୨୫ଦିନରେ ଧାରଣା, ମିଳୁନି ସୁଫଳ

ବରଗଡ଼ ଅଫିସ୍‌,୨୨ା୩: ବରଗଡ଼ ଜିଲା ପାଇକମାଳ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ କର୍ମଚାରୀ ସଂଘ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ଧାରଣାସ୍ଥଳରେ ରୋଷେଇ ସହ ଖରା, ବର୍ଷା ସହି ସେମାନେ ଧାରଣା ଜାରି ରଖିଛନ୍ତି। ୨ଦଫା ନେଇ ଏହି ଧାରଣାକୁ ଓହ୍ଲାଇଥିବା କର୍ମଚାରୀଙ୍କ ଦାବି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। କର୍ମଚାରୀଙ୍କ ଧାରଣା ମଙ୍ଗଳବାର ୨୫ଦିନରେ ପହଞ୍ଚତ୍ଥିବା ବେଳେ ଉପଜିଲାପାଳଙ୍କ ସହିତ ଅନ୍ୟ କୌଣସି ଅଧିକାରୀମାନେ ସେମାନଙ୍କ ସହିତ ଆଲୋଚନା ପାଇଁ ସୁଦ୍ଧା ପହଞ୍ଚତ୍ ନ ଥିବା କର୍ମଚାରୀମାନେ କହିଛନ୍ତି। ସେହିପରି ଏପର୍ଯ୍ୟନ୍ତ ଜିଲାର କୌଣସି ବିଧାୟିକା, ବିଧାୟକ ମଧ୍ୟ ସେମାନଙ୍କ ପାଖକୁ ପହଞ୍ଚତ୍ ନ ଥିବା ସେମାନେ କହିଛନ୍ତି। ଅନ୍ୟପଟେ ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ଧାରଣାରତ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ସଂଘର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି, ୨୦୦୯ ନଭେମ୍ବର ୨୩ରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସଂଘର କର୍ମଚାରୀମାନେ ପୁନଃ ନିଯୁକ୍ତି ପାଇସାରିଛନ୍ତି। ନିଯୁକ୍ତି ପାଇବା ପରେ ସେମାନେ କାମ କରିଆସୁଥିଲେ। ମାତ୍ର ସେମାନଙ୍କୁ କଲେଜରେ କାମ କରାଇ ଦିଆଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ବ୍ୟାଙ୍କର ପାସବୁକ୍‌ ଗୁଡ଼ିକୁ ମଧ୍ୟ ବେଆଇନ ଭାବେ ବଦଳାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ୨୦୧୭ ଜୁଲାଇ ୧୮ରୁ ସମସ୍ତ ମାମଲା ଉଚ୍ଚ ନ୍ୟାୟାଳୟ ଖାରଜ କରିସାରିଥିବା ବେଳେ ନୂତନ କମିଟି ଓଡ଼ିଶା ସରକାରଙ୍କ ସ୍ବୀକୃତି ଲାଭ କରିଛି ଏବଂ ଜିଲାପାଳ ଏହାର ସଭାପତି ରହିଛନ୍ତି। ରହିତାଦେଶ ଯୋଗୁ ଜିଲାପାଳ ନିରବ ରହିଥିଲେ। କିନ୍ତୁ ୨୦୨୨ ଅକ୍ଟୋବର ୧୦ରୁ ରହିତାଦେଶ ଉଠିସାରିଛି ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି। ଏ ନେଇ ସଂଘର କର୍ମଚାରୀମାନେ ବାରମ୍ବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି, ମାତ୍ର କିଛି ସୁଫଳ ମିଳିନାହିଁ। ଅନ୍ୟପଟେ ଇତିମଧ୍ୟରେ ୩ କର୍ମଚାରୀଙ୍କ ଦେହାନ୍ତ ହୋଇଥିବା ସଂଘର କର୍ମକର୍ତ୍ତା କହିଛନ୍ତି। ଧାରଣାରେ ସଂଘ ସଭାପତି ନବୀନ କିଶୋର ସାହୁ, ଉପସଭାପତି ଜୟନ୍ତ ସ୍ବାଇଁ, ସମ୍ପାଦକ ଚୈତନ୍ୟ କୁମାର ସାହୁ, କ୍ଷମାକର ମହାପାତ୍ର, ଟଙ୍କଧର ସାହୁ ପ୍ରମୁଖ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri