଭୟଙ୍କ ଝଗଡ଼ା କିମ୍ବା ଭୟଭୀତ କରିବା ଭଳି ସୂଚନା ନାହିଁ। ଉଭୟଙ୍କ ସାଙ୍ଗମାନଙ୍କୁ ପଚରାଉଚୁରା କରିବା ପରେ ଚିନ୍ମୟୀଙ୍କୁ ନେଇ ପ୍ରୀତିମାନ ସନ୍ତୋଷ ନ ଥିବା, ତାଙ୍କୁ ମାରିଦେବାକୁ ଯୋଜନା କରିବା ଭଳି କୌଣସି ତଥ୍ୟ ପ୍ରମାଣ ମିଳିନାହିଁ। ମୃତ୍ୟୁ ପୂର୍ବରୁ ଚିନ୍ମୟୀଙ୍କ ସହ କୌଣସି ଶାରୀରିକ ସମ୍ପର୍କ ରଖାଯାଇ ନ ଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ହୋଇଛି ବୋଲି ଏସ୍‌ପି ଗଙ୍ଗାଧର କହିଥିଲେ। ସୂଚନାଯୋଗ୍ୟ, ଫେବୃୟାରୀ ୨୮ରେ ଭିସୁଟ୍‌ରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ଯୋଗଦେଇ ସାର୍ଟିଫିକେଟ ଓ ମେଡାଲ ଗ୍ରହଣ କରିଥିଲେ। ପରେ ପୁରୁଷବନ୍ଧୁ ପ୍ରୀତିମାନଙ୍କ ସହ ଖାଇବା ଓ ବୁଲିବାକୁ ଯାଇଥିଲେ। ହେଲେ ରାତି ପ୍ରାୟ ସାଢେ ୯ଟା ସମୟରେ ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲରେ ପଡ଼ିଯାଇ ନିଖୋଜ ହୋଇଯାଇଥିବା ଖବର ପ୍ରଚାର ହୋଇଥିଲା। ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ପରଦିନ ପାଓ୍ବାର ଚ୍ୟାନେଲ ପାଣି ଭିତରୁ ଚିନ୍ମୟୀଙ୍କ ମୃତଦେହ ଜବତ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ଏକ ହତ୍ୟା ମାମଲା (ନଂ.୯୬/୨୩) ରୁଜୁ କରିଥିଲା। ଘଟଣାରେ ରାଜ୍ୟ ଗୃହ ବିଭାଗ ଯୁଗ୍ମ ସଚିବ ପ୍ରଣବ ଦେଙ୍କ ପୁଅ ପୁରୁଷବନ୍ଧୁ ପ୍ରୀତିମାନ ଓ ସହଯୋଗୀ ମାନସ ଟୁଡୁଙ୍କୁ ପୋଲିସ ଅଟକ ରଖିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ପରେ ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ ପରୀକ୍ଷା କରାଯାଇଥିଲା। ଏଥିରେ ଉଭୟ ସତ କହିଥିଲେ ଅର୍ଥାତ୍‌ ପୋଲିସ ତଦନ୍ତକରି ଯାହା ପାଇଥିଲା ତାହା ସେମାନେ କହିଥିଲେ। ଅନ୍ୟପକ୍ଷେ ପୋଲିସ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିବା ବାରମ୍ବାର କହୁଥିବାବେଳେ ପରିବାର ଲୋକେ ହତ୍ୟାକରି ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ଅଭିଯୋଗ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁତର ଅବସ୍ଥାରେ ଅଜଣା ଯୁବକଙ୍କୁ ଉଦ୍ଧାରକଲା ଅଗ୍ନିଶମ ବିଭାଗ

ଆନନ୍ଦପୁର,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ୫୩ ନଂ. ରାଜ୍ୟ ରାଜପଥ ବଞ୍ଚୋ ଛକ ନିକଟରେ ଶନିବାର ଜଣେ ଅଜଣା ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ...

ପଥର ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ୪ ଆହତ

ସୋର, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥ ବରଫକଳ ଛକଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସ ମଧ୍ୟରେ ଥିବା ରୋଗୀଙ୍କ...

ଅବେବସ୍‌ତା ଘେରରେ ଦୁମଦୁମି ସେବାଶ୍ରମ ସ୍କୁଲ: ୧୦ଟା ଶ୍ରେଣୀକେ ୨୬୮ ଛାତ୍ରୀଛାତ୍ର, ୪ ଶିକ୍ଷକ

ଲୋଇସିଂହା, ୯।୧୨(ଡି.ଏନ.ଏ.)-  ଆଦିବାସୀ ଛାତ୍ରୀଛାତ୍ରକଁର ଶିକ୍ଷାର ବିକାଶ ଲାଗି ସରକାର ଖାସ୍‌ ପଦକ୍ଷେପ ନେଉଥିବାର କହୁଛନ୍‌। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମିରେ ଥିବାର...

ପ୍ରସୂତିଙ୍କୁ ଘରୋଇ ମେଡିକାଲ ନେବା ପାଇଁ ଡାକ୍ତରଙ୍କ ତାଗିଦ୍‌ ଭିଡିଓ ଭାଇରାଲ

ବାରିପଦା ଅଫିସ,୨୬ା୧୦- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲାରେ ଲୋକଙ୍କୁ ଠିକ୍‌ ଭାବେ ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ବାରିପଦାଠାରେ ମେଡିକାଲ କଲେଜ...

କଥା ହେବାକୁ ୩ କି.ମି.ପାହାଡ଼ ଚଢ଼ିବାକୁ ପଡ଼େ

ସେମିଳିଗୁଡ଼ା/ ସୁନାବେଡ଼ା ୨୪ା୨(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର କାଣ୍ଟି ପଞ୍ଚାୟତ ଦେଓମାଳି ପର୍ବତର ପାଦ ଦେଶରେ ରହିଛି। ଏହି ପଞ୍ଚାୟତ ସର୍ବଦା ଅବହେଳିତ ହୋଇ...

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏଆର୍‌ଆଇ

ନବରଙ୍ଗପୁର,୬।୧(ବି.ପ୍ର.): ନବରଙ୍ଗପୁର ବ୍ଲକ ଅଧୀନ ସାନମସିଗାଁ ଏଆର୍‌ଆଇ (ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର) ଜଗଦୀଶ ବେହେରା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ...

ଡିସେମ୍ବର ୯ରୁ ମାଟ୍ରିକ୍‌ ଖାତାଦେଖା

କଟକ ଅଫିସ,୩୦।୧୧: ସରିଲା ମାଟ୍ରିକ୍‌ ସମ୍ମେଟିଭ ୧ ପରୀକ୍ଷା। ଡିସେମ୍ବର ୯ରୁ ଖାତା ଦେଖା ଆରମ୍ଭ ହେବ। ମୋଟ ୫୬ଟି କେନ୍ଦ୍ରରେ ହେବ ଖାତା ମୂଲ୍ୟାୟନ।...

କାଦୁଅ ପଡ଼ିବାକୁ କେନ୍ଦ୍ର କରି ଆକ୍ରମଣ, ବନ୍ଧା ହେଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୯।୯: ଗାଡ଼ି ଚଳାଇବା ବେଳେ କାଦୁଅ ପଡିବାକୁ ନେଇ ବଚସା ଓ ଆକ୍ରମଣ ଅଭିଯୋଗରେ ବଡ଼ବଜାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ...

Advertisement
Archives

Model This Week