ସରକାରୀ ସୁବିଧା ପାଇଁ ଗର୍ଭବତୀ ନାଟକ

ମାଲକାନଗିରି,୨୨ା୩(ଡି.ଏନ୍‌.ଏ.): ସରକାରୀ ସୁବିଧା ପାଇବା ପାଇଁ ଗର୍ଭବତୀ ହେବା ନାଟକ କରାଯାଇଛି। ଏଭଳି ଘଟଣା ମାଲାକନଗିରି ଜିଲା ମାଥିଲି ଅଞ୍ଚଳରେ ଘଟିଛି। ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ କୋଳରୁ ଶିଶୁ ଗାଏବ ଘଟଣାର ତଦନ୍ତରୁ ଏହି ନାଟକ ଧରାପଡ଼ିଛି। ମହିଳାଙ୍କ ଅଭିଯୋଗ ମଧ୍ୟ ମିଥ୍ୟା ପ୍ରମାଣିତ ହୋଇଛି।
ମାଥିଲି ବ୍ଲକ୍‌ ବୀରେନପାଲି ଗ୍ରାମର କୌଶଲ୍ୟା ଭୂୟାଁ ଗର୍ଭବତୀ ଥିବା କହି ସ୍ଥାନୀୟ ଏଏନ୍‌ଏମ୍‌ଙ୍କ ନିକଟରେ ନାମ ପଞ୍ଜୀକରଣ କରାଇବା ସହ ଗର୍ଭବତୀ କାର୍ଡ କରି ସମସ୍ତ ସରକାରୀ ସୁବିଧା ପାଉଥିଲେ।
ସୋମବାର ଗର୍ଭ ଯନ୍ତ୍ରଣା ହେଉଥିବା କହି ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କୌଶଲ୍ୟା ଯାଇଥିଲେ। ସେଠାରେ ଡାକ୍ତର ତାଙ୍କର ପରୀକ୍ଷା କରିବା ପରେ ସେ ଗର୍ଭବତୀ ନ ଥିବା ଜଣାପଡ଼ିଥିଲା। ମାତ୍ର ଏହାକୁ କୌଶଲ୍ୟା ଏବଂ ତାଙ୍କ ପରିବାର ଲୋକେ ଗ୍ରହଣ ନ କରି ମହିଳାଙ୍କ ଗର୍ଭରୁ ଶିଶୁକୁ କେହି ଚୋରେଇ ନେଇଯାଇଥିବା ଅଭିଯୋଗ କରିଥିଲେ। ପରେ ଘଟଣା ନେଇ ମାଥିଲି ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଥାନାରେ ଜଣାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭକରି କୌଶଲ୍ୟାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ତାଙ୍କୁ ଜିଲା ଚିକିତ୍ସାଳୟରେ ପରୀକ୍ଷା କରାଯିବାରୁ ସେ ଗର୍ଭବତୀ ନ ଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପଚରାଉଚରା କରିବାରୁ ସେ ସତ ମାନି ଯାଇଥିଲେ। ଏନେଇ ସିଡିଏମ୍‌ଓ ପ୍ରଫୁଲ୍ଲ ନନ୍ଦ କହିଛନ୍ତି, ୨୦୧୭ରୁ ସମ୍ପୃକ୍ତା ମହିଳାଙ୍କ ଫ୍ୟାମିଲି ପ୍ଲାନିଂ ଅପରେଶନ ହୋଇସାରିଛନ୍ତି। ସେ ବର୍ତ୍ତମାନ ଗର୍ଭବତୀ ନ ଥିବା ବେଳେ ସ୍ବାମୀଙ୍କୁ ମିଛ କହି ଏପରି ମିଥ୍ୟା ନାଟକ କରିଥିଲେ। ତାଙ୍କ ଗର୍ଭରେ କୌଣସି ଛୁଆ ନ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଆଇନ ଅନୁଯାୟୀ ତାଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି ସିଡିଏମ୍‌ଓ ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କକ୍ରୋଚ ଜନତା ପାର୍ଟି’, ପରେ ‘ପିମ୍ପୁଡ଼ି ଜନତା ପାର୍ଟି’ ନୂଆ ଦଳ ଗଠନ କଲେ ପୂର୍ବତନ ଭାଜପା ନେତା

ମେରଠ,୭।୬: ମେରଠରେ ଏକ ନୂଆ ରାଜନୈତିକ ଦଳ ଗଠନ ଘୋଷଣା କରାଯାଇଛି। ପୂର୍ବତନ ଭାଜପା ନେତା ଅନୁପ ରାଘବ ‘ଚିଣ୍ଟିି ଜନତା ପାର୍ଟି’ ନାମରେ ଏକ ସଂଗଠନ…

ଲଣ୍ଡା ହୋଇ ଶପଥ ନେଲେ…ଗ୍ରାମବାସୀ କହିଲେ ଆମେ ଆଉ ମଦ ପିଇବୁନି

ଆନନ୍ଦପୁର,୭ା୬(ସୁଶାନ୍ତ କୁମାର ସାହୁ ): ମଦ ପରିତ୍ୟାଗ କରି ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତି ଲଣ୍ଡା ହେବା ସହ ନଦୀରେ ବୁଡ଼ ପକାଇଛନ୍ତି ଏବଂ ଠାକୁରଙ୍କ ପାଖରେ ଶପଥ…

ଜଳୁଛି ଲକ୍ଷ୍ମୀପୁର… ଆଦିବାସୀ ଯୁବକଙ୍କୁ ଛୁରାମାଡ଼ ଘଟଣା, ଗିରଫ ଦାବିରେ ଦୋକାନ ଭାଙ୍ଗିଲେ ଆଦିବାସୀ

ଲକ୍ଷ୍ମୀପୁର,୭।୬(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ କୌଣସି ଏକ ଘଟଣାକୁ ନେଇ ବଡ଼ ଶଙ୍ଖା ଗ୍ରାମରେ ଜଣେ ଆଦିବାସୀ ଯୁବକକୁ ଲକ୍ଷ୍ମୀପୁରର…

ଦାରିଙ୍ଗବାଡ଼ିର ୩ ବିଦ୍ୟାଳୟରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଶିକ୍ଷାର ବ୍ୟବସ୍ଥାରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ। ରବିବାର କନ୍ଧମାଳ…

ବଡ଼ ହଲଚଲ! TMCରେ ଫାଟ ଭିତରେ ଦିଲ୍ଲୀ ଗସ୍ତ କଲେ ମମତା, ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି

କୋଲକାତା,୭।୬: ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ବ୍ଲକ୍‌ର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଯୋଗଦେବା ପାଇଁ ଟିଏମ୍‌ସି ସୁପ୍ରିମୋ ମମତା…

ଭାଜପା ଛାଡିବା ପରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ, ଆଖି ପିଛୁଳାକେ ଯୋଡି ହେଲେ ୧୫ ଲକ୍ଷରୁ ଅଧିକ ସଦସ୍ୟ

ନୂଆଦିଲ୍ଲୀ,୭।୬: ତାମିଲନାଡୁର ପୂର୍ବତନ ଭାଜପା ଅଧ୍ୟକ୍ଷ କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେବାର କିଛି ଦିନ ପରେ ଏକ ନୂତନ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି…

ଦୁର୍ନୀତି ପଦାରେ ପଡ଼ିବା ପରେ ତରବରିଆ ଭାବେ ଆରମ୍ଭ ହେଲା କାର୍ଯ୍ୟ, ମେଟାଲ ଉପରେ ପଡୁଛି…

ଥୁଆମୂଳ ରାମପୁର,୭ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମର ମନରେଗା ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ସମ୍ପର୍କରେ ‘ଧରିତ୍ରୀ’ରେ…

ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଗୁଳି ମାରିଦେଲେ ସ୍ବାମୀ, ପୁଅ ହସ୍ତକ୍ଷେପ କରିବାରୁ ତାଙ୍କୁ ବି ଛାଡିଲେନି

ନୂଆଦିଲ୍ଲୀ,୭।୬: ଗୁରୁଗ୍ରାମର ଅଶୋକ ବିହାର କଲୋନୀରେ ଜଣେ ୫୦ବର୍ଷୀୟ ସୁରକ୍ଷା ଅଧିକାରୀ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା କରିଛନ୍ତି । ଘରୋଇ ବିବାଦ ପରେ, ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri