ଆଖୁଚାଷ ସ୍ଥିତି ଅନୁଧ୍ୟାନ କଲା ଉଚ୍ଚସ୍ତରୀୟ କମିଟି

ଆସିକା, ୧୨।୩ (ଡି.ଏନ୍‌.ଏ): ଆସିକା ସମବାୟ ଚିନିଶିଳ୍ପ ପରିସରଭୁକ୍ତ ଗଞ୍ଜାମ ଜିଲା ଅର୍ଦ୍ଧାଧିକ ଅଞ୍ଚଳରେ ଦିନକୁ ଦିନ ଆଖୁଚାଷ କମୁଥିବାରୁ ଚିନିଶିଳ୍ପ ଓ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି ା ଏହି ପରିସ୍ଥିତିରେ କୃଷି ବିଭାଗର ଏକ ଉଚ୍ଚସ୍ତରୀୟ କମିଟି ଏବଂ ଚିନିଶିଳ୍ପ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ପ୍ରତିନିଧି ଦଳ ଶୁକ୍ରବାର ବିଭିନ୍ନ ବ୍ଲକରେ ଆଖୁଚାଷ ଅଞ୍ଚଳ ପରିଦର୍ଶନ କରିଛନ୍ତି ା ଏହି ପ୍ରତିନିଧି ଦଳ ଆଖୁଚାଷ ଅଞ୍ଚଳ ଶେରଗଡ ବ୍ଲକର ଅଣ୍ଡିରାସିଙ୍ଗି, ରାମକୃଷ୍ଣପୁର, ତାକରଡା, ଢିଙ୍କିଶାଳ ଆଦି ଗ୍ରାମରେ ଆଖୁକ୍ଷେତକୁ ଯାଇ ଚାଷ ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଫେରିଛନ୍ତି ା ଏହି ପ୍ରତିନିଧି ଦଳରେ କୃଷି ବିଭାଗର ଅତିରିକ୍ତ କୃଷି ନିର୍ଦ୍ଦେଶକ ଅଂଶୁମାନ ପଟ୍ଟନାୟକ, ଜିଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ ଖୁଣ୍ଟିଆ, ଚିନିଶିଳ୍ପ ସଭାପତି ରବୀନ୍ଦ୍ର ପଣ୍ଡା, ନୟାଗଡ ଆଖୁ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ପ୍ରମୋଦ କୁମାର ନାୟକ, ଡ. ସାଗରିକା ମହାନ୍ତି, କୃଷି ବିଭାଗର ଯୋଜନା ଅଧିକାରୀ ସୀତାଂଶୁ କୁମାର ବେହେରା, ଅଜିତ ମହାପାତ୍ର, ଚିନିଶିଳ୍ପର ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ, ଚିନିଶିଳ୍ପ ପରିଚାଳନା ପରିଷଦର ନିର୍ଦ୍ଦେଶକ ଧରୁମୁ ପ୍ରଧାନ, ଉଦୟ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ବୈଠକରେ ଚାଷୀମାନଙ୍କୁ ଉନ୍ନତମାନର ଆଖୁ ବିହନ ଓ କୀଟନାଶକ ଔଷଧ ବ୍ୟବହାର, ପାରମ୍ପରିକ ଆଖୁଚାଷ ପଦ୍ଧତି ଛାଡି ବୈଜ୍ଞାନିକ ପଦ୍ଧତିରେ ଆଖୁଚାଷ କଲେ ସ୍ବଳ୍ପ ବ୍ୟୟ ଓ କମ୍‌ ପରିଶ୍ରମରେ ଅଧିକ ଆଖୁ ଉପତ୍ାଦନ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ ା ଅପରାହ୍ନରେ ଆସିକା ବ୍ଲକର ବାବନପୁରସ୍ଥିତ କୃଷି ବିଭାଗ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ା ବୈଠକରେ ଜିଲାର ୧୫ଟି ବ୍ଲକର କୃଷି ଅଧିକାରୀ, ସହାୟକ କୃଷି ଅଧିକାରୀ, ଚିନିଶିଳ୍ପ ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ଯୋଗଦେଇଥିଲୋ ବୈଠକରେ କୃଷି ବିଭାଗ ପକ୍ଷରୁ ଅଧିକ ଅମଳକ୍ଷମ ଆଖୁଚାଷ ନିମନ୍ତେ ସମସ୍ତ ପ୍ରକାର ବୈଷୟିକ ସହଯୋଗ ପ୍ରଦାନ ଉପରେ ଅଧିକାରୀମାନେ ମତ ଦେଇଥିଲେ। ଆଗାମୀ ଦିନରେ ଚିନିଶିଳ୍ପର ଆଖୁ ବିଭାଗର ସମସ୍ତ କ୍ଷେତ୍ର କର୍ମଚାରୀ, ଆଗ୍ରହୀ ନିର୍ଦ୍ଦେଶକ ଏବଂ ଅଗ୍ରଣୀ ଆଖୁଚାଷୀଙ୍କୁ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପରିଚାଳିତ ନୟାଗଡସ୍ଥିତ ଆଖୁ ଗବେଷଣା କେନ୍ଦ୍ରରେ ଆଖୁ ଚାଷ ସମ୍ପର୍କରେ ତାଲିମ ଦେବା ନିମନ୍ତେ ନିଷ୍ପତ୍ତି କରାଯାଇଥିବା ଚିନିଶିଳ୍ପ ପରିଚାଳନା ପରିଷଦର ସଭାପତି ପଣ୍ଡା ସୂଚନା ଦେଇଛନ୍ତି ା ଉଲ୍ଲେଖଯୋଗ୍ୟ ଚିନିଶିଳ୍ପ ପରିସରଭୁକ୍ତ ଅଞ୍ଚଳରେ ଆଖୁଚାଷର ଅଗ୍ରଗତି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ୨କୋଟି ୬୫ ଲକ୍ଷ ଟଙ୍କାର ଏକ ସ୍ବତନ୍ତ୍ର ଅନୁଦାନ ଚିନିଶିଳ୍ପକୁ ଦିଆଯାଇଛି ା ଏହି ଯୋଜନାରେ କୃଷି ବିଭାଗ ଓ ଚିନିଶିଳ୍ପ ପରିଚାଳନା ପରିଷଦର ମିଳିତ ଉଦ୍ୟମରେ ଆଖୁଚାଷୀଙ୍କୁ ଉନ୍ନତମାନର ବିହନ, ସାର, କୀଟନାଶକ ଔଷଧ ଯୋଗାଣ ସହ ଆଖୁଚାଷ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିବା
ଲାଗି ନିଷ୍ପତ୍ତି ନିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri