ଯୁବତୀଙ୍କୁ ଗଳାକାଟି ହତ୍ୟା, ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ
ପାଇକମାଳ,୧୬ା୨(ଡି.ଏନ୍.ଏ.): ବରଗଡ଼ ଜିଲା ପାଇକମାଳ ଥାନା ଜର୍ଜଗଡ଼ ଗ୍ରାମ ନିକଟ ଏକ ନାଳ ପାଖରେ ଗୁରୁବାର ଜଣେ ଯୁବତୀଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଯୁବତୀ ଜଣକ ହେଲେ, ଉକ୍ତ ଗ୍ରାମର ନମିତା ଶତନାମୀ (୨୦)। ସେ ଆଜି ପୂର୍ବାହ୍ନରେ ନିକଟସ୍ଥନାଳକୁ…
ଘରେ ପଶି ମହିଳାଙ୍କୁ ନିର୍ମମ ହତ୍ୟା
ଛତ୍ରପୁର,୧୬।୨(ଡି.ଏନ.ଏ.): ଗଞ୍ଜାମ ଜ଼ିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗ୍ରାମରେ ଘରେ ପଶି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମହିଳା ଜଣକ ହେଲେ ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।…
ନବ ଦାସ ହତ୍ୟା ଘଟଣା: ସିବିଆଇ ତଦନ୍ତ ଦାବି
ଦେବଗଡ,୧୬।୨(ଡି.ଏନ.ଏ.): ନବ ଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଭାଜପା ପକ୍ଷରୁ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସ୍ଥାନୀୟ ଗୋହରୀ ବନ୍ଦ ନିକଟ ଶନି ମନ୍ଦିରରୁ ଏକ ବିଶାଳ ରାଲି ବାହାରି…
ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ
କୋରାପୁଟ,୧୬।୨(ସ୍ବ.ପ୍ର.): କୋରାପୁଟ-ଜୟପୁର ୨୬ ନମ୍ବର ଜାତୀୟ ରାଜପଥର କଫି ବୋର୍ଡ ନିକଟରେ ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଜଣଙ୍କୁ…
କାର୍ରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ମାମଲା ରୁଜୁ
କେନ୍ଦୁଝର,୧୫ା୨(ସ୍ବ.ପ୍ର.): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଚିଠି ନମ୍ବର ୧୯୦/୧୩-୨-୨୦୨୩ ରେ ‘ଧରିତ୍ରୀ’ରେ ପ୍ରକାଶିତ ଏକ ସମ୍ବେଦନଶୀଳ ଖବର ଉପରେ କେନ୍ଦୁଝର ଏସ୍ପି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲା ଶ୍ରମ ଅଧିକାରୀଙ୍କୁ ସବିଶେଷ ରିପୋର୍ଟ…
ଯୁବକଙ୍କୁ ନିର୍ମମ ହତ୍ୟା
ଭବାନୀପାଟଣା,୧୫ା୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ପେଙ୍ଗସୁର ଗାଁରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ହେଲେ ପେଙ୍ଗସୁର ଗ୍ରାମର ଅମର ମାଝି। ଗୁଣି ଗାରେଡ଼ି ସନ୍ଦେହରେ…
ଜଳିଗଲା ୨୩ ପରିବାରର ୪୭ ବଖରା
ପରଜଙ୍ଗ,୧୫ା୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୩ ପରିବାରର ୪୭ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ନିଆଁ ଲାଗିବା ପରେ ଏକ ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ନିଆଁ ତୀବ୍ରବେଗରେ ଚାରିଆଡ଼କୁ ବ୍ୟାପିଯାଇଥିଲା। ଫଳରେ…
ଯୁବକଙ୍କୁ ଛୁରାମାଡ଼ ଘଟଣା: ଗିରଫ ହେଲେ ଅଭିଯୁକ୍ତ
ନିରାକାରପୁର,୧୫ା୨(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଛକଠାରେ ଗତ ୨ ତାରିଖରେ ରାମେଶ୍ୱର ଗ୍ରାମର ମହେଶ୍ୱର ସାହୁ ନାମକ ଯୁବକଙ୍କୁ ଖଜୁରୀପଡ଼ା ଗ୍ରାମର ଦିବାକର ପାହାଡ଼ସିଂହ ନାମଙ୍କ ଜଣେ ଯୁବକ ଛୁରିରେ ଆକ୍ରମଣ କରିଥିଲେ। ଏନେଇ ଆହତଙ୍କ ମା’…
ଯନ୍ତ୍ରୀଙ୍କ ଘରୁ ବାଳଶ୍ରମିକ ଉଦ୍ଧାର
ଫୁଲବାଣୀ ଅଫିସ,୧୫ା୨: ଫୁଲବାଣୀ କ୍ଷୁଦ୍ର ଜଳସେଚନ (ଏମ୍ଆଇ) ବିଭାଗ ଯନ୍ତ୍ରୀଙ୍କ ଘରୁ ଜଣେ ବାଳଶ୍ରମିକଙ୍କୁ ବୁଧବାର ଚାଇଲ୍ଡ ଲାଇନ ଏବଂ ଜିଲା ଶ୍ରମ ବିଭାଗ ଅଧିକାରୀ ଚଢ଼ାଉ କରି ଉଦ୍ଧାର କରିଛ। ନାବାଳକଙ୍କୁ ଜିଲା ମଙ୍ଗଳ କମିଟି(ସିଡବ୍ଲ୍ୟୁସି)ରେ ହାଜର କରାଯିବା ପରେ…
ଜିଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ଭାଜପା କର୍ମୀ
କୋରାପୁଟ,୧୫ା୨(ସ୍ବ.ପ୍ର.): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ତୁରନ୍ତ ଏଥିପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କରି ବୁଧବାର କୋରାପୁଟ ଜିଲା ଭାଜପା ପକ୍ଷରୁ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପାର ଏହି ବିକ୍ଷୋଭ ନେଇ ପୋଲିସ…
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
ଫୁଲବାଣୀ ଅଫିସ,୧୫ା୨: କନ୍ଧମାଳ ଜିଲା ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ବୁଧବାର ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ଦଳୀୟ କର୍ମୀମାନେ ମାଦିକୁନ୍ଦା ଛକରୁ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଜିଲାପାଳଙ୍କ ଅଫିସ ଘେରିଲେ ଭାଜପା କର୍ମୀ
କେନ୍ଦୁଝର,୧୫ା୨(ସ୍ବ.ପ୍ର.): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ବୁଧବାର ଭାଜପା ପକ୍ଷରୁ ବିଧାୟକ ମୋହନ ମାଝିଙ୍କ ନେତୃତ୍ୱରେ ଏକ ରାଲି ବାହାରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

