ବରିଷ୍ଠ ଅଧିକାରୀ ଝିଅଙ୍କ ଚପଲ ପାଇଁ ଆର୍ପିଏଫ୍ ଘାଇଲା
ସମ୍ବଲପୁର,୧୬ା୨(ବ୍ୟୁରୋ): ସମ୍ବଲପୁର ରେଳମଣ୍ଡଳ ଅଧୀନ ଆର୍ପିଏଫ୍ରେ ଜାନୁୟାରୀ ୫ରେ ଚପଲ ଚୋରି ନେଇ ଅଭିଯୋଗ ହୋଇଥିଲା। ଏକମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହାକୁ ଖୋଜିବାରେ ଆର୍ପିଏଫ୍ ପୋଲିସ ଘାଇଲା ହୋଇଯାଇଥିଲା। ଘଟଣା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି କୌତୂହଳ ସୃଷ୍ଟି…
କଲଭର୍ଟ ଉପରକୁ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର
ବିଶୋଇ,୧୬ା୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥସ୍ଥିତ ସ୍ଥାନୀୟ ଚଟାଣି ଛକ ନିକଟରେ ଏକ ଆଇରନ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ କଲଭର୍ଟ ଉପରକୁ ଚଢ଼ିଯିବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତେବେ ହେଲ୍ପର ଅଳ୍ପକେ…
ହିତାଧିକାରୀଙ୍କୁ ପୁନର୍ବାର ମିଳୁ ଚାଉଳ
କେନ୍ଦୁଝର,୧୬ା୨(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩.୨୫ କୋଟି ଗରିବ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ଯୋଗାଣରେ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ବିଜେଡି ପକ୍ଷରୁ ଗୁରୁବାର ୧୩ ଟି ବ୍ଲକ, ୪ ପୌରପାଳିକା, ଗୋଟିଏ…
ଚାଉଳ ବନ୍ଦ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି
ହିଞ୍ଜିଳିକାଟୁ,୧୬ା୨(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ପରିବାରକୁ କୋଭିଡ ସମୟରେ ପ୍ରଦାନ କରାଯାଉଥିବା ଅତିରିକ୍ତ ମାଗଣା ୫ କେଜି ଚାଉଳ ବନ୍ଦ ପ୍ରତିବାଦରେ ଗୁରୁବାର ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳ ବିଜେଡି ପକ୍ଷରୁ ବିକ୍ଷୋଭ ରାଲି ଆୟୋଜନ କରାଯାଇଛି। ରାଜ୍ୟ ବିଜେଡି…
ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ସାମୁଦ୍ରିକ କଉ
ଭୋଗରାଇ, ୧୬ା୨(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର କଉ ମାଛ ଜାଲରେ ପଡିଛି। ଟ୍ରଲର ମାଲିକ ଏହି ବିରଳ ମାଛକୁ ଦୀଘା ମୁହାଣ ମାଛ ମାର୍କେଟକୁ ବିକ୍ରି ପାଇଁ ଆଣିଥିଲେ।…
ବିଦ୍ୟାଳୟର ଓ୍ବାଚ୍ମ୍ୟାନ, ସୁଇପର ପଦ ପାଇଁ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଦାୟିତ୍ୱ: ଧାରଣାରେ ବସିଲେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା
ପାଟଣା,୧୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ କୁଣ୍ଡଳା ପଞ୍ଚାୟତ କୁଣ୍ଡୁଳାସ୍ଥିତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲ ଫାଟକରେ ଗୁରୁବାର ୧୨ଟି ସ୍ବୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳା ବିଦ୍ୟାଳୟରେ ସୁଇପର ଓ ଓ୍ବାଚ୍ମ୍ୟାନ ନିଯୁକ୍ତି ଦାବିରେ ଫାଟକରେ ତାଲା ଦେଇ ଧାରଣାରେ ବସିଛନ୍ତି।…
ସ୍କୁଲରେ ଶିକ୍ଷକଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା,ଥାନାରେ ପ୍ରଥମ ସ୍ତ୍ରୀଙ୍କ ଏତଲା
ଦାରିଙ୍ଗବାଡ଼ି(ଡି.ଏନ୍.ଏ.)/ ଫୁଲବାଣୀ ଅଫିସ, ୧୬ା୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଏକ ବିଦ୍ୟାଳୟର ଜଣେ ଶିକ୍ଷକ ସେହି ସ୍କୁଲରେ ଦ୍ୱିତୀୟ ବିବାହ କରିଥିବା ଚର୍ଚ୍ଚା ହେଉଛି। ସ୍କୁଲରେ ପାଠପଢ଼ା ସମୟରେ ସମ୍ପୃକ୍ତ ଶିକ୍ଷକ ଜଣଙ୍କ ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକଙ୍କ ଉପସ୍ଥିତିରେ ଜଣେ…
ଭଙ୍ଗା କୁଡ଼ିଆରେ ଭଗବାନ
ଢେଙ୍କାନାଳ ଅଫିସ, ୧୬।୨: ଗଛ ତଳେ ଦଦରା କୁଡ଼ିଆ। ଚାରି ଖଣ୍ଡ ଦୁର୍ବଳ ବାଉଁଶକୁ ସାହାର କରି ଛିଡ଼ା ହୋଇଛି। ବେଢ଼ାଯାଇଛି ଫଟା ପଲିଥିନ, କୋତରା ଅଖା। ଦିନରେ ସୂର୍ଯ୍ୟ ତ ରାତିରେ ଆତଯାତ ହେଉଛନ୍ତି ଜହ୍ନତାରା। ଜଙ୍ଗଲୀ ଜନ୍ତୁଙ୍କ ପ୍ରାଦୁର୍ଭାବ…
ମାଗଣା ଚାଉଳ ବନ୍ଦର ପ୍ରତିବାଦ
ଛତ୍ରପୁର,୧୬ା୨(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ୫ କେଜି ଚାଉଳ ବନ୍ଦ କରିଥିବା ନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ରାଜ୍ୟ ବିଜେଡି ଡାକରାରେ ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…
ଗ୍ରୀଷ୍ମ ଆରମ୍ଭରୁ ପାନୀୟଜଳ ସମସ୍ୟା ଉତ୍କଟ
ନୟାଗଡ଼ ଅଫିସ,୧୬।୨: ମହାନଦୀରୁ ପାଣି ଆସୁଥିଲେ ମଧ୍ୟ ନୟାଗଡ଼ ସହରବାସୀଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ବରଂ ଗ୍ରୀଷ୍ମ ଋତୁର ଆରମ୍ଭରୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଗ୍ରୀଷ୍ମ ଋତୁ ଆରମ୍ଭରୁ ସହରବାସୀ ଠିକ୍ରେ ପାଣି ପାଉ ନ ଥିବା…
ଧାନ ବିକ୍ରି ଅପେକ୍ଷାରେ ୩୪ହଜାର ଚାଷୀ
ଭଦ୍ରକ ଅଫିସ, ୧୬।୨: ଭଦ୍ରକ ଜିଲାକୁ ସରକାରଙ୍କ ପକ୍ଷରୁ ମିଳିଥିବା ଟାର୍ଗେଟ୍ ସରି ଆସୁଥିବା ବେଳେ ଧାନ ବିକି ନ ପାରିବା ନେଇ ଚାଷୀଙ୍କ ଅସନ୍ତୋଷ ବଢ଼ି ଚାଲିଛି। ଧାନ ବିକି ପାରି ନ ଥିବା ଚାଷୀମାନେ ବିଭିନ୍ନ ସମୟରେ ରାସ୍ତାରୋକୋ…
ବିଶ୍ୱବିଦ୍ୟାଳୟ ମାନ୍ୟତାକୁ ନେଇ ୟୁଜିସି ଅଜ୍ଞ
କେନ୍ଦୁଝର,୧୬।୨(ସ୍ବ.ପ୍ର): କେନ୍ଦୁଝର ଡିଡ କଲେଜ (ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ)କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଘୋଷଣା ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏନେଇ ଛାତ୍ରୀଛାତ୍ରଙ୍କୁ ଅନୁମୋଦନ ପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି। ମାତ୍ର ବୁଧବାର ୟୁନିଭରସିଟି ଗ୍ରାଣ୍ଟ କମିଶନ (…

