କ୍ଷତିପୂରଣ ପାଇଲେନି ଚାଷୀ

ଯାଜପୁର ଅଫିସ,୨୨।୩: ଯାଜପୁର ଜିଲାର ଅନ୍ୟତମ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ଉନ୍ନୟନ କାର୍ଯ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରଜା କ୍ଷତିଗ୍ରସ୍ତ ହେଉଛନ୍ତି। ୧୯୩୨ରୁ ରାଜାଙ୍କଠାରୁ ପଟ୍ଟା ପାଇ ଚାଷବାସ କରି ଆସୁଥିବା ଚାଷୀଙ୍କୁ ଉଚିତ କ୍ଷତିପୂରଣ ନ ଦେଇ ଜିଲା ପ୍ରଶାସନ ଜୋର ଜବରଦସ୍ତ ଉନ୍ନୟନ କାର୍ଯ୍ୟ ଚଳାଇଛନ୍ତି ବୋଲି କ୍ଷତିଗ୍ରସ୍ତ ପ୍ରଜାମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେବେ ହାଇକୋର୍ଟଙ୍କ ସ୍ଥଗିତାଦେଶ ଏବଂ ଜବାବ ଦାଖଲ ନୋଟିସକୁ ଜିଲା ପ୍ରଶାସନ ଅଣଦେଖା କରି ନିର୍ମାଣ କାର୍ଯ୍ୟ ଜାରି ରହିଛି ବୋଲି କ୍ଷତିଗ୍ରସ୍ତ ପ୍ରଜାମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ସହରର କେତେଜଣ ବୁଦ୍ଧିଜୀବୀ ବାସ୍ତବ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ବ୍ୟାସ ସରୋବର ବିକାଶ କାର୍ଯ୍ୟକୁ ଆଗେଇ ନେବାକୁ ମତବ୍ୟକ୍ତ କରିଛନ୍ତି।
କାହିଁ କେଉଁ ଅବହମାନ କାଳରୁ ବ୍ୟାସ ସରୋବର ଅବହେଳିତ ଅବସ୍ଥାରେ ପଡି ରହିଥିଲା। ଏହାର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାନୀୟ ଲୋକେ ବହୁ ଦାବି ଏବଂ ଆନ୍ଦୋଳନ କରି ଆସୁଥିଲେ। ଗଣମାଧ୍ୟମରେ ମଧ୍ୟ ନିୟମିତ ଭାବେ ଖବର ପ୍ରକାଶ ପାଇ ଆସୁଥିଲା। ଏହାପରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍‌) ପାଣ୍ଠିରୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ୬୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପକୁ ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କାର୍ପୋରେଶନ(ଏନ୍‌ବିସିସି)ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା କାର୍ଯ୍ୟ ସମ୍ପାଦିତ କରୁଛି। ତେବେ ଏହି କାର୍ଯ୍ୟରେ ବ୍ୟାସନଗର ପୌରପରିଷଦର ମୁଣ୍ଡୋମାଳ, ଝାଟିଆସାହି, ବୀରମଣିପୁର, କୋପଣ୍ଡ, ଖଣ୍ଡାହତା, ଯୋଡାବର ଏବଂ ଦାନଗଦି ବ୍ଲକ ରାଛିପୁର ପଞ୍ଚାୟତର ପ୍ରାୟ ୮୦ ଏକର ସ୍ଥିତିବାନ ଜମିକୁ ଦଖଲ କରାଯାଇଛି। ଏନେଇ ସମ୍ପୃକ୍ତ ପ୍ରଜା ସନ୍ଦୀପ କୁମାର ରାୟ ଏବଂ ଆଲୋକ କୁମାର ରାୟ ଓ ଆଶିଷ କୁମାର ରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି କ୍ରମରେ ହାଇକୋର୍ଟରେ ୧୦୮୯୦/୨୦୨୨ ଓ ୮୦୬୨/୨୦୨୨ରେ ଦୁଇଟି ମାମଲା ରୁଜୁ ହୋଇଛି। ହାଇକୋର୍ଟ ୧୦୮୯୦/୨୦୨୨ ନମ୍ବର ମାମଲାର ଶୁଣାଣି କରି ଗତ ୫ା୫ା୨୦୨୨ରେ ବ୍ୟାସନଗର ତହସିଲ ଅଧୀନସ୍ଥ ମୁଣ୍ଡୋମାଳ ମୌଜାର ସାବକ ଖାତା ନମ୍ବର-୮୧, ପ୍ଲଟ ନମ୍ବର ୩୨୧, ୩୨୨, ୬୦ ଓ ୩୧୮ରେ କୌଣସି ବେଦଖଲ କରି କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜିଲା ପ୍ରଶାସନ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ନ ମାନିବାରୁ ଚାଷୀ ସନ୍ଦୀପ ରାୟ ପୁଣି ହାଇକୋର୍ଟରେ ୩୯୯୦/୨୦୨୨ ନମ୍ବରରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ଏହାର ଶୁଣାଣି କରି ହାଇକୋର୍ଟ ୧୯ା୧୨ା୨୦୨୨ରେ ୩ ମାସ ମଧ୍ୟରେ ଅନୁପାଳନ କରିବାକୁ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ନିର୍ଦ୍ଦେଶର ୩ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ତହସିଲଦାର କୌଣସି ଅନୁପାଳନ ରିପୋର୍ଟ ଦାଖଲ କରି ନ ଥିବା ଆବେଦନକାରୀଙ୍କଠାରୁ ସୂଚନା ମିଳିଛି। ସେହିପରି ୮୦୬୨/୨୦୨୨ ମାମଲାର ବିଚାର କରି ହାଇକୋର୍ଟ ପକ୍ଷରୁ ୭ା୪ା୨୦୨୨ରେ ରାଜ୍ୟ ସରକାର, ଜିଲାପାଳ ଏବଂ ବ୍ୟାସନଗର ତହସିଲଦାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟରେ ଜବାବ୍‌ ନ ରଖି ସମ୍ପୃକ୍ତ ଚାଷୀମାନଙ୍କ ବିରୋଧରେ ଜିଲା ପ୍ରଶାସନ ପକ୍ଷରୁ ଗତ ୩ା୬ା୨୦୨୨ରେ ବୋର୍ଡ ଅଫ୍‌ ରେଭିନ୍ୟୁରେ ଓଲଟା ୩ଟି ପୃଥକ୍‌ ମାମଲା ରୁଜୁ ହୋଇଛି। ଏଭଳି ଭାବେ କେତେଜଣ ଗରିବ ନିରୀହ ଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ନ ଦେଇ ମାମଲା କରି ସମୟ ଗଡେଇ ନେବାକୁ ଉଦ୍ୟମ କରାଯାଉଛି। ଏହି ଚାଷୀମାନେ ବ୍ୟାସ ସରୋବର ଉନ୍ନୟନ କାର୍ଯ୍ୟକୁ ସ୍ବାଗତ କରୁଥିବାବେଳେ ଚାଷୀଙ୍କ କ୍ଷତି ପେଟରେ ଲାତ ମାରିବା ସଦୃଶ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଯାଜପୁର ଟାଉନରେ ହେଉଥିବା ବିକାଶ କାର୍ଯ୍ୟରେ କ୍ଷତିଗ୍ରସ୍ତ ଚାଷୀମାନେ ଉପଯୁକ୍ତ ଭାବେ କ୍ଷତିପୂରଣ ପାଉଥିବାବେଳେ ବ୍ୟାସ ସରୋବର ପ୍ରକଳ୍ପରେ କାହିଁକି ଚାଷୀଙ୍କୁ ଅଣଦେଖା କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ପୂର୍ବ ନିର୍ଦ୍ଧାରିତ ଏବଂ ଏଷ୍ଟିମେଟ ଅନୁସାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେଉ ନ ଥିବାବେଳେ ଆୟତନ ଏବଂ ପୋଖରୀ ଗଭୀରତାରେ ଅନିୟମିତା ହେଉଥିବା ମତପ୍ରକାଶ ପାଇଛି। ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ପ୍ରକଳ୍ପ କାର୍ଯ୍ୟ ସରକାରୀ ଜମିରେ ହେଉଛି, ପ୍ରଜାଙ୍କ ଜମିରେ ହେଉ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?