ଜେଲରେ ସାମ୍ବାଦିକତା ପରୀକ୍ଷା ଦେଲେ ଅଭିଯୁକ୍ତ ପୁଞ୍ଜିଲାଲ୍‌

ବଲାଙ୍ଗୀର ଅଫିସ,୧୨।୩: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେର ବଲାଙ୍ଗୀର ଜିଲା କାରାଗାରରେ ଶନିବାର ଗଣମାଧ୍ୟମ ଓ ଗଣଯୋଗାଯୋଗ ବିଷୟରେ ସ୍ନାତକୋତ୍ତର ପ୍ରଥମ ସେମିଷ୍ଟର ପରୀକ୍ଷା ଦେଇଛନ୍ତି। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଜଣେ ପରୀକ୍ଷକ ଜେଲ୍‌କୁ ଆସି ଏହି ପରୀକ୍ଷା ପରିଚାଳନା କରିଥିବା ଜେଲ ସୂତ୍ରରୁ ଜଣାପଡ଼ିଛି। ୨୦୧୮ ମସିହା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲ ଗିରଫ ହୋଇଥିଲେ। ପ୍ରଥମେ ପାଟଣାଗଡ଼ ଉପକାରାଗାରରେ ତାଙ୍କୁ ରଖାଯାଇଥିଲା। ସେଠାରୁ କଏଦୀ ଚମ୍ପଟ ମାରିବା ଉଦ୍ୟମ ଅଭିଯୋଗ ଆସିବା ପରେ ପାଟଣାଗଡ଼ ଜେଲରୁ ତାଙ୍କୁ ବଲାଙ୍ଗୀର ଜିଲା କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ଜେଲରେ ସେ ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଗଣମାଧ୍ୟମ ଏବଂ ଗଣଯୋଗାଯୋଗ କୋର୍ସରେ ସ୍ନାତକୋତ୍ତର ପାଠକ୍ରମରେ ନାମ ଲେଖାଇଥିଲେ। ଚଳିତବର୍ଷ ଏହି କୋର୍ସ ପାଇଁ ଅନୁଷ୍ଠିତ ପରୀକ୍ଷା ଦେଇଛନ୍ତି। ଜେଲ ଅଧୀକ୍ଷକ ସର୍ବେଶ୍ୱର ସାହୁଙ୍କୁ ଏନେଇ ପଚାରିବାରୁ ଅଭିଯୁକ୍ତ ପୁଞ୍ଜିଲାଲ ଗଣମାଧ୍ୟମ ଏବଂ ଗଣଯୋଗାଯୋଗ ବିଷୟରେ ଏମ୍‌ଏ ପାଠ୍ୟକ୍ରମ ପାଇଁ ପରୀକ୍ଷା ଦେଇଛନ୍ତି ବୋଲି ସୂଚନା ଦେଇଥିଲେ। ୨୦୧୮ରେ ପାଟଣାଗଡ଼ ବ୍ଲକ ଛକ ନିବାସୀ ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁଙ୍କ ଘରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ଅଧ୍ୟାପକ ସାହୁଙ୍କ ନବବିବାହିତ ପୁତ୍ର ସୌମ୍ୟଶେଖର, ଜେଜେମା’ ଜେମାମଣି ଦେବୀଙ୍କ ମୃତ୍ୟୁ ଘଟିଥିଲା। ନବବଧୂ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ଘଟଣାର ତଦନ୍ତ କରି କ୍ରାଇମ୍‌ବ୍ରାଞ୍ଚ ଭଇଁଷା କଲେଜର ଇଂଲିଶ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟରେ ବିଷକ୍ରିୟା ସନ୍ଦେହ: ଗୋଟିଏ ପରିବାରର ଦୁଇ ଶିଶୁ ମୃତ, ମା’ବାପା ଗୁରୁତର

ଚନ୍ଦାହାଣ୍ଡି,୧୨।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ଦୁଇ ଶିଶୁଙ୍କ...

ଜଳୁଛି ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ

ବୌଦ୍ଧ/ତଳଗାଁ,୭ା୩, ବୌଦ୍ଧ ଜିଲାର ସଂରକ୍ଷିତ ଜଙ୍ଗଲଗୁଡିକ ଏବେ ନିଆଁ ଘେରରେ। କଣ୍ଟାମାଳ, ମନମୁଣ୍ଡା, ବୌଦ୍ଧ, ପୁରୁଣାକଟକ ଓ ମାଧପୁର ରେଞ୍ଜର ବିଭିନ୍ନ ସ୍ଥାନରେ ନିଆଁ ଲାଗିଛି।...

ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ରାଜପଥରେ ଗଲାଣି ୧୩୮ ଜୀବନ

ଅନୁଗୋଳ ଅଫିସ, ୨୭ା୧୦ – ଅନୁଗୋଳ ଦେଇ ଯାଇଥିବା ଜାତୀୟ ରାଜପଥଗୁଡିକର ବିଭିନ୍ନ ସ୍ଥାନରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ରହିଛି। ଚଳିତ ବର୍ଷ ଜାନୁୟାରୀରୁ...

ବ୍ରହ୍ମପୁର ଆଇଟିଆଇକୁ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ପ୍ରଶଂସାପତ୍ର

ବ୍ରହ୍ମପୁର ଅଫିସ,୮ା୭- କୋଭିଡ୍‌-୧୯ର ମୁକାବିଲା ନେଇ ୟୁଭିସି ସୋଲ ସାନିଟାଇଜର, ୟୁଭିସି ସାନିଟାଇଜର ନିର୍ମାଣ ପାଇଁ ବ୍ରହ୍ମପୁର ଆଇଟିଆଇକୁ ଭାରତ ସରକାରଙ୍କ ଦକ୍ଷତା ବିକାଶ ବିଭାଗ...

ରାଜ୍ୟ ଓକିଲ ସଂଘ ନିର୍ବାଚନ ସ୍ଥଗିତ

କଟକ ଅଫିସ୍‌,୧୬ା୪: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅନୁବନ୍ଧିତ ସମସ୍ତ ଓକିଲ ସଂଘର ନିର୍ବାଚନ ଏପ୍ରିଲ୍‌ ୨୫ରେ ହେବାର ଥିଲା। ହେଲେ କରୋନା ଭୂତାଣୁ ଯୋଗୁ...

ଲେପ୍ରୋସି କଲୋନୀରେ ରାଶନ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷ

ଛତ୍ରପୁର,୮ା୩(ଡି.ଏନ୍‌.ଏ.)- ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଞ୍ଚାୟତ ଅଧୀନ ଦାମିୟନ ନଗର ଲେପ୍ରୋସି କଲୋନୀରେ ଘର ଘର ବୁଲି ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ ରାଶନ...

ବାଇକ୍‌କୁ ଧକ୍କା ଦେଇ ୬ ଫୁଟ ତଳକୁ ଖସିଲା କାର୍‌: ଜଣେ ମୃତ, ୪ ଆହତ

ଦିଗପହଣ୍ଡି,୨ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ରାଜନପଲ୍ଲୀ ଗ୍ରାମ ନିକଟ ୩୨୬ନଂ. ଜାତୀୟ ରାଜପଥରେ ଏକ ବାଇକ୍‌କୁ କାର ଧକ୍କା ଦେଇ ୬...

ତୁଟୁନି ଧାନ କିଣାବିକା ସମସ୍ୟା

ବରଗଡ଼ ଅଫିସ୍‌, ୨।୧୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୫ଦିନ ବିତିଯାଇଛି । ଧାନ କିଣାବିକା ଚାଲିଥିଲେ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ...

Advertisement
Archives

Model This Week