ମଣ୍ଡିରେ ପଡ଼ି ରହିଛି ଚାଷୀଙ୍କ ଧାନ

କେନ୍ଦ୍ରାପଡ଼ା ଅଫିସ, ୨୨।୩: କେନ୍ଦ୍ରାପଡ଼ା ଜିଲାର ଧାନମଣ୍ଡିରେ ଏବେ ଭିଡ ଅଧିକ ହୋଇଛି। ସରକାରୀ ମଣ୍ଡି ବନ୍ଦ ହେବାକୁ ମାର୍ଚ୍ଚ ମାସର ହାତଗଣତି ଦିନ ବାକି ରହିଥିବାରୁ ଚାଷୀ ବ୍ୟସ୍ତ ହୋଇପଡ଼ିଛନ୍ତି। ଟୋକନ ନାହିଁ, ଅପେକ୍ଷା କର ବୋଲି ସମିତି କାର୍ମକର୍ତ୍ତା ଚାଷୀଙ୍କୁ କହୁଛନ୍ତି। ମହାକାଳପଡ଼ା, ବରକନ୍ଦାରେ ମଧ୍ୟ ଏହି ସମସ୍ୟା। ଚାଷୀ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ମିଲରଠାରୁ ଆରମ୍ଭ କରି ସମିତି କର୍ମକର୍ତ୍ତାଙ୍କ ଅଣଦେଖା ବାଧୁଛି। କେବଳ ରାଜନଗର ଓ ମହାକାଳପଡ଼ାରେ ଏହି ସମସ୍ୟା ସମୀତ ନୁହେଁ। ଜିଲା ସାରା ସରକାରୀ ମଣ୍ଡି ଧାନ ଉଠାଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ମଣ୍ଡି ସମୟ ଅବଧି ସରିବାକୁ ଯାଉଥିବାରୁ ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଛି। ବେପାରୀ ଓ ଅଧିକାରୀ ମାଲେମାଲ ହେବା ପାଇଁ ଅଭାବି ବିକ୍ରିକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ କଂସାରି ଗଁାର ଚାଷୀ ନିରଞ୍ଜନ ପରିଡା କହିଛନ୍ତି, ସରକାରୀ ମଣ୍ଡିରେ ଧାନ ବିକ୍ରି ହେବ। ହାତକୁ ଦୁଇ ପଇସା ଆସିଲେ ଚଳିତବର୍ଷ ଝିଅ ବାହାଘରର ଝାମେଲା ତୁଟିବ। ଏହି ସ୍ବପ୍ନ ନେଇ ଘରର ସମସ୍ତ ଅର୍ଥ ଖରିଫ ଧାନ ଚାଷରେ ଲଗାଇ ଥିଲି। ମଣ୍ଡିରେ ଧାନ ବିକ୍ରି ପାଇଁ ଉପଯୁକ୍ତ ସମୟରେ ପଞ୍ଜୀକରଣ ହେଲା। ମୋବାଇଲରେ ଧାନ ବିକ୍ରି ପାଇଁ ସୂଚନା ଆସିଲା। ପରିବାର ସଦସ୍ୟ ଝିଅ ବାହାଘର ପାଇଁ ଅର୍ଥ ସମସ୍ୟା କିଛି ମାତ୍ରାରେ କମିଲା ବୋଲି ସରକାରୀ ବ୍ୟବସ୍ଥାକୁ ଧନ୍ୟବାଦ ଦେଲେ। ତେବେ ବିକ୍ରି ଟୋକନର ସମୟ ଅବଧି ସରବା ସତ୍ତ୍ୱେ ଅଦ୍ୟାବଧି ମଣ୍ଡି ଅଧିକାରୀ ଟାର୍ଗେଟ ନ ଥିବା ଦର୍ଶାଇ ଧାନ ନେଉନାହାନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର କୃଷି ସମବାୟ ସମିତିର ସଭ୍ୟ ତଥା ଗଣ୍ଡକୂଳ ଗ୍ରାମର ତ୍ରୈଲୋକ୍ୟନାଥ ଦାସ କହିଛନ୍ତି, ଟାର୍ଗେଟ ନ ଥିବା ଦର୍ଶାଇ ଚାଷୀଙ୍କ ଝାଳର ମୂଲ୍ୟକୁ ଧାନ ବ୍ୟବସାୟୀ ଓ ପାକ୍ସ ଅଧିକାରୀମାନେ ବାଣ୍ଟି ନେଉଥିବା ଅଭିଯୋଗ କରିଛନ୍ତି। ଜିଲାରେ ଚାଷୀଙ୍କ ଦରଦକୁ କେହି ବୁଝୁ ନ ଥିବାରୁ ଅଭାବୀ ବିକ୍ରିକୁ ପ୍ରେତ୍ସାହିତ କରାଯାଉଛି। ଆଗାମୀଦିନରେ ଏ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର କହିଛନ୍ତି, ଜିଲାର ୧ ଲକ୍ଷ ୨୪ ହଜାର ହେକ୍ଟର ଜମିରେ ୩ ଲକ୍ଷ ୧୧ ହଜାରରୁ ଅଧିକ ଚାଷୀ ଚଳିତ ବର୍ଷ ଖରିଫ ଧାନ ଚାଷ କରିଥିଲେ। ତେବେ ପ୍ରାୟ ୯୦ ପ୍ରତିଶତ ଚାଷୀଙ୍କ ବଳକା ଧାନ ବିକ୍ରି ହୋଇପାରୁନାହିଁ। ଏପରିକି ଚଳିତବର୍ଷର ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଥିବା ୪୬,୩୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ମଧ୍ୟରୁ ଏବେ ସୁଦ୍ଧା ୧୬ ହଜାରରୁ ଅଧିକ ଚାଷୀଙ୍କ ବଳକା ଧାନ ସରକାରୀ ମଣ୍ଡିରେ ବିକ୍ରୟ ହୋଇପାରିନାହିଁ। ଜିଲାର ୧୧୮ ପାକ୍ସ ମଧ୍ୟରୁ ଅଧିକାଂଶ ସ୍ଥାନରେ ଟୋକନ ସମସ୍ୟା ଦେଖା ଦେଇଥିବା ବେଳେ ଏବେ ଟାର୍ଗେଟ ନ ଥିବା କହି ଚାଷୀଙ୍କୁ ହତାଶ କରାଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ଉପତ୍ାଦ ପ୍ରତି ସୁରକ୍ଷା ପ୍ରଦାନ କରୁଥିବା କହୁଥିଲେ ମଧ୍ୟ ବାସ୍ତବରେ ଅଭାବୀ ବିକ୍ରିକୁ ପ୍ରୋତ୍ସାହିତ କରାଯାଉଛି। ଜିଲାର ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କ୍ରୟ ନ ହେଲେ କୃଷକ ଆନ୍ଦୋଳନ ହେବ ବୋଲି ମତ ଦେଇଛନ୍ତି। ଓଡ଼ିଶା ସୂଚନା ଅଧିକାର ଅଭିଯାନର କେନ୍ଦ୍ରାପଡ଼ା ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି କହିଛନ୍ତି, କୃଷି ଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାର ଚାଷୀ ସର୍ବଦା ଅବହେଳା ଓ ପ୍ରତାରଣାର ଶିକାର ହୋଇଛନ୍ତି। ଧାନ କିଣା ଅନିୟମିତତା ସମ୍ପର୍କରେ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହେଉନାହିଁ।
୨୦୧୬ ମସିହାରେ ଏହି ପରିସ୍ଥିତି ସୃଷ୍ଟି ଫଳରେ ଜଣେ ରାଜନେତା ବେପାରୀଙ୍କ ଧାନ ସରକାରୀ ମଣ୍ଡିରେ ଦେଇ କୋଟିଏ ଟଙ୍କା ହଡପ କରିଥିବା ଅଭିଯୋଗ ଆସିଥିଲା। ଏହା ବ୍ୟତିତ ଜିଲାରେ ଧାନ ଟାର୍ଗେଟ ଅନୁଯାୟୀ ଗତ ୨୦୧୩- ୧୪ ଆର୍ଥିକ ବର୍ଷରୁ ଅଦ୍ୟାବଧି କିଣାଯାଇନାହିଁ। ଏ ସମ୍ପର୍କରେ ସିଏସ୍‌ଓ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ପଚାରିବାରେ ପଞ୍ଜୀକୃତ ୪୬,୩୦୦ ଜଣ ଚାଷୀଙ୍କ ମଧ୍ୟରୁ ଅଦ୍ୟାବଧି ବୈଧ ଚାଷୀ ସାବ୍ୟସ୍ତ ହୋଇଥିବା ୩୦,୧୦୦ଜଣଙ୍କଠାରୁ ଧାନ କ୍ରୟ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?