ମୃତ୍ୟୁ ରାତିରେ ସାଙ୍ଗରେ ଥିଲେ ପ୍ରୀତିମାନ

ସମ୍ବଲପୁର,୧୨।୩(ବ୍ୟୁରୋ): ସମ୍ବଲପୁର ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଡାଏଟମ୍‌ ରିପୋର୍ଟ ସ୍ବାଭାବିକ ରହିଛି। ଏହି ରିପୋର୍ଟରେ ଚିନ୍ମୟୀଙ୍କ ପେଟରୁ ଯେଉଁ ପାଣି ବାହାରିଥିଲା ତାହା ବୁଡ଼ିଥିବା ସ୍ଥାନର ପାଣି ସହ ସମାନ ବୋଲି ଉଲ୍ଲେଖ ରହିଛି। ତେଣୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ନେଇ ପୋଲିସକୁ ଆଉ ଏକ ପ୍ରମାଣ ମିଳିଛି। ଭିସେରା ପରୀକ୍ଷା ରିପୋର୍ଟ ଆସିନାହିଁ। ଏହା ଆସିବା ପରେ ନିଶାଦ୍ରବ୍ୟ ସେବନ କିମ୍ବା ଅନ୍ୟ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜଣାପଡ଼ିବ। ପୁରୁଷବନ୍ଧୁ ପ୍ରୀତିମାନ ଓ ଚିନ୍ମୟୀ ପୂର୍ବରୁ ଅନେକ ଥର ବିଭିନ୍ନ ସ୍ଥାନକୁ ସାଙ୍ଗହୋଇ ଯାଉଥିଲେ। ମୃତ୍ୟୁ ସମୟରେ ମଧ୍ୟ ପ୍ରୀତିମାନ ଚିନ୍ମୟୀଙ୍କ ସହିତ ଥିଲେ ବୋଲି ଶନିବାର ଏସ୍‌ପି ଅଫିସରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି। ହେଲେ କିଭଳି ସେ ବ୍ରିଜ୍‌ ଉପରୁ ପାଣିରେ ପଡ଼ିଲେ, ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା କି ଚିନ୍ମୟୀ ସ୍ବଇଚ୍ଛାରେ ଡେଇଁଥିଲେ ନା କେହି ତାଙ୍କୁ ଠେଲିଦେଇଥିଲେ ଏଭଳି ଅନେକ ପ୍ରଶ୍ନ ଖବରଦାତାମାନେ ପଚାରିଥିଲେ। ଏହାର ଉତ୍ତରରେ ଏସ୍‌ପି ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି କହିଥିଲେ।
ସେ ଆହୁରି କହିଥିଲେ, ହତ୍ୟା ଅଭିଯୋଗ ପରେ ଚିନ୍ମୟୀ ଓ ପ୍ରୀତିମାନଙ୍କ ମୋବାଇଲ ହ୍ବାଟ୍ସଆପ୍‌, ଲାପ୍‌ଟପ୍‌, ବ୍ୟାଗ୍‌, ଡାଏରି, ଜିମେଲ୍‌ ମେସେଜ ଭଳି ତଥ୍ୟ ପ୍ରମାଣ ସଂଗ୍ରହ କରାଯାଇଛି। ସେଥିରେ ଉଭୟଙ୍କ ଝଗଡ଼ା କିମ୍ବା ଭୟଭୀତ କରିବା ଭଳି ସୂଚନା ନାହିଁ। ଉଭୟଙ୍କ ସାଙ୍ଗମାନଙ୍କୁ ପଚରାଉଚୁରା କରିବା ପରେ ଚିନ୍ମୟୀଙ୍କୁ ନେଇ ପ୍ରୀତିମାନ ସନ୍ତୋଷ ନ ଥିବା, ତାଙ୍କୁ ମାରିଦେବାକୁ ଯୋଜନା କରିବା ଭଳି କୌଣସି ତଥ୍ୟ ପ୍ରମାଣ ମିଳିନାହିଁ। ମୃତ୍ୟୁ ପୂର୍ବରୁ ଚିନ୍ମୟୀଙ୍କ ସହ କୌଣସି ଶାରୀରିକ ସମ୍ପର୍କ ରଖାଯାଇ ନ ଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ହୋଇଛି ବୋଲି ଏସ୍‌ପି ଗଙ୍ଗାଧର କହିଥିଲେ। ସୂଚନାଯୋଗ୍ୟ, ଫେବୃୟାରୀ ୨୮ରେ ଭିସୁଟ୍‌ରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ଯୋଗଦେଇ ସାର୍ଟିଫିକେଟ ଓ ମେଡାଲ ଗ୍ରହଣ କରିଥିଲେ। ପରେ ପୁରୁଷବନ୍ଧୁ ପ୍ରୀତିମାନଙ୍କ ସହ ଖାଇବା ଓ ବୁଲିବାକୁ ଯାଇଥିଲେ। ହେଲେ ରାତି ପ୍ରାୟ ସାଢେ ୯ଟା ସମୟରେ ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲରେ ପଡ଼ିଯାଇ ନିଖୋଜ ହୋଇଯାଇଥିବା ଖବର ପ୍ରଚାର ହୋଇଥିଲା। ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ପରଦିନ ପାଓ୍ବାର ଚ୍ୟାନେଲ ପାଣି ଭିତରୁ ଚିନ୍ମୟୀଙ୍କ ମୃତଦେହ ଜବତ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ଏକ ହତ୍ୟା ମାମଲା (ନଂ.୯୬/୨୩) ରୁଜୁ କରିଥିଲା। ଘଟଣାରେ ରାଜ୍ୟ ଗୃହ ବିଭାଗ ଯୁଗ୍ମ ସଚିବ ପ୍ରଣବ ଦେଙ୍କ ପୁଅ ପୁରୁଷବନ୍ଧୁ ପ୍ରୀତିମାନ ଓ ସହଯୋଗୀ ମାନସ ଟୁଡୁଙ୍କୁ ପୋଲିସ ଅଟକ ରଖିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ପରେ ପ୍ରୀତିମାନ ଓ ମାନସଙ୍କ ଲାଏ ଡିଟେକ୍ସନ ପରୀକ୍ଷା କରାଯାଇଥିଲା। ଏଥିରେ ଉଭୟ ସତ କହିଥିଲେ ଅର୍ଥାତ୍‌ ପୋଲିସ ତଦନ୍ତକରି ଯାହା ପାଇଥିଲା ତାହା ସେମାନେ କହିଥିଲେ। ଅନ୍ୟପକ୍ଷେ ପୋଲିସ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ଘଟିଥିବା ବାରମ୍ବାର କହୁଥିବାବେଳେ ପରିବାର ଲୋକେ ହତ୍ୟାକରି ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ଅଭିଯୋଗ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?